ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଛି। ଗୁରୁବାର ମଧ୍ୟ ରାତ୍ରରେ ଉତ୍ତରପ୍ରଦେଶ ୧୧୨ ହେଲ୍ପ୍ଡେସ୍କର ହ୍ୱାଟ୍ସଆପ୍ ନମ୍ବରକୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍ ଏକ FIR ରୁଜୁ କରି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି।...
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା। ଲକ୍ଡାଉନ୍ ଯୋଗୁ ରାଜସ୍ଥାନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିଛନ୍ତି ସବ୍ୟସାଚୀ। ଏଥିପାଇଁ ସେ ଦୁଇଟି ବସ୍ର ବ୍ୟବସ୍ଥା କରିଥିଲେ। ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ...
ନୂଆଦିଲ୍ଲୀ: ଲୋନ୍ କରିଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ୱସ୍ତିକର ଖବର। ଲୋନ୍କୁ ନେଇ ଆର୍ବିଆଇ, ମାସିକ ଋଣ କିସ୍ତି (EMI) ପୈଠ ଅବଧିକୁ ଆଉ ୩ ମାସ ଯାଏ ବୃଦ୍ଧି କରିଛି। ଜୁନ୍ ୧ରୁ ଅଗଷ୍ଟ ୩୧ ଯାଏ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ରିଜର୍ଭ ବ୍ୟାଙ୍କ...
ବାରିପଦା: ମା’କୁ ପିଟି ପିଟି ମାରିଦେଲେ ୨ ପୁଅ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ତୁଳସୀ ସିଂ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’ ତୁଳସୀଙ୍କ ସହ କୌଣସି କାରଣକୁ ନେଇ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଏହାସତ୍ତ୍ୱେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାରେ ଆକ୍ରାନ୍ତ ହୋଇ ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ସର୍ବାଧିକ ୬ ହଜାର ୮୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ଭୁବନେଶ୍ୱର: ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ଜଣ, କଟକରୁ ୧୧ଜଣ, ନୟାଗଡ଼ରୁ ୬ଜଣ, ଗଞ୍ଜାମରୁ ୫ଜଣ, ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ୩ଜଣ,...
ଭୁବନେଶ୍ୱର: ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିଯିବ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଆକଳନର ଚିତ୍ର। ଆସନ୍ତା ୫ ବର୍ଷରେ ପାଣିପାଗର ଆକଳନ ଆହୁରି ନିର୍ଦ୍ଦିଷ୍ଟ ହେବ। ଏବେ ସାମଗ୍ରିକ ଭାବେ ଜିଲ୍ଲା ସ୍ତରରେ ପାଣିପାଗ ପୂର୍ବାନୁମାନ କରାଯାଉଥିବା ବେଳେ, ଆଗକୁ କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷୟକ୍ଷତି ହେବ...
ଭୁବନେଶ୍ୱର: ପୂର୍ବ ଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଭଳି ସମସ୍ତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ...
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ। ଏହି...
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ଟ୍ରେନ୍ ଟିକେଟ୍। ତେବେ କେଉଁ କେଉଁ ରେଲ୍ୱେ ଷ୍ଟେସନରେ ରିଜର୍ଭେସନ୍ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା...