• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bjd
ହଟହଟା ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କଟିସାହିରେ ଭୋଗରାଇର ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଘେରି ଯାଇଥିଲେ। ଗତ ୫ ବର୍ଷ ଭିତରେ ଅଞ୍ଚଳର ବିକାଶ ପାଇଁ ଏବଂ ମୌଳିକ ସୁବିଧା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଅନନ୍ତ ଦାସଙ୍କୁ ପ୍ରଶ୍ନ କରିଥିଲେ ଲୋକେ। ତା’ସହ  ଘେରିଯାଇ ପ୍ରଚାର […]

  • Saturday, 10 July 2021
bjp
‘ବିଚଳିତ ହେଲାଣି ବିଜେଡି’

ଭୁବନେଶ୍ୱର: ବିଚଳିତ ହେଲାଣି ବିଜେଡି। କେନ୍ଦ୍ରାପଡ଼ାରେ କାହିଁକି ଦଳର ମୁଖିଆ ୨ଦିନ ପ୍ରଚାରରେ ଆସି କାହିଁକି ପଡି ରହୁଛନ୍ତି। ତା’ସହ ଗଣ୍ଡା ଗଣ୍ଡା ନେତା ଓ ମନ୍ତ୍ରୀ କେନ୍ଦ୍ରାପଡ଼ାରେ କାହିଁକି ଡେରା ପକାଇଛନ୍ତି ବୋଲି  ଓଟିଭିକୁ ସାକ୍ଷାତକାର ଦେଇ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେ ଗୁଜବ କରୁଥିବା ନେଇ ନବୀନଙ୍କ ଆରୋପର କଡ଼ା ଜବାବ ବୈଜୟନ୍ତ […]

  • Saturday, 10 July 2021
election
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରିବ। ତେବେ ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେବେ। ଏହାପରେ […]

  • Saturday, 10 July 2021
union minister
ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିବୁ: ଧର୍ମେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱରରେ ରୋଡ୍ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ଏଥର ବିଜେଡି ପୁଣି ସରକାର ଗଠନ କରିବ ଓ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ନବୀନ ଦେଇଥିବା ବୟାନ ଉପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ‘ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହେବ ଓ ବିଜେପି ନୂଆ ସରକାର ଗଠନ କରିବ। ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ ଏବଂ […]

  • Saturday, 10 July 2021
bjp
ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଫେରାଦ ହୋଇଛନ୍ତି। ୩ ଜଣ ବରିଷ୍ଠ ଅଫିସରଙ୍କ ନାଁରେ ସିଇଓଙ୍କ ଠାରେ ବିଜେପି ଅଭିଯୋଗ କରିଛି। ଭି. କେ. ପାଣ୍ଡିଆନ, ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି। ୩ ଜଣ ଅଫିସର୍ ଜଣେ ଫିଲ୍ମ ନିର୍ମାତାଙ୍କ ସହ ଏକ ହୋଟେଲ୍‌ରେ ଏକାଠି ହେଉଛନ୍ତି। […]

  • Saturday, 10 July 2021
political violence
ବିଜେଡି-କଂଗ୍ରେସ ସମର୍ଥକ ମୁହାଁମୁହିଁ

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ମତଦାନକୁ ନେଇ କଂଗ୍ରେସ-ବିଜେଡି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା।  ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି […]

  • Saturday, 10 July 2021
repolling
୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ବିଭିନ୍ନ କାରଣରୁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଠିକ୍‌ ଭାବେ ହୋଇପାରିନଥିବା ୯ ଟି ବୁଥ୍‌ରେ ଆଜି ସାନି ମତଦାନ ଚାଲିଛି। ଗତ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ୯ଟି ବୁଥ୍‌ ହେଲା- ବଣାଇ ଆସନର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ଆସନର ୨୧୩ ନମ୍ବର ରଙ୍ଗାଢିପା ବୁଥ୍‌, ଦଶପଲ୍ଲାର ୨୧୦ ନମ୍ବର ବାହାଡ଼ଝୋଲା ବୁଥ୍ ଓ ୨୨୨ ନମ୍ବର ବେତନଟୀ ବୁଥ୍‌, ଅତାବିରା ଆସନର ୨୩୫ ନମ୍ବର […]

  • Saturday, 10 July 2021
puri
ପୁରୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ୨ ଗିରଫ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ମଙ୍ଗଳବାର ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍‌ ଭଙ୍ଗାରୁଜା ସହ ପ୍ରିଜାଇଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍‌ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଓମ୍ ପ୍ରକାଶଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ଏସ୍‌ପି ଉମାଶଙ୍କର […]

  • Saturday, 10 July 2021
bjd
ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବିଜେଡି ଉପ-ସଭାପତି ଓ ସମ୍ପାଦକ

ବାରିପଦା: ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେଡିକୁ ଏକ ପ୍ରକାର ଝଟ୍‌କା ଲାଗିଛି। ନିଜର ଶତାଧିକ ସମର୍ଥକଙ୍କ ସହ ଜିଲ୍ଲା ବିଜେଡି ଉପ-ସଭାପତି ଈଶାନ୍ ମିଶ୍ର ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ଦଳ ଛାଡ଼ିଛନ୍ତି। ସେମାନେ ସେମାନଙ୍କର ଇସ୍ତଫାପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେମାନେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ତେବେ ବାରିପଦାରେ ନବୀନଙ୍କ […]

  • Saturday, 10 July 2021
dharmendra pradhan
ବ୍ଲାକ୍‌ ରୋଜ୍‌ ଦୁର୍ନୀତିକୁ ନେଇ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଯାଜପୁର: ଯାଜପୁର ଜିଲ୍ଲା ବରୁଆଁରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ଲାକ୍‌ ରୋଜ୍‌ ଜାହାଜ କଥା ଉଠାଇଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳର ଜନ ପ୍ରତିନିଧି ଜଣେ ଦୁର୍ନୀତିଗ୍ରସ୍ତ ନେତା।  ସେ ହେଉଛନ୍ତି ବ୍ଲାକ୍‌ ରୋଜ୍‌ ଦୁର୍ନୀତିର ମୁଖ୍ୟ ଖଳନାୟକ। ଦୁର୍ନୀତି ପାଇଁ ସେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ସେପରି ନେତାଙ୍କୁ ଲୋକେ ଆଉ ଭୋଟ୍ ଦେବେ ନାହିଁ।  ସେମିତି ସମସ୍ତ ନେତା ହାରିବେ ବୋଲି ବିଜେପିର ବିଜୟ […]

  • Saturday, 10 July 2021
evm
ପୁରୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ପୁରୀ(ମଧୁସୂଦନ ମିଶ୍ର): ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ଓ ବ୍ରହ୍ମଗିରିରେ ଇଭିଏମ୍‌ ଭଙ୍ଗା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍‌ ଭାଙ୍ଗି ଦେଇଛନ୍ତି।  ଏନେଇ ଦୁଇ ବୁଥ୍‌ର ପ୍ରିଜାଇଡିଂ ଅଫିସର ଥାନାରେ ଏତଲା ଦେଇଛନ୍ତି। ପ୍ରିଜାଇଡିଂ ଅଫିସର ଜିଲ୍ଲା […]

  • Saturday, 10 July 2021
election
ସରିଲା ତୃତୀୟ ପର୍ଯ୍ୟାୟ ଭୋଟ୍, ୨୯ରେ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର ଧରିଛି। ଆସନ୍ତା ୨୯ ତାରିଖରେ ଭୋଟ୍‌ ଗ୍ରହଣ ହେବ।  ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ତେବେ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନକୁ ସ୍ଥଗିତ ରଖାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏଠାରେ ଭୋଟ୍‌ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ […]

  • Saturday, 10 July 2021
RP Sharma
ଭୋଟ୍‌ ଦେଲେ ପୁଲିସ୍‌ ଡିଜି ଆର୍‌.ପି. ଶର୍ମା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟରେ ଆଜି ଓଡ଼ିଶାରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି। ପୁଲିସ୍‌ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ସରକାରୀ ସ୍କୁଲରେ ମତଦାନ କେନ୍ଦ୍ରରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ତା’ସହ ନିର୍ଭୟରେ ଭୋଟରଙ୍କୁ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ […]

  • Saturday, 10 July 2021
election-..
ହେଭିୱେଟ୍‌ଙ୍କ ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଥିବା ବେଳେ ତାଳଚେର ଦେଉଳବେଡ଼ା ତେଲିସାହି ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ  ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି […]

  • Saturday, 10 July 2021
vote
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: କେଉଁଠି ଇଭିଏମ୍‌ ଅଚଳ ତ ଆଉ କେଉଁଠି ତ୍ରୁଟି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ସ୍ଥାନରେ ଇଭିଏମ୍ ଅଚଳ ଓ ଆଉ କିଛି ସ୍ଥାନରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନମ୍ବର ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଛି। କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନମ୍ବର ମତଦାନ କେନ୍ଦ୍ରର ଇଭିଏମ୍‌ରେ […]

  • Saturday, 10 July 2021
pandian
ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୟୁନିଟ୍-୬ ସରକାରୀ ହାଇସ୍କୁଲରେ ସେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।  ପାଣ୍ଡିଆନ୍‌ଙ୍କ ଧର୍ମପତ୍ନୀ ସୁଜାତା ଆର୍‌ କାର୍ତ୍ତିକେୟନ ମଧ୍ୟ […]

  • Saturday, 10 July 2021
election
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୬ଟି ଲୋକସଭା ସହ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ଏହି ୬ଟି ଲୋକସଭା ଆସନ ହେଲା- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। […]

  • Saturday, 10 July 2021
rahul
୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ ସେ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଜଗତସିଂହପୁରରେ ମଧ୍ୟ ରାହୁଲ ସଭା କରିପାରନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିଲେ। ବରଗଡ଼ରେ ନିର୍ବାଚନୀ ସଭାରେ ସେ ଯୋଗ ଦେଇ କେନ୍ଦ୍ର […]

  • Saturday, 10 July 2021
cm
ଆହତ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନୀ ହିଂସାରେ ଆହତ ହୋଇଥିବା ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଆଜି କ୍ୟାପିଟାଲ୍‌ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ଏଥିସହ ଅନନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। ଗତକାଲି ଅନନ୍ତ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଅନନ୍ତ ନିଜ ସହଯୋଗୀଙ୍କ ସହ ଯାଉଥିବା ବେଳେ ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ।  ଏଥିରେ ଅନନ୍ତ […]

  • Saturday, 10 July 2021
attack
ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଅଟକ

ପୁରୀ: ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏହାସହ ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ଆହତଙ୍କ ବୟାନ ଆଧାରରେ ପିପିଲି ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ସକ୍ଷମ ହୋଇନାହିଁ। ସୂଚନା ଅନୁସାରେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା […]

  • Saturday, 10 July 2021
ghasipura
ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ୮ ଗିରଫ

ଆନନ୍ଦପୁର(ମୁନା ସିଂହ):ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ପୁଲିସ୍‌ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତକାଲି ଘସିପୁରାରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଏହାସହ ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିଲେ। ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ […]

  • Saturday, 10 July 2021
attack..
ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍‌ରେ ଚଢାଉ ବେଳେ ଫ୍ଲାଇଂ ସ୍କ୍ୱାଡ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଅଭିଯୋଗ

ପିପିଲି(ଦୂତୀ କୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମାଜିଷ୍ଟ୍ରେଟ୍ ଓ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ସମେତ ଅନ୍ୟ କିଛି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ […]

  • Saturday, 10 July 2021
ananta
ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନାଙ୍କ ଗାଡ଼ି ଉପରକୁ ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ନିର୍ବାଚନୀ ହିଂସା। ଗତକାଲି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରେ ଦୁଇ ଦୁଇଟି ଆକ୍ରମଣ ହୋଇଛି। ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିବା ବେଳେ ଏହି  ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିବା ନେଇ ଅନନ୍ତ ଅଭିଯୋଗ କରିଛନ୍ତି। ଏଥିରେ […]

  • Saturday, 10 July 2021
cm
କେନ୍ଦ୍ରରେ କୌଣସି ଜାତୀୟ ଦଳକୁ ବହୁମତ ମିଳିବ ନାହିଁ: ନବୀନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାରାଥନ ପ୍ରଚାର କରୁଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ସମ୍ବଲପୁର କୁଚିଣ୍ଡାରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ୍‌ ମାଗିଥିଲେ। ଏହି ଅବସରରେ କୁଚିଣ୍ଡାରେ ଆୟୋଜିତ ସମାବେଶରେ କେନ୍ଦ୍ରକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍‌ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସାହାଯ୍ୟ ମିଳେନି। ସେହିପରି କାଳିଆ ଓ ମହାନଦୀ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଭର୍ତ୍ସନା କରିଛନ୍ତି। ଏଥିସହ ନବୀନ […]

  • Saturday, 10 July 2021
pm modi
୨୩ରେ କେନ୍ଦ୍ରାପଡ଼ା ଆସିବେ ମୋଦି

ଭୁବନେଶ୍ୱର: ଏପ୍ରିଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ରାପଡାର ବାରୁଅଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଚଳିତ ନିର୍ବାଚନରେ ବିଜେପି ପ୍ରାୟ ସମସ୍ତ ଲୋକସଭା ସିଟ୍‌ରେ ଜିତିବ ଏବଂ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଅରୁଣ ସିଂହ ଦୃଢ଼ୋକ୍ତି କରିଛନ୍ତି। ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ […]

  • Saturday, 10 July 2021