• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sachin 2
ହାପି ବାର୍ଥ ଡେ’ ସଚିନ୍‌

ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ କ୍ରିକେଟ୍‌ ଜଗତର ବାଦ୍‌ସାହା ସଚିନ ତେନ୍ଦୁଲକରଙ୍କର ୪୬ତମ ଜନ୍ମଦିନ। ଏହି ଅବସରରେ ସଚିନ୍‌ଙ୍କ ପ୍ରଶଂସକମାନେ ତାଙ୍କ ସହ ସେଲ୍‌ଫି ନେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଜି ତାଙ୍କ ପ୍ରଶଂସକମାନେ ସଚିନ୍‌ଙ୍କୁ ଖୁବ୍‌ ନିକଟରୁ ପାଇ ଅତିମାତ୍ରାରେ ଉତ୍ସାହିତ ହୋଇଥିଲେ। ସେହିପରି ବିଭିନ୍ନ ସୋଶାଲ୍‌ ମିଡିଆରେ ମଧ୍ୟ ସଚିନ୍‌ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ନିଜ ଜୀବନର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ପଡ଼ିଆରେ ସକ୍ରିୟ ଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲ୍‌କର […]

7
ଭୋଟିଂ ବେଳେ ଗଣ୍ଡଗୋଳ, ୫ଜଣ ଗୁରୁତର

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ମତଦାନ ବେଳେ ବୁଥ୍ ବାହାରେ ଗଣ୍ଡଗୋଳ ହୋଇଛି। ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ସୁରକ୍ଷା ଦୃଷ୍ଟିରେ ବୁଥ୍‌ର ଚାରି ପାର୍ଶ୍ୱରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ ବୋଲଗଡ଼ କଳାଙ୍ଗ ପଞ୍ଚାୟତର ୧ ନମ୍ବର ବୁଥରେ ଏକ ନିର୍ଦ୍ଦିଷ୍ଟ ଦଳ ରିଗିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇ […]

suny
ବିଜେପିରେ ମିଶିଲେ ବଲିଉଡ୍ ଅଭିନେତା ସନ୍ନି ଦେଓଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଲେ ଲୋକପ୍ରିୟ ବଲିଉଡ ଅଭିନେତା ସନ୍ନି ଦେଓଲ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆଜି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏଥିସହ  ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିରେ ସାମିଲ ହେବା ପରେ ସନ୍ନିଙ୍କୁ ପଞ୍ଜାବର ଗୁରଦାସପୁର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

bharat
ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର।  ରିଲିଜ୍ ହେବାର ମାତ୍ର କେଇ ଘଣ୍ଟାରେ ଟ୍ରେଲର୍‌ଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ‘ଭାରତ୍‌’ର ଏହି ୩ମିନିଟ୍‌ର ଟ୍ରେଲର୍‌କୁ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଲର୍‌କୁ ପାଖାପାଖି ୨କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି। Kya baat hai bhai!! Bahut Khoob. https://t.co/0t8hQoUSbJ — Shah Rukh Khan (@iamsrk) April 22, 2019 Osm — Salman Khan […]