• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

dharmendra chodwar
ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ଚୌଦ୍ୱାର ( ପ୍ରକାଶ) : ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। କଟକ ଚୌଦ୍ୱାର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଧର୍ମେନ୍ଦ୍ର ଏହି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା […]

  • Friday, 16 July 2021
naveen nayagarh
ନବୀନ ପଚାରିଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ

ନୟାଗଡ଼ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନୟାଗଡ଼ ଦଶପଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ ବିଜେପିକୁ ଏ ପ୍ରଶ୍ନବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିର ଡବଲ ଇଞ୍ଜିନ୍ ଥିଓରୀକୁ ସମାଲୋଚନା କରିବା ସହ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ସେ କେଉଁଠୁ ଲଢୁଛନ୍ତି ପ୍ରଶ୍ନ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ନବୀନ ପଚାରିଛନ୍ତି। ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି, ଜୋର୍‌ରେ ପାଟି […]

  • Friday, 16 July 2021
bjp rally
ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ପଣ୍ଡାଙ୍କ ରାଲି

ପଟ୍ଟାମୁଣ୍ଡାଇ ( ପ୍ରବୀର କୁମାର ନାୟକ) : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପଟ୍ଟାମୁଣ୍ଡାଇରେ ନିର୍ବାଚନୀ ରାଲି କରୁଛନ୍ତି। ପଟ୍ଟାମୁଣ୍ଡାଇ ପୋହଳ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ଏହି ରାଲି ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଦେଇ ଖଡିଅନ୍ତା, ଅରଡପଲ୍ଲୀ, କାଠିଆପଡ଼ା, ଚନ୍ଦନନଗର ଆଦି ସ୍ଥାନ ଦେଇ ଆସିବା ପରେ ରାଜନଗର ବଜାରରେ ପହଞ୍ଚିବ। ଏହି ରାଲିରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି।

  • Friday, 16 July 2021
protest3
ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ

ବ୍ରହ୍ମଗିରି ( ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରିରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ବିରୋଧ। ନିଜ ନିର୍ବାଚନମଣ୍ଡଳୀ ବେଣ୍ଟପୁର ପଞ୍ଚାୟତ ବିଜିପୁର ଗାଁରେ ବିରୋଧ କରି ସଂଜୟଙ୍କ ବାଟ ଓଗାଳିଲେ ମହିଳା। ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ମହିଳାମାନେ ଚିଟ୍‌ଫଣ୍ଡ ଟଙ୍କା କେବେ ମିଳିବ ବୋଲି ପ୍ରଶ୍ନ କରି ସଂଜୟଙ୍କ ବାଟ ଓଗାଳିଳିଛନ୍ତି। ବିଜେଡି କର୍ମୀଙ୍କ ସହ ମହିଳାଙ୍କ ଧସ୍ତାଧସ୍ତି ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

  • Friday, 16 July 2021
arun singh
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅରୁଣ ସିଂହ

କେନ୍ଦୁଝର : କେନ୍ଦୁଝରରେ ବିଜେପି ପ୍ରଭାରୀ ଅରୁଣ ସିଂହ। ସେଠାରେ ଦଳ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି,୧୯ ବର୍ଷ ଶାସନ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଭୟଭୀତ। ଆଉ ମଧ୍ୟ କହିଛନ୍ତି, ଉଚ୍ଚପଦସ୍ଥ ଅଧିକାରୀମାନେ ପଦର ଦୁରୁପଯୋଗ କରୁଛନ୍ତି। ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ଫ୍ରି ଡାଟା ସହିତ ମୋବାଇଲ ଦିଆଯିବ। କଲେଜ ପଢୁଆ ଝିଅଙ୍କୁ ମାଗଣାରେ ସ୍କୁଟି ଦିଆଯିବ। ପ୍ରତ୍ୟେକ […]

  • Friday, 16 July 2021
bjp1
ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେରାଦ ହୋଇଛି ବିଜେପି। ଦଳ ଅଭିଯୋଗ କରିଛି ଯେ ଭୋଟ୍ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଦଳର ଅଭିଯୋଗ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ୩ଟି ଜାଗାରେ ସଭା କରିଛନ୍ତି। ବୌଦ୍ଧ, ସୋନପୁର, ବାଲିଗୁଡ଼ାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିଥିବା ବେଳେ କିଛି ଗଣମାଧ୍ୟମ ଏହା ସିଧା ପ୍ରସାରଣ ବି […]

  • Friday, 16 July 2021
bjd
ଓଟିଭିର କଣ୍ଠରୋଧ ଲାଗି ବିଜେଡିର ଲଗାତର ପ୍ରୟାସ ; ୨୪ ଘଣ୍ଟାରେ ସିଇଓଙ୍କ ପାଖରେ ୪ ଅଭିଯୋଗ

