• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th October 2024: ଆଜି ଏହି ରାଶିର ବ୍ୟକ୍ତିଙ୍କର ନୂତନ ଯାନ ବାହନ କ୍ରୟ କରିବାର ଯୋଗ ରହିଛି

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର ।ଚନ୍ଦ୍ର- ଧନୁ ଅହୋରାତ୍ର ,ତିଥି- ୬ଷ୍ଠୀ ଦିବା ୧୨.୧୪ ଗତେ ୭ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ଦିବା ୧୨.୧୪ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

Aries

ମେଷ

Wednesday 09 Oct 2024

ଅଶ୍ୱନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ ।

ଦ୍ୱିଜା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ । ସାମାଜିକ କାର‌୍ୟ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।

କୃତିକା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର‌୍ୟ୍ୟବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।

ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :