• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 27 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 3 years ago

କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ

ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ରାତି ହେଲେ ଚାଲୁଛି ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ । ସରକାରୀ ବାବୁ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ଚାଲିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଦା କରିଛନ୍ତି । More
  • Satyendu Shekher Mishra
  • 3 years ago

୨୦୧୮-୧୯ରୁ ସରକାର ଦେଇଥିବା ଆର୍ଥିକ ସହାୟତାର ବିନିଯୋଗ ନେଇ ତଥ୍ୟ ରଖିଛନ୍ତି WODC ଅଧ୍ୟକ୍ଷ

ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ । ୨୦୧୮-୧୯ରୁ ସରକାର ଦେଇଥିବା ଆର୍ଥିକ ସହାୟତାର ବିନିଯୋଗ ନେଇ ତଥ୍ୟ ରଖିଛନ୍ତି WODC ଅଧ୍ୟକ୍ଷ । ସାମାଜିକ, ଆର୍ଥିକ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ବିଷୟରେ ସର୍ଭେ କରାଯାଇଛି । ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ମିଆଦୀ ଯୋଜନାରେ କିଭଳି ପଶ୍ଚିମ ଓଡିଶାର ଉନ୍ନତି ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ WODC କର୍ଯ୍ୟାଳୟ ସ୍ଥାପନ ହୋଇଛି । ବିଧାୟକ ଓ ସାଂସଦ ଦେଇଥିବା ପ୍ରସ୍ତାବ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ସେପଟେ ବୈଠକ ପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ନିଜ ମତ ରଖିଛନ୍ତି । ବିଭିନ୍ନ ପ୍ରକଳ୍ପରେ ବର୍ଷକୁ ଆସୁଥିବା ୧୦୦ କୋଟି ଟଙ୍କାର ଅନୁଦାନ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ଜିଲ୍ଲାର ପ୍ରାଶାସାନିକ ଅଧିକାରୀଙ୍କ ଆଡ଼ମିନିଷ୍ଟ୍ରେଟିଭ କଣ୍ଟ୍ରୋଲ ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଅଧୀନରେ ରହୁ ବୋଲି ସେ କହିଛନ୍ତି । ଦୀର୍ଘ ମିଆଦୀ ଯୋଜନା, ଅଧିକ ଅଟକଳ ଓ ସାମଗ୍ରିକ ବିକାଶ ନେଇ ପ୍ରଥମ ବୈଠକ ରେ ଦାବି କରାଯାଇଛି । ସେପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦୀର୍ଘ ମିଆଦି ଯୋଜନା କରିବା ଲାଗି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଦାବି କରିଛନ୍ତି । ପଶ୍ଚିମ ଓଡ଼ିଶାରେ କ୍ରୀଡ଼ାର ବିକାଶ ଲାଗି ଷ୍ଟାଡ଼ିୟମ ସହ ଅଡିଟୋରିୟମ ନିର୍ମାଣ କରାଯାଉ ବୋଲି ଦାବି ରଖିଛନ୍ତି ବିଜେଡି ନେତା ଦେବେଶ ଆଚାର୍ଯ୍ୟ ।

