• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

lootera police
ବ୍ୟବସାୟୀଙ୍କଠୁ ପୁଲିସର ଲୁଟ୍ ମାମଲା: ୩ ପୁଲିସ କର୍ମଚାରୀଙ୍କ ସମେତ ୪ଜଣ ଗିରଫ

ବରଗଡ଼: ବରଗଡ଼ରେ ଜଣେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ପରେ ୩  ପୁଲିସ୍‌ କର୍ମଚାରୀଙ୍କ ସମେତ ୪ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହ ସହ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ପିସିଆର୍‌ ଭ୍ୟାନରେ କାର୍ଯ୍ୟରତ ସରୋଜ କୁମାର ସେଠ୍, ବିପିନ ବିହାରୀ ଦେବବାକ୍ ଏବଂ ସଦାନନ୍ଦ ପ୍ରଧାନ। ଏହା ସହ ଅନ୍ୟ ଜଣେ […]

  • Tuesday, 20 July 2021
acharya bihar
କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ଏକ ପ୍ରାଇଭେଟ୍‌ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ପୂରା ଛାର୍‌ଖାର୍‌ ହୋଇଯାଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। କୋଚିଂ ସେଣ୍ଟରରୁ ଧୂଆଁ ବାହାରୁଥିବା ନେଇ ଦେଖିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।  ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। […]

  • Tuesday, 20 July 2021
venkaiah naidu
ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ଆସି ସକାଳ ୮ଟା ୮ ମିନିଟ୍‌ରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ସ୍ୱାଗତ କରିଥିଲେ। ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ ରାଜଭବନ […]

  • Tuesday, 20 July 2021
rout
ଦାମ ରାଉତଙ୍କ ପତ୍ନୀଙ୍କ ବିୟୋଗ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସ୍ନେହଲତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଏହି ସୂଚନା ଦେଇଛନ୍ତି। ଦାମ ରାଉତଙ୍କ ବାସଭବନରେ ସ୍ନେହଲତାଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

  • Tuesday, 20 July 2021
accident
ସ୍କୁଟିକୁ ଧକ୍କା ଦେଲା ଟ୍ରେଲର, ଜଣେ ମୃତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଟାଙ୍ଗରପଡ଼ା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ସଦାଶିବପୁର ଗାଁର ଦ୍ୱାରିକା ବରାଳ। ସମସ୍ତେ ଏକ ସ୍କୁଟିରେ ସଦାଶିବପୁର ନୂଆଁସାହିରୁ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଟାଙ୍ଗରପଡ଼ା ନିକଟରେ ଏକ ମାଲ୍ ବୋଝେଇ ଟ୍ରେଲର ତାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଦେଇଥିଲା। […]

  • Tuesday, 20 July 2021
murder_
ଟଙ୍କା ପାଇଁ ଆଖି ତାଡ଼ିଦେଲେ ପୁଅ, ନାତି

ଅନୁଗୁଳ: ଟଙ୍କା ପାଇଁ ମଣିଷ ଭୁଲି ଯାଇଛି ସମ୍ପର୍କକୁ। ଆଉ ମାତ୍ର କିଛି ଟଙ୍କା ଲୋଭରେ ନିଜ ବାପାକୁ ହତ୍ୟା କରିବାକୁ ପଛାଇନି ପୁଅ। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଏହି ଅମାନବୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ୮୫ ବର୍ଷର ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ ନାତି ମିଶି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗୌର ନାଏକ। ସୂଚନା ଅନୁସାରେ,  ଗୌର ନାଏକଙ୍କୁ ତାଙ୍କ ପୁଅ ଗଙ୍ଗାଧର […]

  • Tuesday, 20 July 2021
rain
ପ୍ରବଳ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଯାହର  ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପଟେ ରାଜ୍ୟର କିଛି ସ୍ଥାନରେ ଆଜି ବର୍ଷା ଜାରି ରହିଛି। ଝଡ଼ତୋଫାନ, ବଜ୍ରପାତ ଓ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, କଟକ, […]

  • Tuesday, 20 July 2021
vlcsnap-error263
ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌

ବାଲେଶ୍ୱର: ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୃ ଘଟିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଫୁଲାରି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ କଲମା ଅଞ୍ଚଳର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଜଣେ ସାଇକେଲରେ ଓ ଅନ୍ୟ ଦୁଇଜଣ ବାଇକ୍‌ରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ […]

  • Tuesday, 20 July 2021
kerala flood
ଗମ୍ଭୀର ହେଉଛି କେରଳ ବନ୍ୟା ପରିସ୍ଥିତି; ଉଦ୍ଧାର ପାଇଁ ଓଡ଼ିଶାରୁ ଯିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର/ଥିରୁଅନନ୍ତପୁରମ୍‌: ଦିନକୁ ଦିନ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କେରଳରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନଙ୍କ ସହ ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ସେହିପରି […]

  • Tuesday, 20 July 2021
encounter in cuttack
କଟକରେ ଏନ୍‌କାଉଣ୍ଟର; ଅପରାଧୀ ଚିକୁ ଆହତ, ପିସ୍ତଲ ଓ ଗୁଳି ଜବତ

କଟକ: କଟକରେ ପୁଲିସ୍‌-ଅପରାଧୀ ଗୁଳି ବିନିମୟ। ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍‌ ଏନ୍‌କାଉଣ୍ଟରରେ ଅପରାଧୀ ଅନୀଲ ବେହେରା ଓରଫ୍ ଚିକୁ ଆହତ ହୋଇଛି।  ଚିକୁର ଗୋଡ଼ରେ ଗୁଳି ବାଜିଛି ଏବଂ ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପୁରୀଘାଟ ଥାନା ଅଞ୍ଚଳରେ ଏକ ଲୁଟ୍ ମାମଲାରେ ଚିକୁକୁ ପୁଲିସ୍‌ ଖୋଜୁଥିଲା। ଗତକାଲି ନୂଆପଡ଼ା ଅଞ୍ଚଳରେ ଚିକୁକୁ ଧରିବାକୁ ପୁଲିସ୍‌ ଚେଷ୍ଟା କରିବାରୁ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଯାହାର  ଜବାବରେ ପୁଲିସ୍‌ ଚିକୁ […]

  • Tuesday, 20 July 2021
dance bar
ବାର୍‌ରେ ଡ୍ୟାନ୍ସ ଚାଲୁଥିବା ବେଳେ ପୁଲିସ୍‌ର ଚଢ଼ଉ

ଭୁବନେଶ୍ୱର: ରାଜଧାନୀରେ ଏକ ଡ୍ୟାନ୍ସ ବାର୍‌ ଉପରେ କମିଶନରେଟ୍‌ ପୁଲିସ୍‌ର ଚଢ଼ଉ। ଗତକାଲି ରାତିରେ ଖାରବେଳ ନଗରରେ ଥିବା ଏକ ବାର୍‌ରେ ପୁଲିସ୍‌ ଚଢ଼ଉ କରି ବାର୍‌ରେ ଡ୍ୟାନ୍ସ କରୁଥିବା ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଯୁବତୀମାନେ ସେଠାରେ ଡ୍ୟାନ୍ସ କରୁଥିଲେ। ସେମାନଙ୍କୁ ଉଦ୍ଧାର କରି ସର୍ଟ-ଷ୍ଟେ ହୋମ୍‌କୁ ପଠାଇ ଦିଆଯାଇଛି। ଏଥିସହ ବାର୍‌ର ୨ଜଣ କର୍ମଚାରୀଙ୍କୁ ପୁଲିସ୍‌ ଅଟକ ରଖିବା ସହ ବାର୍‌କୁ ସିଲ୍‌ ମଧ୍ୟ କରି ଦିଆଯାଇଛି। ଡ୍ୟାନ୍ସ ବାର୍‌ରେ ନୃତ୍ୟଗୀତ […]

  • Tuesday, 20 July 2021
maoist
ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୁଲିସ ଓ ବିଏସଏଫ୍ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ନଇନା ଖିଲ। ୨୦୧୬ରୁ ସେ ଗୁମ୍ମା ଏରିଆ କମିଟି ସଦସ୍ୟ ଭାବେ ମାଓ ସଂଗଠନରେ କାମ କରୁଥିଲେ। ତାଙ୍କୁ ଧରାଇ ଦେବାପାଇଁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ମହିଳା ମାଓବାଦୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରାଯାଉଥିବାରୁ ନଇନା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ ଅକ୍ଟୋବର […]

  • Tuesday, 20 July 2021
vlcsnap-error402
ଡ୍ରେନ୍‌ରେ ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲୁଟ୍‌

ଜଟଣୀ: ଶ୍ରମିକରୁ ଗହଣା ଲୁଟେରା। ଡ୍ରେନ୍‌ ଭିତରେ ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌। ରାତାରାତି ଧନୀ ହେବାର ଲୋଭ କେମିତି ଶ୍ରମିକରୁ ଲୁଟେରା ବନାଇ ଦେଲା ଏହି ସବୁ କଥା  ଲୁଟେରା ମାନେ ପୁଲିସ୍‌ ଆଗରେ ବଖାଣିଛନ୍ତି।  ଜଟଣୀ ସ୍ଥିତ ଏକ ଗହଣା ଦୋକାନରୁ ଲୁଟ୍‌ର ୨୬ ଦିନ ପରେ କମିଶନରେଟ ପୁଲିସ୍‌ ସୁଡଙ୍ଗ ଲୁଟେରାଙ୍କୁ ଗିରଫ କରିଛି। କେମିତି ହୋଇଥିଲା ଲୁଟ୍‌ର ମାଷ୍ଟର ପ୍ଲାନ୍‌ ଓ ତାହାର ଲାଇଭ ଭିଜୁଆଲ […]

  • Tuesday, 20 July 2021
vlcsnap-error398
ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ମିଳିବ ପୁରସ୍କାର

କେନ୍ଦୁଝର: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଆଉ ଅକାଳରେ ଚାଲି ଯାଉଛି ଜୀବନ। ରାସ୍ତାକଡ଼ରେ ଦୁର୍ଘଟଣା ଗ୍ରସ୍ତ ଲୋକଟି ଛଟପଟ ହେଉଥଲେ ମଧ୍ୟ କୋର୍ଟ କଚେରୀ ଭୟରେ ଲୋକେ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଇଥା’ନ୍ତି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦୁଝର ପୁଲିସ୍‌ ଏବେ ସହାୟତାର ହାତ ବଢାଇଛି। ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ପୁଲିସ୍‌ ତରଫରୁ ୨ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ରିପୋର୍ଟ ଅନୁସାରେ କେନ୍ଦୁଝର ଜିଲ୍ଲାରେ ଗତ ଏକ […]

  • Tuesday, 20 July 2021