• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

vote
ଭୋଟ୍‌ ବର୍ଜନ କଲେ ୩ଟି ଗାଁର ୪୫୦ରୁ ଅଧିକ ମତଦାତା

ଉଦଳା(ମାନସ ପାଣି): ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀ କୁଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ବାଲମା, ତଳବାଲମା ଏବଂ ମାଡକାମବିର ଗାଁର ୪୫୦ରୁ ଅଧିକ ଲୋକ ଭୋଟ୍‌ ବର୍ଜନ କରିଛନ୍ତି। ଏହି ଗାଁକୁ ଯିବାକୁ ହେଲେ ଦେଓ ନଦୀ ପାର ହେବାକୁ ପଡ଼ିଥାଏ। ହେଲେ ନଦୀ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ ନିର୍ମାଣ କରାଯାଇନାହିଁ। ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ପୋଲ […]

  • Saturday, 10 July 2021
vote
ଭୋଟ୍‌ ଦେଇ ନପାରି ନିରାଶ ହେଲେ ଦିବ୍ୟାଙ୍ଗ ଭୋଟର

ଯାଜପୁର(ଅଭୟ ପତି): ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭୋଟ୍‌ ଆଉ କେହି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଲୋକସଭା କ୍ଷେତ୍ରର ୫୯ ନମ୍ବର ବୁଥ୍‌ରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ଦିବ୍ୟାଙ୍ଗ ଭୋଟର ଭୋଟ୍‌ ଦେବା ନିମନ୍ତେ କାଲି ବୁଥ୍‌କୁ ଯାଇଥିଲେ।  ବୁଥ୍‌ରେ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯିବା ପରେ ଭୋଟିଂ ମେସିନ ନିକଟକୁ ତାଙ୍କୁ ନେଇଯିବା ନିମନ୍ତେ ଦାୟିତ୍ୱରେ […]

  • Saturday, 10 July 2021
vote
ଦାବି ପୂରଣ ହୋଇନଥିବାରୁ ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ବାରିପଦା/ଯାଜପୁର: କାମ ନାହିଁ ତ ଭୋଟ୍‌ ନାହିଁ। ନିର୍ବାଚନ ବେଳ ପାଖେଇ ଆସିଲା ଭୋଟରଙ୍କ କଥା ରାଜନେତାଙ୍କର ମନେ ପଡ଼ିଥାଏ। ଖାଲି ଏତିକି ନୁହେଁ ଭୋଟ୍‌ ହାତେଇବାକୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି କହିବା ସହ ରାଗରେ ବିଭିନ୍ନ ସ୍ଥାନରେ ଲୋକମାନେ ଭୋଟ୍‌ ବର୍ଜନ କରିଛନ୍ତି। ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନ ଚାଲି ଥିବାବେଳେ ଦାବି ପୂରଣ ହୋଇନଥିବାରୁ […]

  • Saturday, 10 July 2021
vote
ଭୋଟରଙ୍କୁ ପ୍ରଭାବିତ କରି ଫସିଗଲେ ଦୁଇ ପୋଲିଂ କର୍ମଚାରୀ

ଯାଜପୁର: ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍‌ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ଏଦୁହେଁ […]

  • Saturday, 10 July 2021
threaten
ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ- ଯାହାର ଖାଇଛ ତାକୁ ଭୋଟ୍‌ ଦେବ, ନହେଲେ...

ଜଗତସିଂହପୁର: ମତଦାନ କେନ୍ଦ୍ରରେ ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ। ‘‘ଯାହାର ଖାଇଛ ତାକୁ ଭୋଟ୍‌ ଦେବ। ବେଇମାନି କରିବନି। ବେଇମାନି କଲେ ତମର ସବୁ ଲୋନ୍‌ କାଟି ଦେବି।” ଭୋଟ୍‌ ଦେବା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ମହିଳାଙ୍କୁ ଅନ୍ୟ ଜଣେ ମହିଳା ଏଭଳି କହୁଥିବାର ଭିଡିଓ ଆଜି ଭାଇରାଲ୍ ହୋଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ୧୬୯ ନମ୍ବର ବୁଥରୁ ଏହି ଭିଡିଓ ଆସିଛି। ଆଜି ଏଠାରେ ମତଦାନ ଚାଲିଥିବା ବେଳେ ଏଭଳି ଘଟଣା […]

  • Saturday, 10 July 2021
violence
ମାହାଙ୍ଗାରେ ବିଜେଡିର ଗୁଣ୍ଡାରାଜ୍‌; ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାହାଙ୍ଗାରେ ବିଜେଡିର ଗୁଣ୍ଡାରାଜ୍‌। ସୁକରପଡ଼ା ବୁଥ୍‌ରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କ ଦଳର କର୍ମୀଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୈଜୟନ୍ତ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଏପରିକି ବିଜେଡି କର୍ମୀମାନେ ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ମାହାଙ୍ଗା ସୁକରପଡ଼ା ବୁଥ୍‌ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ: ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ […]

  • Saturday, 10 July 2021
attack on bjp polling agent
ଭୋଟ୍‌ ବେଳେ ବିଜେଡିର ଗୁଣ୍ଡାରାଜ୍‌; ବିଜେପି ପୋଲିଂ ଏଜେଣ୍ଟଙ୍କ ଉପରେ ଆକ୍ରମଣ ଅଭିଯୋଗ

ବାଲେଶ୍ୱର/ଯାଜପୁର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ମତଦାନ ଚାଲିଥିବା ବେଳେ କେଉଁଠି ଇଭିଏମ୍‌ରେ ତ୍ରୁଟି ତ ଆଉ କେଉଁଠି ଇଭିଏମ୍‌ ଅଚଳ ନେଇ ଖବର ଆସୁଛି। ତେବେ ଏ ସବୁ ଘଟଣା ଭିତରେ ରାଜ୍ୟର ୨ଟି ସ୍ଥାନରେ ବିଜେପି ଏଜେଣ୍ଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବିଜେପି ପୋଲିଂ ଏଜେଣ୍ଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭୋଗରାଇ […]

  • Saturday, 10 July 2021
election
ବୁଥ୍ ବୁଲି ଦେଖିଲେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି। ଅନ୍ୟପକ୍ଷେ, ହାଇପ୍ରୋଫାଇଲ୍‌ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ଜାରି ରହିଛି। ଏହି ସମୟରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଭିନ୍ନ ବୁଥ୍ ବୁଲି ଦେଖିଛନ୍ତି। ସେ ସାଲେପୁର ନିର୍ବାଚନ ମଣ୍ଡଳୀର ୩୬ନମ୍ବର ବୁଥ୍ ଟାଙ୍ଗୀ ବିଦ୍ୟାପୀଠକୁ […]

  • Saturday, 10 July 2021
block chairperson husband
ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଟଙ୍କା ବଣ୍ଟା ଯିବା ନେଇ ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ ଗୁଣୁପୁର ଗାଁରେ ଟଙ୍କା ବାଣ୍ଟୁଥିବା ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏପରିକି ଟଙ୍କା ବଣ୍ଟା ବେଳେ ଏହି ଘଟଣାକୁ ନେଇ ଗାଁ ଲୋକେ ବିରୋଧ କରିବା ସେଠାରେ ପ୍ରବଳ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଯାହାକି ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ବ୍ଲକ୍‌ ଅଧ୍ୟକ୍ଷ ଜ୍ୟୋର୍ତିମୟୀ ବେହେରାଙ୍କ ସ୍ୱାମୀ […]

  • Saturday, 10 July 2021
voting
ଆଳିରେ ବୁଥ୍‌ ରିଗିଂ ଅଭିଯୋଗ; ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି। ତେବେ କେନ୍ଦ୍ରାପଡ଼ା ଆଳିରେ ବୁଥ୍ ରିଗିଂ ନେଇ ଅଭିଯୋଗ ହୋଇଛି। ସିଙ୍ଗିର ବଜାର ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍‌ରେ ଜଣେ ବ୍ୟକ୍ତି ଭୋଟରଙ୍କୁ ପ୍ରଭାବିତ କରିବା ସହ […]

  • Saturday, 10 July 2021
election
କେଉଁଠି ଇଭିଏମ୍‌ ଅଚଳ ତ ଆଉ କେଉଁଠି ତ୍ରୁଟି

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି। ତେବେ କିଛି ବୁଥ୍‌ରେ ଇଭିଏମ୍ ଅଚଳ ହୋଇପଡ଼ିବାରୁ ମତଦାନରେ ବିଳମ୍ବ ହୋଇଛି। ସେହିପରି କିଛି ବୁଥ୍‌ରେ ଇଭିଏମ୍ ଓ ଭିଭିପାଟ୍‌ରେ ତ୍ରୁଟି ଯୋଗୁ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। […]

  • Saturday, 10 July 2021
election
ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ, କେନ୍ଦ୍ରାପଡ଼ା ‌ଉପରେ ନଜର

ଭୁବନେଶ୍ୱର: ୧୯ ମହାଯୁଦ୍ଧର ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ହେଲେ ସାରା ଓଡ଼ିଶାବାସୀଙ୍କ ନଜର କେନ୍ଦ୍ରାପଡ଼ା ଉପରେ। କାହିଁକି ନା ଏଠିକାର ଲଢ଼େଇ ସମ୍ମାନ ଓ ସ୍ୱାଭିମାନ ଲଢ଼େଇରେ ପରିଣତ ହୋଇଯାଇଛି। ମଇଦାନରେ କଂଗ୍ରେସ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି-ବିଜେଡି ଭିତରେ ଲାଗିଥିବା ଛକାପଞ୍ଝା କେନ୍ଦ୍ରାପଡ଼ା ଭୋଟ୍‌କୁ ଚର୍ଚ୍ଚିତ କରି ଦେଇଛି। ତେବେ ମତଦାନ ବେଳେ ରିଗିଂ ଓ ବିଶୃଙ୍ଖଳା […]

  • Saturday, 10 July 2021
election
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି। ସକାଳ ସାଢ଼େ ୫ଟାରେ ବିଭିନ୍ନ ବୁଥ୍‌ରେ ମକ୍ ପୋଲ ହୋଇଥିଲା।  ଏହାପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।  ୬ଟି ଲୋକସଭା ଆସନ ପାଇଁ ୫୨ଜଣ ଓ ୪୧ଟି […]

  • Saturday, 10 July 2021
adr
କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ସବୁଠୁ ଧନୀ, ଦ୍ୱିତୀୟରେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ମୋଟ ସମ୍ପତ୍ତି, ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ତଥ୍ୟକୁ ନେଇ ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସବୁ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ ରହିଛି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ମୋଟ ୧୧୩୭ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୧୨୧ ପ୍ରାର୍ଥୀଙ୍କ […]

  • Saturday, 10 July 2021
bjd mla
ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ

ଭୁବନେଶ୍ୱର: ନିଆଳିର ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ। ଗତକାଲି ରାତିରେ ପ୍ରମୋଦ କସର୍ଦା ଭାଲିଆକଣକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଜୋର୍‌ଦାର୍‌ ବିରୋଧ କରିଥିଲେ। ଏପରିକି ସେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ ଯାହା ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଗତ ୧୦ ବର୍ଷ ଧରି ବିଧାୟକ କେଉଁଠି ଥିଲେ ଓ ନିଆଳି ପାଇଁ କ’ଣ କରିଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ ପ୍ରଶ୍ନ କରିଥିଲେ। ନିଆଳି ବିଧାନସଭା […]

  • Saturday, 10 July 2021
polling-officer
୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସୁପାରିସ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍‌ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା। ଗତ ୨୩ ତାରିଖରେ ଏଠାରେ ହୋଇଥିବା ନିର୍ବାଚନ ବେଳେ ଭୋଳ ନୂଆଁ ଗାଁର ୟୁଜିଏମ୍ଇ ସ୍କୁଲରେ ହୋଇଥିବା ୧୭୧ ନମ୍ବର ବୁଥ୍‌ରେ ଉଭୟ ଅଧିକାରୀଙ୍କ ଡ୍ୟୁଟି ପଡ଼ିଥିଲା। ହେଲେ ଜଣେ ଭୋଟରଙ୍କୁ ଦୁଇ ଅଧିକାରୀ ପ୍ରଭାବିତ […]

  • Saturday, 10 July 2021
kendrapara
କେନ୍ଦ୍ରାପଡ଼ାରେ ପୋଷ୍ଟାଲ ବାଲାଟ୍‌ କେଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଷ୍ଟାଲ ବାଲାଟ୍‌ ମିଳିବାରେ ସମସ୍ୟା ଦେଖା ଦେଇଛି।  ଏଥିଯୋଗୁଁ କେନ୍ଦ୍ରାପଡ଼ାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଭୋଟ୍‌ ଦେଇ ପାରୁନାହାନ୍ତି। ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ଦେବାକୁ ଥିଲେ ବି ଭୋଟ୍‌ ଦେଇ ପାରୁନାହାନ୍ତି କର୍ମଚାରୀ। ଇଭିଏମ୍ ବିତରଣ କେନ୍ଦ୍ରରେ କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍‌ ମିଳୁ ନ ଥିବା ଅଭିଯୋଗ ହୋଇଛି।  ପୋଷ୍ଟାଲ ବାଲାଟ୍‌ ମାଗିଲେ କର୍ମଚାରୀଙ୍କୁ ଗାଳି ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ ପୋଷ୍ଟାଲ ବାଲାଟ୍‌ ନ ମିଳିବାରୁ ବିତରଣ କେନ୍ଦ୍ରରେ କର୍ମଚାରୀମାନେ ଧାରଣାରେ […]

  • Saturday, 10 July 2021
naveen patnaik
କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର। ଦୁଇ ଦିନ ହେବ କେନ୍ଦ୍ରାପଡ଼ାରେ ରହି ନବୀନ କ୍ୟାମ୍ପେନିଂ କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ରୋଡ୍ ଶୋ’ କରିଥିଲେ। ଏହାପରେ ଆଜି ସେ ପୁଣି ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମେ ପଟ୍ଟାମୁଣ୍ଡାଇର ତିନିମୁହାଣିରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ।  ଏହି ରୋଡ୍ ଶୋ’ ଆଳିରେ ପହଞ୍ଚିବା ପରେ  ଆଳିରୁ ରାଜକନିକା, ଓଳାବର ଯାଏ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସାଲେପୁର ନିର୍ବାଚନମଣ୍ଡଳୀର ହରିପୁରରୁ ସାଫା, ଗୌଡ ଗାଁ, ବରପଦା, […]

  • Saturday, 10 July 2021
election campaign
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେଭିୱେଟ୍‌ଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାସୁଦେବପୁର ବିଧାନସଭା କ୍ଷେତ୍ର ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।  ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପୀରହାଟରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶରେ ମଧ୍ୟ ସେ […]

  • Saturday, 10 July 2021
election
ଷ୍ଟ୍ରଙ୍ଗ ରୁମ୍ ସାମ୍‌ନାରୁ ସନ୍ଦିଗ୍ଧଙ୍କୁ ଧରିଲେ ବିଜେପି କର୍ମୀ

କେନ୍ଦୁଝର: ନିର୍ବାଚନ ପରେ ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ସାମ୍‌ନାରୁ ଜଣେ ସନ୍ଦିଗ୍ଧ ଧରାପଡ଼ିଛି। କେନ୍ଦୁଝର ଜିଲ୍ଲାର ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂରେ ହୋଇଥିବା ଏକ ଷ୍ଟ୍ରଙ୍ଗ ରୁମ୍ ସାମ୍‌ନାରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀ ଧରିଛନ୍ତି। ଗୋଟିଏ କାର୍‌ ସହ ସନ୍ଦିଗ୍ଧ ଯୁବକଙ୍କୁ ଧରି ବିଜେପି କର୍ମୀ ଟାଉନ୍ ଥାନା ପୁଲିସ୍‌ର ଜିମା ଦେଇଛନ୍ତି। ତେବେ ଧରାପଡ଼ିଥିବା ଯୁବକ ସଫ୍ଟୱେୟାର୍‌ ଇଞ୍ଜିନିୟର ବୋଲି ଜଣାଫଡ଼ିଛି। ଅନ୍ୟପକ୍ଷେ, ଷ୍ଟ୍ରଙ୍ଗରୁମ୍ ସାମ୍‌ନାରୁ ଆଉ ୨ ଯୁବକ ଫେରାର ହୋଇଯାଇଥିବା […]

  • Saturday, 10 July 2021
bjd
ହଟହଟା ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କଟିସାହିରେ ଭୋଗରାଇର ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଘେରି ଯାଇଥିଲେ। ଗତ ୫ ବର୍ଷ ଭିତରେ ଅଞ୍ଚଳର ବିକାଶ ପାଇଁ ଏବଂ ମୌଳିକ ସୁବିଧା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଅନନ୍ତ ଦାସଙ୍କୁ ପ୍ରଶ୍ନ କରିଥିଲେ ଲୋକେ। ତା’ସହ  ଘେରିଯାଇ ପ୍ରଚାର […]

  • Saturday, 10 July 2021
bjp
‘ବିଚଳିତ ହେଲାଣି ବିଜେଡି’

ଭୁବନେଶ୍ୱର: ବିଚଳିତ ହେଲାଣି ବିଜେଡି। କେନ୍ଦ୍ରାପଡ଼ାରେ କାହିଁକି ଦଳର ମୁଖିଆ ୨ଦିନ ପ୍ରଚାରରେ ଆସି କାହିଁକି ପଡି ରହୁଛନ୍ତି। ତା’ସହ ଗଣ୍ଡା ଗଣ୍ଡା ନେତା ଓ ମନ୍ତ୍ରୀ କେନ୍ଦ୍ରାପଡ଼ାରେ କାହିଁକି ଡେରା ପକାଇଛନ୍ତି ବୋଲି  ଓଟିଭିକୁ ସାକ୍ଷାତକାର ଦେଇ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେ ଗୁଜବ କରୁଥିବା ନେଇ ନବୀନଙ୍କ ଆରୋପର କଡ଼ା ଜବାବ ବୈଜୟନ୍ତ […]

  • Saturday, 10 July 2021
election
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରିବ। ତେବେ ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେବେ। ଏହାପରେ […]

  • Saturday, 10 July 2021
union minister
ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିବୁ: ଧର୍ମେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱରରେ ରୋଡ୍ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ଏଥର ବିଜେଡି ପୁଣି ସରକାର ଗଠନ କରିବ ଓ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ନବୀନ ଦେଇଥିବା ବୟାନ ଉପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ‘ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହେବ ଓ ବିଜେପି ନୂଆ ସରକାର ଗଠନ କରିବ। ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ ଏବଂ […]

  • Saturday, 10 July 2021
bjp
ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଫେରାଦ ହୋଇଛନ୍ତି। ୩ ଜଣ ବରିଷ୍ଠ ଅଫିସରଙ୍କ ନାଁରେ ସିଇଓଙ୍କ ଠାରେ ବିଜେପି ଅଭିଯୋଗ କରିଛି। ଭି. କେ. ପାଣ୍ଡିଆନ, ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି। ୩ ଜଣ ଅଫିସର୍ ଜଣେ ଫିଲ୍ମ ନିର୍ମାତାଙ୍କ ସହ ଏକ ହୋଟେଲ୍‌ରେ ଏକାଠି ହେଉଛନ୍ତି। […]

  • Saturday, 10 July 2021