• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Power Channel

8-YO Boy Goes Missing While Bathing At Power Channel In Sambalpur’s Burla
ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ

ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।