• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

<p>ବରଗଡ଼: ଆସନ୍ତାକାଲି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ଭୋଟ ଗଣତି&nbsp; ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।</p> <p>୧୪ଟି ଟେବୁଲ କରାଯାଇଛି।&nbsp; ପ୍ରାୟ ୨୧ ରାଉଣ୍ଡ ଗଣତି ହେବ।&nbsp; ପଦ୍ମପୁର ଅଂଚଳ କଲେଜରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ରଖାଯାଇଛି।&nbsp; ଗୋଟିଏ କମ୍ପାନୀ ସିଆରପିଏଫ୍ ମୁତୟନ ହୋଇଛନ୍ତି।&nbsp; ସକାଳ ୮ଟାରୁ ଗଣତି ଆରମ୍ଭ ହେଉଥିବାରୁ ଦିନ ୧୨ଟା ସୁଦ୍ଧା ଟ୍ରେଣ୍ଡ ଆସିବାର ସମ୍ଭାବନା ଅଛି।</p> <p>ହାଇଭୋଲଟେଜ୍ ପ୍ରଚାର ଓ ନିର୍ବାଚନ ପରେ ବିଜେପୁରରେ କିଏ ଜିତିବ, ତା ଉପରେ ରହିଛି ସମସ୍ତଙ୍କ ନଜର।&nbsp; କେବଳ ରାଜନୈତିକ ଦଳ ନୁହନ୍ତି ରାଜନୀତି ସମକ୍ଷୀକ ଓ ସାଧାରଣ ଲୋକେ ବି ଉତ୍କଣ୍ଠାର ସହିତ ବିଜେପୁର ରେଜଲ୍ଟକୁ ଅପେକ୍ଷା କରିଛନ୍ତି।&nbsp; ବିଜେଡି, ବିଜେପି ନା କଂଗ୍ରେସ ବାଜି ମାରିବ, ତାକୁ ନେଇ ନାନା କଳ୍ପନା ଜଳ୍ପନା ହେଉଛି।</p> <p>ବିଜେପି ଓ ବିଜେଡି ଏହି ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି।&nbsp; ସେହିପରି ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଦଳରେ ଏକ ନୂଆ ଉତ୍ସାହ ଦେଖା ଦେଇଥିଲା।&nbsp; ତେବେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି, ତାହା ଆସନ୍ତାକାଲି ଜଣାପଡ଼ିବ।</p>

  • Tuesday, 01 June 2021