ଓଡ଼ିଶାରେ ବି ଟମାଟୋ ଫ୍ଲୁ ଶଙ୍କା। ଭୁବନେଶ୍ୱର ଏମ୍ସ୍ ଓ କ୍ୟାପିଟାଲ ହସ୍ପିଟାଲକୁ ଗତ କିଛି ଦିନ ଧରି ଏହି ଫ୍ଲୁର ଲକ୍ଷଣ ଥିବା ରୋଗୀ ଆସୁଥିବାରୁ ଚିନ୍ତା ବଢ଼ିଛି। ତେବେ ସାଧାରଣ ଔଷଧରେ ରୋଗୀ ଭଲ ହୋଇଯାଉଥିବା କୁହାଯାଇଥିଲେ ବି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି।
ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି