• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ranpur
ମୁଖ୍ୟମନ୍ତ୍ରୀଙ୍କୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଛନ୍ତି। ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗରେ ଶୋଇ ପ୍ରତିବାଦ ଜଣାଇଥିଲେ। ଫଳରେ ସଂଗଠନର କର୍ମକର୍ତ୍ତାମାନେ ରାସ୍ତାରେ ଶୋଇ ରହି ବିକ୍ଷୋଭ କରିବାରୁ ସେମାନଙ୍କୁ ହଟାଇବାକୁ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା। କୃଷକମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ନବ ନିର୍ମାଣ ସଂଗଠନ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିଲା।

  • Saturday, 10 July 2021
election.
୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ଼(ଦୀପକ ଶର୍ମା): ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ବରଗଡରେ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବରଗଡ ଜିଲ୍ଲାପାଳ ସେମାନଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୩ଜଣ ପ୍ରିଜାଇଡିଂ ଓ ୩ଜଣ ସେକ୍ଟର ଅଫିସର ଅଛନ୍ତି।  ୬୮ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଓ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ  ନିଲମ୍ବିତ କରାଯାଇଛି। ସେହିପରି ୨୩୫ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ  ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, […]

  • Saturday, 10 July 2021
baijyant-panda..
ମହାକାଳପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ଶୋଭାଯାତ୍ରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବତୀଘର ପଞ୍ଚାୟତ ବଡ଼ଟୁବି ଗାଁରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ। ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଲୋକଙ୍କୁ ଭେଟି ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିବା ସହ ବିଜେପିକୁ ଭୋଟ୍ ଦେଇ […]

  • Saturday, 10 July 2021
sambit-patra
‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର: ସମ୍ବିତ ପାତ୍ର

ପୁରୀ(ମଧୁସୂଦନ ମିଶ୍ର): ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ହୋଇଥିବା ମାମଲା ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,  ‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେ ଅଧ୍ୟୟନ କରିବେ। ସେହିପରି ଜଗନ୍ନାଥଙ୍କୁ ଧରି ସେ ପ୍ରଚାର କରି ନ ଥିବା କହିଛନ୍ତି। ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ଗାଡିରେ ‘ଜଗନ୍ନାଥ ଡାକିଛନ୍ତି’ ଲେଖି ମହାପ୍ରଭୁଙ୍କ ନାଁକୁ ବ୍ୟବହାର ଓ ଏଥିସହ ବିଗତ ଦିନ […]

  • Saturday, 10 July 2021
sambalpur
ସମ୍ବଲପୁରରେ ତ୍ରିମୁଖୀ ଲଢ଼େଇ

ସମ୍ବଲପୁର(ସଞ୍ଜୟ ଜେନା): ଆସନ୍ତା ୨୩ ତାରିଖରେ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳର ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ସମ୍ବଲପୁରରେ ବିଜେପିର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡିରୁ ନଳିନୀକାନ୍ତ ପ୍ରଧାନ କଂଗ୍ରେସରୁ ଶରତ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ କଂଗ୍ରେସରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ […]

  • Saturday, 10 July 2021
naveen
‘ଡବଲ ଇଞ୍ଜିନ୍‌’ ସରକାରକୁ ନେଇ ବିଜେପିକୁ ନବୀନଙ୍କ କଟାକ୍ଷ

ଭୁବନେଶ୍ୱର: ‘ଡବଲ ଇଞ୍ଜିନ୍‌’ ସରକାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। କଟକ ବଡ଼ମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନ ବିଜେପିକୁ ସମାଲୋଚନା କରିଥିଲେ। ଡବଲ ଇଞ୍ଜିନ୍‌ କଥା କହୁଥିବା ମୋଦି ସରକାରଙ୍କର ମଧ୍ୟପ୍ରଦେଶ, ଛତିଶଗଡ, ପଞାବ, ରାଜସ୍ଥାନରେ ବିକାଶ କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଥିଲେ। ଆସନ୍ତା ମେ’ ୨୩ ତାରିଖରେ ବିଜେପିର ମେନ୍ ଇଞ୍ଜିନ୍‌ ବି ଲାଇନ୍‌ଚ୍ୟୁତ ହୋଇଯିବ ବୋଲି ନବୀନ କହିଥିଲେ। ଅନ୍ୟପକ୍ଷେ […]

  • Saturday, 10 July 2021
bjp
ଇଭିଏମ୍ ଭଙ୍ଗାରୁଜା ଘଟଣା: ଜେଲ୍ ଗଲେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଗତକାଲି ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନ୍ ଆବେଦନ କରିଥିଲେ। ତେବେ ଜାମିନ୍‌ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଗତକାଲି ମତଦାନ ଚାଲିଥିବା ବେଳେ ସୋରଡ଼ା ନିର୍ବାଚନମଣ୍ଡଳୀର ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ନୀଳମଣି ଇଭିଏମ୍ […]

  • Saturday, 10 July 2021
sorada
ସୋରଡ଼ାରେ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରାଜନୈତିକ ହିଂସାକୁ ନେଇ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାର  ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି। ମୃତକ ହେଲେ ସନ୍ତୋଷ ପତି। ତାଙ୍କ ଘର କଦଳୀଝୋଳା ଗାଁରେ ବୋଲି ଜଣାପଡ଼ିଛି। ନିର୍ବାଚନରେ ଭୋଟ୍ ଦେବାକୁ ନେଇ ଗାଁର କିଛି ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ୍‌ ନିଆଯାଇଥିଲା। […]

  • Saturday, 10 July 2021
vote...
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଦିନ ୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଭୋର୍ ୫ଟାରୁ ମକ୍‌ ପୋଲିଂ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଓ ଭୋଟର ମତଦାନ ଆରମ୍ଭ କରିଥିଲେ କାଁ […]

  • Saturday, 10 July 2021
radharani panda
ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ବ୍ରଜରାଜନଗର: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲ୍‌ଟି ୪ନମ୍ବର ୱାର୍ଡରେ ଆଜି ଏହି  ଆକ୍ରମଣ ହୋଇଛି। ଗଙ୍ଗାନଗରର ଏକ ବୁଥ୍‌କୁ ଯାଇଥିବା ବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିଛି ବିଜେଡି ନେତା ଭୋଟର୍‌ଙ୍କୁ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିଲେ। ତେବେ […]

  • Saturday, 10 July 2021
evm
ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସାଲେପାଲି ଗାଁର ୧୧୮ ନମ୍ବର ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ହେବା ପୂର୍ବରୁ ସମସ୍ତ ଦଳର ଏଜେଣ୍ଟ୍‌ମାନଙ୍କୁ ନେଇ ଏକ ମକ୍ ପୋଲ୍‌ ହୋଇଥିଲା। ତେବେ ଏଥିରେ ଯେଉଁ ବଟମ୍‌ ଚିପିଲେ ବି ଶଙ୍ଖ ଚିହ୍ନକୁ ଭୋଟ୍‌  ଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଇଭିଏମ୍‌ ପରିବର୍ତ୍ତନ […]

  • Saturday, 10 July 2021
representational image
ଭୋଟ୍‌ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର-୧୮୩ରେ ଜଣେ ବୃଦ୍ଧ ଭୋଟ୍ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନଟବର ବେହେରା। ତାଙ୍କ ଘର କଂସାମାରି ଗାଁରେ। ତାଙ୍କୁ ୯୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ନଟବର ଏକ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ମୃତ୍ୟୁ କିପରି ହେଲା ସେ ନେଇ କୌଣସି ସୂଚନା ମିଳିପାରି ନ ଥିବାବେଳେ ଅତ୍ୟଧିକ ଗରମ […]

  • Saturday, 10 July 2021
murder
ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ପୁଣି ନିର୍ବାଚନୀ ହିଂସା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଗଝୋଳ ଗାଁର ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସଦାଶିବ ପ୍ରଧାନ। ସଦାଶିବଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଗଝୋଳ ଗାଁରେ ଉତ୍ତେଜନା ଦେଖା ଦେଇଛି। ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ […]

  • Saturday, 10 July 2021
election-1
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନମ୍ବର ବୁଥ୍‌ରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ଜଣାପଡ଼ିଛି। ଫଳରେ ଭୋଟରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ଫୁଲ‍ବାଣୀର ବୁଥ୍ […]

  • Saturday, 10 July 2021
election
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୫ଟି ଲୋକସଭା ଆସନ ହେଲା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। […]

  • Saturday, 10 July 2021
cm
ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ ପ୍ରଚାର

ବରଗଡ଼(ଦୀପକ ଶର୍ମା): ଆସନ୍ତା ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବରଗଡ଼ରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ବରଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ୍‌ ମାଗିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ  କାଳିଆ ଯୋଜନା ଓ […]

  • Saturday, 10 July 2021
pm-modi..
ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି

ସମ୍ବଲପୁର(ସଞ୍ଜୟ ଜେନା): ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ଚାଷୀ, ଚିଟ୍‌ଫଣ୍ଡ, ଖଣି, ଜାତୀୟ ଖାଦ୍ୟ ଯୋଜନାରେ ଚାଉଳ ଓ ଧାନର ଏମ୍ଏସ୍‌ପି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଟାର୍ଗେଟ କରିଥିଲେ। ପିସି ଓ ଚିଟ୍‌ଫଣ୍ଡ ପ୍ରସଙ୍ଗ ନେଇ […]

