ଭୁବନେଶ୍ୱର: ଭଡ଼ା ଘରେ ନିଶା କାରବାର। ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଆଜି ମିଳିତ ଭାବେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ୟୁନିଟ-୩, ୟୁନିଟ-୪ ଓ ବାଲିଅନ୍ତାରେ ଚଢ଼ାଉ କରାଯାଇ ବ୍ରାଉନ୍ ସୁଗାର, ଗଞ୍ଜେଇ, ଅଫିମ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଏଥିସହ ପୁଲିସ୍ ୨ଜଣ ଘର ମାଲିକକୁ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସ୍ […]
ଜଗତସିଂହପୁର: ଅମୁଲ୍ର ପ୍ୟାକିଂ ଭଳି ଆଖିକି ପୂରା ଦିଶୁଛି, କିନ୍ତୁ ସୁଜି ଦାନା ଭଳି ଲାଗିବା ସହ ପାଣିରେ ପକାଇ ଦେଲେ ସାଙ୍ଗେ ସାଙ୍ଗେ ମିଳେଇ ଯାଉଛି। ଏମିତି କିଛି ଅଭିଯୋଗ ଆଣିଛନ୍ତି ଜଗତ୍ସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି। ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସ୍ଥାନୀୟ କଲେଜ ଛକ ନିକଟରେ ଥିବା ଏକ ଦୋକାନରୁ ସେ ୧ କି.ଗ୍ରା. ଅମୁଲ୍ ପ୍ୟାକେଟ୍ କିଣିଥିଲେ। ହେଲେ ଘରେ ଚା’ କରିବା ପାଇଁ ପ୍ୟାକେଟ୍କୁ ଖୋଲିବାରୁ ସେ ଦେଖିଲେ ଯେ […]
ବାଲିଗୁଡା: ପ୍ରବଳ ବର୍ଷାରେ ଭାସିଗଲା ନିର୍ମାଣାଧୀନ ପୋଲ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ସୀତାପଡି ଠାରେ ଏକ ନିର୍ମାଣାଧୀନ ପୋଲ ଭାସି ଯାଇଛି। ଫଳରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରେ ୟାତାୟତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡାରୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଗତକାଲି ବିଳମ୍ବିତ ରାତିରୁ ଗାଡି ଚଳାଚଳ ବନ୍ଦ ରହିଛି। ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି। ବସ୍ ଗୁଡିକ ଅଟକି ରହିଥିବାରୁ ଶତାଧିକ ସଂଖ୍ୟାରେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଅର୍ଥ ଅନିୟମିତତା ମାମଲାରେ IAS ବିନୋଦ କୁମାରଙ୍କୁ ଜାମିନ ମିଳିଛି। ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଁ ସର୍ତ୍ତ ନିର୍ଦ୍ଧାରଣ କରିବାକୁ ତଳକୋର୍ଟକୁ କହିଛନ୍ତି। ହାଇକୋର୍ଟ ୫୦ ଲକ୍ଷରୁ ଅଧିକ ଟଙ୍କାର ଜାଲିଆତି ମାମଲାରେ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ। ହାଇକୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯାଇଛି। ଗତ ଶୁକ୍ରବାରରୁ ବିନୋଦ କୁମାର ଝାରପଡ଼ା […]
ଟିଟିଲାଗଡ଼: କୃଷି ବୀମା ପ୍ରଦାନ ଦାବିରେ ଟିଟିଲାଗଡ଼ରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ୨୦୧୭ ଆର୍ଥିକ ବର୍ଷ ଲାଗି ଚାଷୀଙ୍କୁ ବୀମା ରାଶି ପ୍ରଦାନ ଦାବି କରି ସଇଁତଳା ବ୍ଲକର ୭ଟି ପଞ୍ଚାୟତର ଚାଷୀ ୨୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହା ଦ୍ୱାରା ବଲାଙ୍ଗିରରୁ ଭବାନୀପାଟଣାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ […]
କଟକ: ବିଭିନ୍ନ ଦାବି ନେଇ କଟକ ନଗର କଂଗ୍ରେସ ସିଏମସି କାର୍ଯ୍ୟାଳୟ ଘେରାଉ କରିଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଧାରଣା ଦେଇଛନ୍ତି କଂଗ୍ରେସ କର୍ମକର୍ତ୍ତା। ସିଏମସିରେ ପରିମଳ ବ୍ୟବସ୍ଥା ନିମନ୍ତେ କରାଯାଇଥିବା ଟେଣ୍ଡର୍ ପ୍ରକ୍ରିୟାକୁ ଅନଲାଇନ୍ ପରିବର୍ତ୍ତେ ଅଫ୍ଲାଇନ କରି ବ୍ୟାପକ ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଛି। ପରିମଳ ବ୍ୟବସ୍ଥା ଓ ଡ୍ରେନେଜ୍ ଭଳି ସମସ୍ୟା ଦୂର ନେଇ ଆନ୍ଦୋଳନ କରାଯାଇଛି।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡ଼ୁଗାଁରେ ଡେଙ୍ଗୁ ସାଂଘାତିକ ରୂପ ନେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ଶୁକ୍ରବାର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଥିବା ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍ ଆସିଛି। ପୂର୍ବରୁ ମଧ୍ୟ ୬ଜଣଙ୍କର ରକ୍ତ ନମୂନାରୁ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ତେଣୁ ସରକାରୀ ହିସାବରେ ଲଡ଼ୁଗାଁରେ ଏବେ ସୁଦ୍ଧା ମୋଟ ୨୪ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି […]
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ପ୍ରଭାବରେ ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୫ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ମଧ୍ୟ ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଥିଲା। ମାତ୍ର ଅଧଘଣ୍ଟା […]
ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ। ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ ବେଦବ୍ୟାସରେ ଜଳ ଲାଗି କରିବାକୁ ଆସିଥିଲେ। ସେମାନେ ଝାରଗସୁଗୁଡ଼ା ଷ୍ଟେସନ୍ରୁ ଇଣ୍ଟରସିଟିରେ ଆସି ରାଉରେକଲାରେ ରାତି ପ୍ରାୟ ସାଢ଼େ ୧୦ଟାରେ ପହଂଚିଥିଲେ। ବେଦବ୍ୟାସ ପୀଠକୁ ସେମାନେ ରାସ୍ତାରେ ନ ଯାଇ ରେଲୱେ […]
ଭୁବନେଶ୍ୱର: କଣ ହେବ ଅତରିକ୍ତ ବଜେଟ୍ର ରୂପରେଖ? ମୌସୁମୀ ଅଧିବେଶର ପ୍ରଥମ ଦିନ, ଅର୍ଥାତ ସେମ୍ବର ୪ରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟ୍ରେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ୱ? ଘୋଷଣା ହୋଇଥିବା ନୂଆ ସ୍କିମ୍ ବାଦ୍ କେଉଁ ବିଭାଗକୁ ମିଳିବ କେତେ ଅର୍ଥ? ଏସବୁକୁ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫ଶହ କୋଟି, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ପାଇଁ ୨୨୦ କୋଟି, ଆଶାକର୍ମୀଙ୍କ ପାଇଁ […]
ଭୁବନେଶ୍ୱର : ଦିଲ୍ଲୀରେ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଛତର୍ପୁର ମନ୍ଦିର ନିକଟରେ ଥିବା ମାର୍କେଣ୍ଡେୟ ଭବନରେ ଏହି ଚା’ ପାନ କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା। ଏହା ସହିତ ଦହିବରା, ଅାଳୁଦମ୍ର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏହି ‘ହେଇଯାଉ’ କାର୍ଯ୍ୟକ୍ରମରେ ଦିଲ୍ଲୀରେ ଥିବା ବହୁ ବୁଦ୍ଧିଜୀବୀ, ଯୁବକ, ପ୍ରବାସୀ ଓଡ଼ିଆ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡାଙ୍କ ସହିତ ଅାଲୋଚନା କରିଥିଲେ। ବୈଜୟନ୍ତଙ୍କ ଏହି କାର୍ଯ୍ୟକ୍ରମକୁ ସେମାନେ ବହୁତ ପ୍ରଶଂସା […]
ଭୁବନେଶ୍ୱର : ବିଜେଡି- ବିଜେପି ସଂପର୍କକୁ ନେଇ ପୁଣି କଂଗ୍ରେସର ଶାଣିତ ଅାକ୍ରମଣ। ଫଟୋ ପରେ ଏଥର ଟୁଇଟର୍ ଅାକାଉଣ୍ଟରେ ଦେଢ ମିନିଟ୍ର ଭିଡିଓ ପୋଷ୍ଟ କରି ନବୀନ ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଲୋକପ୍ରିୟ ହିନ୍ଦୀ ଗୀତକୁ ଉଦ୍ଧାର କରି ନିରଞ୍ଜନ ନବୀନ ଓ ମୋଦିଙ୍କ ଦୋସ୍ତିକୁ ତାତ୍ସଲ୍ୟ କରି ଟୁଇଟ୍ କରଛନ୍ତି। ‘ଏ ଦୋସ୍ତି ହମ୍ ନେହି ତୋଡେଙ୍ଗେ..’ ଭିଡିଓରେ ମୋଦି-ନବୀନଙ୍କ ସାକ୍ଷାତ, ବିଜେଡିର ଜିଏସଟି ଓ ବିମୁଦ୍ରାକରଣ […]
କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଅାଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅାଇନ ଶିକ୍ଷା ପରେ ଗୁଜରାଟ ହାଇକୋର୍ଟରୁ ଅାଇନଜୀବୀ ଭାବେ […]
କୋରାପୁଟ : କୋରାପୁଟ ଦଶମନ୍ତପୁରରେ ଅଭାବନୀୟ ଘଟଣା। ମୃତଦେହ ପୋଡ଼ିବା ପୂର୍ବରୁ ଶ୍ମଶାନରୁ ଶବକୁ ଜବତ କରିଛି ପୁଲିସ। ଗତକାଲି ରାତିରେ ଦଶମନ୍ତପୁରରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତେବେ କାହାକୁ ନଜଣାଇ ମୃତଦେହକୁ ପୋଡ଼ିବାକୁ ନେଇଥିଲେ ପରିବାର ଲୋକେ। ତେବେ ଏସମ୍ପର୍କରେ ପୁଲିସ୍ ଜାଣିବା ପରେ ଶ୍ମଶାନରେ ପହଞ୍ଚି ଶେଷକୃତ୍ୟ କାର୍ଯ୍ୟକୁ ଅଧାରୁ ଅଟକାଇଥିଲା। ଘଟଣା ସମ୍ପର୍କରେ ଛାନଭିନ୍ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦଶମନ୍ତପୁର ହସ୍ପିଟାଲକୁ ଅଣାଯାଇଛି।