ପୋଷଣ ବିଶେଷଜ୍ଞ ମୋହିତା କହିଛନ୍ତି, ଠିକ୍ ଏମିତି ଏକ ଧାରଣା ରହିଛି ଆମର ପ୍ରିୟ ଛତୁଆକୁ ନେଇ । ଭାରତୀୟଙ୍କର ନିୟମିତ ଏବଂ ପ୍ରିୟ ଖାଦ୍ୟ ଛତୁଆ । ବିଭିନ୍ନ ଡାଲିଜାତୀୟ ଶସ୍ୟକୁ ଭାଜି ଏହାକୁ ପ୍ରସ୍ତୁତ କରାଯାଇଥାଏ । ଅନେକ ଲୋକ ଏହାକୁ ପ୍ରୋଟିନରେ ଭରପୁର ବୋଲି ଭାବି ଖାଇଥାନ୍ତି । ଏହାର ପୋଷଣ କ୍ଷମତା ବି ଅଧିକ ବୋଲି ଭାବିଥାନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଗୋଟିଏ ଗ୍ଲାସ ଛତୁଆରେ ମାତ୍ର ଥାଏ ୫ରୁ ୭ ଗ୍ରାମ ପ୍ରୋଟିନ ।