ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ହାତରେ ଆଉ ମାତ୍ର ୨ ଦିନ ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋର୍ଦାର୍ କରିଛନ୍ତି। ଆଜି ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ବାଲେଶ୍ୱର ରେମୁଣା ନିର୍ବାଚନମଣ୍ଡଳୀର ନରହରିପୁରରେ ଏକ ନିର୍ବାଚନୀ ସଭାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଜଗତସିଂହପୁରରେ ରୋଡ୍ ଶୋ’ କରି ନାଉଗାଁରେ ସାଧାରଣ ସଭାରେ ଯୋଗ […]
ଯାଜପୁର: ଯାଜପୁରର ସୁକିନ୍ଦାରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସୁକିନ୍ଦା ୩୯ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ୍ଙ୍କ ଗାଡ଼ିକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଫଳରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଗାଡ଼ିର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସରୋଜିନୀ ହରିପୁରରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଏହି ବୋମାମାଡ଼ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ ୭୬.୩୮ ପ୍ରତିଶତ ନାଗରିକ ନିଜର ମତ ସାବ୍ୟସ୍ତ କରିଥିବା ବେଳେ କେନ୍ଦୁଝରରେ ୭୮.୧୬, ଢେଙ୍କାନାଳରେ ୭୪.୯୮, କଟକରେ ୬୯.୬୫, ପୁରୀରେ ୭୨.୫୩ ଓ ଭୁବନେଶ୍ୱରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ଭୋଟ ହୋଇଥିଲା।
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଚାରା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ। ମୟୂରଭଞ୍ଜରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି। ବିଜେଡ଼ି ସରକାରକୁ ସମାଲୋଚନା କରି ସେ କହିଛନ୍ତି, ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ବାଧକ ସାଜିଛନ୍ତି। ‘କାଳିଆ’ ଯୋଜନା ନାଁରେ ଲୋକଙ୍କୁ ଟଙ୍କା ବଣ୍ଟାଯାଇ ଏଠି ବ୍ୟାପକ ପିସି କାରବାର ହୋଇଛି। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଏଠି ବ୍ୟାପକ ପିସି କାରବାର ହେଉଛି […]
ପାଟକୁରା: ପାଟକୁରାର ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ଏଠାରେ ସାନି ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ବରିଷ୍ଠ ବିଜେପି ନେତା ତଥା ବିଧାନସଭା ପ୍ରାର୍ଥୀ ବିଜୟ ମହାପାତ୍ର ସ୍ୱାଗତ କରିଛନ୍ତ। ସେ କହିଛନ୍ତି, ଚଳିତ ନିର୍ବାଚନ ପ୍ରକ୍ରିୟା ଭିତରେ ଏଠାରେ ସାନି ନିର୍ବାଚନ ହେବା ପାଇଁ ନିର୍ବାଚନ କମିଶନ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ। ହେଲେ ପରେ ନିର୍ବାଚନ କରିବା ଲାଗି […]
ଭବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୭ତାରିଖକୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନ ଥିବାରୁ ଏହା ଘୁଞ୍ଚିଥିବା କୁହାଯାଇଛି। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତାଙ୍କ […]
ବାଲେଶ୍ୱର: କେନ୍ଦ୍ରାପଡ଼ା ବାରୁଅ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ସମାଲୋଚନା କରିବା ପରେ ନବୀନ ଏହାର ଜବାବ ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପ୍ରଚାରବେଳେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟର ଦୁର୍ଦ୍ଦିନରେ ଛିଡ଼ା ହୋଇ ନ ଥିବା କେନ୍ଦ୍ର ସରକାର ଏବେ ନିର୍ବାଚନ ପାଇଁ ରାଜ୍ୟକୁ ଆସୁଥିବା ସେ କହିଛନ୍ତି। ଏବେ […]
ଭୁବନେଶ୍ୱର: ଆସନ୍ତା ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମେ’ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମେ’ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ବିଧାନସଭା ପାଇଁ […]
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁର ଗାଁରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗଡ଼ିଶାଗଦା ଥାନାରେ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଭିତ୍ତିରେ ଏହି ମାମଲା ରୁଜୁ କରାଯାଇଛି। ଏହାସହ ପୁଲିସ୍ ଓମ୍ ପ୍ରକାଶଙ୍କ ସହଯୋଗୀଙ୍କୁ ଅଟକ ରଖିଛି। ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟିଂ ଶେଷ ଆଡ଼କୁ ଓମ୍ ପ୍ରକାଶ ଓ ତାଙ୍କର ଦୁଇ ସହଯୋଗୀ ବୁଥ୍ରେ ପଶି ପ୍ରିଜାଇଡିଂ ଅଫିସରଙ୍କୁ […]
କଟକ: କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧତ୍କାରୀ ନୋଟିସ୍ ପଠାଇଛନ୍ତି। ଏପ୍ରିଲ୨୨ରେ ଦେବାଶିଷ ନିଜ ଫେସ୍ବୁକ୍ ଆକାଉଣ୍ଟ୍ରେ ପୋଷ୍ଟ୍ କରିଥିବା ଏକ ବାର୍ତ୍ତାକୁ ଆଧାର କରି ତାଙ୍କୁ ଏହି ନୋଟିସ୍ ପଠାଯାଇଛି। ଦେବାଶିଷ ଯାହା ପୋଷ୍ଟ କରିଥିଲେ ତାହା ଭୋଟରଙ୍କୁ ପ୍ରଭାବିତ କରିବା ସହ ସେଥିରୁ ଦେବାଶିଷ ରାଜନୈତିକ ଫାଇଦା ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କର ଏଭଳି ପୋଷ୍ଟ ନିର୍ବାଚନ ଆଚରଣ ବିଦ୍ଧିକୁ ଖୁଲମ୍ଖୁଲା ଉଲ୍ଲଙ୍ଘନ କରୁଛି ବୋଲି ନୋଟିସ୍ରେ […]
ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋଛିଆଁ ବୁଥ୍ ନିକଟରେ ବିଜେପି ନେତା କୃଷ୍ଣ ଜଗଦେବଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ବିଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ଦୋଛିଆଁ ବୁଥ୍ରେ ବିଜେଡି ବିଧାୟକ ଉମା ସାମନ୍ତରାୟ ବିଜେପିର ଏଜେଣ୍ଟଙ୍କୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏପରିକି ବୁଥ୍ରେ ରିଗିଙ୍ଗ୍ କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାର ପ୍ରତିବାଦ କରିବାକୁ ଯାଇଥିବା ବେଳେ କୃଷ୍ଣ ଜଗଦେବଙ୍କ […]
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ଆଜି ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେଡ଼ି ଉପରେ ଘନ ଘନ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚିଟ୍ଫଣ୍ଡ ଦୁର୍ନୀତିରେ ଲିପ୍ତ ବିଜେଡି ନେତାମାନେ ବାଲେଶ୍ୱରବାସୀଙ୍କୁ ଠକିଛନ୍ତି ବୋଲି କହି ମୋଦି ସିଧା ଟାର୍ଗେଟ୍ କରିଛନ୍ତି। ଖାଲି ସେତିକି ନୁହେଁ ଏଠାକାର ବିଜେଡ଼ି ନେତାମାନେ କୋଟି କୋଟି ଟଙ୍କା ଠକି ନେଇଛନ୍ତି ବୋଲି ମୋଦି କହିଛନ୍ତି। ବିଜେଡି ନେତା ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଚିଟଫଣ୍ଡ ଭଳି ସବୁ ଦୁର୍ନୀତିରେ ସଂପୃକ୍ତ ବୋଲି […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନରେ ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ମାତ୍ର ୨୦ ପ୍ରତିଶତ ମତଦାନ ହୋଇଛି। ପୁରୀରେ ୩୩ ପ୍ରତିଶତ, କଟକରେ ୩୩ ପ୍ରତିଶତ, ଢେଙ୍କାନାଳରେ ୩୩ ପ୍ରତିଶତ, କେନ୍ଦୁଝରରେ ୩୫ ପ୍ରତିଶତ ଏବଂ ସମ୍ବଲପୁରରେ ୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ଭୁବନେଶ୍ୱରରେ ସବୁଠୁ କମ୍ ପୋଲିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।
ମୟୂରଭଞ୍ଜ: କରଞ୍ଜିଆରେ ନିର୍ବାଚନୀ ପ୍ରଚାର କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ। ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ପାଇଁ ରାଜନାଥ ପ୍ରଚାର କରିଛନ୍ତି। ଏଥିସହିତ କରଞ୍ଜିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଦଳୀୟ ନେତାଙ୍କ ପାଇଁ ରାଜନାଥ ଭୋଟ ମାଗିଛନ୍ତି। ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିବା ସହ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନେଇ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିବେ ବୋଲି ରାଜନାଥ କହିଛନ୍ତି। କରଞ୍ଜିଆରେ ପ୍ରଚାର ପରେ ରାଜନାଥ ନୟାଗଡ଼ ଓ କଟକ […]
ଫୁଲବାଣୀ(ତ୍ରିନାଥ ସାହୁ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ଦୁର୍ବୃତ୍ତ ପୋଲିଂ ଗାଡ଼ିକୁ ଟାର୍ଗେଟ କରିଛନ୍ତି। ଫୁଲବାଣୀ ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍ ଯିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ପୋଲିଂ କର୍ମଚାରୀ ଯାଉଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। ପୋଲିଂ ଷ୍ଟାଫ୍ଙ୍କୁ ବାହାରକୁ ଡାକି ଦୁର୍ବୃତ୍ତ ଗାଡ଼ି ଜାଳିଦେଇଛନ୍ତି। ଫଳରେ ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଫିରିଙ୍ଗିଆ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ […]
ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ତଥା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଦୂତୀ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ଦୂତୀ, ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି। ତେବେ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଅଭିଯୋଗର ଯାଞ୍ଚ କରାଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି। ନିର୍ବାଚନ କମିସନଙ୍କ ଆମ୍ବାସଡ଼ର ହୋଇ ଏପରି […]
ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ବାଚନୀ ହିଂସା। ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ କିଛି ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି। ଏଥିରେ ୯ଜଣ ବିଜେପି କର୍ମୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ […]
କଟକ: ଆଜି କଟକରେ ଦୁଇ ବିରୋଧି ଦଳର ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ। ଗତ କାଲି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଆଜି କଟକରେ ରୋଡ୍ ଶୋ’ କରି ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଅମିତ୍ ଶାହ କଟକ ବକ୍ସିବଜାରରୁ ରୋଡ୍ ଶୋ’ ରେ ବାହାରିବେ। ପରେ ତିନିକୋଣିଆ ବଗିଚା, ବାଲୁ ବଜାର ଓ ଶେକ୍ ବଜାର ଆଦି ଅଞ୍ଚଳରେ ବୁଲି ବିଜେପି ପ୍ରାର୍ଥୀଙ୍କ […]
ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ନିର୍ବାଚନମଣ୍ଡଳି ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ମତଦାନ ହେବ। ୫ ଲୋକସଭା କ୍ଷେତ୍ର ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବି ଭେଟ ଗ୍ରହଣ କରାଯିବ। ଭୋଟ୍ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥ୍କୁ ଯାଇଛନ୍ତି। ଏହି ପର୍ଯ୍ୟାୟରେ କିଛି ବୁଥ୍ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି। […]
କେନ୍ଦ୍ରାପଡ଼ା: ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ ଆଳିରେ ରୋଡ ଶୋ’ କରିଛନ୍ତିା ଆଳିର ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ଓ ବୈଜୟନ୍ତ ପଣ୍ଡା ବିଲିକଣାଠାରୁ ରୋଡ଼ ଶୋ’ରେ ବାହାରି ନରେନ୍ଦ୍ରପୁର, ପତ୍ରପୁର, ସାନମଙ୍ଗ, ବାଟିପଡ଼ା, କଳସପୁର ଆଦି ପଞ୍ଚାୟତ ପରିକ୍ରମା କରି ଭୋଟ୍ ପାଇଁ ନିବେଦନ କରୁଛନ୍ତି। ଏହି ରୋଡ ଶୋ’ ରେ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପି ନେତା […]
ଭୁବନେଶ୍ୱର: ଦିନ ଗୋଟିଏ ସୁଦ୍ଧା ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ଭୋଟ୍ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଏଥିରେ ଟିକେ ଏପଟ ସେପଟେ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି, ଆଜି ୫ଟାରେ ମକ୍ ପୋଲ୍ କରାଯାଇଥିଲା। ତାପରେ ସକାଳ ୭ଟାରୁ ମତଦାନ ହୋଇଥିଲା। କେତେକ ଇଭିଏମ୍ରେ ତ୍ରୁଟି ଦେଖା ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକାର କରିଛନ୍ତି। କେତେକ ସ୍ଥାନରେ ଭିଭିପିଏଟିରେ ମଧ୍ୟ ସମସ୍ୟା ଦେଖା […]
ସୋନପୁର: ସୋନପୁର-ବୀରମହାରାଜପୁର ପଣ୍ଡିଆପାଲି ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ବିଜେପିର ପ୍ରଚାର ଗାଡ଼ି ଖସିପଡ଼ିଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ସୁମିତ୍ରା ଜେନାଙ୍କ ପରେ ଆଉ ଜଣେ ମହିଳା ନେତ୍ରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ମୁଖପାତ୍ର ଥିବା ସୋନାଲି ସାହୁ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳୀୟ ନେତୃତ୍ୱର ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ସୋନପୁର(ରବୀନ୍ଦ୍ର ହୋତା): ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି। ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ଯୋଜନା ବଖାଣୁଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲାର କହିଲାଝୁଲି ଓ ସିଆଲି ସଭାରେ ନବୀନ ସମାନ ଭାଷାରେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କାଳିଆ ଟଙ୍କା ଅଟକାଇବାକୁ କେନ୍ଦ୍ର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ କାଳିଆ ଯୋଜନାକୁ […]
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ନନ୍ଦାହାଣ୍ଡିର ପଖନାଗୁଡ଼ା ଗ୍ରାମବାସୀ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଭୋଟ୍ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି। ଗାଁକୁ ଭଲ ରାସ୍ତା ନଥିବାବେଳେ ଉପଯୁକ୍ତ ସ୍ୱାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ବାରମ୍ବାର ଅଭିଯୋଗ ପରେ କେବଳ ସମସ୍ୟାର ସମାଧାନ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ନନ୍ଦାହାଣ୍ଡି […]