ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।
ତୁଳସୀ ଦୁଇ ପତ୍ରରୁ ବାସେ । କଅଁଳ ବୟସରେ ବଡ଼ କାରନାମା । ପଞ୍ଜାବ ଜଲନ୍ଧରର ବିସ୍ମୟ ବାଳକ ମେଧାଂଶ । ମାତ୍ର ୧୧ ବର୍ଷ ବୟସରେ ତାଙ୍କର ଚମତ୍କାର ପ୍ରତିଭା ପାଇଁ ସେ ଏବେ ସାରା ଦେଶରେ ପରିଚିତ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଧାଂଶଙ୍କ ଖ୍ୟାତି ପହଞ୍ଚି ଗଲାଣି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ସଫ୍ଟୱେର୍ ବିକଶିତ କରିଛନ୍ତି । ତାଙ୍କର ନିଜସ୍ୱ ଏକ କମ୍ପାନୀ ରହିଛି ଏବଂ ସେ ତାହାର ସିଇଓ ଅଟନ୍ତି ।
ସେ ଆଉ ଜଣେ କୁମ୍ଭକର୍ଣ୍ଣ। ବର୍ଷର ୩୦୦ ଦିନ ଶୋଇ ରୁହନ୍ତି। ତାଙ୍କର ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁକିଛି ନିଦ୍ରିତ ଅବସ୍ଥାରେ ହିଁ ହୋଇଥାଏ।
ନୋଏଡ଼ା: ନୂତନ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାସହ ଜରିମାନା ମାମଲା ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି। ଜଣେ ବସ୍ ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ହେଲମେଟ୍ […]
ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ ପରଠାରୁ ଗତ ୪୬ ଦିନ ଧରି ବନ୍ଦ ରହିଥିବା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଟ୍ୱିଟର ଆକାଉଣ୍ଟ ଶେଷରେ ସକ୍ରିୟ ହୋଇଛି। ଧାରା ୩୭୦ ଉଚ୍ଛେଦ ପୂର୍ବରୁ କାଶ୍ମୀରରେ କଟକଣା ବାବଦରେ ସେ ଲଗାତାର ଟ୍ୱିଟ୍ କରିଥିଲେ। ଏପରିକି ସେ ଗୃହବନ୍ଦୀ ରହିବା ନେଇ ମଧ୍ୟ ଏଥିରେ ପ୍ରାକ୍ ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିରବ ରହିଥିବା ଏହି ଟ୍ୱିଟର୍ ହ୍ୟାଣ୍ଡଲରୁ ମେହବୁବାଙ୍କ ଝିଅ ଇଲ୍ତିଜା ଟ୍ୱିଟ୍ କରିବେ ବୋଲି […]
ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବ। ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି। ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍ବ୍ୟତୀତ […]
ନୂଆଦିଲ୍ଲୀ: ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବା ଭାରତ ପାଇଁ ଫାଇଦା ଦେବ ଏବଂ ପାକିସ୍ତାନ ନିଜେ ଏଥିପାଇଁ ଅସୁବିଧାରେ ପଡ଼ିବ ବୋଲି ଜାତିସଂଘରେ ଭାରତର ପ୍ରତିନିଧି ସୟଦ୍ ଆକବରଉଦ୍ଦିନ୍ କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ ଆମେ ସେତେ ଉପରେ ଉଡ଼ିବୁ। ଅତୀତରେ ଆତଙ୍କବାଦକୁ ବେଶ୍ ପ୍ରୋତ୍ସାହନ ଯୋଗାଇ ସାଧାରଣ ଘଟଣା ଭାବେ ବିବେଚନା କରି ଆସିଥିବା ପାକିସ୍ତାନ ଏବେ ‘ମେନ୍ଷ୍ଟ୍ରୀମ୍ ହେଟ୍ସ୍ପିଚ୍’ ଆରମ୍ଭ କରିବ ବୋଲି ସୟଦ୍ […]