ବେଙ୍ଗାଲୁରୁ: ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଶଶିକଳା। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ବେଙ୍ଗଲୁରୁର ଏକ ଜେଲରେ ସଜା କାଟୁଥିବା ଏଆଇଏଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶୀକଳାଙ୍କୁ ଆଜି ମୁକ୍ତ କରାଯାଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନାମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ତଳେ ଶଶିକଳା ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣାର ସପ୍ତାହକ ପରେ ନୀରବତା ଭାଙ୍ଗିଛନ୍ତି ଅଭିନେତା ସଲମାନ୍ ଖାନ୍। ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କର ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଲଗାତାର ଭାବେ ବଲିଉଡ୍ରେ ପରିବାରବାଦ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ […]
ମୁମ୍ବାଇ: ଭେଣ୍ଟିଲେଟରରେ ୫ ମାସର ଶିଶୁ ଜୀବନ ଓ ମୃତ୍ୟୁର ଦୋଛକିରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ହାତରେ ଅଛି ଆଉ ମାତ୍ର ୨ ମାସର ସମୟ । ଏହା ଭିତରେ ଆବଶ୍ୟକ୧୬ କୋଟି ଟଙ୍କା। କାରଣ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଏକ ଇଞ୍ଜେକସନ ଯାହାର ଦାମ୍ ୧୬ କୋଟି। ଏମିତି ଏକ ଦୋଛକିରେ ଛିଡ଼ା ହୋଇଛି ତୀରା କାମାତ୍। ତୀରାର ଚିକିତ୍ସା ଚାଲିଛି ମୁମ୍ବାଇର ଏସଆରସିସି ହସ୍ପିଟାଲରେ। ଡାକ୍ତରଙ୍କ କହିବା ଅନୁଯାୟୀ ତୀରା […]
ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ ରୋଡ଼ରେ ଟ଼୍ରାକ୍ଟର ରାଲିରେ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୂଚନାଥାଉ କି, ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆନ୍ଦୋଳନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ […]
ନୂଆଦିଲ୍ଲୀ: ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି । ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ […]
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍କୁ ବଡ ଆଶ୍ୱସ୍ତି ମିଳିଛି । ସୂଚନାଯୋଗ୍ୟ ଯେ ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର […]
ନୂଆଦିଲ୍ଲୀ: ଫେସବୁକ୍ର ଡାଟା ଲିକ୍ ମାମଲାରେ ସିବିଆଇ ମାମଲା ରୁଜୁ କରିଛି। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଦେଇଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କର ଡାଟାକୁ କେମ୍ବ୍ରିଜ ଆନାଲିଟିକା ବିକି କରିଦେଇଥିବା ୨୦୧୮ ମାର୍ଚ୍ଚରେ ଅଭିଯୋଗ ଆସିଥିଲା । ଯେଉଁମାନଙ୍କର ଡାଟାକୁ ବିକ୍ରି କରାଯାଇଥିଲା, ସେମାନଙ୍କ ମଧ୍ୟରେ ୫ […]
କେନ୍ଦୁଝର(ପ୍ରଣୟ କୁମାର ପାଣି): ମଣିଷ ଆକାଶରେ ଉଡ଼ି ପାରୁଛି। ପାଣିର ବି ବୁଡ଼ି ପାରୁଛି। ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ହୋଇ ପାରୁଛି। ମାଟି ତଳେ ସହର ତିଆରି କରିପାରୁଛି ପୁଣି ମାଟି ତଳୁ ଘରକୁ ଉଠାଇ ପାରୁଛି। କାରଣ ଆଜିର ବିଜ୍ଞାନ ଦୁନିଆରେ ସବୁ କିଛି ସମ୍ଭବ। ଏହିପରି ଏକ ଅସମ୍ଭବ କାମ ସମ୍ଭବ ଆଜି କେନ୍ଦୁଝରରେ ପ୍ରଥମ ଥର ପାଇଁ ସମ୍ଭବ ହେବାକୁ ଯାଉଛି । ଏକ ଛାତ ଘରକୁ ମାଟି ତଳୁ ୪ ଫୁଟ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିବାସ ଅର୍ଥାତ୍ ହ୍ୱାଇଟ ହାଉସ୍ର ରୋଷେଇଘରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଏହା ପୂର୍ବରୁ ଏହି ରୋଷେଇଘର ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରର ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଥିଲା। ଏବେ ରାଷ୍ଟ୍ରପତି ବାଇଡେନ୍ଙ୍କ ପସନ୍ଦ ଅନୁସାରେ ହେବ। ଆସନ୍ତୁ ଜାଣିବା, କେମିତି ଏଇ ହ୍ୱାଇଟ ହାଉସ୍ର କିଚେନ ଏବଂ ବାଇଡେନ୍ଙ୍କ ପାଇଁ ଏଠାରେ କ’ଣ ସବୁ ପ୍ରସ୍ତୁତ ହେବ ? ହ୍ୱାଇଟ୍ ହାଉସ୍ ଏବେ ଆଗାମୀ ୪ ବର୍ଷ ପାଇଁ ବାଇଡେନ୍ଙ୍କ ସରକାରୀ […]
–ସମ୍ବଲପୁରରେ ବିଜେପି ପକ୍ଷରୁ ଚାଷୀ ସମାବେଶ -ସାମିଲ ହେଲେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର -ଉତ୍ପାଦିତ ସମସ୍ତ ଧାନ କିଣିବାକୁ ଦାବି କଲା ବିଜେପି -ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବି ତେଜିଲା -କଟନୀ ଛଟନୀ ବନ୍ଦ ପାଇଁ ମଧ୍ୟ ଦାବି କଲେ ଚାଷୀ ସମ୍ବଲପୁର: ବିଭିନ୍ନ ଦାବି ନେଇ ରାସ୍ତାରୋକ, ଆନ୍ଦୋଳନ ପରେ ଆଜି ବିଜେପି ପକ୍ଷରୁ ବିଶାଳ ଜନ ସମାବେଶ କରାଯାଉଛି । ସମ୍ବଲପୁରରେ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା […]