• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀ ସଫା । ୨୪ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେଲା ସେନା । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ସୁରକ୍ଷା ବାହିନୀ ତାଙ୍କ ପତ୍ନୀ ମୀନାକ୍ଷୀଙ୍କୁ ପ୍ରତିଶୃତି ଦେଇଥିଲେ, ଆଉ ସେମାନେ ନିଜ କଥା ରଖିଛନ୍ତି । ଆଜି ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା ନିପାତ ହୋଇଛନ୍ତି । ବାନ୍ଦିପୋରାରେ ତିନି ଆତଙ୍କବାଦୀଙ୍କୁ ଗୁଳି ମାରିଛନ୍ତି ସୁରକ୍ଷାକର୍ମୀଙ୍କ ।

ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ରାହୁଲ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ । ତୃତୀୟ ଆତଙ୍କବାଦୀ ହେଉଛନ୍ତି ଗୁଲଜାର ଅହମ୍ମଦ, ଯାହାଙ୍କୁ ମେ ୧୧ରେ ଚିହ୍ନଟ କରାଯାଇଥିଲା । ବୁଦ୍ଧଗାମ ଜିଲ୍ଲାର ଚାଡୋରା ତହସିଲରେ ରାଜସ୍ୱ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ରାହୁଲ ଭଟ୍ଟଙ୍କୁ ଗତକାଲି କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଆତଙ୍କବାଦୀଙ୍କ ଗୁଳି ଚଳାଇ ହତ୍ୟା କରିଥିଲେ । ତେବେ ରାହୁଲଙ୍କ ମୃତ୍ୟୁ ପରଠାରୁ ବିକ୍ଷୋଭ ଆରମ୍ଭ ହୋଇଯାଇଥିଲା ।

ସେପେଟ ବଡଗାମରେ କାଶ୍ମୀର ପଣ୍ଡିତ ମାନେ ହତ୍ୟାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଶାସନ ବିରୋଧରେ ନାରାବାଜି କରିବା ସହ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ । ଘଟଣାକୁ ନେଇ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଲୋକଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ ଲୋକେ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିଛି ସ୍ଥାନରେ ହିଂସାତ୍ମକ ଘଟଣାକୁ ନେଇ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା ।

ସେପଟେ ତହସିଲ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଘଟଣାର ନିନ୍ଦା କରିଛନ୍ତି ଶିବସେନା ନେତା ସଂଜୟ ରାଉତ । କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାର ତତ୍ପରତା ପ୍ରଦର୍ଶନ କରିବା ଦରକାର ବୋଲି କହିଛନ୍ତି ସଂଜୟ ରାଉତ ।