ଭୁବନେଶ୍ୱର : ବିଭିନ୍ନ ଆଳରେ ‘ଓଟିଭି’ର କଣ୍ଠରୋଧ ଲାଗି ବିଜେଡ଼ିର ଲଗାତାର ପ୍ରୟାସ। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ଦର୍ଶାଇ ଚାନେଲ ବିରୋଧରେ ଗତକାଲି ଠାରୁ ଲଗାତାର ଚାରୋଟି ଅଭିଯୋଗ ଆଣି ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ତେବେ ଗତକାଲି ବିଜେପି ପ୍ରେସ୍‌ମିଟ୍‌ ଲାଇଭ୍‌ ଟେଲିକାଷ୍ଟ ନେଇ ମିଛ ଅଭିଯୋଗ, ବିଜେଡ଼ିର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବା ବେଳେ ମୁହଁ ଲୁଚାଇବାକୁ ଦଳ ଆଜି ନୂଆ ନୂଆ ଭେଳିକିର ସାହାଯ୍ୟ ନେଇଛି। […]

  • Friday, 16 July 2021
dilip
ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଦିଲୀପ ରାୟ

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ର ସରକାର କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଜରିଆରେ ସେଲ୍‌ ଦ୍ୱାରା ଏହି କାମ ଆରମ୍ଭ କରାଇଥିବା ଦିଲୀପ ଜଣାଇଛନ୍ତି। ଆଇଜିଏଚ୍ ପାଇଁ କେନ୍ଦ୍ର ପ୍ରଥମ ପର୍ଯ୍ୟାୟରେ ୧୦୫ କୋଟି ୭୫ ଲକ୍ଷ୍ୟ […]

  • Friday, 16 July 2021
leader
ଭୋଟ୍‌କୁ ନେଇ ଖାଲି ଜନତା ନୁହଁନ୍ତି, ନେତାଙ୍କ ଭିତରେ ବି ଥିଲା ପ୍ରବଳ ଆଗ୍ରହ

ଭୁବନେଶ୍ୱର : ୧୯ ମହାସମରର ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ସାଧାରଣ ଜନତାଙ୍କ ଭଳି ମତଦାନକୁ ନେଇ ବେଶ୍ ଉତ୍ସାହିତ ଥିଲେ ବିଭିନ୍ନ ଦଳର ରାଜନେତା। ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବାକୁ ଅପେକ୍ଷା କରିଥିଲେ ରାଜନେତା। କଳାହାଣ୍ଡି ଲୋକସଭା ଆସନ ଲାଗି ତ୍ରିମୁଖୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବା ତିନି ହେଭିୱେଟ୍ ନିଜ ଅଞ୍ଚଳରେ ଭୋଟ୍ ଦାନ କରିଥିଲେ। କଳାହାଣ୍ଡି ଲୋକସଭା ପାଇଁ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ାରେ […]

  • Friday, 16 July 2021
first phase
ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମେ’ ୨୩ରେ ଜଣା ପଡିବ ଫଳାଫଳ। ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଆଜି ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍କଣ୍ଠା। ଯୁବ, ମହିଳା, ବୟସ୍କ ଓ ଦିବ୍ୟାଙ୍ଗ ଭୋଟ୍ ଦେଇ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସମସ୍ତେ […]

  • Friday, 16 July 2021
kotia
ଆନ୍ଧ୍ର ଯାଇ ଭୋଟ ଦେଲେ କୋଟିଆ ଗାଁ ଲୋକେ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : ଆନ୍ଧ୍ର ପ୍ରଦେଶକୁ ଯାଇ ଭୋଟ ଦେଲେ ଓଡିଶା ଲୋକେ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଗାଁ ଲୋକେ ଆନ୍ଧ୍ରକୁ ଯାଇ ଦେଇଛନ୍ତି ଭୋଟ୍। ନେରେଡିବାଲାସଠା ଓ ଏହାର ଆଖପାଖର ଅନେକ ଗାଁ ପାଇଁ ଆନ୍ଧ୍ର ସରକାର ତରଫରୁ ୨ଟି ବୁଥ ଖୋଲାଯାଇଥିଲା ।ଏହି ସବୁ ଗାଁ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବୁଥ ବହୁ ଦୂର ହେଉଥିବାରୁ ଆନ୍ଧ୍ର ଯାଇ ଭୋଟ ଦେଇଛନ୍ତି ଗ୍ରାମବାସୀ।

  • Friday, 16 July 2021
malkangiri
ନକ୍ସଲଙ୍କ ଭୟରେ ଭୋଟ୍‌ ଦେଲେନି ଭୋଟର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍‌ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍‌କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। […]

  • Friday, 16 July 2021
aparajita
ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ରେ ଭୋଟ ଭିକ୍ଷା କଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍‌ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର ଭିତରକୁ ଯାଇ ଆଇନ୍‌ଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଥିଲେ। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ  ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ […]

