• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

boat2
ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି : ମାଲକାନଗିରି ସତୀଗୁଡା ଡ୍ୟାମରେ ଡଙ୍ଗା ବୁଡି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ଏବଂ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଯାଉଛି। ଗତକାଲି ଡ୍ୟାମକୁ ମାଛ ଧରିବାକୁ ଯାଇଥିବାବେଳେ ଭାରସାମ୍ୟ ହରାଇ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାରେ ଦୁଇଜଣ ଥିଲେ। ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିଲା। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ଚମ୍ପାଖାରୀ ଗାଁର ପୁରୁଷୋତ୍ତମ ମାଝୀ । ଖବର […]

  • Monday, 19 July 2021
school van
ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ; ୫ ଆହତ, ୨ ଗୁରୁତର

ସମ୍ବଲପୁର  : ସମ୍ବଲପୁର ଅମ୍ବିରାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାର୍କିଂରେ ଥିବା ଗାଡ଼ିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାରେ  ୫ ଜଣ ଆହତ ହୋଇଥିବା ବେଳେ୨ଜଣ ଗୁରୁତର ହୋଇଛନ୍ତି। ଆହତ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ପିଲା ଏକ ଘରୋଇ ସ୍କୁଲ୍‌ର ବୋଲି ଜଣାପଡିଛି।

  • Monday, 19 July 2021
puri temple
ଶ୍ରୀମନ୍ଦିର ହୁଣ୍ଡିର ୪ କେଜି ସୁନାର ସୂଚନା ନାହିଁ

ଭୁବନେଶ୍ୱର : ଶ୍ରୀମନ୍ଦିର ହୁଣ୍ଡିର ପ୍ରାୟ ୪ କେଜି ସୁନା ନ ମିଳିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ। ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ, ୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରୁ ୧୮ କେଜି ୨୫୦ ଗ୍ରାମ […]

  • Monday, 19 July 2021
vlcsnap-error647
ରାଜ୍ୟର ୨୮୯ ଏନ୍‌ଜିଓକୁ ରେଡ଼୍ ସିଗ୍‌ନାଲ୍‌

ଭୁବନେଶ୍ୱର: ରାଜ୍ୟର ଏନ୍‌ଜିଓଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରେଡ୍ ସିଗ୍‌ନାଲ୍‌। ଅନୁଦାନ ଅର୍ଥ ହେରଫେରକୁ ନେଇ ତନାଘନା ପରେ ପ୍ରକାଶ ପାଇଲା ଖରାପ ଏନ୍‌ଜିଓ ତାଲିକା। ଦେଶର ୯୨୪ଟି ଏନ୍‌ଜିଓ ଖରାପ ତାଲିକାଭୁକ୍ତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ରହିଛି ସର୍ବାଧିକ ୨୮୯। କେବଳ କାଗଜ କଲମରେ ଚାଲିଛି ଅନେକ ଏନ୍‌ଜିଓ ସଂସ୍ଥା। ଢେଙ୍କାନାଳ, ନୟାଗଡ, କୋରାପୁଟ ସମେତ ଅନ୍ୟ ଜିଲ୍ଲାର ଏଭଳି ଅନେକ ଏନ୍‌ଜିଓଙ୍କୁ ଖରାପ ତାଲିକାଭୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ […]

  • Monday, 19 July 2021
supply1
ନିଜ ବିଭାଗରେ କଣ ଚାଲିଛି ଜାଣି ନାହାନ୍ତି ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ନିଜ ବିଭାଗରେ କଣ ହେଉଛି ଜାଣୁନାହାଁନ୍ତି ମନ୍ତ୍ରୀ । ରାଜ୍ୟରେ ରବି ପାଇଁ ଧାନ ସଂଗ୍ରହ ପରି ଗୁରୁତ୍ୱପୂର୍ଣ୍ଣ ପ୍ରକିୟା ଜୁନ ୩୦ରୁ ବନ୍ଦ ହୋଇସାରିଛି। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ କହୁଛନ୍ତି ରବି ପାଇଁ ଧାନସଂଗ୍ରହ ଚାଲିଛି। କେବେ ବନ୍ଦ ହେବ ସରକାର ସ୍ଥିର କରିନାହାଁନ୍ତି । ସବୁ ଜିଲ୍ଲାପାଳଙ୍କୁ ଜୁନ୍‌ ୨୫ରେ ଖାଦ୍ୟ ଯୋଗାଣ ବିଭାଗ ଚିଠି ଲେଖିଛି ରବି ପାଇଁ ଧାନସଂଗ୍ରହ ବନ୍ଦ ହେବ ଜୁନ ୩୦ରେ । […]

  • Monday, 19 July 2021
Lord Jagannath, Balabhadra and subhadra at Patali
ଶ୍ରୀଜଗନ୍ନାଥଙ୍କ ଅଜ୍ଞାତବାସର କାହାଣୀ

ପରମ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ତାଙ୍କର ପ୍ରମୁଖ ଲୀଳାକ୍ଷେତ୍ର। ଏହି ସ୍ଥାନରେ ଜଗନ୍ନାଥ ବିଜେ କରିଛନ୍ତି। ଅତୀତରେ ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ପାଇଁ କେତେବେଳେ ଶ୍ରୀମନ୍ଦିରରୁ ସାମୟିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି ତ’ କେବେ ପାତାଳି ହୋଇ ଗୁପ୍ତରେ ରହି ସେବା ପାଇଛନ୍ତି। ତେଣୁ ମହାପ୍ରଭୁଙ୍କର ଅନେକ ଗୁପ୍ତରହଣି କ୍ଷେତ୍ର ଏବେ ବି ମୂକସାକ୍ଷୀ ହୋଇ ଇତିହାସକୁ ବାଟ କଢ଼ାଉଛି। ମାଦଳା ପାଞ୍ଜିରୁ ଜଣାଯାଏ ୧୫୭୮ରୁ ୧୭୩୩ ମସିହା ପର୍ଯ୍ୟନ୍ତ ପ୍ରାୟ […]

  • Monday, 19 July 2021
boat
ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିଲା ଡଙ୍ଗା

ଚିଲିକା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ଜଳରାଶି ମଝିରେ ଅଟକିଲା ଯାତ୍ରୀ ବାହି ଡଙ୍ଗା। ପ୍ରାୟ ଏକ ଘଣ୍ଟା ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟ ଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଦିନ ପ୍ରାୟ ଗୋଟାଏ ବେଳ ଜହ୍ନିକୁଦା ଘାଟିରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗା ସାତପଡ଼ା ଅଭିମୂଖେ ବାହାରିଥିଲା। ଡଙ୍ଗାଟି ବାହାରିବାର ୧୫ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ତେବେ ଡଙ୍ଗା ଚାଳକ […]

  • Monday, 19 July 2021
death
କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ,୩ ଛାତ୍ର ଗୁରୁତର

ବାସୁଦେବପୁର  : ବାସୁଦେବପୁରରେ କାନ୍ଥ ପଡ଼ି ଜଣେ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୩ ଛାତ୍ର ଗୁରୁତର ଅଛନ୍ତି।  ବିନାୟକପୁର ୟୁ.ପି ସ୍କୁଲର ପିଲା ଖେଳୁଥିବା ବେଳେ ଏ ଅଘଟଣ ଘଟିଛି। ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ ଘର ଭୁଶୁଡ଼ି ପଡ଼ିଛି। ସ୍କୁଲ ପାଖରେ ଥିବା ଏକ କୋଳି ଗଛରୁ ସମସ୍ତେ କୋଳି ଖାଉଥିଲେ ସେତିକି ବେଳେ ଏହି ଅଘଟଣ ଘଟିଛି। ଏ ଘଟଣା ସଂପୃକ୍ତ ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

  • Monday, 19 July 2021
vlcsnap-error864
ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ପିଟିଲେ, ହସ୍ପିଟାଲ ନ ପଠାଇ ନଜରବନ୍ଦୀ ରଖିଲେ

ବାଲେଶ୍ୱର/ନୀଳଗିରି: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଆଉ ସେଥି ପାଇଁ କିଛି ନିରୀହ ଲୋକଙ୍କୁ ତାଡ଼ନା ସହିବାକୁ ପଡୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏମିତି ଏକ ଘଟଣା । ନୀଳଗିରି ଅଂଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଓ ନଜରବନ୍ଦୀ କରି ରଖିବା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ କଣ୍ଟାବଣିଆ ଗାଁରେ କିଛି ଲୋକଙ୍କ ଦେହ ଭଲ ରହୁ ନଥିଲା । ଏଥିପାଇଁ ସେହି […]

  • Monday, 19 July 2021
papu
ପପୁଙ୍କ ପୁନର୍ଜନ୍ମ! ଦେଖିଲେ ଚିହ୍ନି ହେଉନି, ଚେହେରାରେ ନାହିଁ ଚମକ

ଭୁବନେଶ୍ୱର: ଦିନ ଥିଲା ଲୋକେ ପପୁଙ୍କୁ ଦେଖୁ ଦେଖୁ ହସି ବେଦମ୍ ହେଉଥିଲେ । ଏବେ କିନ୍ତୁ ସମୟ ବଦଳିଯାଇଛି । ପପୁଙ୍କୁ ଦେଖି ଆଉ ଲୋକେ ବୋଧହୁଏ ନ ହସି କାନ୍ଦିବେ । ସତରେ ତାଙ୍କର ଚେହେରା ସେତିକି ଖରାପ ହୋଇଯାଇଛି। ଓଲିଉଡ଼ କମେଡ଼ି କିଙ୍ଗ୍‌ ପପୁ ଆଜି ରୁଗ୍‌ଣ ଓ ମଳିନ ପଡ଼ିଯାଇଛନ୍ତି । ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ପପୁ ଶେଷରେ […]

  • Monday, 19 July 2021
Tribals
କନିଆ ଝିକାକୁ ନେଇ ସଂଘର୍ଷ: ପୁଅକୁ ରାଜି ହେଲାନି ଝିଅ, ମା’ ଘରକୁ ପଳାଇଆସିଲା

କଲ୍ୟାଣସିଂହପୁର (ରାୟଗଡ଼ା): ଆଦିବାସୀଙ୍କ ପରମ୍ପରା କନିଆଁ ଝିକାକୁ ନେଇ ୪ଟି ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଗତ ୬ ତାରିଖରେ ଲମ୍ବା ଗାଁର ବାମ ସିକକାଙ୍କ ପାଇଁ ସାନ ଡେଙ୍ଗିଲିଲି ଗାଁର ଜଣେ ଝିଅ ସହିତ ବିବାହ ସ୍ଥିର ହୋଇଥିଲା। ଡଙ୍ଗରିଆ ପରମ୍ପରା […]

  • Monday, 19 July 2021
balasore
ବସ୍ ଚୋରି ଅଭିଯୋଗରେ ଦିବ୍ୟାଙ୍ଗ ଯୁବକ ଅଟକ

ବାଲେଶ୍ୱର: ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ କଳା କାରନାମା ଦେଖିବାକୁ ମିଳିଛି। ନକଲି ଚାବିରେ ବସ୍ ଚୋରି ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଏକ ଘରୋଇ ବସ୍‌କୁ ନକଲି ଚାବିରେ ଫିଟାଇ ନେଇ ଯାଇଥିଲେ। ତେବେ ବସ୍‌ଟି ସେରଗଡ଼ ଟୋଲ୍‌ ପ୍ଲାଜାରେ ପହଞ୍ଚିବା ପରେ ଟୋଲ୍‌ ଗେଟ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ଦେଇନଥିଲେ। […]

  • Monday, 19 July 2021