• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

yoga21
ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ

ଭୁବନେଶ୍ୱର : ପରମପୂଜ୍ୟ ସ୍ୱାମୀ ରାମଦେବଜୀଙ୍କ ମାର୍ଗଦର୍ଶୀତ ଏକ ନିଃଶୁଳ୍କ ତ୍ରି-ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ନିଳାଦ୍ରି ବିହାର, ଦୁର୍ଗାମଣ୍ଡପ ପଡ଼ିଆ ଯୋଗକେନ୍ଦ୍ର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ମୁତାବକ ,ତା-୧୮.୦୧.୨୦୧୯ରିଖ(ଶୁକ୍ରବାର) ଠାରୁ ତା- ୨୦.୦୧.୨୦୧୯ରିଖ(ରବିବାର) ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ  ଓଡ଼ିଶା ପତଞ୍ଜଳି  ଯୋଗପୀଠର ମୁଖ୍ୟ  ତଥା ବିଶିଷ୍ଟ ଯୋଗଗୁରୁ  ଶ୍ରୀ ସୁଂଧାଶୁ ଶେଖର ଅଧିକାରୀ ପ୍ରତ୍ୟହ ସକାଳ ୫.୩୦ରୁ ୭.୩୦ ପର୍ଯ୍ୟନ୍ତ ଯୋଗ ଶିକ୍ଷା ପ୍ରଦାନ କରିବେ। […]

  • Friday, 16 July 2021
summer
ଖରାଦିନେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ , ଜାଣନ୍ତୁ କିଛି ଟିପ୍ସ

ଏବେ ଶୀତ ଦିନ ସରିଯାଇଛି। ଆଉ ଧିରେ ଧିରେ ଖରାର ପ୍ରକୋପ ବଢ଼ିବାରେ ଲାଗିଲାଣି। ସୂର୍ଯ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ ଆଗରୁ ଆପଣ ଏହି କିଛି ବିଷୟ ଉପରେ ଧ୍ୟାନ ଦେବା ସହ ସତର୍କ ରହିଲେ ସମସ୍ୟାକୁ ଏଡ଼ାଇବା ସହ ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଉପଯୋଗୀ ଟିପ୍ସ ଖରାଦିନେ କେତେ ପାଣି ପିଇବା ଆବଶ୍ୟକ ଖରାଦିନେ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଦେଇଥାଏ। ଶରୀରରେ ପାଣିର ପରିମାଣ କମ୍‌ […]

  • Friday, 16 July 2021
g11
ଗ୍ରୀନ୍‌ ମଟର ଚିକେନ୍‌ ଭାଜି

ଚିକେନ୍‌ ପ୍ରାୟତଃ ସମସ୍ତଙ୍କର ପସନ୍ଦର ଖାଦ୍ୟ। ଏଥିରେ ପ୍ରସ୍ତୁତ ବିଭିନ୍ନ ଡିସ୍‌ ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସମସ୍ତଙ୍କ ଫେଭରାଇଟ୍‌ ହୋଇଥାଏ। ଚିକେନ୍‌ରେ ପ୍ରସ୍ତୁତ ସୁଆଦିଆ ଚିକେନ୍‌ ମସଲା ସମେତ ଭଳିକି ଭଳି ଚିକେନର ଫାଷ୍ଟ ଫୁଡ୍‌ ଦେଖିଲେ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ। କିନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ ସମୟ ଲାଗିଥାଏ। ହେଲେ କମ୍‌ ସମୟରେ ଚିକେନ୍‌ରେ ପ୍ରସ୍ତୁତ ହେଉଥିବା ଏକ ଆଇଟମ୍‌ ହେଉଛି ‘ଗ୍ରୀନ୍‌ ମଟର ଚିକେନ୍‌ ଭାଜି’। ଖାଲି ଏହା କମ୍‌ […]

  • Friday, 16 July 2021
f1
ଆପଣ ସ୍ୱାଦିଷ୍ଟ ‘ଫଳ ପଲାଉ’ ଖାଇଛନ୍ତି କି ? ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ କୌଣସି ପୂଜା ପର୍ବ ହେଲେ ଆମେ ଭାବିଥାଉ ଯେ ସାଧା, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ବ୍ୟଞ୍ଜନଟିଏ ତିଆରି କରିବା ପାଇଁ। ତେବେ ଆପଣ ଅନ୍ୟ କିଛି ବି ଚିନ୍ତା ନ କରି ବିଭିନ୍ନ ପ୍ରକାର ଫଳ ମିଶାଇ ‘ଫଳ ପଲାଉ’ ତିଆରି କରିପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହେବା ସହ ଛୋଟପିଲା ହୁଅନ୍ତୁ ବା ବଡ଼ ଲୋକ ସମସ୍ତଙ୍କୁ ପସନ୍ଦ ଆସିବ। ‘ଫଳ ପଲାଉ’ ତିଆରି ପ୍ରଣାଳୀ : ତେବେ ଜାଣି […]

  • Friday, 16 July 2021
onion
ପିଆଜ ଚୋପାରେ ରହିଛି ଏହି ଉପକାରିତା, ଜାଣନ୍ତୁ

ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ମସଲା ମଧ୍ୟରେ ପିଆଜକୁ ବ୍ୟବହାର କରାଯାଇଥାଏ। ଏମିତି ଅନେକ ଖାଦ୍ୟ ଅଛି ଯେମିତି ସାଣ୍ଡୱିଚ୍‌, ସାଲାଡ୍‌ ଓ ଅନ୍ୟ ସମସ୍ତ ବ୍ୟଞ୍ଜନରେ ପିଆଜକୁ ପ୍ରମୁଖ ଭାବେ ସାମିଲ୍‌ କରାଯାଇଥାଏ। ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ ତେବେ ପିଆଜକୁ ଖାଇବା ପରେ ଏହାର ଚୋପାକୁ ଆମେ ଫିଙ୍ଗି ଦେଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କେବଳ ପିଆଜ ନୁହେଁ, ଏହାର ଚୋପା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ୍‌ ପ୍ଲେବୋନାଇଟସ୍‌ […]

  • Thursday, 15 July 2021
CRISPY CHICKEN HONEY CHILLI in Odia
ଘରେ ପ୍ରସ୍ତୁତ କରନ୍ତୁ ‘କ୍ରିସ୍ପି ଚିକେନ୍‌ ହନି ଚିଲି’ | Crispy Chicken Honey Chilli

How to Prepare Crispy Chicken Honey Chilli ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ବ୍ରେଷ୍ଟ୍‌ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ Chicken ‌କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ Chicken ‌ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ […]

Mushroom Paneer Pulao in Odia
ଏମିତି ପ୍ରସ୍ତୁତ କରନ୍ତୁ ‘ମଶରୁମ୍ ପନିର୍‌ ପଲାଉ’ | Mushroom Paneer Pulao

How to Make Mushroom Paneer Pulao ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ […]

apple
ଦୋଳ ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସେଓ ଜିଲାପି

ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ […]

blood
ରକ୍ତଚାପ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି, ଡାଏଟ୍‌ରେ ଏହି ସବୁ ସାମିଲ୍‌ କରନ୍ତୁ

ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀରେ କାମ ଓ ମାନସିକ ଚାପ ଯୋଗୁ ଅଧିକାଂଶ ଲୋକେ ବ୍ଲଡ୍‌ ପ୍ରେସର୍‌ ବା ରକ୍ତଚାପର ଶିକାର ହେଉଛନ୍ତି। ରକ୍ତଚାପ ଏକ  ଗମ୍ଭୀର ସମସ୍ୟା। ଯାହା ଅଧିକ ହେଲେ ଆମ ଜୀବନ ମଧ୍ୟ ନେଇପାରେ। ବ୍ଲଡ୍‌ ପ୍ରେସର ଯୋଗୁ ହୃଦଘାତ ଭଳି ସମସ୍ୟା ମଧ୍ୟ ଦେଖାଦେଇ ପାରେ। ତେଣୁ ଆପଣ ଏହାକୁ ସାଧାରଣ କଥା ନ ଭାବି ଏହାର ପ୍ରତିକାର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣ ନିଜ୍ ଡାଏଟରେ ୫ଟି ଖାଦ୍ୟକୁ ସାମିଲ କରିପାରିବେ। […]

  • Thursday, 15 July 2021
tea
ଚା’ ସହ ଏହି ସବୁ ଜିନିଷ ଖାଉଛନ୍ତି କି ? ଶରୀର ପ୍ରତି ବିପଦ ହୋଇପାରେ

ଭୁବନେଶ୍ୱର: ପ୍ରାୟ ଅଧିକାଂଶ ଲୋକ ଦିନର ଆରମ୍ଭ କପେ ଚା’ କିମ୍ବା କଫିରୁ କରିଥାନ୍ତି। କିଛି ଲୋକ ଚା’ ସହିତ ସ୍ନାକ୍ସ କିମ୍ବା କିଛି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହୋଇଥାଏ। ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିବ। ଏବେ ଚାଲନ୍ତୁ ଜାଣିବା, ଚା’ ସହ କ’ଣ ଖାଇବା […]

  • Thursday, 15 July 2021
Khua Chicken in odia
ଘରେ ପ୍ରସ୍ତୁତ କରନ୍ତୁ‌ "ଖୁଆ ଚିକେନ୍‌" | Khua Chicken Recipe

How to Prepare Khua Chicken in Odia ଚିକେନ୍‌ରେ ପ୍ରସ୍ତୁତ ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ କ’ଣ ‘ଖୁଆ ଚିକେନ୍‌’ ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ […]

egg
କେଉଁ ସମୟରେ ଅଣ୍ଡା ଖାଇଲେ ଅଧିକ ଲାଭ ମିଳିଥାଏ ଜାଣନ୍ତୁ

ଭୁବନେଶ୍ୱର: ଆମିଶ ଖାଉଥିବା ଲୋକେ ପ୍ରାୟ ଅଣ୍ଡା ଖାଇବାକୁ ଭଲ ପାଆନ୍ତି। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏଥିରେ ଫସ୍‌ଫରସ୍, ଭିଟାମିନ୍‌, ସେଲେନିୟମ୍‌, ପ୍ରୋଟିନ୍‌, ସୋଡିୟମ୍‌, କାର୍ବୋହାଇଡ୍ରେଡ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାୟିୟମ୍‌ ପରି ଅନେକ ତତ୍ତ୍ୱ ରହିଛି। ମାଂସପେଶୀ ତିଆରି କରିବା ପାଇଁ ଅଣ୍ଡାକୁ ସର୍ବୋକୃଷ୍ଟ ଖାଦ୍ୟ ବୋଲି କୁହାଯାଏ। ତେବେ କ’ଣ ଆପଣ ଜାଣିଛନ୍ତି, ଅଣ୍ଡା ଖାଇବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ରହିଛି। ଏମିତିରେ ଲୋକମାନେ ଅଣ୍ଡାକୁ ଜଲଖିଆ, ମଧ୍ୟାହ୍ନ ଭୋଜନ […]

  • Thursday, 15 July 2021
guava1
କୋଷ୍ଠକାଠିନ୍ୟକୁ ଦୂର କରିବାକୁ ଚାହୁଁଛନ୍ତି କି? ପିଜୁଳି ଖାଆନ୍ତୁ

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଜାଣିଛନ୍ତି ଏହା କେବଳ ପାଟିକୁ ସୁଆଦିଆ ନୁହେଁ। ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫ।ଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର, ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ତ୍ଵ ରହିଛି। ଏହା ଛଡ଼ା ପାଚିଲା ପିଜୁଳିରେ ପୌଷ୍ଟିକ ତତ୍ତ୍ଵ ଅଧିକ ଥାଏ। ଏହା ହିମୋଗ୍ଳୋବିନ୍ ମାତ୍ରାକୁ ମଧ୍ୟ ବୃଦ୍ଧି କରେ। ପ୍ରତିଦିନ […]

