ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ମୋ ପୂର୍ବ ସତ୍ୟପାଠରେ ଆୟର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ସଂଲଗ୍ନ କରାଯାଇଥିଲା। ଯେଉଁଥିପାଇଁ ଅଦାଲତ ଏ ସମ୍ପର୍କିତ ମାମଲା ଉପରେ ରହିତାଦେଶ ଜାରି କରିଥିଲେ। ବିଜେଡିରୁ ଗତ ୧୮ବର୍ଷ ଧରି ସାଂସଦ ଥିବାବେଳେ […]
ଭୁବନେଶ୍ୱର: ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ଦଳ ଯେଉଁ ଦାୟିତ୍ୱ ଦେବ ତାହା ସେ ସୂଚାରୁ ରୂପେ ପାଳନ କରିବେ ବୋଲି କହିଛନ୍ତି। ଟିକେଟ୍ ବଣ୍ଟାରେ ଅସନ୍ତୋଷ ପ୍ରକାଶ କରି ଗତ ଗୁରୁବାର ସେ କଂଗ୍ରେସରୁ ଇସ୍ତଫା […]
ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ। ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଉ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ୧୭ ତାରିଖରେ ଅମିତ […]
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାନଚୀ ରାଲି ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି। ଏଥି ସହିତ ସେମାନଙ୍କ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଦିଆଯଆଇଛି। ଭୁବନେଶ୍ୱର(ମଧ୍ୟ)ରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗ କରିଛନ୍ତି। ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ ହୋଇଥିବା କହିଛନ୍ତି। ସେପଟେ ଏହି […]
ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଜେପିର ଚିକିଟି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୮୨ ନମ୍ବର ବୁଥ୍ରେ ତାଙ୍କୁ ମାଡ଼ ମରାଯାଇଥିବା ବିଜେପି ଅଭିଯୋଗ କରିଛି। ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପ ସଭାପତି ସମୀର ମହାନ୍ତି ଏହି ଅଭିଯୋଗ କରିଛନ୍ତି। ଏନେଇ ସମୀର ମହାନ୍ତି କହିଛନ୍ତି,“ ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥ୍ରେ ରିଗିଂ ହୋଇଛି। ୧୮ଟି ବୁଥ୍ରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇନି। କୋରାପୁଟ […]
ଭୁବନେଶ୍ୱର: ସରିଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜର ଦମ୍ଭ ଦେଖାଇବା ଆରମ୍ଭ କରିଦେଇଛନ୍ତି। ସରକାରରେ ଥିବା ବିଜେଡି ପୂର୍ବ ପ୍ରଦର୍ଶନ ଠାରୁ ଆହୁରି ଭଲ କରିବ ବୋଲି କହିଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟ ନିଜ ଦମ୍ଭ ଦେଖାଇଛନ୍ତି। ରାଜ୍ୟରେ ଗଲା ୪ ପାଳି ହେଲା ସରକାର ଗଢ଼ିଥିବା ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ୪ ରୁ ୪ ଲୋକସଭା ଏବଂ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଓ ମିଛ କହିଥିବା ନେଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଣିଥିବା ଅଭିଯୋଗର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,” ମୁଁ କାହାକୁ ଠକିଛି, ବେଇମାନି କରିଛି,ଲୋକଙ୍କ ପାଇଁ କାମ କରିଛି ନା ନାହିଁ ଓ ସେମାନଙ୍କ ସୁଖଦୁଃଖରେ ଠିଆ ହୋଇଛି ନା ନାହିଁ ତାହା କେନ୍ଦ୍ରାପଡ଼ାବାସୀ କହିବେ।” ଅନ୍ୟପକ୍ଷରେ ବିଜୁ ବାବୁଙ୍କ ୫୦ ବର୍ଷର ଘନିଷ୍ଠ ସହଯୋଗୀ ତଥା ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ […]
ବାରିପଦା (ମାଣିକ ଲାଲ ପାଣି): ବିଜେପିରେ ମିଶିଲେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ। ତାଙ୍କ ସହିତ ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଉଭୟଙ୍କୁ ସ୍ୱାଗତ କରାଯାଇଛି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବେ ରାଜ ପରିବାରର ଏହି ଦୁଇ ସଦସ୍ୟ। ପୂର୍ବରୁ ମୟୂରଭଞ୍ଜର ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ କହିଛନ୍ତି,“ମୟୂରଭଞ୍ଜ ପ୍ରଜାଙ୍କ ପାଇଁ […]
ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ୨୫ ପ୍ରତିଶତ, ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ୨୧ ପ୍ରତିଶତ, କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୨୩ ଓ […]
ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କ ପ୍ରିୟଭାଜନ ହୋଇ ପୁଣି ଥରେ ବଜୟୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାପକ ମାତ୍ରାରେ ପ୍ରଚାର ପ୍ରସାର ଚଳାଇଛନ୍ତି। ଏହି ଧାରାରେ ଆଜି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ସାଙ୍ଗକୁ ନିର୍ବାଚନୀ ସଭା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ନବୀନ ସାନଖେମୁଣ୍ଡିର ମୋହନାଳ ବ୍ଲକ ଅଫିସ ପାଖ ପଡ଼ିଆରେ ଓହ୍ଲାଇଥିଲେ। ପରେ ସେଠାରୁ ରୋଡ୍ […]
ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମୋଟ୍ ୧୦୦% ମତଦାତାଙ୍କ ମଧ୍ୟରୁ ୭୩.୭୬% ନିଜର ମତ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଖବର ଅନୁସାରେ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ସର୍ବାଧିକ ୭୮.୮୯ % ରହିଛି। ଏହା ପଛକୁ କଳାହାଣ୍ଡିରେ ୭୫.୮୨%, ବ୍ରହ୍ମପୁରରେ ୬୫.୫୭% ଓ କୋରାପୁଟରେ ୭୪.୭୭% ନାଗରିକ ନିଜର ମତ […]
ଭୁବନେଶ୍ୱର: କେନ୍ଦୁଝର ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବର୍ଷିଛନ୍ତି। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ନିକମା ସରକାର ବୋଲି ଶାହ କହିଛନ୍ତି। ସେ କହିଛନ୍ତି,“୧୯ ବର୍ଷ ଧରି କ୍ଷମତାରେ ଥିବା ସରକାର ରାଜ୍ୟର ବିକାଶ ପାଇଁ କିଛି କରି ନାହାନ୍ତି। ତେବେ ବିଜେପି ସରକାର ଆସିଲେ କେନ୍ଦୁଝର ସମେତ ସାରା ରାଜ୍ୟର ବିକାଶ ହେବ। ଖଣିଜ ସଂପଦ ଭରପୁର କେନ୍ଦୁଝର […]
ପୁରୀ (ମଧୁସୂଦନ ମିଶ୍ର): ଭୋଟରମାନଙ୍କୁ ସଚେତନ କରିବା ପାଇଁ ପୁରୀ ଲାଇଟ୍ ହାଉସ ନିକଟସ୍ଥ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପ୍ରୟାସ କରିଛନ୍ତି। ଏହାର ଥିମ୍ ରହିଛି ‘ଭୋଟ ଫର୍ ବେଟର ଇଣ୍ଡିଆ’। ଭୋଟରମାନେ କୌଣସି ପ୍ରକାରେ ପ୍ରଭାବିତ ନହୋଇ ସଠିକ୍ ମତଦାନ କରିବା ସହ ସୁଦୃଢ ଓ ବିକାଶଶୀଳ ଦେଶ ନିର୍ମାଣରେ ସାହାଯ୍ୟ କରିବାକୁ […]
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଇଭିଏମ୍ରେ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଛି। ଜୟପୁରର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥରେ ୪୫ ମିନିଟ୍ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ୩ଟି ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ଲମତାପୁଟ ହାଇସ୍କୁଲର ୭୭, ହନୁମାଳ […]
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍ରେ ମକ୍ ପୋଲ୍ ହୋଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ବୁଥ୍ରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୫ ହଜାର ୫୧ଟି ବୁଥ୍ରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ଡମି ବାଲଟ୍ ସିଟ୍ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର […]
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି। ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ଏହି ୪ ଲୋକସଭା ଆସନ ହେଉଛି କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର। ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ […]
ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ଏବଂ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱତନ୍ତ୍ର ହେଲକପ୍ଟରେ ଭୁବନେଶ୍ୱରରୁ ଆସି ସାନଖେମୁଣ୍ଡିର ମୋହନାଳ ବ୍ଲକ୍ ଅଫିସ ପାଖ ପଡ଼ିଆରେ ଅବତରଣ କରିବେ। ଏଠାରେ ସେ ଏକ ରୋଡ ଶୋ’ କରିବା ପରେ ପାଟପୁର ସଭାରେ ଉଦବୋଧନ ଦେବେ। ଏହାପରେ ଚୁଡ଼ଙ୍ଗପୁର ଓ ସାହସପୁରରେ ରୋଡ୍ ଶୋ’ କରିବେ। ସେଠାରୁ ଯାଇ ମୁଖ୍ୟମନ୍ତ୍ରୀ ରାଧାଦେଇପୁରରେ […]
ଭୁବନେଶ୍ୱର: କଂଗ୍ରେସରେ ଟିକେଟ୍ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀଙ୍କୁ ଟିକେଟ୍ ମିଳିନି। ଧର୍ମଶାଳାରୁ କଂଗ୍ରେସ ଟିକେଟ୍ ଖଣ୍ଡକ ପାଇଁ ନିରଞ୍ଜନଙ୍କ ଘରେ ବସି ରହିଛନ୍ତି କିଷାନ ପଣ୍ଡା। ଦୁଇ ଦିନ ତଳେ କଂଗ୍ରେସ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇ ଥିଲା। ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ତେବେ ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଏ ପର୍ଯ୍ୟନ୍ତ ଟିକେଟ୍ ମିଳିପାରିନ ଥିବା ଜଣାପଡ଼ିଛି। ଆଜି […]
ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଆଜି ସେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ସୁମିତ୍ରା ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଟିକେଟ୍ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଗତକାଲି ମଧ୍ୟ ସେ ନିରଞ୍ଜନଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ […]
ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ନିର୍ବାଚନକୁ ନେଇ ସାରାଦେଶରେ ଏବେ ରାଜନୀତି ସରଗରମ ରହିଛି। ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀମାନେ ଘନଘନ ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ମାରିଛନ୍ତି। ହେଲେ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢୁଥିବା ସିପିଆଇଏମ୍ଏଲ୍ ରେଡ୍ ଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେଣ୍ଡ୍ରୁକାଙ୍କ ନେଇ ଏବେ ଚାରିଆଡେ ଚର୍ଚ୍ଚା। ନିର୍ବାଚନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାଙ୍କ ପାଖରେ ମାତ୍ର ୬୦ଟଙ୍କା ରହିଛି। ଆଉ ଏବେ ସେ ଖୋଲିଥିବା ନୂଆ ବ୍ୟାଙ୍କ […]
କୁଚିଣ୍ଡା(ଦେବେନ୍ଦ୍ର ବେହେରା): ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟଟର। ଗତକାଲି ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀତମ ଦାସ ଯୋଗ ଦେବାର ଥିଲା। ତେବେ ଏମାନେ ଆସୁଥିବା ହେଲିକପ୍ଟରର ପାଇଲଟ୍ ଦିଗ ନିର୍ଣ୍ଣୟ କରି ନପାରିବାରୁ ସେଠାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ପାଇଲଟ୍ ହେଲିକପ୍ଟଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। […]
ଭୁବନେଶ୍ୱର: ଆଜି କଂଗ୍ରେସ ୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ବଦଳାଇଛି। ବଡ଼ଚଣା ଓ ନିମାପଡ଼ା ଆସନ ଲାଗି ଦଳ ପକ୍ଷରୁ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବଡ଼ଚଣା ପାଇଁ ଅଜୟ ସାମଲ ଏବଂ ନିମାପଡ଼ା ପାଇଁ ଦିଲୀପ ନାୟକଙ୍କୁ ଟିକେଟ୍ ଦେଇଛି କଂଗ୍ରେସ। ଗତକାଲି ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର ଓ ନିମାପଡ଼ାରୁ ସତ୍ୟବ୍ରତ ପାତ୍ର ଟିକେଟ୍ ଫେରାଇ ଦେଇଥିଲେ।
ଭୁବନେଶ୍ୱର: ନିର୍ବାଚନରୁ ଓହରିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଭୁବନେଶ୍ୱର ଉତ୍ତର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନୀ ଚିହ୍ନ ମିଳିବାରେ ବିଳମ୍ବ ହେବାରୁ କମ୍ ସମୟ ମଧ୍ୟରେ ନୂଆ ଚିହ୍ନ ନେଇ ଲୋକଙ୍କ ନିକଟରେ ପହଞ୍ଚି ହେବନାହିଁ ବୋଲି ପ୍ରୀତିନନ୍ଦା କହିଛନ୍ତି। ନୂଆ ଚିହ୍ନରେ ପ୍ରଚାର ପତ୍ର ଛପେଇ ମାତ୍ର ୮ରୁ ୯ ଦିନ ମଧ୍ୟରେ […]
ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି। ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ସାଧାରଣ ସଭାରେ ରାହୁଲଙ୍କ କାର୍ଯ୍ୟକ୍ରମ ଥିଲା। ତେବେ ଏହି କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି। କନ୍ଧମାଳ ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଜୋରସୋର ପ୍ରଚାର ଚାଲିଛି। ଆଜି ରାହୁଲ ଗାନ୍ଧିଙ୍କ ଆସାମ ଏବଂ ବିହାରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ସାଧାରଣ ତଥା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ଆସନ୍ତା ୧୧ ତାରିଖରେ ଭୋଟ୍ ଗ୍ରହଣ ହେବ। ସେଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ଲାଗି ପଡ଼ିଛନ୍ତି। ଆଜି ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ମାତ୍ର କିଛି ଘଣ୍ଟା ରହିଛି। ଅପରାହ୍ନ ୫ଟାରେ ଶେଷ ହେବ ପ୍ରଚାର। ପ୍ରଚାରକୁ ଆଉ ମାତ୍ର କିଛି ଘଣ୍ଟା ରହିଯାଇଥିବାବେଳେ ଭୋଟରକୁ ମନାଇବା ପାଇଁ ସବୁ […]