• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

vlcsnap-error852
୮ ଘଣ୍ଟିଆ ଜୟପୁର ବନ୍ଦ

କୋରାପୁଟ: ୪ ଦଫା ଦାବିରେ ବିଜେପି ପକ୍ଷରୁ ଆଜି ୮ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ଦଳ ପକ୍ଷରୁ ବୋରିଗୁମ୍ମାକୁ ଏନ୍ଏସି ମାନ୍ୟତା, ଜିଲ୍ଲା ଚିକିତ୍ସାଳୟ ମାନ୍ୟତା ପାଇଥିବା ଜୟପୁର ମେଡିକାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଆଦି ଦାବି କରାଯାଇଛି। ବନ୍ଦ ପ୍ରଭାବ ଦୋକାନ ବଜାର ଓ ଗାଡ଼ିଚଳାଚଳ ଉପରେ ପଡ଼ିଛି। ସକାଳୁ ଦୋକାନ ଖୋଲି ନ ଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଜୟପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହି […]

  • Tuesday, 20 July 2021
baby elephant
କେନାଲରୁ ହାତୀ ଛୁଆ ଉଦ୍ଧାର

ଆଠଗଡ଼: ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ଖମାର ନୂଆଗାଁ କେନାଲରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ହାତୀପଲ ଛୁଆଟିକୁ ଛାଡ଼ି ପାଖ ଜଙ୍ଗଲକୁ ପଳାଇ ଯାଇଥିଲେ। ଫଳରେ ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଛୁଆକୁ ଉଦ୍ଧାର କରିଥିଲେ। ହାତୀ ଛୁଆକୁ କାନ୍ଧେଇ କାନ୍ଧେଇ ଗାଁ ଲୋକେ ଗାଁକୁ ଆଣିଥିଲେ। ହାତୀ ଛୁଆଟିର ବୟସ ୭ମାସ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ, ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀ ଛୁଆକୁ […]

  • Tuesday, 20 July 2021
file photo
ସ୍ୱାଧୀନତା ଦିବସ ପରେଡ଼ରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ସ୍ୱାଧୀନତା ଦିବସ ପରେଡ଼ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ। ଏନେଇ ସବୁ ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା। କୌଣସି ସରକାରୀ ପରେଡ୍‌ରେ ପିଲା ଭାଗ ନେବେ ନାହିଁ ବୋଲି କୁହାଯାଇଛି। ତେଣୁ ସ୍କୁଲ୍‌ ପରେଡ୍‌ରେ ମଧ୍ୟ ପିଲାମାନେ ଭାଗ […]

  • Tuesday, 20 July 2021
bbsr
ଭଡ଼ା ଘରେ ନିଶା କାରବାର

ଭୁବନେଶ୍ୱର: ଭଡ଼ା ଘରେ ନିଶା କାରବାର। ପୁଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଆଜି ମିଳିତ ଭାବେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ୟୁନିଟ-୩, ୟୁନିଟ-୪ ଓ ବାଲିଅନ୍ତାରେ ଚଢ଼ାଉ କରାଯାଇ ବ୍ରାଉନ୍‌ ସୁଗାର, ଗଞ୍ଜେଇ, ଅଫିମ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଏଥିସହ ପୁଲିସ୍‌ ୨ଜଣ ଘର ମାଲିକକୁ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସ୍‌ […]

  • Monday, 19 July 2021
amul
ବଜାରରେ ନକଲି ଅମୁଲ୍‌ ବିକ୍ରି ନେଇ ଅଭିଯୋଗ

ଜଗତସିଂହପୁର: ଅମୁଲ୍‌ର ପ୍ୟାକିଂ ଭଳି ଆଖିକି ପୂରା ଦିଶୁଛି, କିନ୍ତୁ ସୁଜି ଦାନା ଭଳି ଲାଗିବା ସହ ପାଣିରେ ପକାଇ ଦେଲେ ସାଙ୍ଗେ ସାଙ୍ଗେ ମିଳେଇ ଯାଉଛି। ଏମିତି କିଛି ଅଭିଯୋଗ ଆଣିଛନ୍ତି ଜଗତ୍‌ସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି। ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସ୍ଥାନୀୟ କଲେଜ ଛକ ନିକଟରେ ଥିବା ଏକ ଦୋକାନରୁ ସେ ୧ କି.ଗ୍ରା. ଅମୁଲ୍‌ ପ୍ୟାକେଟ୍‌ କିଣିଥିଲେ। ହେଲେ ଘରେ ଚା’ କରିବା ପାଇଁ ପ୍ୟାକେଟ୍‌କୁ ଖୋଲିବାରୁ ସେ ଦେଖିଲେ ଯେ […]

  • Monday, 19 July 2021
baliguda
ଭାସିଗଲା ନିର୍ମାଣାଧୀନ ପୋଲ

ବାଲିଗୁଡା: ପ୍ରବଳ ବର୍ଷାରେ ଭାସିଗଲା ନିର୍ମାଣାଧୀନ ପୋଲ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ସୀତାପଡି ଠାରେ ଏକ ନିର୍ମାଣାଧୀନ ପୋଲ ଭାସି ଯାଇଛି। ଫଳରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରେ ୟାତାୟତ ବାଧାପ୍ରାପ୍ତ ହୋଇଛି।  ବାଲିଗୁଡାରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଗତକାଲି ବିଳମ୍ବିତ ରାତିରୁ ଗାଡି ଚଳାଚଳ ବନ୍ଦ ରହିଛି। ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି।  ବସ୍‌ ଗୁଡିକ ଅଟକି ରହିଥିବାରୁ ଶତାଧିକ ସଂଖ୍ୟାରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]

  • Monday, 19 July 2021