ଆବୁଧାବି: ଆଇପିଏଲ୍ ମହାସମର କୋଲକାତାକୁ ୮ ଓ୍ୱିକେଟ୍ରେ ହରାଇ ବାଙ୍ଗାଲୋର ସପ୍ତମ ବିଜୟ ହାସଲ କରିଛି। ଗତକାଲି ଆବୁଧାବିରେ ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ମାତ୍ର ୮୪ ରନ୍ କରିଥିଲା । ଚଳିତ ଆଇପିଏଲ୍ ସିଜନ୍ରେ ଏହା ସବୁୁଠୁ କମ୍ ସ୍କୋର। ୮୫ ରନ୍ ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ମାତ୍ର […]
ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ଏସ୍ଆରଏଚ ୧୫୫ ରନ୍ ଟାର୍ଗେଟ୍ର ପିଛା କରି ପଡ଼ିଆକୁ ଓହ୍ଲାଇଛି। ରାଜସ୍ଥାନ […]
ନୂଆଦିଲ୍ଲୀ: ଆଇପିଏଲକୁ ନେଇ ବଡ଼ ଧରଣର ବେଟିଂ । ଜବତ ହେଲା ବିପୁଳ ପରିମାଣର ଟଙ୍କା । ରାଜସ୍ଥାନ ଜୟପୁରରେ ଆଇପିଏଲ୍ ବେଟିଂ ବେଳେ ଜବତ ହୋଇଛି ୪ କୋଟି ଟଙ୍କା । ଜୟପୁର ପୋଲିସ ୪ କୋଟି ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ୧୯ଟି ମୋବାଇଲ୍ ଫୋନ୍ ଏବଂ ୨ଟି ନୋଟ୍ ଗଣିବା ମେସିନ୍ ମଧ୍ୟ ଜବତ କରାଯାଇଛି। ଆଇପିଏଲ୍ ଚାଲିଥିବା ବେଳେ ଏହାକୁ ନେଇ ଜୁଆ […]
ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପ ବିଜେତା ଭାରତର କ୍ରିକେଟ୍ କିମ୍ବଦନ୍ତି କପିଲ ଦେବଙ୍କୁ ହୃଦଘାତ ଶିକାର ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଆଞ୍ଜିଓପ୍ଲାଷ୍ଟିକ୍ ଚିକିତ୍ସା ପୂର୍ବରୁ ତାଙ୍କ ହାର୍ଟଆଟାକ ହୋଇଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ୬୧ ବର୍ଷୀୟ କପିଲଙ୍କୁ ହୃଦ୍ଘାତ ହୋଇଥିବା ଖବର ଆସିବା ପରେ କ୍ରିକେଟ ଜଗତରୁ ଆରୋଗ୍ୟ କାମନାର ସୁଆ ଛୁଟିଛି। କପିଲଙ୍କ ଅସୁସ୍ଥତା ନେଇ ପୂର୍ବତନ କ୍ରିକେଟର ମଦନ ଲାଲ୍ ସୁଚନା ଦେଇଥିଲେ। କପିଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ […]
ଶାରଜା:ଆଇପିଏଲର ୪୧ ତମ ମ୍ୟାଚ୍ରେ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଧୋନୀ ବାହିନୀ ଆଜି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ଦଳ ୨୦ […]
ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହସ୍ପିଟାଲ୍ ବେଡ୍ରୁ ସାମ୍ନାକୁ ଆସିଥିବା ତାଙ୍କର ଏହି ପ୍ରଥମ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଚେତନ୍ ଶର୍ମା ଏହି ଫଟୋକୁ ଟ୍ୱିଟ୍ରରେ ଶେଆର କରି ଲେଖିଛନ୍ତି, ‘ଅପରେସନ୍ ପରେ କପିଲ୍ ପା ଜୀ ବର୍ତ୍ତମାନ ଠିକ୍ ଅଛନ୍ତି। ସେ ତାଙ୍କ ଝିଅ ଅମ୍ୟାଙ୍କ ସହ ବସିଛନ୍ତି। ଜୟ […]
ଦୁବାଇ: ଚଳିତ ଆଇପିଏଲର ୪୩ ତମ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ସନ ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ବ୍ୟାଟିଂ ଭାର ସମ୍ଭାଳି ଥିଲେ। କିଙ୍ଗସ ଏକାଦଶ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ […]
ମୁମ୍ବାଇ: ଭାରତର ପ୍ରଥମ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍ କପିଲ ଦେବ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ହାର୍ଟଆଟାକ୍ର ପରେ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ପରେ ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି କପିଲ। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ ଆଜି ଅପରାହ୍ନରେ କପିଲ ଦେବ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ସେ ତାଙ୍କ ପୂର୍ବ କାର୍ଯ୍ୟଶୈଳୀକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ନିୟମିତ […]
ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସର ବିଜୟ ସହିତ ଚେନ୍ନାଇ ସୁପରକିଙ୍ଗସ୍ ପ୍ଲେଅଫ ରେସ୍ରୁ ବାହାରି ଯାଇଛି। ରାଜସ୍ଥାନ ଟିମ୍ ପଏଣ୍ଟ ଟେବୁଲ୍ରେ ଏବେ ୧୦ ଅଙ୍କ ସହ ୭ମ ନମ୍ବରରେ ରହିଛି। ତେବା ରାଜସ୍ଥାନର ବିଜୟ ଏବେ ପ୍ଲେଅଫର ରେସ୍କୁ ଆହୁରି ଟ୍ୱିଷ୍ଟ କରିଛି। ସେହୱାଗ ମଧ୍ୟ ଏହି ମଜାଦାର ସମୀକରଣକୁ ନେଇ ଟ୍ୱିଟ୍ କରିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପରକିଙ୍ଗସ୍ ଆଇପିଏଲ ପ୍ଲେଅଫ୍ରୁ ବାହାରି ଯାଇଛି।ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଟ୍ୱିଟ କରି ରିଆକ୍ସନ ଦେଇଛନ୍ତି। […]
ଦୁବାଇ: ଚଳିତ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବା ଦିନ ଠାରୁ ଶାରଜାରେ ରାଜସ୍ଥାନ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍ରେ ସଞ୍ଜୁ ସାମସନ ଅନେକ ପ୍ରଶଂସା ସାଉଁଟି ଥିଲେ। ଲାଗୁଥିଲା ଯେପରି ସଞ୍ଜୁ ସବୁ ମ୍ୟାଚ୍ରେ ଚମକିବେ। ରାଜସ୍ଥାନର ପ୍ରଥମ ମ୍ୟାଚ୍ରେ ସଞ୍ଜୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ସେ ୩୨ ବଲ୍ରେ ୭୪ ରନ୍ କରିଥିଲେ। ଏହା ପର ମ୍ୟାଚ୍ରେ ସେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪୫ ବଲ୍ରେ ୮୪ […]
ଶାରଜା: ଚଳିତ ଆଇପିଏଲର ୪୬ ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ ରାହୁଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କେକେଆର ପ୍ରଥମେ ବ୍ୟାଟିଂ କରିବ। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର ୧୧ଟି ମ୍ୟାଚ୍ ଖେଳି ୬ଟି ଜିତି ୧୨ ପଏଣ୍ଟ ସହ ଟେବୁଲ୍ର ଚତୁର୍ଥ ସ୍ଥାନରେ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା। ଟି-ଟ୍ୱେଣ୍ଟି, ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି। କ୍ୟାପଟେନ୍ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସମସ୍ତ ୩ ଫର୍ମାଟରେ ଦଳ ଘୋଷଣା ହୋଇଛି। ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-ଟ୍ୱେଣ୍ଟି ଦଳ: ବିରାଟ କୋହଲି-ଅଧିନାୟକ, ଶିଖର ଧଓ୍ୱନ, ମୟଙ୍କ ଅଗ୍ରଓ୍ୱାଲ, କେ.ଏଲ. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ […]
ଶାରଜା: ଚଳିତ ଆଇପିଏଲର ଆଜିର ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହାଇ ୧୪୯ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ପଞ୍ଜାବକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍ର ପିଛା କରିବାକୁ ପଡ଼ିବ। ଏହି ମ୍ୟାଚ୍ରେ କେକେଆର ପ୍ରାରମ୍ଭିକ ପର୍ଯ୍ୟାୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ […]
ନୂଆଦିଲ୍ଲୀ: କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ଅର୍ଦ୍ଧଶତକ ବଳରେ ସହଜ ବିଜୟ ହାସଲ କଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ।କୋଲକାତା ଠାରୁ ୮ ଓ୍ୱିକେଟରେ ଜିତି ପଞ୍ଜାବ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ ୭ଟି ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ କ୍ରିସ୍ ଗେଲ୍ ୨୯ଟି ବଲ୍ରୁ ୫୧ ରନ ଓ ମନଦୀପ ସିଂ ୫୬ଟି ବଲ୍ରୁ ୬୬ […]
ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ୍ ୧୩ରେ ବୃହତ ବିଜୟ ହାସଲ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ(Sunrisers Hyderabad)। ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)କୁ ୮୮ ରନ୍ରେ ହରାଇ ହାଇଦ୍ରାବାଦ ବିଜୟୀ ହୋଇଛି । ଗତକାଲି ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୨୧୯ ରନ୍ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରିଦ୍ଦିମାନ ଶାହ ସର୍ବାଧିକ ୮୭ ରନ୍ କରିଥିଲେ । ଜବାବରେ ଦିଲ୍ଲୀ ୧୩୧ […]
ନୂଆଦିଲ୍ଲୀ:ବିସିସିଆଇ (BCCI) ପକ୍ଷରୁ ଅଷ୍ଟ୍ରେଲିଆ ସିରିଜ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଏଡିଲେଡ୍ରେ ଡେ-ନାଇଟ୍ ମ୍ୟାଚ ଖେଳିବ। ଏହି ଅବସରରେ ୪ଟି ଟେଷ୍ଟ, ତିନି ୱାନ ଡେ, ତିନୋଟି ଟି-୨୦ ଖେଳିବ। ୱାନ୍-ଡେ ମୁକାବିଲାରୁ ଖେଳ ଆରମ୍ଭ ହେବ। ୨୭,୨୯ ନଭେମ୍ବର ଏବଂ ୨ ଡିସେମ୍ବରରେ ୱାନ୍ଡେ ଖେଳିବ। ସେହିପରି ଡିସେମ୍ବର ୪, ୬ ଏବଂ ୮ରେ ତିନୋଟି ଟ-୨୦ ଖେଳିବ। ଡିସେମ୍ବର ୧୭ ତାରିଖ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। […]
ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି। ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ […]
ଆବୁଧାବି: ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇର ଚମକପ୍ରଦ ବିଜୟ ହାସଲ କରିଛି । କୋଲକତା ନାଇଟ୍ ରାଇଡର୍ସ(KKR) କୁ ୬ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ। ଶେଷ ଓଭରର ଶେଷ ୨ ବଲ୍ରେ ୨ଟି ଛକା ମାରି କେକେଆରଠୁ ମ୍ୟାଚ ଛଡାଇ ନେଇଥିଲେ ରବୀନ୍ଦ୍ର ଜାଡେଜା । ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ୧୧ ବଲ୍ରେ ଧୂଆଁଧାର ୩୧ ରନ୍ କରି […]
ଆବୁ ଧାବି: ଚଳିତ ଆଇପିଏଲ୍ର ୫୦ ତମ ମ୍ୟାଚ୍ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗେଲ୍ଙ୍କ ଦମଦାର ୯୯ ରନ୍ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୮୪ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ […]
ଦୁବାଇ: ଚଳିତ ଆଇପିଏଲ୍ର ୫୧ତମ ମ୍ୟାଚ୍ରେ ଆଜି ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଇଛନ୍ତି। ମୁମ୍ବାଇର ଅଧିନାୟକ କାଏରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ବୋଲରଙ୍କ ସମ୍ନା କରିବାକୁ ସେତେଟା ସକ୍ଷମ ହୋଇନଥିଲା। ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୦ରନ୍ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶ୍ରେୟସ ୨୯ଟି ବଲ୍ ଖେଳି ସର୍ବାଧିକ […]
ଶାରଜାହ: ଗତକାଲି ଶାରଜାହରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ୫୨ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର୍ ସନ୍ଦୀପ ଶର୍ମା ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପ୍ଟେନ୍ ବିରାଟ କୋହଲିଙ୍କୁ ଆଉଟ୍କରି ସେ ଏହି ରେକର୍ଡ କରିଛନ୍ତି। ସନ୍ଦୀପ ଆଇପିଏଲରେ କୋହଲିଙ୍କୁ ସାତଥର ଆଉଟ୍କରି ଏହି ରେକର୍ଡ କରିଛନ୍ତି। ଶନିବାର ଶାରଜାହ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ […]
ଆବୁ ଧାବି: ଚଳିତ ଆଇପିଏଲ୍ର ୫୩ତମ ମ୍ୟାଚ୍ରେ ଆଜି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୫୩ ରନ୍ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍ ଖେଳି ବିସ୍ପୋରକ ୬୨ ରନ୍ କରି ଅପରାଜିତ ଥିଲେ। ତାଙ୍କ ପରେ […]
ଦୁବାଇ: ଚଳିତ ଆଇପିଏଲ୍ର ୫୪ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିଛି। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୯୧ ରନ୍ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ମର୍ଗାନ ଦ୍ରୁତତମ ୩୫ ବଲ୍ ଖେଳି ସର୍ବାଧିକ ୬୮ […]
ନୂଆଦିଲ୍ଲୀ: ୨୦୧୩ ମସିହା ଆଜିର ଦିନ ଅର୍ଥାତ ନଭେମ୍ୱର ୨ ତାରିଖରେ ଭାରତର ଆଗଧାଡ଼ିର କ୍ରିକେଟ ତାରକା ରୋହିତ ଶର୍ମା ନିଜ ନାଁରେ ଏକ ରେକର୍ଡ ଯୋଡ଼ିଥିଲେ। ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଥିଲେ। ଜୁନ୍ ୧୮,୨୦୧୯ ପର୍ଯ୍ୟନ୍ତ ଯାହା ରେକର୍ଡ ରହିଛି, ୭ ବର୍ଷ ପୂର୍ବେ ଏହି ଦିନରେ ରୋହିତ ଶର୍ମା ଏକ ଓଡିଆଇ ଇନିଂସରେ ୧୬ ଟି ଛକା ମାରି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ସ୍କୋର କରିଥିଲେ। ମ୍ୟାଚ୍ଟି ବାଙ୍ଗାଲୋରରେ ଖେଳାଯାଇଥିଲା। […]
ଆବୁ ଧାବି: ଚଳିତ ଆଇପିଏଲର ୫୫ତମ ମ୍ୟାଚ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂଭାର ସମ୍ଭାଳିବ। ପ୍ଲେଅଫରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଟିମ୍ ମଧ୍ୟରେ ଆଜି ଜୋରଜାର ଟକ୍କର ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍ […]