କୋରାପୁଟ( ସୂର୍ଯ୍ୟ ପଣ୍ଡା) : ଆନ୍ଧ୍ର ପ୍ରଦେଶକୁ ଯାଇ ଭୋଟ ଦେଲେ ଓଡିଶା ଲୋକେ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଗାଁ ଲୋକେ ଆନ୍ଧ୍ରକୁ ଯାଇ ଦେଇଛନ୍ତି ଭୋଟ୍। ନେରେଡିବାଲାସଠା ଓ ଏହାର ଆଖପାଖର ଅନେକ ଗାଁ ପାଇଁ ଆନ୍ଧ୍ର ସରକାର ତରଫରୁ ୨ଟି ବୁଥ ଖୋଲାଯାଇଥିଲା ।ଏହି ସବୁ ଗାଁ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବୁଥ ବହୁ ଦୂର ହେଉଥିବାରୁ ଆନ୍ଧ୍ର ଯାଇ ଭୋଟ ଦେଇଛନ୍ତି ଗ୍ରାମବାସୀ।
ମାଲକାନଗିରି (ଜିତେନ୍ଦ୍ର ବେଉରା) : ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। […]
ଭୁବନେଶ୍ୱର : ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର ଭିତରକୁ ଯାଇ ଆଇନ୍ଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଥିଲେ। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ […]
ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କେନ୍ଦୁଝର ମେଡିକାଲ୍ କଲେଜ ପଡ଼ିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଏପ୍ରିଲ୍ ୧୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବଡ଼ମ୍ବା ଓ ଢେଙ୍କନାଳରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଶାହ ଏପ୍ରିଲ୍ ୯ ତାରିଖରେ ଓଡ଼ିଶା ଗସ୍ତରେ […]
ଭୁବନେଶ୍ୱର : ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ। ୧୯ ନିର୍ବାଚନ ପାଇଁ ଆସନ୍ତାକାଲି ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ କେତେକ ହେଭିୱେଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ନବରଙ୍ଗପୁରରେ ଭାଗ୍ୟ ପରଖିବାକୁ ଯାଉଛନ୍ତି ୩ ମାଝୀ। ସେମାନେ ହେଲେ ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେଡିର ରମେଶ ଚନ୍ଦ୍ର ମାଝୀ। ସେହିପରି କଳାହାଣ୍ଡିରେ ବିଜେପି ରାଜ୍ୟ […]
ନୂଆଦିଲ୍ଲୀ : ପୁଣି ବଲିଉଡ ମୁଭି ‘ପିଏମ୍ ନରେନ୍ଦ୍ର ମୋଦି’କୁ ଝଟକା। ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହିଁ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନର। ଏହା ଫଳରେ ଆସନ୍ତାକାଲି ରିଲିଜ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦି ହଲ୍ରେ ପ୍ରଦର୍ଶିତ ହେବନାହିଁ। ସେହିଭଳି ଏନଟିଆର ଲକ୍ଷ୍ମୀ, ଉଦ୍ୟମ ସିମହାର ରିଲିଜ୍ ଉପରେ ବି କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର। ଆଚରଣ ବିଧି ଉଲ୍ଲଂଘନ ସହ ଜନମତକୁ ଏସବୁ ଫିଲ୍ମ […]
ଭୁବନେଶ୍ୱର : ନିର୍ବାଚନୀ ଇସ୍ତାହାରକୁ ନେଇ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ଦାଏର କରାଯାଇଛି। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିଜେଡିର ନିର୍ବାଚନୀ ଇସ୍ତାହାରରେ ସରକାରୀ ଲୋଗୋର ଦୁରୁପଯୋଗ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଲୋଗୋ କିଭଳି ରଖାଯାଇଛି ସେନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି […]
କଟକ : ଭୁବନେଶ୍ୱର ଓ କଟକର ଦୂରତ୍ୱ କମାଇବା ପାଇଁ ନିର୍ମାଣ ହୋଇଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବ୍ରିଜ୍ (ତ୍ରିଶୁଳିଆ ବ୍ରିଜ)। ଦୁଇ ସହର ଭିତରେ ଦୂରତା କମିଲା। ହେଲେ ନିର୍ବାଚନୀ ଋତୁରେ ବ୍ରିଜ ନିର୍ମାଣର ଶ୍ରେୟ ନେବା ପାଇଁ ଚାଲିଛି ଲଢ଼େଇ। ତ୍ରିଶୁଳିଆ ବ୍ରିଜ ନିର୍ମାଣକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୀତି। ବିଜେପି ପ୍ରାର୍ଥୀ ସମୀର ଦେ କହିଛନ୍ତି, ୨୦୦୩ ମସିହାରେ ସେ ମନ୍ତ୍ରୀ ଥିବା ବେଳେ ଏହାର ଡିପିଆର ପ୍ରସ୍ତୁତ କରିଥିଲେ। […]
ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍ ଜଳଜଡ ଗାଁରେ ତାତିଲେ ଲୋକେ। ଗାଁକୁ ପାନୀୟ ଜଳ ଯୋଗାଣ ନହେଲେ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ। ଏନେଇ ଗାଁର ଶତାଧିକ ମହିଳା ପୁରୁଷ ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ନାରାବାଜି ଦେଇଥିଲେ। ଜଳଯୋଗାଣ ନହେଲେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଭୋଟକୁ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି ଗ୍ରାମବାସୀ।
ବୌଦ୍ଧ (ଭର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନମଣ୍ଡଳୀ ବୁଢିପଦରରେ ବିଜେପିର ସଂକଳ୍ପ ସମାବେଶ। ବୁଢିପଦର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାରେ ଥିବା ସମସ୍ୟାର ସମାଧାନ କରାଯିବ ସହ ଗୁରୁଜୀମୁଣ୍ଡା ଜଳ ପ୍ରକଳ୍ପ, ବୌଦ୍ଧରେ ସରକାରୀ କଲେଜ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିବେ ବୋଲି କହିଥିଲେ। ବୌଦ୍ଧରେ ଆୟୋଜିତ ସଭାରେ କନ୍ଧମାଳରେ ବିଜେପି ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବୌଦ୍ଧ ବିଧାନସଭା […]
କେନ୍ଦ୍ରାପଡ଼ା : ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଧ୍ୟକ୍ଷ ସରୋଜ ସାହୁ। ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି, ବେଦ ପ୍ରକାଶ ଅଗ୍ରୱାଲଙ୍କ ଅପାରଗତା ଓ ମନମାନି ଯୋଗୁ ଦୀର୍ଘ ଦିନ ହେଲା ଡେରାବିଶ ବ୍ଲକ୍ରେ […]
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି। ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଲୋକସଭା ଆସନ ପାଇଁ ମଇଦାନରେ ଅଛନ୍ତି ୨୮ ଜଣ ପ୍ରାର୍ଥୀ। ସେହିପରି ଏସବୁ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯୧। […]
ଭୁବନେଶ୍ୱର : ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ସେ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ପାଳନ କରିବେ ଓ କୌଣସି ପ୍ରଲୋଭନରେ ସେ ବିଜେଡିରେ ଯୋଗ ଦେଇନାହାନ୍ତି ବୋଲି କହିଛନ୍ତି। […]
ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ପିସିସି ସଭାପତିଙ୍କ ବିରୋଧରେ ସୁମିତ୍ରାଙ୍କ ସଙ୍ଗୀନ ଅଭିଯୋଗ। ନିରଞ୍ଜନ ଟଙ୍କା ନେଇ ମଦ ବେପାରୀଙ୍କୁ ଟିକେଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ମହିଳା କଂଗ୍ରେସର ତାଲିକା ଦେଖି ନୁହେଁ ବରଂ ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ ଟିକେଟ ଦେଇଥିବା ଅଭିଯୋଗ ବାଢ଼ିଛନ୍ତି ସୁମିତ୍ରା। ତାସହିତ ତାଙ୍କ ଉପରେ କଂଗ୍ରେସ୍ ଭବନରେ ଯେଉଁମାନେ ଆକ୍ରମଣ କରିଥିଲେ, କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟା ସେମାନଙ୍କୁ ଟିକେଟ ଦିଆଗଲା ସୁମିତ୍ରା ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ […]
ଭୁବନେଶ୍ୱର : କେଉଁ ନିର୍ବାଚନ ମଣ୍ଡଳୀର କେଉଁ ମତଦାନ କେନ୍ଦ୍ରରେ ପଡିଛି ଡ୍ୟୁଟି। କାହା ପାଖରୁ ସଂଗ୍ରହ କରିବାକୁ ହେବ ଇଭିଏମ୍ ଓ ଭିଭିପାଟ୍ ମେସିନ୍। ସେ ସୂଚନା ପାଇଁ ଲିଷ୍ଟରେ ନାଁ ଚେକ୍ କରୁଛନ୍ତି ପୋଲିଂ ଅଫିସର। ବ୍ରହ୍ମପୁର ଆଇଟିଆଇ ପଡ଼ିଆରେ ଆଜି ଦିନ ତମାମ ଏଥିପାଇଁ ଲାଗିଥିଲା ଗହଳି। କିଏ ଲାଇନ୍ରେ ଛିଡ଼ା ହୋଇ ଇଭିଏମ୍ ରିସିଭ୍ କରୁଥିଲା ତ ଆଉ କିଏ ମତଦାନ କେନ୍ଦ୍ରକୁ ବାହାରିବା ପୂର୍ବରୁ ଚେକ୍ କରି ନେଉଥିଲା ଭିଭିପାଟ୍। […]
ପୁରୀ (ମଧୁସୂଦନ ମିଶ୍ର ) : ପୁଣି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ଏକ ରୋଡ୍ ଶୋ’ କରିଛନ୍ତି। ତାଙ୍କସହ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ସମେତ ପୁରୀ ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ରୋଡ୍ […]
ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେ ଦଳରେ ଯୋଗ ଦେଇଛନ୍ତି। ରବିଙ୍କ ସହ ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଟିକେଟ ବଣ୍ଟନକୁ ନେଇ ରବି ଅସନ୍ତୁଷ୍ଟ ଥିଲେ। ରବି ପାଣି ଗତ ୪ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ୨୦୦୯ରୁ ୨୦୧୪ […]
ଭୁବନେଶ୍ୱର : କଂଗ୍ରେସ ଓ ବିଜେପି ପରେ ଶେଷରେ ଆଜି ଇସ୍ତାହାର ପ୍ରକାଶ କରିଛି ବିଜେଡି। ଫୋକସରେ ରହିଛି ଚାଷୀଙ୍କ ଲାଗି ଉଦ୍ଦିଷ୍ଟ କାଳିଆ ଯୋଜନା। ସାଧାରଣ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ଟଙ୍କାର ସହାୟତା ଜାରି ରଖାଯିବା ସହ ଯୋଜନାର କାର୍ଯ୍ୟକାରିତା ଓ ୩ ବର୍ଷ ପରେ ଏଥିରେ ସଂଶୋଧନ ଆଣିବା ଲାଗି କାଳିଆ କମିଶନ ଗଠନ କରାଯିବ ଏବଂ ଚାଷୀ ପରିବାରର ପିଲାଙ୍କ ଉଚ୍ଚ ଓ […]
ଭୁବନେଶ୍ୱର : ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି, କୋରାପୁଟ,ରାୟଗଡ଼ା ଭଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ଏସବୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି ପୁଲିସ ଡିଜି […]
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଯାଇ ଫେରାଦ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଟଙ୍କା ଅଟକାଯିବା ନେଇ ଫେରାଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଇଓଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କାଳିଆ ଯୋଜନା ଟଙ୍କା ଅଟକାଇବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଥିବାବେଳେ କାଳିଆ ଅଟକା ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଳିଆ ନେଇ ବିଜେପି […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା। ତେବେ ବର୍ତ୍ତମାନର ବିଧାୟକ କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଶୋରଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଳୋଗାନ ଦେବା ସହ କିଶୋରଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଦଳୀୟ ଟିକେଟ୍ରୁ ବଞ୍ଚିତ ହେବାପରେ ସ୍ୱାଧୀନ ଭାବେ ଆଜି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଭୁବନେଶ୍ୱର : ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଗୁଜବ ପ୍ରଚାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନଙ୍କ ସାକ୍ଷାତ୍କାର ନେଇଥିବା ଏନ୍ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନଙ୍କ ସହ ଆଲୋଚନା ବେଳେ ବୈଜୟନ୍ତ, ନବୀନଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ନବୀନ ଆଣିଥିବା ଅଭିଯୋଗ, ହାସ୍ୟାସ୍ପଦ ଓ ଦୁଃଖଦ ବୋଲି କହିଛନ୍ତି ବୈଜୟନ୍ତ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାର କେବେ ବି କରିନାହାନ୍ତି ବୋଲି […]
ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁ ନାହାନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଏପରି ଅଭିଯୋଗ ବାରମ୍ୱାର କରିଆସୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ଶାସକ ଓ ବିରୋଧୀ ଦଳ ଭିତରେ ବୟାନବାଜି ହୋଇଥାଏ। ହେଲେ ବିରୋଧୀଙ୍କର ଏହି ଅଭିଯୋଗକୁ ଆଜି ଖଣ୍ଡନ କରିଛନ୍ତି ଖୋଦ୍ ନବୀନ। ଏକ ଜାତୀୟ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ ଓଡ଼ିଆ କହିପାରୁନଥିବା […]
ଭୁବନେଶ୍ୱର : କେନ୍ଦ୍ରାପଡ଼ାରୁ ବିଜେଡି ପ୍ରାର୍ଥୀ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ବିଜେଡି ଆଜି ଏହି ଆସନ ପାଇଁ ଶଶିଭୂଷଣଙ୍କ ନାଁ ଘୋଷଣା କରିଛି। ଶଶିଭୂଷଣ ଖୋର୍ଦ୍ଧା ଜୟଦେବ ଆସନରୁ ବିଧାୟକ ଥିବା ବେଳେ ସେଠାରେ ଅରବିନ୍ଦ ଢାଲିଙ୍କୁ ଏଥର ପ୍ରାର୍ଥୀ କରାଯାଇଥିବାରୁ ଶଶୀଭୁଷଣ ଟିକେଟରୁ ବାଦ୍ ପଡ଼ିଥିଲେ। ତେବେ ଏହାକୁ ନେଇ ଶଶି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ତେବେ ଆଜି ଶେଷ […]