  • Friday, 16 July 2021
amit sahah
ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର  : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କେନ୍ଦୁଝର ମେଡିକାଲ୍ କଲେଜ ପଡ଼ିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଏପ୍ରିଲ୍ ୧୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବଡ଼ମ୍ବା ଓ ଢେଙ୍କନାଳରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଶ୍ରୀ ଶାହ ଏପ୍ରିଲ୍ ୯ ତାରିଖରେ ଓଡ଼ିଶା ଗସ୍ତରେ […]

  • Friday, 16 July 2021
ots
ଆସନ୍ତାକାଲି ଏହି ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର : ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ। ୧୯ ନିର୍ବାଚନ ପାଇଁ ଆସନ୍ତାକାଲି ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ କେତେକ ହେଭିୱେଟ୍‌ ନେତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ନବରଙ୍ଗପୁରରେ ଭାଗ୍ୟ ପରଖିବାକୁ ଯାଉଛନ୍ତି ୩ ମାଝୀ। ସେମାନେ ହେଲେ ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେଡିର ରମେଶ ଚନ୍ଦ୍ର ମାଝୀ। ସେହିପରି କଳାହାଣ୍ଡିରେ ବିଜେପି ରାଜ୍ୟ […]

  • Friday, 16 July 2021
modi biopic
ଆସନ୍ତାକାଲି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍

ନୂଆଦିଲ୍ଲୀ : ପୁଣି ବଲିଉଡ ମୁଭି ‘ପିଏମ୍ ନରେନ୍ଦ୍ର ମୋଦି’କୁ ଝଟକା। ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହିଁ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନର। ଏହା ଫଳରେ ଆସନ୍ତାକାଲି ରିଲିଜ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦି ହଲ୍‌ରେ ପ୍ରଦର୍ଶିତ ହେବନାହିଁ। ସେହିଭଳି ଏନଟିଆର ଲକ୍ଷ୍ମୀ, ଉଦ୍ୟମ ସିମହାର ରିଲିଜ୍ ଉପରେ ବି କଟକଣା ଲଗାଇଛନ୍ତି ନିର୍ବାଚନ କମିଶନର। ଆଚରଣ ବିଧି ଉଲ୍ଲଂଘନ ସହ ଜନମତକୁ ଏସବୁ ଫିଲ୍ମ […]

  • Friday, 16 July 2021
bjp mmet ceo
ବିଜେଡି ଇସ୍ତାହାରକୁ ନେଇ ସିଇଓଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର : ନିର୍ବାଚନୀ ଇସ୍ତାହାରକୁ ନେଇ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ଦାଏର କରାଯାଇଛି। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିଜେଡିର ନିର୍ବାଚନୀ ଇସ୍ତାହାରରେ ସରକାରୀ ଲୋଗୋର ଦୁରୁପଯୋଗ ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଲୋଗୋ କିଭଳି ରଖାଯାଇଛି ସେନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି […]

  • Friday, 16 July 2021
bridge
କଟକ ତ୍ରିଶୁଳିଆ ବ୍ରିଜ୍‌କୁ ନେଇ ରାଜନୀତି

କଟକ : ଭୁବନେଶ୍ୱର ଓ କଟକର ଦୂରତ୍ୱ କମାଇବା ପାଇଁ ନିର୍ମାଣ ହୋଇଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବ୍ରିଜ୍‌ (ତ୍ରିଶୁଳିଆ ବ୍ରିଜ)। ଦୁଇ ସହର ଭିତରେ ଦୂରତା କମିଲା। ହେଲେ ନିର୍ବାଚନୀ ଋତୁରେ ବ୍ରିଜ ନିର୍ମାଣର ଶ୍ରେୟ ନେବା ପାଇଁ ଚାଲିଛି ଲଢ଼େଇ। ତ୍ରିଶୁଳିଆ ବ୍ରିଜ ନିର୍ମାଣକୁ ନେଇ କଟକରେ ଆରମ୍ଭ ହୋଇଛି ରାଜନୀତି। ବିଜେପି ପ୍ରାର୍ଥୀ ସମୀର ଦେ କହିଛନ୍ତି, ୨୦୦୩ ମସିହାରେ ସେ ମନ୍ତ୍ରୀ ଥିବା ବେଳେ ଏହାର ଡିପିଆର ପ୍ରସ୍ତୁତ କରିଥିଲେ। […]

  • Friday, 16 July 2021
bjd allegation
ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଶାସକ ବିଜେଡି। ଭୋଟ ପୂର୍ବର ବ୍ୟାନ୍ ୪୮ ଘଣ୍ଟା ସମୟରେ ବିଜେପି କରିଥିବା ସାମ୍ବାଦିକ ସମ୍ମିଳନୀର ଓଟିଭି ସିଧା ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ଓ ଏହା ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଉଲ୍ଲଙ୍ଘନ କରୁଛି। ତେଣୁ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଅଭିଯୋଗକୁ OTV ଖଣ୍ଡନ […]

  • Friday, 16 July 2021
bolangiri
ପାଣି ନାହିଁ ତ ଭୋଟ ନାହିଁ ; ନିର୍ବାଚନ ପୂର୍ବରୁ ତାତିଲେ ଲୋକେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ୍‌ ଜଳଜଡ ଗାଁରେ ତାତିଲେ ଲୋକେ। ଗାଁକୁ ପାନୀୟ ଜଳ ଯୋଗାଣ ନହେଲେ ଭୋଟ ବର୍ଜନର ଧମକ ଦେଲେ ଗ୍ରାମବାସୀ। ଏନେଇ ଗାଁର ଶତାଧିକ ମହିଳା ପୁରୁଷ ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ନାରାବାଜି ଦେଇଥିଲେ। ଜଳଯୋଗାଣ ନହେଲେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଭୋଟକୁ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି ଗ୍ରାମବାସୀ।

  • Friday, 16 July 2021
dharmendra
ବୌଦ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ବୌଦ୍ଧ (ଭର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନମଣ୍ଡଳୀ ବୁଢିପଦରରେ ବିଜେପିର ସଂକଳ୍ପ ସମାବେଶ। ବୁଢିପଦର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାରେ ଥିବା ସମସ୍ୟାର ସମାଧାନ କରାଯିବ ସହ ଗୁରୁଜୀମୁଣ୍ଡା ଜଳ ପ୍ରକଳ୍ପ, ବୌଦ୍ଧରେ ସରକାରୀ କଲେଜ ନିର୍ମାଣ  ଉପରେ ଗୁରୁତ୍ୱାରୋପ କରିବେ ବୋଲି କହିଥିଲେ। ବୌଦ୍ଧରେ ଆୟୋଜିତ ସଭାରେ କନ୍ଧମାଳରେ ବିଜେପି ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବୌଦ୍ଧ ବିଧାନସଭା […]

  • Friday, 16 July 2021
bjp
ବିଜେପିରେ ମିଶିଲେ ଡେରାବିଶ ବ୍ଲକ ଅଧ୍ୟକ୍ଷ

କେନ୍ଦ୍ରାପଡ଼ା : ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ। ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି, ବେଦ ପ୍ରକାଶ ଅଗ୍ରୱାଲଙ୍କ ଅପାରଗତା ଓ ମନମାନି ଯୋଗୁ ଦୀର୍ଘ ଦିନ ହେଲା ଡେରାବିଶ ବ୍ଲକ୍‌ରେ […]

  • Friday, 16 July 2021
election
ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି। ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଲୋକସଭା ଆସନ ପାଇଁ ମଇଦାନରେ ଅଛନ୍ତି ୨୮ ଜଣ ପ୍ରାର୍ଥୀ। ସେହିପରି ଏସବୁ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯୧। […]

  • Friday, 16 July 2021
sumitra jena
ବିଜେଡିରେ ମିିଶିଲେ ସୁମିତ୍ରା ଜେନା

ଭୁବନେଶ୍ୱର : ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାର ୨୪ଘଣ୍ଟା ନପୁରୁଣୁ ସେ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ପାଳନ କରିବେ ଓ କୌଣସି ପ୍ରଲୋଭନରେ ସେ ବିଜେଡିରେ ଯୋଗ ଦେଇନାହାନ୍ତି ବୋଲି କହିଛନ୍ତି। […]

  • Friday, 16 July 2021
jj
ମହିଳା ସଭାନେତ୍ରୀଙ୍କ ସାଂଘାତିକ ଅଭିଯୋଗ ; ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ପିସିସି ସଭାପତିଙ୍କ ବିରୋଧରେ ସୁମିତ୍ରାଙ୍କ ସଙ୍ଗୀନ ଅଭିଯୋଗ। ନିରଞ୍ଜନ ଟଙ୍କା ନେଇ ମଦ ବେପାରୀଙ୍କୁ ଟିକେଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ମହିଳା କଂଗ୍ରେସର ତାଲିକା ଦେଖି ନୁହେଁ ବରଂ ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ ଟିକେଟ ଦେଇଥିବା ଅଭିଯୋଗ ବାଢ଼ିଛନ୍ତି ସୁମିତ୍ରା। ତାସହିତ ତାଙ୍କ ଉପରେ କଂଗ୍ରେସ୍ ଭବନରେ ଯେଉଁମାନେ ଆକ୍ରମଣ କରିଥିଲେ, କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟା ସେମାନଙ୍କୁ ଟିକେଟ ଦିଆଗଲା ସୁମିତ୍ରା ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ […]

  • Friday, 16 July 2021