ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଦେଲେ ମୋବାଇଲ ଦୋକାନୀ। ଚନ୍ନିଙ୍କ ଚକ ଜାମ୍ କରି ଯାଦୁ ଦେଖାଇଲେ ଲାଭ୍... ହଜାରେ ନୁହେଁ କି ଦୁଇ ହଜାର ନୁହେଁ ୩୭ ହଜାରରୁ ଅଧିକ ଭୋଟ୍ରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ଲାଭ୍
ଏମିତି ଏକ ମୁଖ୍ୟମନ୍ତ୍ରୀ, ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ। କେତେବେଳେ ଷ୍ଟେଜରେ ନାଚନ୍ତି ତ ଆଉ କେତେବେଳେ ରାସ୍ତା ମଝିରେ ହଠାତ ଗାଡ଼ିକୁ ରଖି ନବବିବାହିତଙ୍କୁ ଆଶୀର୍ବାଦ କରିବା ସହ ମିଠା ମାଗି ଖାଇଥାନ୍ତି। ସେହି ମୁଖ୍ୟମନ୍ତ୍ରୀ ଜଣଙ୍କ ହେଉଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନୀ।