ଭୁବନେଶ୍ୱର : ସାକ୍ଷୀଙ୍କୁ ମିଳିବ ସୁରକ୍ଷା। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଦିଆଯିବ ସୁରକ୍ଷା। ଏଥିପାଇଁ ଉଦ୍ଦିଷ୍ଟ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସାକ୍ଷୀ ସୁରକ୍ଷା ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସୁପ୍ରିମକୋର୍ଟ ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ, ଗତ ଜୁଲାଇ ୬ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍ ବାଇକକୁ ଧକ୍କା ଦେବାରୁ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ(୨୦) ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ ଗାଁରେ। ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଓ ସୀମାରେଖା ଏକ ବାଇକ୍ରେ ଦେବଗଡ଼ […]
ନବରଙ୍ଗପୁର(ନବଘନ ବିଷୋୟୀ) : ଗୁଣିଗାରେଡ଼ି ସନ୍ଦେହରେ ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡାଇଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରୁ। ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଗାଁର କିଛି ଲୋକଙ୍କ ଗାଈ, ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ତେବେ ଗୁଣି ଗାରେଡ଼ି ସନ୍ଦେହରେ ଏଭଳି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଗାଁର ବନମାଳୀ ଜାନି ନାମଙ୍କ ଜଣେ ବ୍ୟକ୍ତିଙ୍କ ପରିବାରକୁ ଟାର୍ଗେଟ […]
କେନ୍ଦ୍ରାପଡ଼ା : ନାବାଳକ ଚୋରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନିଳିକଣା ଗ୍ରାମରେ ରାତି ଅଧରେ ଚୋରି କରୁଥିବା ବେଳେ ଚୋରକୁ ଧରି ଗଛରେ ବାନ୍ଧି ଦେଲେ ଗ୍ରାମବାସୀ। ଏହି ଚୋର ମାନେ ଝରକା ବାଟେ ମୋବାଇଲ, ସୁନା ଚେନ ଆଦି ଝାମ୍ପି ନେଇ ଯାଉଥିଲେ। ଏ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ବେଳେ ଗାଁ ଲୋକ ମାନେ ଜଗି ଜଣକୁ ଧରି ଥିଲେ । ତାଙ୍କୁ ପଚରା ଉଚରା କଲା […]
ସୋର ( ଶଶିକାନ୍ତ ବେହେରା) : ସ୍ତ୍ରୀର ମୃତ୍ୟୁକୁ ନେଇ ସ୍ୱାମୀକୁ ଖୁଣ୍ଟିରେ ବାନ୍ଧିଲେ ଗ୍ରାମବାସୀ। ସ୍ୱାମୀ ଖସିଯାଉଥିବା ବେଳେ ସନ୍ଦେହରେ ସ୍ୱାମୀକୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ଥାନା ଅଧିନ ମହାଳିକ ସାହି ଗ୍ରାମରେ। ସ୍ୱାମୀ କରୁଣାକର ମହାଳିକ ମଦ ପିଇ ସ୍ତ୍ରୀ ମିନତୀ ମହାଳିକକୁ ମାରି ଫ୍ୟାନରେ ଟାଙ୍ଗିଦେଇଥିବା ତାଙ୍କ ବଡ଼ ଝିଅ ଅଭିଯୋଗ କରିଛନ୍ତି। କରୁଣାକର ଘରୁ ଖସିଯାଉଥିବା ବେଳେ ଗ୍ରାମବସୀ ମାନେ ମିଶି […]
ପୁରୀ : ପୁରୀରେ ଲଜ୍ଜା ଏକ ଲକ୍ଜରି ବସ୍ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ବସ୍ର ହେଲପର ବିରୋଧରେ ଏହି ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସ୍ଷ୍ଟାଣ୍ଡରେ ଥିବା ବସ୍ରୁ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ପୀଡ଼ିତା ଜଣକ କେନ୍ଦୁଝର ଜିଲ୍ଲାର ବୋଲି […]
ଭୁବନେଶ୍ୱର : ରାଜ୍ୟର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ବୈଠକ କରି ପ୍ରତିକ୍ଷେତ୍ରରେ 5T କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ପ୍ରତି ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପି ମାନେ ଯୋଗଦେଇଥିଲେ। ରାଜ୍ୟ ତିନିଟି କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଗୁଡ଼ିକ ହେଲା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର […]
ଭୁବନେଶ୍ୱର: ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲେ କିମ୍ବା ସେମାନେ ଆର୍ଥିକ ଅନଗ୍ରସର ହୋଇଥିଲେ ରାଜ୍ୟ ସରକାରଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ। ଏନେଇ ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗରିବ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ପଦ୍ମ ପୁରସ୍କାର ବିଜେତା ଦୈତାରୀ ନାଏକ ଓ କମଳା ପୂଜାରୀଙ୍କ ଭଳି […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ସ୍ତରରେ ମୋଟ ୪୧ଜଣ ଅଫିସରଙ୍କ ବଦଳି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଶୁଭେନ୍ଦୁ କାନୁନଗୋଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ସୁଶାନ୍ତ କୁମାର ବାରିକଙ୍କୁ ଅନୁସୂଚିତ ଜାତି […]
ପଟ୍ଟାମୁଣ୍ଡାଇ :କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ତାଲା ଠୁଙ୍କି ଛୁ ମାରିଥିଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ପିଲାଟିର କାନ୍ଦ ଶୁଣି ତାଲା ଭାଙ୍ଗିବା ସହ ଶିଶୁକୁ ଉଦ୍ଧାର କରିଥିଲେ । ବନ୍ଦ ଘର ଭିତରେ ଶିଶୁପୁତ୍ରଟି ଅସୁସ୍ଥ ହୋଇ ପଡ଼ିଥିବାନେଇ ସୂଚନା […]
କେନ୍ଦ୍ରାପଡ଼ା /ଭୁବନେଶ୍ୱର : ଜମିଲାଣି ପାଟକୁରା ପଲିଟିକ୍ସ । ଭୋଟ୍ ତାରିଖ ପାଖେଇ ଆସୁଥିବାବେଳେ ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ଓ ନେତା ଜୋରଦାର କରୁଛନ୍ତି ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟରଙ୍କ ପାଖକୁ ଯାଇ ପରିବର୍ତ୍ତନ ପାଇଁ ନିବେଦନ କରୁଥିବାବେଳେ ପାଟକୁରାରେ ଡେରା ପକାଇଥିବା ବିଜେଡି ନେତା ପଞ୍ଚାୟତ ସ୍ତରରେ କର୍ମୀ ସମ୍ମିଳନୀ କରି ମନ୍ତ୍ରଣା କରୁଛନ୍ତି। ଏଣେ ଆଜି ନବୀନ ନିବାସରେ ସ୍ଥାନୀୟ ଅସନ୍ତୁଷ୍ଟ କର୍ମୀ […]
ଭୁବନେଶ୍ୱର : ପିଏମ୍ କିଷାନ ଯୋଜନା ପାଇଁ ଚାଷୀଙ୍କ ସଂପୂର୍ଣ୍ଣ ତାଲିକା ଦେବାରେ ବିଳମ୍ବ କରୁଥିବାରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ତାଗିଦ୍। ଜୁଲାଇ ୧୫ ସୁଦ୍ଧା ଚାଷୀଙ୍କ ଚୂଡାନ୍ତ ତାଲିକା ନଦେଲେ ଏହି ଯୋଜନାରୁ ବଚିଂତ ହେବେ ଅନେକ ଚାଷୀ। ଅର୍ଥାତ ଚାଷୀଙ୍କୁ ମିଳିବନି ଆର୍ଥିକ ସହାୟତା। କେନ୍ଦ୍ର ସରକାରଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ଜୁନ୍ ଶେଷ ସୁଦ୍ଧା ପ୍ରାୟ ୧୮ ଲକ୍ଷ […]
କଟକ : କଟକ ‘ନିର୍ତାର’ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଲଟପୁର ପୁଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ ସହ ୨ଟି ବାଇକ୍ ଏବଂ ୫ଟି ମୋବାଇଲ ଜବତ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକ ‘ନିର୍ତାର’ର କ୍ୟାଣ୍ଟିନର ଜଣେ କର୍ମଚାରୀ ବୋଲି ଜଣାପଡିଛି। ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ବି ନିରତାରର କର୍ମଚାରୀ ବୋଲି […]
ରାଇରଙ୍ଗପୁର ( ରାଜେଶ ଶର୍ମା) : ଅବହେଳିତ ରାଜ୍ୟର ମହିଳା ଫୁଟବଲ ଖେଳାଳି। ରାଜ୍ୟର ଅନେକ ମହିଳା ଫୁଟବଲ ଖେଳାଳି ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ମହିଳା ଫୁଟବଲ ଆସୋସିଏସନରୁ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦେଓଗୀ ମୁର୍ମୁ, ପୂର୍ଣ୍ଣିମା ହେମ୍ରମ, ଯୋବାମଣି ସୋରେନ, ହେମଲତା ମହନ୍ତଙ୍କ ଭଳି ଦକ୍ଷ ମହିଳା ଫୁଟବଲ ଖେଳାଳି ଜାତୀୟ ସ୍ତରରେ ଫୁଟବଲ ଖେଳି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ବାମନଘାଟୀ ମହିଳା […]
ପୁରୀ : ରାଜନୈତିକ ଶତ୍ରୁତାରୁ ବୋମାମାଡ଼। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ କହ୍ନେଇପୁରରେ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟି ବୋମାମାଡ଼ ହୋଇଥିବା ଜଣାପଡିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇ ୨ ଜଣ ଆହତ ହୋଇଥିଲେ। ଏହାପରେ ଆଜି ସକାଳେ ଘଟଣାକୁ ନେଇ ପୁଣିଥରେ ଉତ୍ତେଜନା […]
ଝାରସୁଗୁଡ଼ା : ଝାରସୁଗୁଡ଼ା ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡକୁ ନେଇ କାର୍ଯ୍ୟାନୁଷ୍ଠାନ। ବେଦାନ୍ତ ଆଲୁମିନିୟମରେ ଗ୍ରୀନ୍ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲା ଫାକ୍ଟ୍ରି ଆଣ୍ଡ ବ୍ରୟଲର ବିଭାଗ ସହକାରୀ ନିର୍ଦ୍ଦେଶକ। ବେଦାନ୍ତ କମ୍ପାନୀରେ ଅଗ୍ନିକ ସୁରକ୍ଷା ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ଆସିଲା ପରେ ସମୀକ୍ଷା ହେବ ଏବଂ ପରବର୍ତ୍ତୀ ଆଦେଶ ଯାଏ ଅପରେସନ ବନ୍ଦ ରଖିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଦେଶର ଅନ୍ୟତମ ପ୍ରମୁଖ […]
ଭୁବନେଶ୍ୱର : ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀ ଭୁବନେଶ୍ୱରରେ। ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ୟୁନିୟନ ସଂପାଦକ ଜତିକାନ୍ତ ବେହେରାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜତିକାନ୍ତଙ୍କ କଳାରାହାଙ୍ଗ ଘରେ ପଶି ୭ରୁ ୮ ଜଣ ଦୁବୃର୍ତ୍ତ ଛୁରି ଓ ରଡ୍ରେ ଆକ୍ରମଣ କରିଛନ୍ତି। ଜତିକାନ୍ତ ଏବଂ ତାଙ୍କ ପୁଅକୁ ନିର୍ଧୁମ ପିଟି […]
ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକେ। ପରିବାର ଲୋକଙ୍କ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଅଭିଯୁକ୍ତ […]
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ଛତିଶଗଡ଼ ପୁଲିସ୍କୁ ବଡ଼ ସଫଳତା। ଛତିଶଗଡ଼ ଧମତାରୀ ଜିଲ୍ଲା କଳହରି ଜଙ୍ଗଲରେ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡ଼ିଛି। ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ପୁଲିସର STF ଟିମ୍। ତେବେ ଏହି ସମୟରେ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ଯାହାର କଡ଼ା ଜବାବ ଦେଇଥିଲା ଫୋର୍ସ। ଘଟଣାସ୍ଥଳରେ ବହୁ […]
କଳାହାଣ୍ଡି ( ରାଜ କୁମାର ସିଂହଦେଓ ): ବିବାହର ୩ ମାସ ନପୁରୁଣୁ ଝୁଲନ୍ତା ଅବସ୍ଥାରେ ମିଳିଲା ନବ ବିବାହିତାଙ୍କ ମୃତଦେହ। ଭବାନୀପାଟଣା ସଦର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ କରଲାସୋଡ଼ା ଗାଁର ବେଣୁଧର ରଣାଙ୍କ ପୁଅ ଜିତେନ୍ଦ୍ର ସହ ବରଗାଁର ଭାଗ୍ୟବାନ ରଣାଙ୍କ ଝିଅ ସହିତ ଗତ ମାର୍ଚ୍ଚରେ ବିବାହ ହୋଇଥିଲା। ତେବେ ବିବାହ ପର […]
ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍। ୨୫ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଉଲ୍ଲେଖନୀୟ ଯେ,ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଗତ ୧ ତାରିଖରେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ […]
ପାଟଣାଗଡ଼ ( ବଂଶୀଧର ସେଠ୍ ) : ନୃଶଂସତାର ସବୁ ସୀମା ଟପିଗଲା ପୁଅ। ସାମାନ୍ୟ କଥାରେ ବଚସାକୁ ନେଇ ବାପାକୁ ଠେଙ୍ଗାରେ ପିଟିଲା ଆଉ ୭୫ ବର୍ଷୀୟା ଶଯ୍ୟାଶାୟୀ ମାଆକୁ ଜିଅନ୍ତା ଜାଳିଦେଲା। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ରାତବାହାଲ ଗାଁରେ ଆଜି ସକାଳୁ ଏହି ଦୁଃଖଦ ଘଟଣା ଘଟିଛି। କୌଣସି କାରଣକୁ ନେଇ ବାପା ଋଷି ଖର୍ସେଲଙ୍କ ସହ ପୁଅ ସନ୍ତୋଷ ଖର୍ସେଲର ବଚସା ହୋଇଥିଲା। ଏହାପରେ ବାପାକୁ ଜଘନ୍ୟ ଭାବେ ଠେଙ୍ଗାରେ ଆକ୍ରମଣ […]
ନୂଆପଡ଼ା( ମାୟାଧର ସରାଫ୍) : ରାସ୍ତା ଖରାପ ଯୋଗୁ ଆସିପାରିଲାନି ଗାଡ଼ି। ଖଟିଆରେ ବୁହାହେଲେ ରୋଗୀ। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବାଗପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଗମନାଗମନ ପାଇଁ ଗାଁକୁ ଅଛି ଗୋଟିଏ ମାତ୍ର ମାଟି ରାସ୍ତା। ତେବେ ପ୍ରବଳ ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ତେଣୁ ଅସୁସ୍ଥ ହୋଇପଡିଥିବା ଗାଁର ଧନେଶ୍ୱର ମାଝି ନାମକ ଜଣେ ରୋଗୀଙ୍କୁ ଖଟିଆରେ ବୋହିନେଇଥିଲେ ଲୋକେ। କାଦୁଅ ପଚ ପଚ ରାସ୍ତାରେ […]
ବାଙ୍କୀ( ସଞ୍ଜିପ୍ କୁମାର ନାୟକ) : ଉଜୁଡ଼ା ରୂପ, ଅସଜଡ଼ା ଭିତ୍ତିଭୂମି। ପ୍ରଳଙ୍କକାରୀ ବାତ୍ୟା ଫୋନିକୁ ୨ ମାସ ବିତିଯାଇଥିଲେବି ଅଣ୍ଟା ସଳଖି ଛିଡା ହୋଇପାରୁନି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ଢୋଲକାଠ ପ୍ରାଥମିକ ବିଦ୍ୟାଳୟ। ବାତ୍ୟା ଫୋନିର ପବନ ମାଡ଼ରେ ଏଣେତେଣେ ପଡିରହିଛି ଶ୍ରେଣୀଘରର ଆଜବେଷ୍ଟସ ସହ ଇଟାପଥର। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଗାଁ ମଝିରେ ଥିବା କୋଠଘର ବାରଣ୍ଡା ପାଲଟିଛି ଅସ୍ଥାୟୀ ସ୍କୁଲର ଠିକଣା। ସେପଟେ ଚକାପଦା ପ୍ରାଥମିକ ବିଦ୍ୟାଳୟର ବି ସମାନ ଅବସ୍ଥା। ବାତ୍ୟା […]
ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତାର ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଉଲ୍ଲେଖନୀୟ ଯେ ,ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ପୋଲ ଉପରେ ପାଣି ଜମି ରହୁଛି। ଏହି ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ଅନେକ ଦାବି ସତ୍ତ୍ୱେ ପୋଲଟିଏ ହୋଇପାରୁନି। ଫଳରେ ପ୍ରତିବର୍ଷ […]