ନୂଆଦିଲ୍ଲୀ: ସେପ୍ଟେମ୍ୱର ପହିଲାରୁ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଭେଇକିଲ୍ ଆକ୍ଟ କଡ଼ାକଡ଼ି ହୋଇଛି। ନୂଆ ନିୟମକୁ ନେଇ ଏବେ ସାରା ଦେଶରେ ଟ୍ରାଫିକ୍ ପୁଲିସ ଚର୍ଚ୍ଚାରେ। ସାଧାରଣତଃ ଲୋକମାନେ ଟ୍ରାଫିକ ପୁଲିସ ଉପରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାରି ଭିତରେ କିନ୍ତୁ ଟ୍ରାଫିକ୍ ପୁଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଣେ ମହିଳା। କାରଣ ଟ୍ରାଫିକ୍ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ମହିଳାଙ୍କ ସ୍ୱାମୀଙ୍କ ଅସଲ ପରିଚୟ ଖୋଲି ଦେଇଛି। ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଜଣଙ୍କ ଗତମାସରେ […]
ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିଯୋଗୁ ବହୁ ଲୋକ ଚାକିରି ହରାଉଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ପୂର୍ବତନ ବାୟୁସେନା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ଆଇଏନଏକ୍ସ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ତିହାର ଜେଲ୍ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ସେ ନିଜ ଆତ୍ମହତ୍ୟା ଲାଗି ଦାୟୀ କରିଛନ୍ତି। ଏ ସମ୍ପର୍କରେ ସେ ନିଜ ୪ ପୃଷ୍ଠା […]
ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଡକ୍ଟର ତାମିଲିସାଇ ସୁନ୍ଦରରାଜନ ଆଜି ଶପଥ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଆରଏସ ଚୌହ୍ୱାନ୍ ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଅନ୍ୟାନ୍ୟ ମନ୍ତ୍ରୀ, ବାଚସ୍ପତି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଡକ୍ଟର ତାମିଲିସାଇ ସୁନ୍ଦରରାଜନ ପୂର୍ବରୁ ତାମିଲନାଡୁ ବିଜେପିର ସଭାପତି ଥିଲେ। ରାଜ୍ୟପାଳ ଭାବରେ ଶପଥ ନେବା ପରେ […]
ନୂଆଦିଲ୍ଲୀ:ଚନ୍ଦ୍ରଯାନ-୨ ଯାତ୍ରା ସଫଳ ହୋଇଛି। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହବେ ପରେ ସାରା ବିଶ୍ୱ ହତାଶ ହୋଇପଡ଼ିଲା। ହେଲେ ଇସ୍ରୋ ବୈଜ୍ଞାନିକମାନେ ବିକ୍ରମର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଥିଲେ। ଏହି ଉଦ୍ୟମ ଏବେ ସଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମର ସନ୍ଧାନ ମିଳିଛି। ନିଖୋଜ ଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହିଁ ରହିଛି । ଆଜି ଏନେଇ ବିଧିବଦ୍ଧ ଭାବେ ଖବର ସରବରାହ ସଂସ୍ଥା ଏଏନ୍ଇଆକୁ ସୂଚନା […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କେମିତି ବିଚ୍ଛିନ୍ନ ହୋଇଥିଲା ସେନେଇ ମତ ରଖିଛନ୍ତି ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଶରତ ଦାସ । ସେ କହିଛନ୍ତି ବିକ୍ରମ ଲ୍ୟାଣ୍ଡର ଅବତରଣ ବେଳେ ସେଥିରେ ଥିବା ୪ଟି ଥ୍ରଷ୍ଟର ଅନ କରାଯାଇଥିଲା । କିନ୍ତୁ ଏହି ଚାରିଟି ଥ୍ରଷ୍ଟର ଠିକ ଭାବେ କାମ ନ କରିବାରୁ ଏଭଳି ସ୍ଥିତି ଉପୁଜିଛି । ୪ଟି ଯାକ ଥ୍ରଷ୍ଟର ମଧ୍ୟରେ ତାଳମେଳ ଅଭାବ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବାର କେଇ କ୍ଷଣ ପୂର୍ବରୁ ଲାଣ୍ଡର ବିକ୍ରମ ସହ ଯଦିଓ ଯୋଗାଯୋଗ ଚ୍ଛିନ୍ନ ହୋଇ ଯାଇଛି ତେବେ ଚନ୍ଦ୍ରଯାନ-୨ ଅଭିଯାନ ଆମ ସଫଳତାର ଏକ ମାଇଲଖୁଣ୍ଟ ନିଶ୍ଚୟ। ଲାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ଆଉ ମାତ୍ର ୨.୧ କିମି ଦୂରରେ ଥିଲା। ତେବେ ବିକ୍ରମ ସହ କ’ଣ ଏମିତି ହେଲା ? କାହିଁକି ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ? ଏବେ ବିକ୍ରମର ସ୍ଥିତି କ’ଣ ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି […]
