• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝଟକା ପରେ ଝଟକା । ତୃତୀୟ ଥର ଲାଗି ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ବୈଠକରେ JSWକୁ ମିଳିଲାନି ପରିବେଶ ମଞ୍ଜୁରୀ । ତେଣୁ ବିନା ପରିବେଶ ଅନୁମତିରେ କେମିତି ଆଗଉଥିଲା JSWର ପ୍ରକଳ୍ପ କାମ, ତାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଏମିତିକି ଜିଲ୍ଲା ପ୍ରଶାସନର କାର୍ଯ୍ୟଧାରା ନେଇ ବି ବଢ଼ିଛି ସନ୍ଦେହ । ସେପଟେ ପରିବେଶ ମନ୍ତ୍ରାଳୟର ଏ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

JSW ଷ୍ଟିଲକୁ କେନ୍ଦ୍ର ପରିବେଶ ମଞ୍ଜୁରୀ ପରିବେଶ ମଞ୍ଜୁରି ଲାଗି ବିଚାର କରିବା ପୂର୍ବରୁ ଆଉ ୧୦ ଦସ୍ତାବିଜ ଦାଖଲ ଲାଗି ଜାନୁଆରୀ ୨୮ର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି-EAC ବୈଠକରେ କମ୍ପାନିକୁ ସୁପାରିଶ କରିଛି ପରିବେଶ ମନ୍ତ୍ରଣାଳୟ । EAC କହିଛି, ଜମି ଅଧିଗ୍ରହଣର ସବିଶେଷ ତଥ୍ୟ ସହ ଉଚ୍ଚ ଜୁଆର ଅଞ୍ଚଳ ଓ ବାଲିସ୍ତୁପ ଅଞ୍ଚଳକୁ ବାଦ୍ ଦେଇ ସଂଶୋଧିତ ପ୍ଲାଣ୍ଟ ନକ୍ସା ଦାଖଲ କର । ପରିବେଶ ମନ୍ତ୍ରାଳୟର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକଳ୍ପ ଅଞ୍ଚଳରେ ସଡ଼କ ନିର୍ମାଣ ସହ ବାଲିସ୍ତୁପ ନଷ୍ଟ ସମ୍ପର୍କିତ ରିପୋର୍ଟ ଦାଖଲ କରିବ କମ୍ପାନି ।

 

ସେହିଭଳି ଲୁହାପଥର ସ୍ଲରି ପାଇପ୍ଲାଇନରେ ଆସିବାକୁ ଥିବା ଜଳର ପୁନଃବ୍ୟବହାର ସମ୍ପର୍କିତ ଆକ୍ସନ ପ୍ଲାନ୍ ସହ କଟାଯିବାକୁ ଥିବା ୧ ଲକ୍ଷ ୩୦ ହଜାର ଗଛ ବଦଳରେ ପୁନଃବନୀକରଣ ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କିତ ଦସ୍ତାବିଜ ଦାଖଲ ପାଇଁ ମଧ୍ୟ କହିଛି ମନ୍ତ୍ରାଳୟ । ଏମିତିକି ଏବେ ସିଆର୍ଜେଡ୍ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ଏକ ଅଣ୍ଡରଟେକିଂ ଦେବାକୁ ମଧ୍ୟ ଜେଏସଡବ୍ଲୁ ସୁପାରିଶ କରିଛି । EAC ଏପଟେ କିନ୍ତୁ ବିନା ଏମ୍ଓୟୁ, ବିନା ପରିବେଶ ମଞ୍ଜୁରିରେ ଜୀବନ ଓ ଜୀବିକାକୁ ବେଦଖଲ କରିବାରେ ଲାଗିଛି । ପ୍ରଶାସନ ଏ ସମ୍ପର୍କରେ ଜେଏସବ୍ଲୁ ଷ୍ଟିଲ୍ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ନୁହେଁ କି?

ସେପଟେ ଏ ତଥ୍ୟ ଆସିବା ପରେ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ତେବେ ମନ୍ତ୍ରୀଙ୍କ ସଫେଇ, ଲୋକଙ୍କ ଉପରେ କୌଣସି ଜୁଲୁମ ହୋଇନି ସରକାରୀ ଜମି ଉପରେ ହିଁ ପ୍ଲାଣ୍ଟ ବସୁଛି ।

ଜେଏସଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ନେଇ ଛିଡ଼ୁନି ବିବାଦ । ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କ ବିରୋଧ, ଅନ୍ୟପଟେ ପରିବେଶ ମନ୍ତ୍ରଣାଳୟର ନାହିଁ ପୂର୍ଣ୍ଣାଙ୍ଗ ଅନୁମତି । ଏମିତି ସ୍ଥିତିରେ କେମିତି ଆଗକୁ ବଢ଼ିବ ଜେଏସଡବ୍ଲୁର ପ୍ରକଳ୍ପ କାମ, ତା ଉପରରେ ନଜର ।

ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା, ପାରାଦୀପରୁ ରମାକାନ୍ତ ନାୟକଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now