  • Satyendu Shekher Mishra
  • 3 years ago

ମିସେସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ଓଡ଼ିଶାର ବୋହୂ

ମିସେସ୍ ଓ୍ୱାର୍ଲଡ୍ ପ୍ରତିଯୋଗିତାରେ ଓଡ଼ିଶାର ବୋହୂ ରାଜଗାଙ୍ଗପୁର କାଂଶବାହାଲର ନବଦୀପ କୌର ମିସେସ ଓ୍ୱାର୍ଲଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଜାନୁଆରୀ ୧୫ରେ ଆମେରିକାର ଲାସ ଭେଗାସରେ ହେଉଥିବା ଏହି ପ୍ରତିଯୋଗିତାରେ ୬୦ରୁ ଅଧିକ ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରୁଛନ୍ତି । ତାଙ୍କ ଭିତରେ ନବଦୀପ ଅଛନ୍ତି । ଏହା ପୂର୍ବରୁ ନବଦୀପ ୨୦୨୧ରେ ମିସେସ୍ ଇଣ୍ଡିଆ ଓ୍ୱାର୍ଲଡ୍ ମୁକୁଟ ପିନ୍ଧିଥିଲେ । ଏଥର ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ନବଦୀପ ବିଜୟ ମୁକୁଟ ସହ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶାବାଦୀ । ୨୧ ବର୍ଷ ପୂର୍ବେ ୨୦୦୦ ମସିହାରେ ଭାରତକୁ ଏହି ମୁକୁଟ ମିଳିଥିଲା । ତେବେ ଏଥରର ପ୍ରତିଯୋଗିତା ପାଇଁ ନବଦୀପ ଗଲା ବର୍ଷେ ହେଲା ପରିଶ୍ରମ କରି ଆସୁଛନ୍ତି ।

  • Satyendu Shekher Mishra
  • 3 years ago

ତପସ୍ୱିନୀ ଓ ଡାକ୍ତର ସୁମିତ ମାମଲା, ଆସନ୍ତା ୪ ତାରିଖରେ ରାୟ ଶୁଣାଇବେ କୋର୍ଟ

ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । ବ୍ରହ୍ମପୁର ଜିଲ୍ଲା ଓ ଦୌରା ଜଜ୍‌କୁ କୋର୍ଟରେ ଉଭୟ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି କୋର୍ଟ । ଶୁଣାଣି ବେଳେ ଉଭୟ ପକ୍ଷଙ୍କ ଓକିଲ ନିଜର ପକ୍ଷ ରଖିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜିଲ୍ଲା ଓ ଦୌରା ଜଜ୍ ଆସନ୍ତା ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ରାୟ ଶୁଣାଇବାକୁ ଦିନ ଧାର୍ଯ୍ୟ କରିଛନ୍ତି । ସୁମିତଙ୍କ ଘରେ ରହିବାକୁ ତପସ୍ୱିନୀ ଗତ ୧୭ରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ପରେ ତପସ୍ୱିନୀ ପୁଣି ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ । ସେହିପରି ସୁମିତଙ୍କ ଓକିଲ ମଧ୍ୟ ଏସ୍‌ଡିଜେଏମ୍‌ଙ୍କ ରାୟ ଉପରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ଓ ଦୌରା ଜଜ୍‌ଙ୍କ ପାଖରେ ଆବେଦନ କରିଥିଲେ । ଉଭୟ ମାମଲାର ଆଜି ଶୁଣାଣି କରିଛନ୍ତି କୋର୍ଟ ।

  • Satyendu Shekher Mishra
  • 3 years ago

ନୟାଗଡ଼ରେ ଚାଷ ଜମିରୁ ମିଳିଲା ନିଖୋଜ ବୃଦ୍ଧଙ୍କ ହାଡ଼ ଏବଂ ଖପୁରି

ଚାଷ ଜମିରୁ ମିଳିଲା ନିଖୋଜ ବୃଦ୍ଧଙ୍କ ହାଡ଼ ଏବଂ ଖପୁରି । ନୟାଗଡ଼ ଗଣିଆ ଥାନା ଆଡ଼କଟା ଅଞ୍ଚଳର ଜଣେ ନିଖୋଜ ବୃଦ୍ଧଙ୍କ ଖପୁରି ଓ ହାଡ଼ ଧାନ ବିଲରୁ ମିଳିଥିବା ବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି । ତାଙ୍କ ପରିବାର ଆଡ଼କଟା ଅଞ୍ଚଳର ବୃଦ୍ଧା ସମ୍ଭାରି ମାଝୀ ଗତ ନଭେମ୍ବର ୨୭ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ସନ୍ଧାନ ନପାଇ ଗଣିଆ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ଧାନ ବିଲରେ କିଛି ଲୋକ ଧାନ କାଟୁଥିବା ବେଳେ ବିଲରେ ଏକ ମଣିଷ ଖପୁରି ଦେଖି ଗଣିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଖପୁରି ସହିତ ହାଡ଼ ଏବଂ କିଛି ଦୂରରେ ପଡିଥିବା ଏକ ଠେଙ୍ଗା ଏବଂ ପିନ୍ଧା ଲୁଗା ମଧ୍ୟ ଜବତ କରିଛି । ତେବେ ଉକ୍ତ ଲୁଗା ଏବଂ ଠେଙ୍ଗା ସମ୍ଭାରିଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ବୃଦ୍ଧଙ୍କୁ କେହି ମାରି ବିଲରେ ଫୋପାଡ଼ି ଦେଇଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ତେବେ ପୋଲିସ ତଦନ୍ତ ଜାରି ରଖିଛି ।

  • Satyendu Shekher Mishra
  • 3 years ago

ଭୁବନେଶ୍ୱର ଓୟୁଏଟିରେ ଅହିରାଜ ସାପର ଚିକିତ୍ସା,ସାପଟିର ୪ଟି ପଞ୍ଜରା ହାଡ଼ ଭାଂଗିଥିବା ଜଣାପଡିଛି

ଭୁବନେଶ୍ୱର ଓୟୁଏଟିରେ ଅହିରାଜ ସାପର ଚିକିତ୍ସା । ସାପଟିର ୪ଟି ପଞ୍ଜରା ହାଡ଼ ଭାଂଗି ଯାଇଥିବା ଜଣାପଡିଛି । ସାପର ଏକ୍ସରେ ପରେ ପଞ୍ଜରା ହାଡ଼ ଭାଂଗିଥିବା ସୂଚନା ଦେଇଛନ୍ତି ଓୟୁଏଟି କର୍ତ୍ତୃପକ୍ଷ । INS ଚିଲିକା ନିକଟସ୍ଥ ଏକ କଲୋନୀରୁ ସାପଟିକୁ ଉଦ୍ଧାର କରାଯିବା ପରେ ଏଠାକୁ ଆଣି ଚିକିତ୍ସା କରାଯାଉଛି । ସାପଟିକୁ ଦେଖି ସ୍ଥାନୀୟ ଲୋକେ ଟେକା ପଥର ଫିଙ୍ଗିଥିଲେ । ଏଥିରେ ଅହିରାଜ ସାପଟି ଆହତ ହୋଇ ପଡିଥିଲା । ଆହତ ସାପକୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଓୟୁଏଟିକୁ ଅଣାଯାଇଥିଲା ।

  • Satyendu Shekher Mishra
  • 3 years ago

ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତ ଚିଠା ଉପରେ ଜନଶୁଣାଣି

ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତ ଚିଠା ଉପରେ ଜନଶୁଣାଣି ହୋଇଯାଇଛି । ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବର ସାହି-୧ ମୌଜାର ଜନଶୁଣାଣି । ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ତଥା ପ୍ରଶାସକ ଭବତାରଣ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଥଇଥାନ ଯୋଜନା ପାଇଁ ପ୍ରସ୍ତୁତ ଚିଠା, ଜମି ପ୍ରଦାନରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ପ୍ରକଳ୍ପ ପାଇଁ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ । ଜମିର କୃଷି ଶ୍ରମିକଙ୍କ ଲାଗି ଦୈନିକ ୩୧୫ ଟଙ୍କା ହିସାବରେ ଦୁଇ ଶହ ଦିନ ପାଇଁ ୬୩ ହଜାର ଟଙ୍କା, କ୍ଷୁଦ୍ର ଦୋକାନୀ, କାରିଗର ଓ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ୨୫ ହଜାର ପ୍ରଦାନର ବ୍ୟବସ୍ଥା ରହିଛି । ଶ୍ରୀ ଜଗନ୍ନାଥଙ୍କ ଜମି ଓ ମଠ ଯାଗାରେ ବେଆଇନ ଭାବେ ଘରକରି ବାସ କରୁଥିବା ବାସିନ୍ଦାଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ ହିସାବରେ ସଂପୃକ୍ତ ଗୃହର ମୂଲ୍ୟ, ର୍ନିମାଣ ସହାୟତା ଭାବେ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଦିଆଯିବ । ସେହିପରି ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଉକ୍ତ ଚିଠାରେ ଉଲ୍ଲେଖ ରହିଛି ।

  • Satyendu Shekher Mishra
  • 3 years ago

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ । ତେବେ ୭ ଦିନ ପାଇଁ ଆଇସୋଲେସନରେ ରହିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ଗତ ସପ୍ତାହରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବିଦେଶରୁ ଫେରିଥିବା ୨ ଜଣଙ୍କ ଠାରେ କରୋନା ପଜିଟିଭ୍ ଆସିବା ପରେ ସେମାନଙ୍କ ଜିନୋମ୍ ସିକ୍ୱେନ୍‌ସିଂ ପାଇଁ ପଠା ଯାଇଥିଲା । ତେବେ ୨ ଜଣଙ୍କ ଜିନୋମ୍ ସିକ୍ୱେନ୍‌ସିଂରୁ ଓମିକ୍ରନ ଆକ୍ରାନ୍ତ ଜଣାପଡ଼ିଥିଲା । ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରଥମ ଆକ୍ରାନ୍ତ ଜଣକ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

  • Satyendu Shekher Mishra
  • 3 years ago

ଓମିକ୍ରନ୍‌ ଭୟ ! କଟକରେ ଗୋଟିଏ ପରିବାରର ୬ ପଜିଟିଭ୍‌, କଣ୍ଟେନ୍‌ମେଣ୍ଟ ଘୋଷଣା କଲା CMC

କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି । More

  • Satyendu Shekher Mishra
  • 3 years ago

ରାଜଧାନୀରେ ବଢ଼ୁଛି କ୍ରାଇମ୍‌ ରେଟ୍‌, କମିଶନରେଟ୍ ପୋଲିସର ତଥ୍ୟ ଦେଖିଲେ ଉଡ଼ିବ ହୋସ୍‌

ଉଦ୍‌ବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ, ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୪୧ । More

  • Satyendu Shekher Mishra
  • 3 years ago

ମାଞ୍ଜା ସୂତା ଲାଗି ଜଣଙ୍କର ମୃତ୍ୟୁ ଘଟଣା, ଜଣେ ଗିରଫ; ମାଞ୍ଜା ସୂତା ବିକ୍ରି ବେଆଇନ୍

ସ୍ପେଶାଲ୍ ଏନଫୋର୍ସମେଂଟ୍ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଇଛି । ତେବେ ପ୍ରଶ୍ନ ଉଠିଛି ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ଯଦି ହାଇକୋର୍ଟ ବ୍ୟାନ ଲଗାଇଥିଲେ, ତା ହେଲେ ବେଧଡ଼କ ବ୍ୟବହାର ଚାଲିଛି କେମିତି ? କ’ଣ କରୁଛି ପୋଲିସ ? More

  • Satyendu Shekher Mishra
  • 3 years ago

ଯିଏ ପଚାରୁଛି କହୁଛି ମାଆ ଶୋଇଛି, ଏମିତିରେ ତିନି ଦିନ ବିତିଗଲା.. ହେଲେ ହଠାତ୍‌

ମୃତ୍ୟୁ ନା ସେ ଜାଣିଛି ମମତାର ବନ୍ଧନକୁ, ନା ସେ ବୁଝିଛି ମାତୃତ୍ୱର ଆବେଗକୁ । କଅଁଳ ବୟସରେ ମମତାର ପଣତକାନି ଛିଡ଼ାଇ ଦେଇଛି କାଳ । ୫ବର୍ଷର ଅବୋଧ ଶିଶୁକନ୍ୟାଟି ଆଜି ହୋଇଯାଇଛି ଅନାଥ । ତଥାପି ଭାବୁଛି ତା ମାଆ ଶୋଇଛି । More

  • Satyendu Shekher Mishra
  • 3 years ago

ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ମୋବାଇଲ ମନା !

ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ ରୁମରେ ମୋବାଇଲରେ ବ୍ୟକ୍ତିଗତ କଥା ହୋଇପାରିବେନି ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଛି । More

  • Satyendu Shekher Mishra
  • 3 years ago

ଓଡ଼ିଶାରେ କହ୍ନୈୟା କୁମାର, ମୋଦି-ନବୀନଙ୍କ ଉପରେ ପ୍ରବଳ ବର୍ଷିଲେ

ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍‌ ବିଜେଡି ନୁହେଁ । ଓଡ଼ିଶାରେ ବିଜେପିର ଡି ଟିମ୍‌ ହେଉଛି ବିଜେଡି । More

  • Satyendu Shekher Mishra
  • 3 years ago

ଓମିକ୍ରନ୍‌ ଭୟ ! ରାଜ୍ୟକୁ ପଞ୍ଚସୂତ୍ରୀ ନିୟମ ମାନିବାକୁ କଡ଼ା ନିର୍ଦେଶ ଦେଲା କେନ୍ଦ୍ର

ଭିଡ଼ ଏଡ଼ାଇବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଆବଶ୍ୟକ ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ କହିବା ସହିତ ନିୟମ ଖିଲାପକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି । More

  • Prangyan Parimita
  • 3 years ago

ମୃତ୍ୟୁ ପରେ ଦୁଇ ଜଣକୁ ଦୁନିଆ ଦେଖିବାର ଶକ୍ତି ଦେଇଗଲେ ମାୟାଦେବୀ

ପ୍ରତି ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ବୟସ୍କା ମହିଳାଙ୍କର ଦୁଇ ଦିନ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି। More

  • Satyendu Shekher Mishra
  • 3 years ago

OBCକୁ ନେଇ ଥମୁନି ବିବାଦ, ବିଜେପି ପରେ ଶ୍ରୀକାନ୍ତ କଲେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ବିଜେପିର ରାଜ୍ୟ ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଓବିସି ରାଜନୀତିକୁ ସମାଲୋଚନା କରିଛନ୍ତି ।  More

  • Satyendu Shekher Mishra
  • 3 years ago

’ସରକାରଙ୍କ କଥାରେ ତାଳମେଳ ରହୁନି, ଗରିବୀକୁ ନେଇ ବିଜେଡି ବାହାସ୍ଫଟ ମାରୁଛି’

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି । More

  • Prangyan Parimita
  • 3 years ago

ପ୍ରଥମେ ୪୦ ଲକ୍ଷର ବୀମା କରାଇଲା ପୁଅ, ତା’ପରେ କ୍ଲେମ୍ ଉଠାଇବା ପାଇଁ ବାପାଙ୍କୁ ହାତୁଡ଼ିରେ ପିଟି ନିର୍ମମ ହତ୍ୟା

ଟଙ୍କା ପାଇଁ ବାପାଙ୍କୁ ମାରିଲା ପୁଅ । ପ୍ରଥମେ ବୀମା କରାଇଲା, ତାପରେ ଯୋଜନାବଦ୍ଧ ଭାବେ ବାପାଙ୍କୁ ସହଯୋଗୀଙ୍କ ସହ ମିଶି ମାରିଲା । More

  • Pallipuspa Samal
  • 3 years ago

ଅଳ୍ପ ଖର୍ଚ୍ଚରେ ବନାନ୍ତୁ, ଏହି ପାରମ୍ପରିକ ସୁଆଦିଆ ପିଠା

ଓଡ଼ିଆ ଘରେ ବାର ମାସରେ ତେର ପର୍ବ , ଆଉ ଏହି ପର୍ବପର୍ବାଣୀରେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ପ୍ରସ୍ତୁତ କରିବୁ । ଏହି ପିଠା ରେସିପିର ନାଁ ହେଉଛି ‘ସାତପୁରୀ ପଠା’ । ଏହି ପିଠାର ବିଶେଷ୍ୱତ ହେଉଛି ସାତଟି ପୁରୀରେ ଏହା ପ୍ରସ୍ତୁତ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

  • Rajalaxmi Sahoo
  • 3 years ago

ଟଳିଲା ବଡ଼ ଅଘଟଣ, ବଞ୍ଚାଇ ଦେଲେ ପେଟ୍ରୋଲ ପମ୍ପ କର୍ମଚାରୀ

ଟିକିଏ ସାଧାରଣ ଜ୍ଞାନର ଅଭାବ ଯୋଗୁ  ଏକ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟି ହୁଏତ ବଡ଼ ବିସ୍ଫୋରଣ ହୋଇଥାନ୍ତା। ହେଲେ ସୌଭାଗ୍ୟବଶତଃ, ଏପରି ହୋଇନାହିଁ।   More

  • Rajalaxmi Sahoo
  • 3 years ago

‘ ଝିଅ ଫୋନ୍‌ କରି ୫୦ ହଜାର ଟଙ୍କା ମାଗିଲା, ମୁଁ ଗଲା ବେଳକୁ ଝିଅର ମଲା ମୁହଁ ଦେଖିଲି’

ଯୌତୁକ ଜୁଇରେ ଜଳିଗଲା ୨ ବଧୂଙ୍କ ଜୀବନ। ଯୌତୁକ ନଦେଇପାରିବାରୁ ଜୀବନ ନେଇଗଲେ ଶ୍ୱଶୁର ଘର ଲୋକେ। ଯୌତୁକ ପାଇଁ କଟକ ଓ ଭଦ୍ରକ ଜିଲ୍ଲାରେ ୨ ମହିଳାଙ୍କ ଜୀବନ ଚାଲି ଯାଇଛି।  More

  • Pallipuspa Samal
  • 3 years ago

କଂସେଇଖାନା ନାଁରେ ହରିଲୁଟ୍, ସର୍ବସମ୍ମୁଖରେ ଚାଲିଛି ପଶୁ ହତ୍ୟା

ଭୁବନେଶ୍ୱରରେ ବାଟବଣା କଂସେଇଖାନା ଯୋଜନା । ୨୦୧୭ ମସିହାରେ ରାଜଧାନୀର ଗାଡ଼କଣରେ କଂସେଇ ଘର ନିର୍ମାଣ ହୋଇଥିଲା, ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।  କିନ୍ତୁ ଉଦଘାନର ସାଢେ ୪ ବର୍ଷ ପରେ ଏହା କାର୍ଯ୍ୟକ୍ଷମ ହୋଇପାରୁନି ଫଳରେ ଏବେ ରାଜଧାନୀ ରାଜରାସ୍ତାରେ ସର୍ବସମ୍ମୁଖରେ ଚାଲିଛି ପଶୁ ହତ୍ୟା । More

  • Prangyan Parimita
  • 3 years ago

ରାଜନୀତିରୁ ଇଟାଭାଟି ! ଦିନେ ଥିଲେ କର୍ପୋରେଟର୍, ଆଜି ଇଟାଭାଟି ଶ୍ରମିକ

କଟକ ମୁନସିପାଲଟି କର୍ପୋରେସନର ପ୍ରଥମ କାଉନସିଲରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତି ସିଂ। ସେ ସମୟରେ ଲୋକଙ୍କୁ ସହାୟତା ଦେବାଠାରୁ ଆରମ୍ଭ କରି ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ ସୁକାନ୍ତି। ହେଲେ ଆଜି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିବା ବେଳେ ପେଟ ପାଇଁ ଦାନା ନାହିଁ। More

  • Prangyan Parimita
  • 3 years ago

ସାକ୍ଷାତକାର ସମୟରେ ହଠାତ୍ ଟଳି ପଡ଼ିଲେ ଓକିଲ, ଜୀବନ ବଞ୍ଚାଇଲେ ସାମ୍ବାଦିକ

ସାମ୍ୱାଦିକ ପ୍ରତି ଅଙ୍ଗୁଳି ଉଠାଇବାକୁ ପଛାଇ ନଥାଏ ଆଜିର ସମାଜ । ହେଲେ ଏ କାହାଣୀ ଜାଣିଲେ ଆପଣ ସାମ୍ୱାଦିକକୁ ସାବାସୀ ନ ଦେଇ ରହି ପାରିବେନି । ନିଜ କର୍ତ୍ତବ୍ୟକୁ ପଛ କରି ଜଣେ ସାମ୍ୱାଦିକ ମାନବିକତାର ପରିଚୟ ଦେଇ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । More

  • Rajalaxmi Sahoo
  • 3 years ago

‘ମୋ ମା’୨ ଦିନ ହେଲାଣି ଶୋଇଛି, ଡାକିଲାଠୁ ଶୁଣୁ ନାହାନ୍ତି’

ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ। ମା’ ଶୋଇଛି ଭାବି କୁନି ଝିଅଟି ବି ମା’ ’ପାଖରେ ଖାଉଥିଲେ, ଶୋଉଥିଲେ। More

  • Pallipuspa Samal
  • 3 years ago

ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ। More

  • Rajalaxmi Sahoo
  • 3 years ago

କରୋନା ଟିକା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣ

ଓଡ଼ିଶାରେ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର। ତେବେ ୧୫ରୁ ୧୮ ବର୍ଷର ପିଲା ଯେଉଁମାନେ ଟିକା ନେବା ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। More

  • Rajalaxmi Sahoo
  • 3 years ago

କ’ଣ ହେବ ତପସ୍ୱିନୀଙ୍କ ଭାଗ୍ୟ ? ଆସିପାରେ ନୂଆ ମୋଡ଼...

ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ..ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼। ଉଭୟ ସୁମିତ୍ ଓ ତପସ୍ୱିନୀଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନ୍‌ର ରାୟ ଆଜି ଜିଲ୍ଲା ଦୌରା ଜଜ୍‌ରେ ପ୍ରକାଶ ପାଇବ।  More

  • Chandan Shishu
  • 3 years ago

ଏବେ କଞ୍ଚା ପରିବା ରେଟ୍ ଅମୂଲମୂଲ ! ଯାହାକୁ ଧରିବ କିଲୋ ୫୦ ନହେଲେ ୮୦

ଏବେ ଅପେକ୍ଷା କେବେ କମୁଛି ପନିପରିବା ଦର, କେବେ ଖାଉଟିଙ୍କୁ ମିଳୁଛି ଆଶ୍ୱସ୍ତି? More

  • Chandan Shishu
  • 3 years ago

ବିଜେଡିକୁ ବୁମେରାଂ ହେବ କି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ?

ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ଥର ଚିଠି ଲେଖିଥିଲେ ବି ଏପର୍ଯ୍ୟନ୍ତ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର। More

  • Pramod Behera
  • 3 years ago

ପ୍ରହସନ ପାଲଟିଛି ହାତୀ ସୁରକ୍ଷା

ଖୋର୍ଦ୍ଧା ଭୁଷଣ୍ଡପୁରରେ ହାତୀ ଅଘଟଣ ଅଚାନକ ନ ଥିଲା। ବନବିଭାଗ ପାଖରେ ଆଗରୁ ଖବର ଥିଲା, ହେଲେ ତତ୍ପରତା ନ ଥିଲା। ଯେଉଁ କାରଣରୁ ୨ ହତୀଙ୍କ ଜୀବନ ଚାଲିଗଲା। More

  • Chandan Shishu
  • 3 years ago

କିଶୋର ଟିକାକରଣ ନେଇ କେନ୍ଦ୍ର ଗାଇଡଲାଇନ୍ ଅପେକ୍ଷାରେ ରାଜ୍ୟ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ବିଦେଶରେ ପୂର୍ବରୁ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଆମ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେଲେ ଅଭିଭାବକଙ୍କ ଆଶଙ୍କା ଦୂର ହେବ। More

  • Chandan Shishu
  • 3 years ago

ସ୍ତ୍ରୀର ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। More