କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୧୬ ଗତେ ୧୦ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ।
ମୃଗଶିରା- ସ୍ବାସ୍ଥ୍ୟରେ ଅବନତି ହୋଇପାରେ । ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ କିଛି ଅର୍ଥ ସାହାଯ୍ୟ ପାଇବେ । କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ଆଦ୍ରା- ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ପୁନର୍ବସୁ- ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ । କାମରେ ଆପଣଙ୍କ ଲାଭ ହେବ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୧୬ ଗତେ ୧୦ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ ।