୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ? ଗୋଷ୍ଠୀ କନ୍ଦଳ ପାଇଁ ହାରୁଛି କି ଦଳ ? ପ୍ରଥମେ ଧାମନଗର ଆଉ ଏବେ ପୁରୀରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ଏବେଠୁ ଗୋଷ୍ଠୀ କନ୍ଦଳର ଆଭାସ ବି ଦେଖିବାକୁ ମିଳିଲାଣି। ପାରାଦୀପ, ଜୟପୁର ସମେତ ରାଜ୍ୟର ୫୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ ବିବାଦ ବଢ଼ିବା ସହ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ଆଶାୟୀ।
Published: Sarbeswar
Last updated: 05 May 2023, 10:13 PM IST
ଜନ୍ମମାଟିରେ ରାଷ୍ଟ୍ରପତି। ଗାଁ ଲୋକଙ୍କ ପାଇଁ ଯେତେ ଆଦର ଓ ଗୌରବ, ତାଠୁ କେତେ ଅଧିକ ଆନନ୍ଦ ଓ ଉତ୍ସାହ ଖୋଦ୍ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ। କାରଣ ଘରକୁ ରାତ୍ରଭୋଜନ ପାଇଁ ଆସିଥିବା ରାଷ୍ଟ୍ରପତି ଗତକାଲି ନିଜ ଘରେ ହିଁ ରାତି କଟାଇଛନ୍ତି । ପ୍ରୋଟୋକଲ ଭାଙ୍ଗି ସାଧାରଣ ନାଗରିକଙ୍କ ଭଳି ପରିବାର ସହ ଘରେ ରହିବା ପରେ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।