  • Thursday, 15 July 2021
m
ଖାସି ମାଂସ ମେଥି ଷ୍ଟ୍ରୁ

ସମସ୍ତଙ୍କୁ ମଟନ୍‌ ଖାଇବାକୁ ଭଲଲାଗେ। ମଟନ୍‌ ପ୍ରସ୍ତୁତ କରିବା ପାଇଁ ଅନେକ ପ୍ରକାର ପ୍ରଣାଳୀ ରହିଛି। କେହି କେହି ମଟନ୍‌କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି । କିନ୍ତୁ କେବେ ମଟନ୍‌ ବା ଖାସିମାଂସ ସହ କସ୍ତୁରୀ ମେଥିପତ୍ରର ସ୍ୱାଦ ଥିବା ଆଇଟମ୍‌ ଖାଇଛନ୍ତି କି ? ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ଅନ୍ୟ ସବୁ ପ୍ରଣାଳୀଠାରୁ ଅଲଗା ସହ ପାଟିକୁ ସୁଆଦିଆ ମଧ୍ୟ ଲାଗିଥାଏ। ଜାଣନ୍ତୁ […]

  • Thursday, 15 July 2021
Kadai Mutton Recipe
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କଡାଇ ମଟନ୍‌ | Kadai Mutton Recipe

How to Prepare Kadai Mutton Recipe ଆପଣ ରେଷ୍ଟୁରାଣ୍ଟ୍‌ରେ ଅନେକ ସମୟରେ କଡାଇ ମଟନ୍‌ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ  ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ ଜାଣି ନଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା […]

lemon
ଲେମ୍ବୁ ପାଣି ପିଇଲେ କ’ଣ ହୋଇଥାଏ ଲାଭ ଓ କ୍ଷତି ଜାଣନ୍ତୁ

ଭୁବନେଶ୍ୱର: ଖରାଦିନ ଆସି ଗଲାଣି। ତେଣୁ ଏବେ ସମସ୍ତେ ଥଣ୍ଡା ପାଣି, କୋଲ୍‌ ଡ୍ରିଙ୍କ୍‌ ସହ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାକୁ ପସନ୍ଦ କରିବେ। ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି ଲେମ୍ୱୁ ପାଣିକୁ ନିୟମିତ ଭାବରେ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ ଲାଭଦାୟକ ନୁହେଁ। ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର […]

  • Thursday, 15 July 2021
Chingudi Fried Rice In Odia
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ | Chingudi Fried Rice

Chingudi Fried Rice ଆପଣ ଭିନ୍ନ ଭିନ୍ନ ପ୍ରକାରର ଫ୍ରାଏଡ୍‌ ରାଇସ୍ ଖାଇଥିବେ। ଯାହା ପାଟିକୁ ଖୁବ୍‌ ସୁଆଦିଆ ଲାଗେ। ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ ରେସିପି ବିଷୟରେ କହିବୁ। ଚାଲନ୍ତୁ ଜାଣିବା ଘରେ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ଦିଅନ୍ତୁ। […]

floor
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ପୋଛିବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର: କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ। ସେଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ଲାଗି ଅନେକ ପରାମର୍ଶ ଦିଆଯାଇଛି। ନିଜକୁ ସଫା ସୁତରା ରଖିବା ସହ ନିଜ ପରିବେଶ ଆଉ ଘରକୁ ମଧ୍ୟ ସ୍ୱଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ଭୋଗ କରେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ହେଲେ ସାବଧାନ, ସଫାସୁତୁରା କରିବାର ମଧ୍ୟ କିଛି ବିଧାନ ଶାସ୍ତ୍ରରେ ଲେଖାଯାଇଛି। ଏହାର ଅନୁପାଳନ କରା ନଗଲେ ଏହାର ବିପରୀତ ପ୍ରତିକ୍ରିୟା […]

  • Thursday, 15 July 2021
ଘରେ ରଖନ୍ତୁ ଏହିସବୁ ଉଦ୍ଭିଦ : ବଢିବ ଅମ୍ଳଜାନ ସ୍ତର

ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ଵିତୀୟ ଲହର ସହିତ ସଂଘର୍ଷ କରୁଛି। ଏହି ସମୟରେ ତୃତୀୟ ଲହର ସମ୍ଭାବନା ମଧ୍ୟ ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ, ଟିକାକରଣ ବ୍ୟତୀତ ଲୋକମାନେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ସୁସ୍ଥ ରହିବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଘରେ ଏପରି ଉଦ୍ଭିଦ ଲଗାଇବା, ଯାହା ଅମ୍ଳଜାନ ଯୋଗାଇଥାଏ। ତେବେ କୋଭିଡ-୧୯ ରୋଗୀଙ୍କ ମଧ୍ୟରେ ସବୁଠାରୁ ଗୁରୁତର ସମସ୍ୟା ହେଉଛି ଶରୀରରେ ଅମ୍ଳଜାନର […]

  • Wednesday, 14 July 2021
Untitled-1
କରୋନା କାଳରେ କରନ୍ତୁ ଏହିସବୁ ଯୋଗାସନ : ବଢିବ ରୋଗ ପ୍ରତିରୋଧକ ଶକ୍ତି

କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଏହାର ନା ଶୁଣୁ ଶୁଣୁ ସମସ୍ତଙ୍କ ଭିତରେ ଛନକା ପଶୁଛି। ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି ଯେ ଆମେ ଅଧିକରୁ ଅଧିକ ନିଜ ଯତ୍ନ ନେବା ଏବଂ ସୁସ୍ଥ ରହିବା। ବର୍ତ୍ତମାନ, କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ କାରଣରୁ ଲୋକମାନେ ଅଧିକରୁ ଅଧିକ ଶିକାର ହେଉଛନ୍ତି ଏବଂ ଏହି ଲୋକମାନେ ଅଧିକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି। […]

  • Wednesday, 14 July 2021
Untitled-1
ଆପଣ ମେକଅପ୍ କରିବାକୁ ପସନ୍ଦ କରନ୍ତି କି? ତେବେ ଧ୍ୟାନ ଦିଅନ୍ତୁ

ଅଧିକାଂଶ ଲୋକ ବେଳବେଳେ ମେକଅପ୍ କରିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ଲୋକ ପ୍ରତିଦିନ ମେକଅପ୍ ପ୍ରୟୋଗ କରିବାକୁ ବହୁତ ପସନ୍ଦ କରନ୍ତି। ବାସ୍ତବରେ, ମେକଅପ୍ ସେମାନଙ୍କର ଆତ୍ମବିଶ୍ୱାସ ବଢାଇଥାଏ। ସେମାନେ ଘରେ ରୁହନ୍ତୁ ବା ରହିବାକୁ କୌଣସି ସ୍ଥାନକୁ ଯାଆନ୍ତୁ, ମେକଅପ୍ ବିନା ସେମାନେ ନିଜ ଚେହେରାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ପ୍ରତିଦିନ ମେକଅପ୍ ବ୍ୟବହାର କରିବା ସତ୍ତ୍ଵେ ସେ କିଛି ଜିନିଷର ଯତ୍ନ ନିଅନ୍ତି ନାହିଁ ଯାହା ତାଙ୍କର ଅନେକ ସମସ୍ୟାକୁ ବଢାଇପାରେ। […]

  • Wednesday, 14 July 2021
3
ଆପଣଙ୍କ କେଶ ଦୋମୁହାଁ ହେଉଛି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ଯଦି ତୁମର କେଶ ଲମ୍ବା କିନ୍ତୁ ଅଗ୍ର ଭାଗରୁ ଦୋମୁହାଁ ହୋଇଯାଉଛି, ତେବେ ଏକମାତ୍ର ସମାଧାନ ହେଉଛି କେଶକୁ ଟ୍ରିମ୍ କରିବା। କାରଣ ଯଦି ଏହି ସମସ୍ୟା ଆପଣଙ୍କ କେଶରେ ଦୀର୍ଘ ସମୟ ଧରି ରହିଯାଏ, ତେବେ ଏହା ଆପଣଙ୍କ କେଶର ବୃଦ୍ଧିକୁ ହ୍ରାସ କରିଥାଏ ଏବଂ କେଶ ବଢିବା ବନ୍ଦ କରିଦିଏ। ଏହି ଦୋମୁହାଁ କେଶର ସମସ୍ୟାକୁ ଡାକ୍ତରୀ ଭାଷାରେ ଟ୍ରାଇକୋପ୍ଟିଲୋସିସ୍ କୁହାଯାଏ। ବେଳେବେଳେ ତାପଜ, ଯାନ୍ତ୍ରିକ ଏବଂ ରାସାୟନିକ ଚାପ ହେତୁ କେଶ ଦୋମୁହାଁ […]

  • Wednesday, 14 July 2021
Untitled-1
ମହାମାରୀ କାରଣରୁ ଆପଣଙ୍କ ପିଲାଙ୍କ ଠାରେ ମାନସିକ ଚାପ ବଢୁଛି କି? ତେବେ ଧ୍ୟାନ ଦିଅନ୍ତୁ

କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ନିଃସଙ୍ଗତା ଓ ମାନସିକ ଚାପକୁ ପ୍ରୋତ୍ସାହିତ କରିଛି। ଗୃହ ସଂଘରୋଧ ଯୋଗୁଁ ସବୁ ବୟସର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ପାଖରେ ଉଦାସୀନତା ଓ ମାନସିକ ଚାପର ଏକ ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି। ଆମେରିକୀୟ ଏକାଡେମୀ ଅଫ୍ ଚାଇଲ୍ଡ ଆଣ୍ଡ୍ ଆଡୋଲେସେଣ୍ଟ୍ ସାଇକିଆଟ୍ରି (JAACAP) ସାଇନ୍ସ ଡେଲିରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି କୋଭିଡ କାରଣରୁ ୪ ବର୍ଷରୁ ୨୧ ବର୍ଷ ବୟସର ପିଲାମାନଙ୍କୁ ନେଇ […]

  • Wednesday, 14 July 2021
Untitled-1
୭୭ ବର୍ଷୀୟ ଉର୍ମିଳାଙ୍କ ପ୍ରେରଣା : ମାସକୁ କରୁଛନ୍ତି ୨-୩ ଲକ୍ଷ ରୋଜଗାର

ଏହା ହେଲା ୭୭ ବର୍ଷୀୟ ଉର୍ମିଳାଙ୍କ କରୁଣ କାହାଣୀ। ତାଙ୍କ ଦୁଃଖ-ଯନ୍ତ୍ରଣାରୁ ଆରମ୍ଭ ହେଲା ନୂଆ ବ୍ୟବସାୟ। ଲକ୍ଡାଉନ୍ରେ ଆରମ୍ଭ କରିଥିବା ଘରୋଇ ଦ୍ରବ୍ୟକୁ ବିକ୍ରିକରି ସେ ମାସକୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଉର୍ମିଳା ଜାମନାଦାସ ଆଶେର ପ୍ରତ୍ୟେକ ଦିନ ସକାଳ ୫.୩୦ରେ ଶର୍ଯ୍ୟା ତ୍ୟାଗ କରନ୍ତି। ଏଇଠୁ ଆରମ୍ଭ ହୁଏ ତାଙ୍କ ଦିନର କାମ। ସେ ତାଙ୍କ ବୋହୂ ରାଜଶ୍ରୀ ଏବଂ ନାତି ହର୍ଷଙ୍କ ପାଇଁ ଚା’ […]

  • Wednesday, 14 July 2021
1
କରୋନା ବେଳେ ରୋଷେଇ ଘରର କେଉଁ କେଉଁ ଜିନିଷ ସଫା କରିବା ଜରୁରୀ

ସଫା ସୁତୁରା ରହିବା ତ ସବୁବେଳେ ଜରୁରୀ, ତେବେ ଯଦି କରୋନାକୁ ନେଇ ଚିନ୍ତା କରାଯାଏ ତେବେ ଏହାର ଆବଶ୍ୟକତା ଦୁଇଗୁଣା ବଢିଯାଏ। ଏନେଇ ଘରର ଅନ୍ୟାନ୍ୟ ଜିନିଷ ସହିତ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ସଫାସୁତୁରା ମଧ୍ୟ ସବୁଦିନେ କରିବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ଯେ ରୋଷେଇ ଘରର କେଉଁ ସବୁ ଜିନିଷକୁ ସଫା ସୁତୁରା କରିବା ନେଇ ଆମେ ଅଧିକ ଗୁରୁତ୍ୱ ଦେବା। ବାସନ ଧୂଆ ବେସିନ(ସିଙ୍କ୍): ଅନେକ […]

  • Wednesday, 14 July 2021