• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vlcsnap-error407
ଲଗାଣ ବର୍ଷାରେ ପୁରୀରେ କୃତ୍ରିମ ବନ୍ୟା

ପୁରୀ: ଲଗାଣ ବର୍ଷା ପରେ ପୁରୀ ସହରର କିଛି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସୁଜାତାନଗର ଓ ମାଟିତୋଟା ଅଞ୍ଚଳରେ ଏହି କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିବାରୁ ଲୋକେ ଦୁଇଦିନ ହେଲା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଜାତୀୟ ରାଜପଥ ନିର୍ମାଣ ପରେ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ୨ ବର୍ଷ […]

  • Monday, 12 July 2021
vlcsnap-error598
ସେଲ୍‌ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ ବା ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କୁ ଦିଲ୍ଲୀରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେ ନିଜ କାରରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ହୁଡ୍‌କୋ ଛକ ନିକଟରେ ଚାରି ଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ଅନୀଲଙ୍କ ଗାଡିକୁ ଅଟକାଇଥିଲେ। ଏହାପରେ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ପୁଲିସ୍‌ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ […]

  • Monday, 12 July 2021
vlcsnap-error129
ପୁଲିସ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା

କଟକ: ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ପୁଲିସ୍‌ ଡିଜି ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ପୁଲିସ୍‌ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ପୂର୍ବତନ ପୁଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପୁଲିସ୍‌ ଡିଜି ସହ ଫାୟାର ଏବଂ ସିଭିଲ ଡିଫେନ୍ସ ଜିଜି ଦାୟିତ୍ୱରେ ରହିଛନ୍ତି ବିଜୟ କୁମାର ଶର୍ମା।  ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ […]

  • Monday, 12 July 2021
vlcsnap-error462
ବନ୍ୟା ସ୍ଥିତିରେ ଆସୁଛି ସୁଧାର; କମୁଛି ନଦୀର ଜଳସ୍ତର

ରାୟଗଡ଼ା/କଳାହାଣ୍ଡି: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଫଳରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ଓ ମୁନିଗୁଡ଼ା ବ୍ଲକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ତେବେ କିଛି ଅଞ୍ଚଳରେ ବ୍ରିଜ୍ ଭାଙ୍ଗିଯିବା ସହ ରାସ୍ତା ଧୋଇଯାଇ ଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏବେବି ଲୋକେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଛନ୍ତି। ଲଗାଣ ବର୍ଷାରେ ବିଷମକଟକ ଓ ମୁନିଗୁଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଶହଶହ ଏକର ଜମିରେ ପାଣି ମାଡ଼ି ଯିବାରୁ ଧାନ ବିଲରେ […]

  • Monday, 12 July 2021
vlcsnap-error090
ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି

ରାୟଗଡ଼ା: ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି। ରାୟଗ଼଼ଡା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟ ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଧସି ହୋଇଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷା ହେବା ଫଳରେ ମାଟି ଅତଡ଼ା ଧସି ହୋଇଥିବା ଜଣାପଡ଼ିଛି। ଫଳରେ ପାହାଡ଼ ତଳେ ଥିବା ଚାଷଜମି ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

  • Monday, 12 July 2021
vlcsnap-error037
୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ରେସନ୍‌ରୁ ଡିପ୍ ଡିପ୍ରେସନ୍‌ରୁ ପରିଣତ ହୋଇଥିଲା। ବର୍ତ୍ତମାନ ଏହି ଡିପ୍‌ ଡିପ୍ରେସନ୍‌ କ୍ରମଶଃ ଦୁର୍ବଳ ହୋଇ ଡିପ୍ରେସନ୍‌ରେ ପରିଣତ ହୋଇଛି। ଯାହା ବର୍ତ୍ତମାନ ଉତ୍ତରପୂର୍ବ ଛତିଶଗଡ଼ ଉପରେ ଅଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ୬ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର। […]

  • Monday, 12 July 2021
wall collapse
ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଆଖି ବୁଜିଲା ୨ ମାସର ଶିଶୁ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଦୁଇ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଥିରେ ଶିଶୁଟିର ମା’ ଓ ୩ ବର୍ଷର ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସୁଶୀଲ ହାତୀଙ୍କ ସ୍ତ୍ରୀ ଓ ତାଙ୍କର ୨ ସନ୍ତାନ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ୩ ଜଣ ଚାପି ହୋଇଯାଇଥିଲେ। […]

  • Monday, 12 July 2021
representational image
ଜନ୍ମ ଦେଇ ଛାଡ଼ି ପଳାଇଲା ମା’!