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କର ରବିବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି। ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ସେ ଖ୍ୟାତି ଅର୍ଜନ କରିଥିଲେ। ସେ ଇନ୍ଦିରା ଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହେଟ୍ଟା କେସ୍ ପରି ବହୁ ଗୁରୁତ୍ୱପୂର୍ଣ୍ଣ କେସ୍ ଲଢ଼ିଥିଲେ। ଜେଠମଲାନୀଙ୍କ ଜନ୍ମ ସିନ୍ଧ ପ୍ରଦେଶ (ପାକିସ୍ତାନ)ର ଶିଖାରପୁରରେ […]
ନୂଆଦିଲ୍ଲୀ: ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଳମ୍ୱିତ ରାତିରେ ବିଚ୍ଛିନ୍ନ ହୋଇଛି। ହେଲେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅନ୍ତିମ ୧୫ ମିନିଟ୍ ସବୁଠୁ ଜଟିଳ ଥିଲା ବୋଲି ଇସ୍ରୋ ପୂର୍ବରୁ କହିସାରିଥିଲା। ଯାହାକି ସତ ହୋଇଛି। ଯଦି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ତାହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଥାନ୍ତା। କାରଣ ଦକ୍ଷିଣ ମେରରୁ ପହଞ୍ଚି ଚନ୍ଦ୍ରକୁ ଛୁଇଁବା […]
ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରଯାନ ୨ ଶୁକ୍ରବାର ବିଳମ୍ୱିତ ରାତିରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୨.୧ କିଲୋମିଟର ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ରାତି ପ୍ରାୟ ୧.୩୮ ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା। ୧.୪୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ରଫ ବ୍ରେକିଂ ଟାଇମକୁ ମଧ୍ୟ ସଫଳତାର ସହ ପାର କରିଥିଲା। ଏହାପରେ ବୈଜ୍ଞାନିକମାନେ ଚନ୍ଦ୍ରଯାନ ୨ର ବେଗକୁ କମାଇ ଦେଇଥିଲେ। ୧.୪୯ ମିନିଟ୍ […]
ନୂଆଦିଲ୍ଲୀ: ଶେଷ ମୁହୂର୍ତ୍ତରେ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାଙ୍ଗି ପଡ଼ିଛି ସାରା ଦେଶ। ନିଜର କୋହକୁ ସମ୍ବରଣ କରିପାରି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି । ଧୈର୍ଯ୍ୟ ନ ହରାଇ ଆଗକୁ ବଢିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ:ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘଟଣା କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ହତାଶ କରିଛି । ଏପରି ସମୟରେ ମଧ୍ୟ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍ଗାର କରିବାକୁ ଭୁଲିନି। ରାଗ ସୁଝାଇବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନି। ଅବଶ୍ୟ ଏଥିପାଇଁ ନିଜ ଘରେ ବି ତାକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଚନ୍ଦ୍ରଯାନ-୨ ସଫଳତାର ହାତପାହାନ୍ତାରେ ପହଞ୍ଚିବା ପରେ ସାରା ଦେଶରେ ଖୁସିର ଲହରୀ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା କହି ସୋଶାଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିବା ଜେଏନ୍ୟୁର ପୂର୍ବତନ ଛାତ୍ର ନେତା ଶେହଲା ରସିଦଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କ ନାଁରେ ଆଜି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ ପକ୍ଷରୁ ଶେହଲାଙ୍କ ନାଁରେ ୧୨୫-ଏ, ୧୫୩-ଏ, ୧୫୩, ୫୦୪ ଓ ୫୦୫ ଅନୁଯାୟୀ ମାମଲା ରୁଜୁ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଶେହଲା ବିରୋଧ କରି […]
ସିଙ୍ଗାପୁର: ଜିମ୍ୱାୱେର ଫାଉଣ୍ଡିଂ ଫାଦର ବା ପ୍ରତିଷ୍ଠାତା ରବର୍ଟ ମୁଗାବେ ଆଉ ନାହାନ୍ତି। ଦୀର୍ଘ ୩ ଦଶନ୍ଧି ଧରି ଜିମ୍ବାୱେକୁ ଶାସନ କରୁଥିବା ମୁଗାବେ ଆଜି ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ରାଷ୍ଟ୍ରପତି ମୁଗାବେଙ୍କ ଦେହାନ୍ତ ସମ୍ପର୍କରେ ଏବେ ଜିମ୍ବାୱେର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଇମେରସନ୍ ମାନାଙ୍ଗାୱାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ବର୍ଷ ମୁଗାବେ ଗୁରୁତର ଅସୁସ୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ସିଙ୍ଗାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା […]
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶବାସୀଙ୍କ ହୃଦୟକୁ ଜିତି ନାହାନ୍ତି, ବିଶ୍ୱ ଦରବାରରେ ବି ସେ ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଦୁଇ ଦିନିଆ ରୁଷ ଗସ୍ତରେ ଥିବା ମୋଦି କେମିତି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି, ତା’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ରୁଷ ଗସ୍ତରେ ଯାଇଥିବା ମୋଦି ଗତକାଲି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଇଥିଲେ। ମୋଦି ମୁଖ୍ୟ ଅତିଥି ହୋଇଥିବାରୁ ତାଙ୍କ ସହ ଅନ୍ୟ ପ୍ରତିନିଧିମାନେ ଫଟୋ […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନୂଆ ଠିକଣା ଏବେ ତିହାର ଜେଲ। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ତେବେ ଦେଶର ଏହି ପୂର୍ବତନ ଅର୍ଥ ଓ ଗୃହମନ୍ତ୍ରୀ ତିହାର ଜେଲର ୱାର୍ଡ ନଂ ୭ରେ ପ୍ରଥମ ରାତି କେମିତି କାଟିଲେ, ସେକଥା ଏବେ ସାମ୍ନାକୁ ଆସିଛି। ମିଳିଥିବା […]
ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଘଟଣାରେ ପ୍ରଶାସନ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବାବେଳେ ଆଜି ମୁହଁ ଖୋଲିଛି ଦଇତାପତି ନିଯୋଗ। ଏ ସଂକ୍ରାନ୍ତରେ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଚରଣ ଦାସମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଏହି କାମ ଉଚ୍ଛେଦ ହେବା ଉଚିତ୍ । ସେ କହିଛନ୍ତି, ୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି। ସେମାନଙ୍କ ମଧ୍ୟରୁ ଅଧତ୍କାଂଶ ମହାପ୍ରଭୁଙ୍କ ନୀତିକାନ୍ତି […]
ନୂଆଦିଲ୍ଲୀ:ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ ଆଜି। ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଲାଣ୍ଡିଂ କରିବାର ୩ ଘଣ୍ଟା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରରେ ତାର ଯାତ୍ରା ଶୁଭାରମ୍ଭ କରିବ। ଏହି ଯାତ୍ରା ପାଇଁ ଚନ୍ଦ୍ରଯାନ -୨ର ବିକ୍ରମ ଲ୍ୟାଣ୍ଡର ପ୍ରସ୍ତୁତ ରହିଛି। ଆଜି ରାତିରେ ଏହାର ସପ୍ଟ ଲାଣ୍ଡିଂକୁ ଦେଖିବା ପାଇଁ ଖାଲି ଦେଶ ନୁହେଁ, ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଯଦି ଏହି […]
ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ମଧ୍ୟ ସୂଚନା ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ପୋରଣର ଶବ୍ଦ ଏତେ ଜୋର ଥିଲା ଯେ କାରଖାନା ନିକଟରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। Gurdaspur: Fire breaks out […]