ଝାରସୁଗୁଡ଼ା: ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ଉଡ଼ାଣ କରିବ ବିମାନ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍. କେ. ଚୌହ୍ୱାନ ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ଦେଶର ୩ଟି ସ୍ଥାନକୁ ଉଡ଼ିବ ସ୍ପାଇଶ୍ ଜେଟ୍ ବିମାନ। ସେଗୁଡ଼ିକ ହେଲା, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ। ତେବେ ସ୍ପାଇଶ୍ ଜେଟ୍ ବିମାନ ଉଡ଼ିବା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିମାନ ବନ୍ଦର ପରିଦର୍ଶନ ପରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ESI ହସ୍ପିଟାଲ୍ରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ମୃତଦେହ ରଖି ମେଫେୟାରରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁସାରେ, ଶ୍ୱାସ ରୋଗର ଚିକିତ୍ସା ପାଇଁ ସାଲିଆ ସାହିର ଅହଲ୍ୟା ଭଞ୍ଜଙ୍କୁ ଗତକାଲି ସକାଳ ୮ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଗୁଲୁଣ୍ଡା ଛକ ନିକଟରୁ ଲକ୍ଷାଧିକ ଟଙ୍କାର ସାର ଜବତ ହୋଇଛି। ସ୍ଥାନୀୟ ଲୋକେ ସାର ବୋଝେଇ ଗାଡ଼ିଗୁଡ଼ିକୁ ଧରି ବିନିକା ପୁଲିସ ଜିମା ଦେଇଛନ୍ତି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ନମ୍ବର୍ ବିହୀନ ଗୋଟିଏ ଟ୍ରକ୍, ୪୦୭ ଗାଡ଼ି ଏବଂ ଗୋଟିଏ ଟ୍ରାକ୍ଟର୍ ରହିଛି । ବିନିକା ଅଞ୍ଚଳର ଚାଷୀମାନେ ସାର ପାଇବାରୁ ଦୀର୍ଘ ଦିନ ହେଲା ବଞ୍ଚିତ ଅଛନ୍ତି। ହେଲେ ଏହି ଗାଡ଼ିଗୁଡ଼ିକରେ ଏତେ ସଂଖ୍ୟାରେ ସାର ପ୍ୟାକେଟ୍ ବିନା କାଗଜପତ୍ରରେ […]
ସମ୍ବଲପୁର: ଭିମସାର୍ ନିର୍ଦ୍ଦେଶକ ପଦରୁ ଡାକ୍ତର ଅଶ୍ୱିନୀ ପୂଜାହାରୀ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ନେଇ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଡାକ୍ତର ପୂଜାହାରୀ କହିଛନ୍ତି ଯେ ମୁଁ ଜଣେ କର୍ମଠ ଲୋକ। ଏତେ ଦିନ ଧରି କେବେ ଛୁଟିରେ ଯାଇ ନ ଥିଲି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଛି, କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଇସ୍ତଫା ଦେଲି ବୋଲି ପୂଜାହାରୀ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଆଜି ଛତ୍ରପୁର ଥାନାରେ ହାଜର ହୋଇପାରନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। ତାଙ୍କୁ ଆଜି ହାଜର ହେବାକୁ ଡକାଯାଇଛି। ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଗତ ୭ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଥିଲେ ମଧ୍ୟ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିଲେ। ଆଗୁଆ ଜାମିନ ପାଇଁ ଉଭୟ ନେତା କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି। ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମାଦିଙ୍ଗ ଛକ ନିକଟରେ ଜୟ ମାତାଜୀ ନାମକ ଯାତ୍ରବାହୀ ବସ୍ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଖଡିଆଲ୍ର ଶାରଦା ବଳ । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇ ଥିବାବେଳେ ଅନ୍ୟ ୨ଗୁରୁତରଙ୍କୁ ବୌଦ୍ଧ ମେଡିକାଲ୍ରେ ଭର୍ତ୍ତି କରାଯିବା ସହ ଆହତଙ୍କ ଚିକିତ୍ସା […]
ଭୁବନେଶ୍ୱର: ୩ ଦଫା ଦାବି ନେଇ ଓଡ଼ିଶା ଆଶା ସାଥୀ ସଂଘର ବିକ୍ଷୋଭ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ସଂଘ। କେନ୍ଦ୍ର ସରକାର ଦେଉଥିବା ପ୍ରୋତ୍ସାହନ ରାଶି ୬ ହଜାର ଟଙ୍କା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଆଦି ଦାବି ନେଇ ଆଶା ସାଥୀମାନେ ଗତ ୪ ତାରିଖରୁ ବିଧାନସଭା ଆଗରେ ଧାରଣା ଦେଉଥିଲେ। କିନ୍ତୁ ସରକାର କୌଣସି ଆଲୋଚନା ନ କରିବାରୁ ଦାବି ଜଣାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇଥିଲେ ସଂଘ। […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ନିଶା ମୁକ୍ତ ଓଡ଼ିଶା ପ୍ରସଙ୍ଗ କରିବ ମହିଳା କଂଗ୍ରେସ। ଏଥି ସହିତ ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ହିଂସା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମହିଳା କଂଗ୍ରେସ ପ୍ରତି ବ୍ଲକରେ ସଭାପତି ବାଛିବ। ସେହି ସଭାପତିମାନେ ପ୍ରତି ଗାଁରେ ଜଣ ଜଣକୁ ସଭାପତି ବାଛିବେ। ନିଶା ନିବାରଣ ସହ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ଓଡ଼ିଶାରୁ ଦୂର କରିବା ଲାଗି ଭୁବନେଶ୍ୱରରେ ବସିଥିବା ଦ୍ୱିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମହିଳା କଂଗ୍ରେସ ନିଷ୍ପତ୍ତି […]
ନୂଆପଡ଼ା : ଧାନ ମଣ୍ଡିରେ ଚାଷୀଙ୍କୁ ଦାଉ ସାଧୁଛି କଟନୀ ଛଟନୀ। ମଣ୍ଡିରେ ବସ୍ତା ବସ୍ତା ଧାନ ଅଛି ହେଲେ କ୍ରୟ ହୋଇପାରୁନି। ଦିନ ରାତି ନିଜ ଧାନ ପାଖରେ ବସି ଜଗୁଆଳ ସାଜିଛନ୍ତି ଚାଷୀ। ହେଲେ ମିଲର୍ସଙ୍କ ଦେଖା ନାହିଁ। ଯେଉଁ ମିଲର୍ ଆସୁଛନ୍ତି ଧାନ ଏଫଏକ୍ୟୁ ମାନର ନ ହେଲେ ୨ରୁ ଅଢେଇ କେଜି କାଟିବେ ବୋଲି କହୁଛନ୍ତି। ଆଉ ଚାଷୀ ଏହାକୁ ଯଦି ବିରୋଧ କରୁଛନ୍ତି। ତେବେ ଧାନ କିଣିବାକୁ ରୋକ୍ଠୋକ୍ ମନା […]
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିବା ଓପେପା କର୍ମଚାରୀ ସେବା ସଂଘ ଗତ ୪ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ୬ ବର୍ଷ ଅସ୍ଥାୟୀ ଭାବେ କାମ କରିବା ପରେ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା କଥା, କିନ୍ତୁ ୨୨ ବର୍ଷ କାମ କରିବା ପରେ ମଧ୍ୟ କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସପ୍ତମ ବେତନ କମିଶନ ମଧ୍ୟ ଲାଗୁ ହୋଇ ନାହିଁ। ତା’ ଛଡ଼ା ସ୍କୁଲ୍ ନିର୍ମାଣ […]
କନ୍ଧମାଳ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା। ଏହି ବନ୍ଦ ଡାକରା ଦେଇଛି ବାଲିଗୁଡ଼ା କୁଇକୁଳ ସମିତି। ବାଲିଗୁଡ଼ାରେ ଆୟୋଜିତ ହେଉଥିବା ବାଲିଗୁଡ଼ା ମହୋତ୍ସବରେ ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ସ୍ଥାନ ପାଇନଥିବା କୁଇ ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ଏହାସହ କୁଟିକିଆ ସରପଞ୍ଚ ଦୟାନିଧି ମଲିକଙ୍କୁ ବାଲିଗୁଡ଼ା ବିଡିଓ ନରେଶ ଚନ୍ଦ୍ର ଶବର ସର୍ବସାଧାରଣରେ ଦୁର୍ବବ୍ୟହାର କରିଥିବା କୁଇ ସମାଜ ଅଭିଯୋଗ କରିଛି। ଏହି ଦୁଇ ଘଟଣାକୁ ନିନ୍ଦା କରି କୁଇ ସମାଜ ଆଜି […]
ସୁନ୍ଦରଗଡ଼: ଘନ କୁହୁଡ଼ି ଯୋଗୁ ପୁଣି ସିରିଜ୍ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଗଡ଼ପୋଷ ଛକରେ ଏହି ଦୁର୍ଘଟଣା ଘଟିଛିା କୁହୁଡ଼ି ଯୋଗୁ ରାସ୍ତା ଦିଶୁନଥିବାରୁ ପ୍ରଥମେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଆଉ ଏକ ହାଇଓ୍ୱା ଧକ୍କା ଦେଇଥିଲା। ପରେ ହାଇଓ୍ୱାକୁ ପୁଣିଥରେ ଏକ ଡାଲା ଅଟୋ […]
ଭୁବନେଶ୍ୱର: ବିଏସ୍ପି ମୁଖ୍ୟ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ବିଜୁ ପଟ୍ଟନାୟକଙ୍କ ନାଁରେ ଥିବା ବିଭିନ୍ନ ଯୋଜନା ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ବିଜୁ ବାବୁଙ୍କ ସ୍ମୃତିରେ ଯଦି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ, ତାହାଲେ କାହାରି କିଛି ଆପତ୍ତି ନାହିଁ। ତେବେ ଯେହେତୁ ବିଜୁଙ୍କ ସ୍ମୃତିରେ ବିଜୁ ଜନତା ଦଳ ଗଠନ ହୋଇଚି, ସେହି ଦୃଷ୍ଟିରୁ ବିଜୁଙ୍କ ନାଁରେ ବିଭିନ୍ନ ସ୍କିମର ନାଁ ବଦଳାଯିବା କଥା ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ କେତେକ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶା ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ମିଳିଛି। ରାଉରକେଲାରେ ପାଗ ମେଘୁଆ ରହିବା ସହ ଗତକାଲି ଝିପିଝିପି ବର୍ଷା ହୋଇଛି। ସେହିଭଳି ଅନ୍ୟ କେତେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଗଂଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବ-ବିହାରରେ […]
ଭୁବନେଶ୍ୱର: ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପୂର୍ବ ବିହାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୨ ଦିନ ବର୍ଷାର ହେବାର ସମ୍ଭାବନା ରହିଛି। ବର୍ଷା ପରେ ଥଣ୍ଡା ଆହୁରି ବଢ଼ିପାରେ ବୋଲି ଆଞ୍ଚଳିକ […]
ଚିଲିକା: ଚିଲିକାରେ ଶିକାରୀଙ୍କ ପାଇଁ ବିପଦରେ ବିଦେଶୀ ବିହଙ୍ଗ। ପ୍ରତିଦିନ ଶିକାର ଯୋଗୁଁ ଶହ ଶହ ବିଦେଶୀ ପକ୍ଷୀଙ୍କ ଜୀବନ ଯାଉଛି। ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ ହେଉଛି ଚିଲିକାର ନଳବଣ ଏବଂ ମଙ୍ଗଳାଯୋଡି ଅଂଚଳ। ପ୍ରତିବର୍ଷ ସାଇବେରିଆ, ମାଲେସିୟା, କାଜାଖସ୍ତାନ୍, ମଙ୍ଗୋଲିଆ ଭଳି ଅଂଚଳରୁ ହଜାର ହଜାର ମାଇଲ ମାଇଲ୍ ଅତିକ୍ରମ କରି ଖାଦ୍ୟ ଅନ୍ୱଷଣରେ ଉଡ଼ିଆସନ୍ତି ଏହି ବିଦେଶୀ ପକ୍ଷୀ। ହେଲେ ଏବେ ଏମାନଙ୍କ ଜୀବନ ଏବେ ବିପଦରେ। ବିଦେଶୀ ପକ୍ଷୀଙ୍କ ମାଂସର ବେଶ୍ ଚାହିଦା […]
କୋରାପୁଟ: କୋରାପୁଟରେ ମାଓ ମିଲିସିଆ ଡମ୍ବରୁ ଖିଲ ଗିରଫ୍। ତାଙ୍କୁ ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ଗିରଫ କରିଛି କୋରାପୁଟ ପୁଲିସ୍। ଡମ୍ବରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି ସଦସ୍ୟ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଡମ୍ବରୁକୁ ଆଜି ଏନ୍ଆଇଏ ଟିମକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସ୍ପି କନଓ୍ୱର ବିଶାଲ ସିଂହ।
ରାୟଗଡ଼ା: ହସିଖେଳି ପାଠପଢ଼ିବା ବୟସରେ କରୁଛନ୍ତି ମଜୁରୀ କାମ। ନିଜ ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ପ୍ରତିପୋଷଣ ଚିନ୍ତା। ପୁଣି ତାଙ୍କ ଉପରେ ନିର୍ଭର ଦୁଇ କୁନି ଭଉଣୀ। ରାୟଗଡ଼ା ଜିଲ୍ଲା ତାଡମା ପଞ୍ଚାୟତ ରଘୁବଟାଗୁଡା ଗାଁର ନାରାୟଣ ମିଣିକା।ଅଜଣା ରୋଗରେ ହାତ ଛାଡି ଆରପାରିକି ଚାଲିଗଲେ ତାଙ୍କ ବାପାମାଆ। ଆଉ ଏବେ ଭଙ୍ଗାଦଦରା ଛପର ଘରେ ବିତୁଛି ତିନି ଭାଇଭଉଣୀଙ୍କ ଜୀବନ। କୁଲି ମଜୁରି କରି ନାରାୟଣ ଯାହା ଦୁଇପଇସା ରୋଜଗାର କରୁଛନ୍ତି, ତାହା ଏମାନଙ୍କ […]
ସାଲେପୁର : ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏପରି କିଛି ଅଭିଯୋଗ କଟକ ନିଶ୍ଚିନ୍ତ କୋଇଲି ବ୍ଲକ କୋଲଣପୁର ଗାଁରୁ ଆସିଛି। ସେହି ଗାଁର ଚାଷୀ ସୁମନ୍ତ ମଲ୍ଲିକଙ୍କ ମୃତ ଦେହ ନିଜ ଘର ଭିତରୁ ଝୁଳନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବେକରେ ଦଉଡ଼ି ଲଗାଇ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ସୁମନ୍ତଙ୍କ ପରିବାରଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ସୁମନ୍ତ ଗାଁର ବିଭିନ୍ନ ଲୋକଙ୍କ […]
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ରେଳ ଲାଇନ୍ କଡ଼ରୁ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାଲ୍କୋ ଥାନା କଇଁଫୁଲିଆ ରେଳ ଲାଇନ୍ କଡ଼ରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ସେ ଟ୍ରେନରେ ବଇଣ୍ଡା ଯାଉଥିଲେ। ତେବେ ସ୍ମରଣ ଶକ୍ତି ହ୍ରାସ ଯୋଗୁଁ କଇଁଫୁଲିଆରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କର ଗୋଡ଼ ଖସି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଜିଆରପି ତାଙ୍କ ମୃତଦେହକୁ ଉଦ୍ଧାର […]
