କଟକ: କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜ ସ୍ଥିତ ଗୋପାଳ ସାହିର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରି ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉକ୍ତ ବ୍ୟକ୍ତିଙ୍କର ମୋଟ ୧୭ଟି ମେଣ୍ଢା ଥିଲେ। ଆଜି ସକାଳେ ଗୁହାଳ ଘରେ ୧୫ଟି ମେଣ୍ଢା ମରି ପଡ଼ିଥିବା ବେଳେ ଆଉ ଦୁଇଟି ନିଖୋଜ ଅଛନ୍ତି। ଏହି ଘଟଣା ପରେ ବ୍ୟକ୍ତି ଜଣକ ପୂରା […]
ବାଲେଶ୍ୱର: ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ଅଣାଯାଇଥିଲା। ପ୍ରଥମେ ସେ ଆଉଟ୍ଡୋର୍ରେ ଟିକେଟ୍ କରି ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ତାଙ୍କୁ ଗୋଟେ ଇଞ୍ଜେକ୍ସନ୍ ଦେବା ପରେ ବେଡ୍କୁ ଯିବାକୁ କୁହାଯାଇଥିଲା। ବେଡ୍କୁ […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷ କରି କନ୍ଧମାଳରେ ହାଡଭଙ୍ଗା ଶୀତର ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୮ ଡିଗ୍ରୀକୁ ଖସି ଆସିଛି। କୋରାପୁଟ, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର ପୂର୍ବ ଦିଗରୁ ବାୟୁ ପ୍ରବାହ କାରଣରୁ ଆସନ୍ତା ୨ରୁ ୩ […]
ଭୁବନେଶ୍ୱର: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଆଉ ତା’ପରେ ଯାତ୍ରୀ ଜଣଙ୍କୁ ତାଙ୍କୁ ହସ୍ପିଟାଲ୍ରେ ନିଆଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ପଶ୍ଚିମବଙ୍ଗ ମାଲଦାର ରାଜକୁମାର କର୍ମକାର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ୩୨ ବର୍ଷୀୟ ରାଜକୁମାର ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଆଜି ଇଣ୍ଡିଗୋର ଏକ ବିମାନରେ କୋଲକାତାରୁ ବେଙ୍ଗାଲୁରୁ ଯାଉଥିଲେ। ତେବେ ହଠାତ୍ ଅଧିକ ଅସୁସ୍ଥ ହୋଇପଡ଼ିବାରୁ […]
ଭୁବନେଶ୍ୱର: ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍ରେ ରହୁଥିବା ବାଘୁଣୀ ରେଣୁକା ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି। ଉଭୟ ବାଘୁଣୀ ଓ ଦୁଇ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇ ଡାକ୍ତରଙ୍କ ଅନୁଧ୍ୟାନ କରାଯାଉଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।
ରାଉରକେଲା: ରାଉରକେଲାରେ ବିଲ୍ଡର୍ ଅନମୋଲ୍ ସିଂଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା ନୂଆ ମୋଡ଼ ନେଇଛି। ଅନମୋଲ୍ ନିଜ ଗାଡ଼ି ଉପରକୁ ନିଜେ ଗୁଳିମାଡ଼ କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ଅନମୋଲ୍ଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ […]
ଖୋର୍ଦ୍ଧା: ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର୍ ଜବତ ହୋଇଛି। କଟକ ଅବକାରୀ ଗୁଇନ୍ଦା ବିଭାଗ ନେତୃତ୍ୱରେ ଖୋର୍ଦ୍ଧା ପୌରାଞ୍ଚଳ ମଠସାହି ଏବଂ ରାଧାମୋହନପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବ୍ରାଉନ୍ ସୁଗାର ଜବତ କରାଯାଇଛି। ଉଭୟ ସ୍ଥାନରୁ ମୋଟ ୨୯୫ ଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୯ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ମଠସାହିର ରବୀନ୍ଦ୍ର ପ୍ରଧାନ ଏବଂ […]
