• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Dec 2023 : ଦାମ୍ପତ୍ୟ ଜୀବନରେ ତିକ୍ତତା, ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୩୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Gemini

ମିଥୁନ

Tuesday 05 Dec 2023

ମୃଗଶିରା- ସ୍ୱାସ୍ଥ୍ୟରେ ଅବନତି ହୋଇପାରେ । ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ କିଛି ଅର୍ଥ ସାହାଯ୍ୟ ପାଇବେ । କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।

ଆଦ୍ରା- ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତି ବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

ପୁନର୍ବସୁ- ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ । କାମରେ ଆପଣଙ୍କ ଲାଭ ହେବ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ ।

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :