• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th March 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ରାଜନୀତି କ୍ଷେତ୍ରରେ ଯଶ ମାନ ବୃଦ୍ଧି ହେବ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ଦିବା ୦୨.୨୦ ଗତେ କନ୍ୟା,ତିôଥ- ୧୪ଶୀ ଦିବା ୦୯.୫୫ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ,ଦିବା ୦୨.୨୦ ଗତେ ବୃଷ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୩୩ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Libra

ତୁଳା

Sunday 24 Mar 2024

ଚିତ୍ରା- ଯେମିତି ବିଚାର କରିଛନ୍ତି ସେହିପରି କାମ କରିଚାଲନ୍ତୁ ଆଶା ନିଶ୍ଚିତ ପୂରଣ ହୋଇପାରିବ।ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ। ଆଗାମୀ ସମୟର କେତେକ ଅଧୁରା କାମକୁ ସୁଧାରି ନେବାର ଚେଷ୍ଟା କରିବେ।

ସ୍ୱାତୀ- ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝମେଲା ଆସିପାରେ। କର୍ମକ୍ଷେତ୍ରରେ ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ।

ବିଶାଖା- ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ।ନିିଜ ବୃଦ୍ଧି ବଳ ଓ ବାହୁ ବଳ ପ୍ରୟୋଗ କରି ଧନ ଅର୍ଜନ କରିପାରନ୍ତି । ଯାନବାହନ,ସଭସମିତି,ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।

ପ୍ରତିକାର- ଶ୍ରୀ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :