ଭୁବନେଶ୍ୱର: ଉତ୍ସାହୀ ଶିଳ୍ପଦ୍ୟୋଗୀଙ୍କୁ ଭୁଆଁ ବୁଲାଇଲେ ସରକାର। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରହେଳିକା ସାଜିଲା କେନ୍ଦ୍ରର ସବ୍ସିଡି ଯୋଜନା। କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ମିଶନ-୨୦୧୨ରେ କେବିକେ ଜିଲ୍ଲାରେ ୧୨ଜଣ ଶିଳ୍ପଦ୍ୟୋଗୀ ରାଇସ ମିଲ୍ ଓ ଜଣେ ଆଇସକ୍ରିମ୍ ୟୁନିଟ୍ ବସାଇଥିଲେ। ହେଲେ କେନ୍ଦ୍ର ସରକାର ହଠାତ୍ ୨୦୧୫ରେ ସ୍କିମ୍ ବନ୍ଦ କରିଦେବାରୁ ଏହାର ମାଲିକଙ୍କ ମୁଣ୍ଡରେ ବଜ୍ର ପଡିଛି। ୟୁନିଟ୍ ମାଲିକଙ୍କୁ ସବସିଡି ଆକାରରେ ମିଳିବାକୁ ଥିବା ୨୫ରୁ ୩୦ ଲକ୍ଷ […]
ବରଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଲା ପାର୍ସଲ ବୋମା। ଅତାବିରା ଭାଲୁପତ୍ରା ଗାଁର ଜଣଙ୍କ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ଘର ସାମ୍ନାରେ ଥୁଆ ହୋଇଥିବା ଏକ ଅଜଣା ପ୍ୟାକେଟ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ସି.ଏଚ୍. ନାଗଭୂଷଣ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବରଗଡ଼ ଏସ୍ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଗାଡ଼ାଖୁଣ୍ଟାରେ ଅଭାବନୀୟ ଘଟଣା। ଆମ୍ବୁଲାନ୍ସ ନଆସିବାରୁ ଅଟୋରେ ପ୍ରସବ କଲେ ପ୍ରସୂତୀ। ଡଙ୍ଗରା ଗାଁର ଏହି ପ୍ରସୂତୀଙ୍କ ପାଇଁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ ସମ୍ଭବ ନ ହେବାରୁ ୧୦୨କୁ ଫୋନ୍ କରାଯାଇଥିଲା । ୧୦୨ ଆମ୍ବୁଲାନ୍ସ ଆସୁଛି ବୋଲି କହି ଅାସିନଥିବା ଅଭିଯୋଗ ହୋଇଛି । ଫଳରେ ଅଟୋରେ ଯିବା ବିଳମ୍ବ ହେବାରୁ ପ୍ରସୂତି ଜଣକ ବାଟରେ ପ୍ରସବ କରିଥିଲେ । ପ୍ରସବ ପରେ ସେ ନବଜାତ […]
ଭୁବନେଶ୍ୱର : କର୍ମୀ ସମ୍ମିଳନୀରେ ନେତାଙ୍କୁ ଖୋଲାଖୋଲି ବିରୋଧ। ସାଂସଦଙ୍କ ବିରୋଧରେ କର୍ମୀଙ୍କ ସ୍ଲୋଗାନ। ବାଲେଶ୍ୱର ବାଲିଆପାଳ ବ୍ଲକ୍ ବୋଳଂରେ ଚାଲିଥିବା ବିଜେଡି କର୍ମୀ ସମ୍ମିଳନୀରେ, କଂଗ୍ରେସରୁ ଆସି ବିଜେଡିର ଟିକେଟରେ ସାଂସଦ ହୋଇଥିବା ରବୀନ୍ଦ୍ର ଜେନା ଜିଲାର ପୁରୁଣା ବିଜେଡି କର୍ମୀଙ୍କୁ ମୂଳୋତ୍ପାଟନ କରୁଥିବା ଅଭିଯୋଗ ହୋଇଛି। ତେବେ କେବଳ ବାଲେଶ୍ୱର ନୁହେଁ, ଆଠଗଡ଼, ବଲାଙ୍ଗିର ହେଉ କି କୋରାପୁଟ,ଗଲା କିଛି ଦିନ ହେଲା ସବୁଠି ପଦାରେ ପଡିଛି ବିଜେଡିର ଘର କଳି। ଆଠଗଡ଼ରେ ପୋଷ୍ଟର […]
ଭୁବନେଶ୍ୱର : ସରକାରୀ ଜମିରେ ଅନୁପ୍ରବେଶ ଦଣ୍ଡନୀୟ । ବିଧାନସଭାରେ ଅଧ୍ୟାଦେଶ ଆଣିବା ପରେ ରାଜଧାନୀରେ ଜବରଦଖଲକାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ଏମିତି ବୋର୍ଡ ଲଗାଇଛନ୍ତି ସରକାର। କିନ୍ତୁ ଯେଉଁଠି ବୋର୍ଡ ଲାଗିଛି, ସେଇଠି ଜବରଦଖଲକାରୀ କରିଛନ୍ତି ଘର। କିଛି ସ୍ଥାନରେ ଛାତ ଘର ବି ହୋଇଛି। ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ସରକାର ୨୦୧୫ ଏପ୍ରିଲରେ ଆଣିଥିଲେ ଜମି ଜବରଦଖଲ ହଡପ ନିରୋଧ ଅଧ୍ୟାଦେଶ । ଏଥିରେ ସରକାରୀ ଜମିହଡପ କାରୀଙ୍କୁ ୭ […]