ପୂରା କାର୍ଯ୍ୟାଳୟ ଖୋଲିଥିଲା ସଟ୍ଟାଡନ ହିତେଶ ଜୈନ । ପୋଲିସ ଜବତ କରଥିବା ୨୦ ଟି ମୋବାଇଲ ଓ ତିନୋଟି ଲ୍ୟାପଟପରୁ ଜଣାପଡୁଛି, କେମିତି ଚାଲିଥିଲା ଅନଲାଇନ ଗେମିଂ । ଅଶୀ ଗୁଣ ଫେରସ୍ତର ଲୋଭ ଦେଖାଇ, ଯୁବକ ମାନଙ୍କୁ ଦୀର୍ଘ ଦିନରୁ ଲୁଟି ଆସୁଛି ହିତେଶ । କଣ୍ଟାବାଂଜିରୁ ସଟ୍ଟା କାରବର ଆରମ୍ଭ କରି, ଏବେ ଦୁଇ ତିନୋଟି ରାଜ୍ୟରେ ନିଜର କାରବାର ବଢାଇ ଚାଲିଛି ସଟ୍ଟାଡନ ହିତେଶ ଜୈନ । ତେଣୁ କାହିଁ କେତେ ଦିନରୁ ତିନିଜଣ ବିହାରୀ ଯୁବକଙ୍କୁ ଆଣି କାମରେ ଲଗାଇଥିଲା ହିତେଶ ।