ମୋହନା: ପୁଣି ଅଲୋଡ଼ା ଶିଶୁକନ୍ୟା। ଗଜପତି ଜିଲ୍ଲା ଅଡ଼ବା ଗାଁ ନିକଟ ଜଙ୍ଗଲରୁ ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକୁ କେହି ଜଙ୍ଗଲରେ ପକାଇ ପଳାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଗାଈ ଚରାଳୀମାନେ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ଅଡ଼ବା ଡାକ୍ତରଖାନାକୁ ଆଣିଥିଲେ। ଏହାପରେ ସ୍ୱାସ୍ଥ୍ୟକର୍ମୀ ଶିଶୁଟିକୁ ମୋହନା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଭଲଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ଶିଶୁକନ୍ୟା ସମ୍ପର୍କରେ ସିଡବ୍ଲ୍ୟୁସିକ ଖବର ଦିଆଯାଇଥିବା ଡାକ୍ତର ସୂଚନା […]

  • Monday, 12 July 2021
representational image
ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

ବଣାଇ(ରଞ୍ଜିତ ଚୌଧୁରୀ): ବାପାକୁ ପଥରରେ ଛେଚି ହତ୍ୟା କଲେ ଦୁଇ ପୁଅ। ଯେଉଁ ବାପା ନିଜେ ଭୋକିଲା ରହି ପୁଅ ପେଟରେ ମୁଠାଏ ଦାନା ଦେବାକୁ ଦିନ ରାତି ଏକାଠି କରିଥିଲା। ସେହି ପୁଅ ଆଜି ବାପାର ହତ୍ୟାକାରୀ ସାଜିଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କିରିଆକୁଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବାଇଧର ମୁଣ୍ଡା। ଗତ ସୋମବାର ଦିନ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଘରେ କବାଟ ଲଗାଇବାକୁ କେନ୍ଦ୍ର […]

  • Monday, 12 July 2021
train
ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। କିଛି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଆଉ କିଛି ଟ୍ରେନର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାୟଗଡ଼ା-ଟିଟିଲାଗଡ଼ ଷ୍ଟେସନ ରୁଟ୍‌ର ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବାରୁ ରେଳ ସେବାରେ ବାଧା ସୃଷ୍ଟି ହୋଇଛି। ଆଜି ପାଇଁ ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜରକୁ ଉଭୟ ପଟୁ ବାତିଲ କରାଯାଇଛି। ଗତ ୫ତାରିଖରୁ […]

  • Monday, 12 July 2021
vlcsnap-error638
ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି; ଆଜି ବି ସ୍କୁଲ୍‌ ଛୁଟି

ମାଲକାନଗିରି: ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ବର୍ଷା ଛାଡ଼ି ନାହିଁ। କିଛି ପରିମାଣର ବର୍ଷା କମି ଥିବାରୁ ମାଲକାନଗିରିରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର କମିଛି। ପୋଟେରୁ, କାଙ୍କରମୁଣ୍ଡା ଓ ଏମ୍ ନାଇଣ୍ଟି ଅଞ୍ଚଳରେ ଜଳସ୍ତର କମିଥିବାରୁ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲେ ଏବେ କିଛି ସ୍ଥାନକୁ ଯୋଗାଯୋଗ ମଧ୍ୟ ସମ୍ଭବ […]

  • Monday, 12 July 2021
vlcsnap-error792
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହୋଇଛି: ଏସ୍‌ଆର୍‌ସି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଡ଼ାରୀ, ବିଷମକଟକ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ଜଳରେ ବ୍ରିଜ୍ ବୁଡ଼ିଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରାୟ ସମସ୍ତ ବ୍ରିଜ୍ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। କାଶୀପୁର […]

  • Monday, 12 July 2021
matric exam
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୪୩.୬୨ ପ୍ରତିଶତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ ସଭାପତି ଜାହାନ ଆରା ବେଗମ୍ ରେଜଲ୍ଟ ପ୍ରକାଶ କରିଛନ୍ତି। ଏଥର ପାସ୍ ହାର ୪୩.୬୨ ପ୍ରତିଶତ ରହିଛି। ଓପନ୍ ସ୍କୁଲରେ ପାସ୍ ହାର ୬୩.୪୪ ପ୍ରତିଶତ ରହିଛି। ଚଳିତ ବର୍ଷ ମୋଟ୍‌ ୨୬ହଜାର ୨୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ହଜାର ୪୪୫ଜଣ ପାସ୍‌ କରିଛନ୍ତି। ଜୁଲାଇ ୨୧ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ୨୦ଟି ପରୀକ୍ଷା କେନ୍ଦ୍ରରେ ଖାତା […]

  • Monday, 12 July 2021
school-750x430
ବର୍ଷା ଯୋଗୁ ସ୍ଥିତି ବେହାଲ୍‌: ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଛୁଟି

ମାଲକାନଗିରି/ବ୍ରହ୍ମପୁର: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଆଜି ଉଭୟ ଜିଲ୍ଲାର ଜିଲ୍ଲାପାଳ ସବୁ ସରକାରୀ ଓ ବେସରକାରୀ ସ୍କୁଲ୍‌କୁ ଛୁଟି ଘୋଷଣା କରିଛିନ୍ତି। ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଜିଲ୍ଲାର ସବୁ ଛୋଟ ବଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କୋରକୋଣ୍ଡା, କାଙ୍କରକୋଣ୍ଡା ଓ ଏମ୍‌ଭି ୩୭ ଠାରେ ପୋଲ ଉପରେ ୫ ଫୁଟ […]

  • Monday, 12 July 2021
heavy rainfall
ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଏହା ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି। ଧିରେ ଧିରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ […]

  • Monday, 12 July 2021
vlcsnap-error538
ବିପଦ ସଙ୍କେତ ଉପରେ ବଂଶଧାରା ନଦୀର ଜଳସ୍ତର

ପାରଳାଖେମୁଣ୍ଡି: ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗଜପତି ଜିଲ୍ଲାର କାଶୀନଗରଠାରେ ବିପଦ ସଙ୍କେତ ଉପରେ ବଂଶଧାରା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିପଦ ସଂକେତ ୫୪. ୬୦ ମିଟର ଥିବାବେଳେ ୫୫. ୪୦ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ। ଫଳରେ କାଶୀନଗର ବ୍ଲକ୍‌ର ସାରା, ବାଡିଗାଁ, ପୁରୁଟିଗୁଡା, ନୂଆସାରା ସମେତ ୧୮ଟି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜ୍‌ର […]

  • Monday, 12 July 2021
bjd
ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ୧୬, ୧୪୪ ଭୋଟ୍‌ରେ ବିଜେଡି ଆଗୁଆ ରହିଛି।  ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କୁ ୬୯, ୬୯୬ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୩, ୫୫୨ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୬୯୩ ଖଣ୍ଡ ଭୋଟ୍ ମିଳିଛି। ଶେଷ ୧୦ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ […]

  • Monday, 12 July 2021
vvpat
ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ୧୦ମ ରାଉଣ୍ଡ ଶେଷ ସୁଦ୍ଧା ୧୪, ୯୫୮ ଭୋଟ୍‌ରେ ବିଜେଡି ଆଗୁଆ ରହିଛି। ୧୦ମ ରାଉଣ୍ଡ୍‌ରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କୁ ୫୮, ୯୧୯ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୪୩, ୯୬୧ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୫୩୯ ଖଣ୍ଡ ଭୋଟ୍ ମିଳିଛି। ଶୀଘ୍ର ଗଣତି କରି ଦିନ […]

  • Monday, 12 July 2021
Car
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁଁ ମାଟି ତଳେ ଫସିଲା ଯାନବହାନ