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ସିଆଡ଼ିମାଲରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୀଡ଼ିତାଙ୍କ ଘରେ ପହଞ୍ଚି ବୈଜୟନ୍ତ ପଣ୍ଡା ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ପୀଡ଼ିତାଙ୍କ କୁନି କୁନି ପିଲାଙ୍କ ଭବିଷ୍ୟତ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏଭଳି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ମଦ ପାଇଁ ଦୁଷ୍କର୍ମ ବଢୁଛି ବୋଲି ବୈଜୟନ୍ତ […]
ନୀଳଗିରି: ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଯୁକ୍ତ ଦୁଇ ପରୀକ୍ଷା ନଦେଇ ରୋଜଗାର ଆଶାରେ ଜଣେ ଯୁବକ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେଠାରେ ଏବେ ସେ ରୋଗାକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ତେଣୁ ସେ ଏକ ଭିଡିଓ ଜାରି କରି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଏହି ଯୁବକଙ୍କ ନାଁ କମଳ ଲୋଚନ ଘଡ଼େଇ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ବରହମପୁର ଥାନା ଅନ୍ତର୍ଗତ ବାଙ୍କୀସାହି ଗାଁରେ […]
ବାଲେଶ୍ୱର: ଡକାୟତ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ହାତରେ ଧରା ପଡିଲା ଡକାୟତି ଗ୍ୟାଙ୍ଗ୍। ସହଦେବଖୁଣ୍ଟା ପୁଲିସ୍ ୫ ଜଣିଆ ଡକାୟତି ଗ୍ୟାଙ୍ଗ୍କୁ ଧରିଛି। ଏହି ଗ୍ୟାଙ୍ଗ୍ ଗୁରୁବାର ରାତିରେ ସହଦେବଖୁଣ୍ଟା ଚୁଡାକୁଟା ସାହିରେ ମାରଣାସ୍ତ୍ର ଧରି ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ୍ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା। ଗିରଫ ଡକାୟତଙ୍କ ପାଖରୁ ପୁଲିସ୍ ବିଭିନ୍ନ ମାରାଣାସ୍ତ୍ର ଜବତ କରିଛି। ଧରା ପଡ଼ିଥିବା ଏହି ଦୁର୍ବୃତ୍ତଙ୍କ ନାଁରେ ବିଭିନ୍ନ ଥାନାରେ […]
ତେଲକୋଇ: ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଟ୍ରକ୍ ଡ୍ରାଇଭର ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଚାପି ହୋଇ ରହିଥିବା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୭ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଏକ ଇଟା ଭାଟିରୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ସେଠାରୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର କିଛି ଲୋକ ବିଜୟନଗରମ୍କୁ କାମ ପାଇଁ ଯାଇଥିଲେ। ସେଠାରେ ସେମାନେ ଶ୍ରୀସାଇ ମଣିକାନ୍ତା ଇଟାଭାଟିରେ କାମ କରୁଥିଲେ। ତେବେ ଇଟାଭାଟି ମାଲିକ ସେମାନଙ୍କୁ ଦରମା ନ ଦେଇ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଟଙ୍କା ମାଗିବାରୁ ଇଟାଭାଟି […]
ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା। ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲାରେ ଥିବା ଶିକ୍ଷିତ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟୋଜନ କରାଯାଇଛି। ହେଲେ ମେଳାରେ ଜିଲ୍ଲାର କୌଣସି କମ୍ପାନୀ ଭାଗ ନେଇନାହାନ୍ତି। ଆଉ ଯେଉଁ କମ୍ପାନୀ ଅଛନ୍ତି ସେମାନଙ୍କ ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ହାତରେ ଶିକ୍ଷାଗତ ଯୋଗ୍ୟତା, ମନରେ ଅସୁମାରି ସ୍ୱପ୍ନ ନେଇ ଚାକିରି ଖଣ୍ଡେ ପାଇଁ ଯୁବକ […]
କେନ୍ଦୁଝର: ୨୦୦୪ ମସିହାରେ ଇନ୍ଦିରା ଆବାସ ଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ନୀତି ପଛରେ ଯନ୍ତ୍ରୀ, ଅଧିକାରୀ ଏବଂ ଦଲାଲଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହେଉଛି। ଆବାସ ଯୋଜନାରେ ଘର ନିର୍ମାଣ ହୋଇନାହିଁ, କିନ୍ତୁ ଟଙ୍କା ଉଠା ଯାଇଛି। ଏହି ଚଞ୍ଚକତା ଧରାପଡ଼ିବାପରେ ପୁଣି ତାହା ଆକାଣ୍ଟକୁ ଆସିବା କଥା ମଧ୍ୟ ଧରାପଡ଼ିଛି। ଫଳରେ ଏବେ ତଦନ୍ତ ଲାଗି ଉପ-ଜିଲ୍ଲାପାଳ […]
କଟକ: ବର୍ତ୍ତମାନର ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଡରାଇ ଦେଇଛି। କେଉଁଠି ପାଚିଲା ଧାନ ବିଲରେ ଗଜା ହେବାକୁ ବସିଲାଣିତ ଆଉ କେଉଁଠି ଖଳାରେ ବେଙ୍ଗଳା ହେବା ପୂର୍ବରୁ ପାଣିରେ ଭିଜିଲାଣି। ଏଭଳି ସ୍ଥଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିବା ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁସାରେ ଧାନକୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଜେପି କୃଷକ ମୋର୍ଚ୍ଚା […]
ଯାଜପୁର: ଯାଜପୁର ଜିଲ୍ଲାର ସଂଗ୍ରାମୀ ମାଟି ବାଲିପଡ଼ିଆରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ସେଠାରେ ଗାନ୍ଧି କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଜୀଙ୍କ ସ୍ମୃତିରେ ଠକ୍କର ବାପା ଆଶ୍ରମରେ ରାମଧୁନ୍ ଗାନ କରାଯିବା ସହ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଅୟୋଜିତ ହୋଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ।
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡ୍ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ କେଳୁଣି ମୁହାଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବେଳାଭୂମିରେ ଗୋଟିଏ ଅଲିଭ ରିଡ୍ଲି କଇଁଛର ୧୩୬ଟି ଅଣ୍ଡାକୁ ବନ ବିଭାଗ ସଂଗ୍ରହ କରି ଜାହାନିଆଠାରେ ନିର୍ମିତ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ରଖିଛି। ଏହି ଅଣ୍ଡା ଗୁଡ଼ିକ ସଂଗୃହୀତ ହୋଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ୧ ଫୁଟରୁ ଦେଢ଼ ଫୁଟ ଗାତ କରାଯାଇଛି। ୪୦ରୁ ୪୫ ଦିନ ପରେ […]
ଭୁବନେଶ୍ୱର: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ବିକ୍ରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ସେସୁ ଭଳି ବଡ଼ ସଂସ୍ଥାକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ବସିଛନ୍ତି। ଏହାକୁ ବିକ୍ରି କରିବା ଲାଗି ଓପନ୍ ଟେଣ୍ଡର କରାଯାଉ ନାହିଁ। ବଡ଼ କମ୍ପାନୀ ବଦଳରେ ଅଜଣା ଅଶୁଣା କମ୍ପାନୀକୁ ଏହା ବିକ୍ରି କରିବାକୁ ଚେଷ୍ଟା କରାଯାଉଛି। […]
ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବା ବେଳେ କୃଷି ଋଣ ଛାଡ଼କୁ ନେଇ ଯୋର୍ଦାର୍ ଦାବି ହେଉଛି। ସାରା ଦେଶରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଋଣଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କୃଷି ଋଣ ଛାଡ଼ ନେଇ କ’ଣ କରାଯିବ ଚିନ୍ତା କରାଯାଉଛି। ଋଣ ଛାଡ଼ ନେଇ ନିତି ଆୟୋଗଙ୍କ ବକ୍ତବ୍ୟ ଚାଷୀଙ୍କ ପାଇଁ ନକାରାତ୍ମକ। ତେଣୁ ଋଣ ଛାଡ଼ […]
ପୁରୀ: ମାତିଛି ବାର୍ଡ ଫ୍ଲୁ। କୁକୁଡ଼ାଙ୍କୁ ଏବେ ବାର୍ଡ ଫ୍ଲୁ ଭୟ। ରୋଗରେ ଆକ୍ରାନ୍ତ ଶହ ଶହ କୁକୁଡ଼ାଙ୍କୁ ପ୍ରଶାସନ ପକ୍ଷରୁ ମରାଚାଲିଛି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ସପ୍ତମ ଦିନରେ ପହଞ୍ଚିଛି। ଗତକାଲି ସୁଦ୍ଧା ପ୍ରାୟ ୧୨ ହଜାର କୁକୁଡ଼ା ମରା ଯାଇଥିଲା। ସେହିଭଳି ଆଜି ୨ଟି ଟିମ୍ ପହଞ୍ଚି କହ୍ନେଇପୁରଠାରେ ଘରେ ଘରେ ପଶି କୁକୁଡ଼ା ମାରିଛନ୍ତି। ସେହିପରି ଅନ୍ୟ ଏକ ଟିମ୍ ଓରା ଗ୍ରାମରେ […]
ସମ୍ବଲପୁର: ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ପୋଡ଼ା ଘଟଣାରେ ଥାନାରେ ମାମଲା ରୁଜ୍ଜୁ ହୋଇଛି। ବୋର୍ଡର ଡେପୁଟି ସେକ୍ରେଟାରୀଙ୍କ ଏତଲା ଭିତ୍ତିରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଛି। ସମ୍ବଲପୁର ସଦର ଏସ୍ଡିପିଓଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଅନୁସାରେ ଗତକାଲି ଜେଲ୍ ଛକ ସ୍ଥିତ ବୋର୍ଡ ଅଫିସ୍ରେ କେତେଜଣ ଦୁର୍ବୃତ୍ତ ନିଆଁଲଗାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଦେଇଛନ୍ତି। ସେପଟେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଅଫିସରେ ଅଗ୍ନିକାଣ୍ଡ ସତ୍ତ୍ୱେ ପରୀକ୍ଷା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ମଳିପଡ଼ା ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତଦେହ ଉଦ୍ଧାର କରିବା ପରେ ପୁଲିସ୍ ତଦନ୍ତ କରି ଜଣେ ଯୁବକକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ଭିତ୍ତିକରି ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍ ସନ୍ଦେହ କରୁଛି। ପୁଲିସ୍ ସୂଚନା ଅନୁସାରେ ଗିରଫ ଯୁବକ ଏବଂ ମୃତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସନ୍ଦେହ କରାଯାଉଛି। ଉଭୟଙ୍କ […]
ଭୁବନେଶ୍ୱର: ସହିଦର ଟୀକା ପିନ୍ଧି ମାଆ କୋଳକୁ ଫେରୁଛି ବୀର ପୁଅ। ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଦୁଇ ବୀର ଓଡ଼ିଆ ସିଆର୍ପିଏଫ୍ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କୁ ବିରାଟ ଶୋଭାଯାତ୍ରାରେ ସେମାନଙ୍କ ଗାଁକୁ ନିଆଯାଇଛି। ଗାଁ ମାଟିକୁ ଯିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରରେ ଯେଉଁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସହିଦର ମୁକୁଟ ପିନ୍ଧା ଯବାନର ସ୍ଥାନ ସତରେ କେତେ […]
ଜଗତସିଂହପୁର: କୁଜଙ୍ଗ ବ୍ଲକ୍ ଉଚ୍ଛବାନନ୍ଦପୁର ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପ୍ରଥମେ ତାଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଓ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଷ୍ଟୋଭ୍ରେ ରୋଷେଇ ବେଳେ ଏଭଳି ଅଘଟଣ ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ ଅଘଟଣକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ (କୋଷ୍ଟ୍ ଗାର୍ଡ) ମୁଖ୍ୟାଳୟ ପରିସର ଭିତରେ ଜଣେ ସନ୍ଦିଗ୍ଧ ଯୁବକ ପ୍ରବେଶ କରିବା ପରେ ତାଙ୍କୁ ଧରା ଯାଇ ପୁଲିସ୍ର ଜିମା ଦିଆଯାଇଛି। ସଂପୃକ୍ତ ଯୁବକଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଛି। ଅଟକ ଯୁବକଙ୍କ ନାଁ ମହମ୍ମଦ ସାହାବାଜ୍ ଓ ତାଙ୍କ ଘର ଉତ୍ତରପ୍ରଦେଶ ମୁଜାଫର୍ ନଗରରେ ମହମ୍ମଦ ବୋଲି ଜଣାପଡ଼ିଛି। ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ କିପରି କୋଷ୍ଟ୍ ଗାର୍ଡ ଭଳି ହାଇ […]