• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 25 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ବାଟବଣା ହେଲା କି ବିଜୁ ଗାଁ ଗାଡ଼ି?

ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ। More
  • Otv Khabar Bureau
  • 3 years ago

ଏବର୍ଷ ମଧ୍ୟ ଖାଁ ଖାଁରେ କଟିଲା ବଡଦିନ

ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା । More
  • Chandan Shishu
  • 3 years ago

୫ ଦିନରେ ଅଢ଼େଇ ଗୁଣା ହେଲାଣି ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟ ସରକାର ସଂକ୍ରମଣ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ଅଫଲାଇନ୍ କ୍ଲାସ ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲଗୁଡ଼ିକୁ ଆଗୁଆ ଆଲର୍ଟ ଜାରି ହୋଇଛି। More
  • Prangyan Parimita
  • 3 years ago

ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଅଭିଯୋଗକାରିଣୀଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ରାୟ

ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ସିଆର୍‌ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। More
  • Otv Khabar Bureau
  • 3 years ago

ସୁଦର୍ଶନଙ୍କ ବିରାଟ ବାଲୁକା କଳାକୃତି: ୫ ହଜାର ୪୦୦ ଗୋଲାପରେ ସାନ୍ତା କ୍ଲଜ୍‌ଙ୍କୁ ସଜ୍ଜାଇଲେ

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି । ସବୁ ବେଳେ ସେ ତାଙ୍କ ବାଲୁକାଶିଳ୍ପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମଥର ପାଇଁ ସେ ୫ ହଜାର୪୦୦ଟି ଗୋଲାପ ବ୍ୟବହାର କରି ପୁରୀ ବେଳାଭୂମିରେ ସାନ୍ତାଙ୍କ ଏକ ବିରାଟ ବାଲୁକା କଳା ନିର୍ମାଣ କରିଛନ୍ତି । More
  • Prangyan Parimita
  • 3 years ago

ବିଷଧର ନାଗକୁ ଘରେ ପୂରାଇ ଦେଲାନୀ ‘କାଳୀ’ : ଗର୍ଭବତୀ ଥିବା ସତ୍ତ୍ୱେ ମାଲିକ ପାଇଁ ସାପ ସହ ଲଢ଼ିଲା

ସାପକୁ ଆକ୍ରମଣ କରି ଘାଇଲା କଲା ଡୋବରମ୍ୟାନ କୁକର କାଳୀ । ଝପଟି ଯାଇ ଘର ଅଗଣାରେ ବିଷଧର ନାଗର ବାଟ ଓଗାଳିଲା, କୌଣସି ମତେ ସାପକୁ ଘରେ ପୂରାଇ ଦେଲାନି । More
  • Rajalaxmi Sahoo
  • 3 years ago

ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ଯଦି ଜେନେରାଲ୍ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ଆସେସ୍‌ମେଣ୍ଟ ପରୀକ୍ଷା କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ସହ ଶିକ୍ଷା ବିଭାଗ ନିୟମିତ ଯୋଗାଯୋଗରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। More
  • Rajalaxmi Sahoo
  • 3 years ago

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା। କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। More
  • Prangyan Parimita
  • 3 years ago

କଟନୀଛଟନୀ କଲେ ତ୍ରାହି ନାହିଁ ! ଜେଲ୍‌ ପଠାଇ ଦେବାକୁ ଚେତାବନୀ ଦେଲେ ମନ୍ତ୍ରୀ

ଅର୍ଥମନ୍ତ୍ରୀ ତରଭା ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖୁଥିବା ବେଳେ ଚାଷୀମାନେ ତାଙ୍କ ଘେରାଉ କରି କଟନି ଛଟନି ସଂପର୍କରେ ଅଭିଯୋଗ କରିଥିଲେ ମନ୍ତ୍ରୀ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କଟନୀ ଛଟନୀର ତଦାରଖ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । More
  • Pallipuspa Samal
  • 3 years ago

କେବେ ବି ଖାଇନଥିବେ ଚିଙ୍ଗୁଡ଼ିର ଏହି ରେସିପି

ଆପଣ ଅନେକ ପ୍ରକାରର ଚିଙ୍ଗୁଡ଼ି ଆଇଟମ୍‌ ଖାଇଥିବେ କିନ୍ତୁ କେବେ କ’ଣ ଚିଙ୍ଗୁଡ଼ି ଚକ୍‌ମା ଖାଇଛନ୍ତି। ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଚିଙ୍ଗୁଡ଼ି ଚକ୍‌ମା। More
  • Prangyan Parimita
  • 3 years ago

ଚାଟଶାଳୀରେ ଖଡ଼ି ଧରାଇ ପାଠ ଶିଖାନ୍ତି ଭିନ୍ନକ୍ଷମ ଶିକ୍ଷକ ଗୋବିନ୍ଦ ! ବିନା ପାରିଶ୍ରମିକରେ ୪୦ ବର୍ଷ ଧରି ଜାରି ରଖିଛନ୍ତି ସାଧନା

ଶହ ଶହ ପିଲାଙ୍କ ମାନ ଅଭିମାନ ଗୋବିନ୍ଦ ଗୁରୁଜୀ । କିଛି ଆଶା ନକରି ପାଠ ପଢ଼ାନ୍ତି । ପାରିଶ୍ରମିକ ଦରକାର ପଡ଼େନି । ମନର ଶାନ୍ତି ପାଇଁ ପିଲାଙ୍କୁ ପାଠ ପଢ଼ାନ୍ତି । More
  • Satyendu Shekher Mishra
  • 3 years ago

ପୁରୀରେ ଓମିକ୍ରନ୍‌ ଆଲର୍ଟ ! ରେଳଷ୍ଟେସନ, ବସଷ୍ଟାଣ୍ଡରେ ତୀକ୍ଷ୍ନ ନଜର

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି କରାଯାଇଛି More
  • Satyendu Shekher Mishra
  • 3 years ago

ଚର୍ଚ୍ଚରେ କୋଭିଡ୍ ନିