ତିନିଭାଇଙ୍କ ସମାନ ଦୁଃଖ। କେମିତି ବଖାଣିବେ ସେ ନିଜେ ବି ଜାଣିପାରୁନାହାନ୍ତି। ଅସାଧ୍ୟକୁ ସାଧ୍ୟ କରିବା ବୟସରେ ବାଡ଼ି ଧରି ବାଟ ଚାଲୁଛନ୍ତି ଏମାନେ ସମସ୍ତେ...ଅଭାବୀ ପରିବାର ପିଲା ବୋଲି ସବୁ ଦୁଃଖ ସହିଯାଉଛନ୍ତି। ଚିକିତ୍ସା ତ ଦୂରର କଥା ମେଡ଼ିକାଲ ପର୍ଯ୍ୟନ୍ତ ପହଞ୍ଚିବା ଏମାନଙ୍କ ପାଖରେ ମୁସ୍କିଲ
ନବୀନ ବାବୁ ଆମ୍ବୁଲାନ୍ସ ଖଞ୍ଜିଦେଲେ, କିନ୍ତୁ ସେ ବୋଧେ ଜାଣି ନାହାଁନ୍ତି, ତାଙ୍କ ୨୨ ବର୍ଷର ଶାସନରେ, ଓଡ଼ିଶାର ଅଧେ ଗାଁକୁ ଆମ୍ବୁଲାନ୍ସ ଯିବା ପରି ରାସ୍ତାଟିଏ ମଧ୍ୟ ନାହିଁ। ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲାର। ଭିଡିଓ ଦେଖି ସାରିଲା ପରେ ଥରେ ଭାବନ୍ତୁ, ଯଦି ଏହି ଆମ୍ବୁଲାନ୍ସ କର୍ମଚାରୀ ନଥାନ୍ତେ, ତେବେ ଏ ଗର୍ଭବତୀଙ୍କର କ’ଣ ହୋଇଥାନ୍ତା।
ହୃଦୟ ବିଦାରକ ଦୃଶ୍ୟ। ଆତ୍ମହତ୍ୟା କରିଥିବା ମାଆର ହାତ ପଛରେ ଲୁଚିଛି କୁନିପୁଅ। ପୋଲିସ୍ ଓ ଗାଁ ଲୋକ ମହିଳାଙ୍କ ଭଡ଼ାଘରେ ପହଞ୍ଚିଲା ବେଳକୁ ଏମିତି ଦୃଶ୍ୟ ଦେଖି ହତବାକ ହୋଇପଡ଼ିଥିଲେ। ଈଶ୍ୱର କୌଣସି କୁନିଛୁଆକୁ ଏମିତି ଦଣ୍ଡ ନଦିଅନ୍ତୁ।