ଢେଙ୍କାନାଳ: ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବା ବେଳେ ଦଳି ଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିରୋପମା ବିଶ୍ୱାଳ। ଆଜି ସକାଳେ ନିରୋପମା ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଦନ୍ତା ହାତୀଟି ଗୋଠ ଛଡ଼ା ହୋଇ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ […]
ବାଲେଶ୍ୱର: ନୀଳଗିରି କାଠପାଳ ଦେଇ ବୋହି ଯାଉଥିବା ସୋନ ନଦୀର କୂଳେ କୂଳେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ସରକାରୀ ଭାବେ ୪ଟି ବାଲି ଖାଦାନକୁ ବାଲି ଉଠାଣକୁ ଅନୁମତି ମିଳିଥିବା ବେଳେ ବେଆଇନ ଭାବେ ବହୁ ଚୋରା ବାଲି ଖାଦାନ ଚାଲୁଥିବାର ଦେଖାଯାଇଛି। ବେଧଡ଼କ ବାଲି ଉଠାଣ ଯୋଗୁ ସୋନ ନଦୀର ଗତିପଥ ଏବେ ଗାଁ ମୁହାଁ ହୋଇଛି। ଏଥିଯୋଗୁ ବନ୍ୟା ସମୟରେ ନଦୀ କୂଳ ଖାଉଥିବା ଆଶଙ୍କା କରିଛନ୍ତି ଗ୍ରାମବାସୀ। ପୁନ୍ଦାଳ ଘାଟରୁ ବାଲି […]
ବୁର୍ଲା: ଭିମ୍ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ପୂଜାହାରୀଙ୍କ କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦାବି କରାଯାଇଛି। ଅଶ୍ୱିନୀ ପୂଜାହାରୀଙ୍କୁ ହଟାଇବା ଦାବିରେ ଭିଏସ୍ଏସ୍ ମେଡିକାଲ୍ କଲେଜରେ ଜୁନିଅର ଡାକ୍ତର ଆସୋସିଏସନ୍ […]
ପୁରୀ: ପୁରୀରେ ବାଲି ଚୋରା ଚାଲାଣ ରାକେଟ୍ ସକ୍ରିୟ ହୋଇପଡ଼ିଛନ୍ତି। ରାତି ଅଧରେ ଟ୍ରକ୍ ଯୋଗେ ବଳିଆପଣ୍ଡା ଲାଇଟହାଉସ୍ ବେଳାଭୂମିଠାରୁ ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ବେଧଡକ୍ ବାଲି ଚାଲାଣ ହେଉଛି। ଏ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନ ଓ ସେସୁ ଇଞ୍ଜିନିୟର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୧୫ଟି ଟ୍ରକ୍, ୨ଟି ଜେସିବି ଓ ଗୋଟିଏ ହାଇଓ୍ୱା ଜବତ ହୋଇଛି। ବାଲି ଚୋରା ଚାଲାଣ ଯୋଗୁ ପୁରୀରେ ଭୂତଳ ବିଦ୍ୟୁତକରଣ […]
ଢେଙ୍କାନାଳ: ପିକ୍ନିକ୍ ସାରି ଫେରିବା ବେଳେ ଓଲଟିଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ କିଛି ଲୋକ ଏକ ବସ୍ରେ ବାଲେଶ୍ୱରକୁ ପିକ୍ନିକ୍ ସାରି ଫେରୁଥିବା ବେଳେ ଆଜି ଭୋର ସମୟରେ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଥିଲା। ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ବିଲକୁ ଓଲଟି ପଡ଼ିଥିଲେ। ଗାଡ଼ିରେ ୪୦ ରୁ […]