ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଏହି ଘଟଣାର ତଦନ୍ତ ବିହାର ପୋଲିସ୍ ନିକଟରୁ ସ୍ଥାନାନ୍ତରିତ କରି ମୁମ୍ବାଇ ପୋଲିସ୍କୁ ଦେବା ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋଟ ଶୁଣାଣି କରିଥିଲେ। ଏ ସଂକ୍ରାନ୍ତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ […]
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ଶାକାର ହେବ । ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା।ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭୂମି ପୂଜା କରିବା ପରେ ଶିଳାନ୍ୟାସ କରିଛନ୍ତି। ଏହା ପରେ ଆରମ୍ଭ ହେବ ମନ୍ଦିର ନିର୍ମାଣ। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆରଏସ୍ଏସ୍ ମୁଖ୍ୟ […]
ଅଯୋଧ୍ୟା: ଆଜି ପୂରା ଭାରତ ରାମମୟ ହୋଇଛି। ସବୁ ମନ ଦୀପମୟ ହୋଇଛି। ଆଜି ସରା ଭାରତ ଭାବୁକ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା ଆଜି ସମାପ୍ତ ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଚାଲୁଥିବା ବ୍ୟତିକ୍ରମର ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି। ବର୍ଷ ବର୍ଷ ଧରି ଟେଣ୍ଟରେ ରହୁଥିବା ରାମ୍ ଲାଲ୍ଙ୍କ ପାଇଁ ଏକ ବଭ୍ୟ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଆଜି ଭୂମିପୂଜନ ଓ ଶିଳାନ୍ୟାସ ହୋଇଯାଇଛି। ଦେଶର ସ୍ୱାଧୀନତା […]
ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଁଞ୍ଚି ସାରିଲେଣି। ଭୂମି ପୂଜନ ସ୍ଥାନକୁ ଯିବା ପୂର୍ବରୁ ପିଏମ୍ ମୋଦି ହନୁମାନଗଡ଼ି ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାପାଠ କରିଥିଲେ। ରାମଲଲାଙ୍କ ଦର୍ଶନ କରିବା ପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ପୂଜା କରିବାର ଏକ ବିଶ୍ୱାସ ରହିଛି। ହନୁମାନଗଡ଼ି ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗାଦ୍ଧିଶିନ ପ୍ରେମଦାସ ମହାରାଜ ମୋଦିଙ୍କୁ ପଗଡ଼ି, ରୂପା ମୁକୁଟ ଓ ପାରମ୍ପରିକ ଷ୍ଟଲ ପିନ୍ଧେଇଥିଲେ। ଏହି ସମୟରେ ପିଏମ୍ ମାସ୍କ […]
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରୁଥିବା ବେଳେ ବାବ୍ରି ମସ୍ଜିଦ୍କୁ ମନେ ପକାଇଲେ AIMIM ନେତା ଅସଦୁଦ୍ଦିନ ଓୱେସୀ। ମୁଗଲ ସମ୍ରାଟ ବାବର ୧୫୨୮ ମସିହାରେ ବାବ୍ରି ମସ୍ଜିଦ୍ ନିଅଁ ପକାଇଥିଲେ। ୧୯୯୨ ପରେ ରାମ ଜନ୍ମଭୂମି ଆନ୍ଦୋଳନରେ କରସେବକମାନେ ଏହାର ଗମ୍ବୂଜକୁ ଭାଙ୍ଗି ଦେଇଥିଲେ। ଏହାକୁ ମନେ ପକାଇ ଓୱେସୀ ଟ୍ୱିଟ୍ କରି ଲେଖିଛନ୍ତି “ ବାବ୍ରି ମସ୍ଜିଦ୍ ଥିଲା ରହିଛି ଓ ଆଗକୁ ମଧ୍ୟ […]
ମୁମ୍ୱାଇ: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର, ଉବୁଟୁବୁ ମାୟାନଗରୀ। ମୁମ୍ବାଇ ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି। ଆଜି ପ୍ରାୟ ୬୦ରୁ ୭୦ କିଲୋମିଟର ବେଗରେ ପବନ ବୋହିଥିଲା। ଫଳରେ ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଓ ଯାତ୍ରୀ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଚର୍ଚଗେଟ୍, ଓ୍ବର୍ଲି, ଚୌପାଟୀ, ହିନ୍ଦମାତା, ମଦନପୁରା ଆଦି ଅଞ୍ଚଳ ବେଶୀ […]
ମୁମ୍ୱାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଗଷ୍ଟ ୭ରେ ମୁମ୍ବାଇସ୍ଥିତ ଅଫିସରେ ହାଜର ହେବାକୁ ସମନରେ କୁହାଯାଇଛି। ଏହା ସହିତ ସୁଶାନ୍ତଙ୍କ CA(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍)ଙ୍କୁ ମଧ୍ୟ ସମନ କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କର ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏନେଇ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ବୋଲି ମୁମ୍ବାଇ ପୋଲିସ କହୁଛି ହେଲେ ସନ୍ଦେହ ଦୂର […]
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସିହ୍ନାଙ୍କୁ ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏବେ ଶ୍ରୀ ମୁର୍ମୁଙ୍କ ସ୍ଥାନରେ ମନୋଜ ସିହ୍ନା ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା […]
ଅହମଦାବାଦ: ଗୁଜରାଟର ଅହମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅହମଦାବାର ନାଭ୍ରଙ୍ଗପୁରା ଅଞ୍ଚଳରେ ଥିବା ଶ୍ରେୟ ହସ୍ପିଟାଲ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପାଖାପାଖି ୪୦ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟରୁ ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି […]
ବେଙ୍ଗାଲୁରୁ : ପଞ୍ଜାବ ଓ ରାଜସ୍ଥାନ ପରେ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ଘନେଇବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ କିଛି ଟାଣୁଆ କଂଗ୍ରେସ ନେତା ଗାନ୍ଧୀ ପରିବାର ବିରୋଧରେ ମେଳି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ପରେ…
ବେଜିଂ: କରୋନା ଭାଇରସର ଆତଙ୍କରୁ ଏ ପର୍ଯ୍ୟନ୍ତ ବିଶ୍ୱ ମୁକ୍ତି ପାଇନି। ଏବେ ଚୀନରୁ ମାଡ଼ି ଆସୁଛି ଆଉ ଏକ ଆତଙ୍କ। ଚୀନରେ ଦେଖା ଦେଇଛି ଆଉ ଏକ ନୂଆ ତଥା ଭୟଙ୍କର ଭାଇରସ। ଏହି ନୂଆ ସଂକ୍ରାମକ ଭାଇରସରେ ଚୀନ୍ର ୭ ଜଣଙ୍କର ମୃତ୍ୟୁ ଘଟିଲାଣି। ୬୦ରୁ ଅଧିକ ଆକ୍ରାନ୍ତ ହେଲେଣି। ଚୀନ ସରକାରୀ ମିଡିଆ ବୁଧବାର ଏ ନେଇ ଲୋକଙ୍କୁ ସତର୍କ କରାଇବା ସହ ଏହା ସଂକ୍ରାମକ ହୋଇପାରେ ବୋଲି ଚେତାବନୀ ଦେଇଛି। ଚୀନ […]