ଲକ୍ଷ୍ନୌ: ଦିଲ୍ଲୀ ପରେ ଏବେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ସେରୋଲଜିକାଲ ସର୍ଭେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ସର୍ଭେ ଆରମ୍ଭ କରାଯାଇଛି । ସେହିଭଳି ଗୋଆ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ସେରୋଲଜିକାଲ ସର୍ଭେ କରାଯଉଛି । ଗୋଟିଏ ଦିନ ପ୍ରାୟ ୨୦ ହଜାର ସଂକ୍ରମଣ ବଢିବା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଛି। ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ପ୍ରାୟ ୩ ହଜାର […]
ନୂଆଦିଲ୍ଲୀ: ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍ଡେଙ୍କୁ। ନାଗପୁରରେ ଏକ ଦାମୀ ହାର୍ଲି ଡାଭିଡସନ ବାଇକରେ ବୋବ୍ଡେଙ୍କୁ ବସିଥିବା ସେ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଥାଉ କି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍ଡେଙ୍କର ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହାକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି । ଜଷ୍ଟିସ ବୋବଡେ ଲକଡାଉନ ଯୋଗୁଁ […]
ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆଶ୍ୱସ୍ତିର ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ। ସୂଚନାଥାଉ କି, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ […]
ନୂଆଦିଲ୍ଲୀ:ଗୋଟିଏ ଦିନର ବ୍ରେକ୍ ପରେ ପୁଣି ବଢିଲା ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି । ଲଗାତାର ୨୧ ଦିନ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । ହେଲେ ଦର ପୁଣି ଆଜି ବଢିଛି। ତୈଳ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା […]
ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଲାଣି କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ଯେତିକି ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପାଇ ୧୬ ହଜାର ୪୭୫ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୧୯,୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଲାଣି। ସେହିପରି […]
ଗୁଆହାଟୀ: ଆସାମର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧିଯୋଗୁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁଁ ୨୩ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉତ୍କଟ ହେଲାଣି। ମୁଖ୍ୟତଃ ଧିମାଜୀ, ଲକ୍ଷ୍ମୀପୁର, ନାଓଗାଁ, ଜୋରହାଟ, ଶିଭସାଗର, ଦିବ୍ରୁଗଡ଼, କୋକ୍ରାଝର, ବାରାପେଟ୍, ତିନସୁକିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ରବିବାର ସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ବନ୍ୟା ଓ ମାଟି ଅତଡାଧସି […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୩ ଆତଙ୍କୀ । ଆଜି ସକାଳୁ ଅନନ୍ତନାଗ ଖୁଲଚୋହାରରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସେହି ସ୍ଥାନରେ ଗୁଳିବିନିମୟ ଜାରି ରହିଛି । ପୁରା ଅଂଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି […]
ଶ୍ରୀକାକୁଲମ୍: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇପଡ଼ିଲା ଯେପରି ଏକ ଅଦରକାରୀ ଅବା ଆବର୍ଜ୍ଜନା ଜିନିଷ। ଶେଷରେ ଜେସିବିରେ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା ମୃତଦେହ। ଏଭଳି କିଛି ହୃଦୟବିଦାରକ ଓ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ସ୍ଥାନୀୟ ଅଞ୍ଚଳର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ତାଙ୍କୁ ଜେସିବିର ସାମ୍ନାରେ ରଖି ନିଆଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ […]