• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th May 2024: ଏହି ରାଶିର ବ୍ୟକ୍ତିମାନେ କୋର୍ଟରେ ଶୁଭ ଫଳ ପାଇବେ ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର ଚନ୍ଦ୍ର-ଧନୁ ଦିବା ୦୪.୦୪ ଗତେ ମକର ତିଥି-୪ର୍ଥୀ ଦିବା ୦୪.୫୩ ଗତେ ୫ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୪.୦୪ ଗତେ ସିଂହ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ

Gemini

ମିଥୁନ

Monday 27 May 2024

ମୃଗଶିରା- ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ । ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଫଳ ପ୍ରାପ୍ତି ହୋଇପାରେ । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।

ଆଦ୍ରା- ଉପର ମନରେ ମିତ୍ରଭାବ ଦେଖାଉଥିବା ବନ୍ଧୁମାନେ ପଛରେ ସରଳତାର ସୁଯୋଗ ଲାଭରେ ରହିବେ । ସାମାଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ । ସାଧାରଣ କଥାରେ ପଡ଼ୋଶୀଙ୍କ ସହ ମନାନ୍ତର ଦେଖା ଦେଇପାରେ ।

ପୁନର୍ବସୁ- କୌଣସି ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କାମ, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାର ସରଳ ସମାଧାନ ହୋଇଯିବ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ ଠିକ୍ ହୋଇଯିବ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :