ଢେଙ୍କାନାଳ: ମାତ୍ର ଅଢ଼େଇ ମାସ ବୟସରେ ଭୟଙ୍କର କ୍ୟାନ୍ସର୍ ରୋଗରେ ଆକ୍ରାନ୍ତ ଦୁଇ ଯାଆଁଳା ଶିଶୁ କ୍ରିଷ୍ଣା ଓ କାବେରୀ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ମହୁଲପାଳ ଗାଁର ଲକ୍ଷ୍ମୀଧର ବେହେରାଙ୍କ ଦୁଇ ଶିଶୁ ଏବେ କ୍ୟାନ୍ସର୍ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଅଗଷ୍ଟ ୧୫ ତାରିଖରେ ଳକ୍ଷ୍ମୀଧରଙ୍କ ପତ୍ନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ମାତ୍ର ଅଢ଼େଇ ମାସ ପରେ ଦୁଇ ଶିଶୁଙ୍କୁ ମାରାତ୍ମକ କ୍ୟାନ୍ସର୍ ରୋଗ ହୋଇଥିବା ଜଣାପଡ଼ିଛି। […]
ଆଜି ପବିତ୍ର ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଭକ୍ତିରେ ବନ୍ଧା ସେ କାଳିଆ ଠାକୁର । ଶ୍ରୀଜୀଉଙ୍କ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତ ତାହାର ନୂତ୍ୟ ମାଧ୍ୟମରେ ଅଜାଡି ଦଉଛି ସବୁ ଭକ୍ତି ।
ଭୁବନେଶ୍ୱର: ବିଷ୍ଣୁଦାସଙ୍କୁ ପୁଣି ଦାମଙ୍କ ଟାର୍ଗେଟ୍। ସେ କହିଛନ୍ତି, ‘ଯଦି ସରକାରଙ୍କର କିଛି ନୀତି ନିୟମ ଅଛି, ଦୁର୍ନୀତି ଅଭିଯୋଗ ମୋ ନାଁରେ ପ୍ରମାଣ ହୋଇଛି ମୋର ସଭ୍ୟ ପଦ ରଦ୍ଦ କରି ଦେଉନାହାନ୍ତି। ଆଉ ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି। ଜଗତସିଂହପୁରରେ ସେ ଜଣେ ଘୃଣିତ ବ୍ୟକ୍ତି। ଖାଲି ନଷ୍ଟ ଚରିତ୍ର ନୁହେଁ, ଦୁର୍ନୀତିଗ୍ରସ୍ତ। ଯିଏ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ପଇସା ନିଅନ୍ତି। ଏହାକୁ ସମସ୍ତେ ଜାଣିଛନ୍ତି’। ବିଷ୍ଣୁଦାସଙ୍କୁ ପୁଣି ଦାମଙ୍କ […]
କଟକ: କଟକ ସିଡିଏ ସେକ୍ଟର -୯ ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। ଟନ୍ପେ ନିକଟରେ ରାସ୍ତାର କିଛି ଅଂଶ ଦବି ଯାଇ ଏକ ବିରାଟ ଗାତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରେ ଯାତାୟାତ ବନ୍ଦ କରିଦେଇଛନ୍ତି। ସୂଚନାଥାଉ କି, ଗତକାଲି ଭୁବନେଶ୍ୱର ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଦବି ଯାଇଥିଲା। ପ୍ରାୟ ୫ […]
ପୁରୀ: ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ପୌର ପରିଷଦ ୧ ନମ୍ବର ୱାର୍ଡ ସୁଜାତାନଗର ଅଞ୍ଚଳର ହଜାର ହଜାର ଲୋକ। ଗତ ରଥଯାତ୍ରା ସମୟରୁ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ଗତକାଲି ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ NH ଅଧିକାରୀ, ମାଜିଷ୍ଟ୍ରେଟ୍ ଓ ପୁଲିସ୍ ଉପସ୍ଥିତ ରହି ଏନଏଚକୁ ଅସ୍ଥାୟୀ ଭାବେ କାଟିଥିଲେ। ଏହା ଫଳରେ ପାଣି ନିଷ୍କାସନ ହେଉଛି। ଏହି ଅଞ୍ଚଳରୁ ପାଣି କମିଲେ ଦୀର୍ଘଦିନରୁ […]
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଛକରେ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ବନ୍ଧମୁଣ୍ଡା ଛକରେ ସ୍କୁଲ୍ ପିଲାଙ୍କୁ ଏକ ବସ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସ୍କୁଲ ଯିବାପାଇଁ ଆଜି ସକାଳେ ୨ ଛାତ୍ର ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ ଛାତ୍ର ଓ ତାଙ୍କର ମାଆଙ୍କ ଅବସ୍ଥା ଗୁରୁତର ଥିବାବେଳେ, ଆଉ ଜଣେ […]