  • Saturday, 10 July 2021
pm-modi-...
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସମ୍ବଲପୁର ଯାଇ ସେଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଅପରାହ୍ଣରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ […]

  • Saturday, 10 July 2021
election-campaign
ପ୍ରଚାର ଅଭିଯାନରେ ସାମିଲ ହେଲେ ଅଭିନେତା ରାଇମୋହନ

ସୁନ୍ଦରଗଡ଼(ବିଜୟ ବରୁଆ):  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଓଲିଉଡ୍‌ ଅଭିନେତା ରାଇମୋହନ ପରିଡ଼ା ସୁନ୍ଦରଗଡ଼ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ ପାଇଁ ରୋଡ୍‌ ଶୋ’ କରି ପ୍ରଚାର କରିଛନ୍ତି। ସୁନୀତା ଓ ଯୋଗେଶ ପଞ୍ଚମୁଖି ହନୁମାନ ମନ୍ଦିରରୁ […]

  • Saturday, 10 July 2021
congress
କଂଗ୍ରେସରେ ମିଶିଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଜେଡିର ନେତା ଓ କର୍ମୀ। ଭୁବନେଶ୍ୱର ସ୍ଥିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତିଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବ୍ଲକ୍ ଉପ-ସଭାପତି ଆନନ୍ଦ ଓଝା, ବିଜୁ ଯୁବବାହିନୀ ସଦସ୍ୟ ତଥା ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସମୟରେ ବିଜୁ ଜନତା ଦଳରେ ଜାରି ରହିଥିବା କାର୍ଯ୍ୟକ୍ରମରେ ଅତିଷ୍ଠ ହୋଇ ଏହି ପଦକ୍ଷେପ ନେଇଥିବା ନେତାମାନେ […]

  • Saturday, 10 July 2021
2nd-phase-election
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ପାଇଁ ଆଜି ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ଏହି ଲୋକସଭା କ୍ଷେତ୍ରରେ ଥିବା ୩୫ଟି ବିଧାନସଭା ନିର୍ବାଚନ […]

  • Saturday, 10 July 2021
pm-modi.
ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଅପରାହ୍ଣରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ମୋଦି ସମ୍ବଲପୁରରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦି ସକାଳ ସାଢ଼େ ୧୦ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ସମ୍ବଲପୁର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଅପରାହ୍ଣ ସାଢ଼େ ୫ଟାରେ ମୋଦି ଭୁବନେଶ୍ୱର ବିମାନ […]

  • Saturday, 10 July 2021
cm-naveen-patnaik
ବରଗଡ଼ରେ ଚାଷୀ କାର୍ଡ ଖେଳିଲେ ନବୀନ

ବରଗଡ଼: ଆସନ୍ତା ଏପ୍ରିଲ ୧୮ରେ  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବରଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ଏମ୍‌ଏସ୍‌ପି କଥା ଉଠାଇଛନ୍ତି। ଅତାବିରା ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଧାନର ଏମ୍‌ଏସ୍‌ପି ୨ ଗୁଣ କରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ଆମେ ଅପେକ୍ଷା କଲୁ, କିନ୍ତୁ କିଛି ହେଲାନି। ବିଧାନସଭା ଗୃହ କମିଟି ଗଠନ କରି ଦାବି ଜଣାଇବାକୁ ଦିଲ୍ଲୀ ଯିବାକୁ ନିଷ୍ପତ୍ତି […]

  • Saturday, 10 July 2021
up cm
ବିଜେଡି ସରକାର ବିଭିନ୍ନ ଭ୍ରଷ୍ଟାଚାରରେ ଲିପ୍ତ ରହିଛି: ଯୋଗୀ ଆଦିତ୍ୟନାଥ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଆଜି ବିଜେପି ପାଇଁ ପ୍ରଚାର ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଡବଲ ଇଞ୍ଜିନ ମନ୍ତ୍ର ଫୁଙ୍କିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବା ସହ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସେ କହିଛନ୍ତି, ଓଡ଼ିଶାରେ କ୍ଷମତାସୀନ ସରକାର ବିଭିନ୍ନ ଭ୍ରଷ୍ଟାଚାରରେ ଲିପ୍ତ ରହିଛି। ଚିଟ୍‌ଫଣ୍ଡ ଠାରୁ ଆରମ୍ଭ କରି ଟଏଲେଟ୍‌ ଦୁର୍ନୀତି ପର୍ଯ୍ୟନ୍ତ ସବୁଥିରେ […]

  • Saturday, 10 July 2021
naveen-patnaik.
ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଭଳି ହିଂସାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ୱିଟ୍‌ କରି କହିଛନ୍ତି। ଏଥିସହ ନିର୍ବାଚନ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ୍‌କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ […]

  • Saturday, 10 July 2021