ହିମାଚଳ ପ୍ରଦେଶ, କୁଲୁ ଅନ୍ତର୍ଗତ ବାଜୋରା ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ପରେ ମାଟି ତଳେ ଫସିଛି ଅନେକ ଯାନବହାନ

ctc
କଟକରେ ଫୁଟିଲା ବୋମା

କଟକ: କଟକ ଖାନନଗର ପୂଜା ମଣ୍ଡପ ନିକଟରେ ଥିବା ଏକ ମିଠା ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଆଜି ସକାଳେ ଏହି ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମିଠା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ବାଦାମବାଡ଼ି ପୁଲିସ୍‌ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି।

  • Monday, 12 July 2021
representational image
୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

କଟକ: ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ୨ଜଣଙ୍କୁ ହତ୍ୟା କରାଯାଇଛି। ଏଥିସହ ଜଣଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଓଏମ୍‌ପି ବ୍ରିଜ୍‌ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସେ ଜଣେ ଦିନ ମଜୁରିଆ ହୋଇଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]

  • Monday, 12 July 2021
patkura
ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ୍‌ରେ ଭୋଟ୍‌ ଗଣତି ଚାଲିଛି। ତେବେ ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣତି ସରିଛି। ଏହି ରାଉଣ୍ଡ୍‌ର ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଆଗୁଆ ଅଛନ୍ତି। ସେ ୨ ହଜାର ୯୨୭ ଭୋଟ୍‌ରେ ଆଗୁଆ ରହିଛନ୍ତି। ତାଙ୍କୁ ୬୭୩୫ ଖଣ୍ଡ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ୍‌ ମିଳିଛି। ପ୍ରଥମ ରାଉଣ୍ଡ୍‌ ଭୋଟ୍‌ […]

  • Monday, 12 July 2021
patkura
ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ଆଜି ସକାଳର ୮ଟାରୁ ଭୋଟ୍‌ ଗଣତି ଆରମ୍ଭ  ହୋଇଛି। ଭୋଟ୍‌ ଗଣତି ପାଇଁ ୧୮ଟି ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ। ପ୍ରତି ଟେବୁଲ୍ ପାଇଁ ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସନଲ୍‌ ରହିବେ। ଶୀଘ୍ର ଗଣତି କରି ଦିନ ଗୋଟାଏ ସୁଦ୍ଧା ଫଳାଫଳ ଘୋଷଣା […]

  • Monday, 12 July 2021
rainfall
ଲଘୁଚାପ ହେଲେ ୨୫, ୨୬ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସାରା ଦେଶକୁ ମୌସୁମୀ ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହୋଇନି। ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ହାରାହାରି ୧୯ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ରହିଛି। ଆଜି କିମ୍ବା କାଲି ଭିତରେ ଯଦି ଘୂର୍ଣ୍ଣି ବଳୟ ସୃଷ୍ଟି ହୁଏ ଓ ଏହା ଲଘୁଚାପରେ ପରିଣତ ହୁଏ ତେବେ ଜୁଲାଇ ୨୫, […]

  • Monday, 12 July 2021
udala
ଅଧ୍ୟକ୍ଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଧ୍ୟାପିକା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ଅଧ୍ୟାପିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅଧ୍ୟକ୍ଷଙ୍କ ନାଁ କମଳାକାନ୍ତ ବେହେରା। ଅଧ୍ୟକ୍ଷ କମଳାକାନ୍ତ ତାଙ୍କୁ ଦୁର୍ବ‍୍ୟବହାର ଓ ଅସଦାଚରଣ କରିଥିବା ନେଇ ଅଧ୍ୟାପିକା ଥାନାରେ ଅଭିଯୋଗ କରିଛନ୍ତି। ପରୀକ୍ଷା ଖାତା ଦେଖାଯିବ କହି ବାଲେଶ୍ୱର ରିଜିଓନାଲ ଅଫିସକୁ ନେବା ବାହାନାରେ କମଳାକାନ୍ତ ତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସମ୍ପୃକ୍ତ ଅଧ୍ୟାପିକା ଅଭିଯୋଗ […]

  • Monday, 12 July 2021