କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୧୬ ଗତେ ୧୦ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ।
କୃତିକା- ଅପ୍ରତ୍ୟାଶିତ ଖର୍ଚ୍ଚ ଏବଂ ଶାରୀରିକ ସମସ୍ୟାକୁ ବଢ଼ାଇପାରେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ ।
ରୋହିଣୀ- ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହି ଲାଭବାନ୍ ହେବେ । ପିଲାମାନଙ୍କ ପାଇଁ ଏକାଡେମିକ୍ ପ୍ରଦର୍ଶନ ପାଇଁ ମଧ୍ୟ ଭଲ ହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ ।
ମୃଗଶିରା- ସମ୍ପତି ଲାଭ ହୋଇପାରେ । ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୯ମୀ ଦିବା ୦୮.୧୬ ଗତେ ୧୦ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ ।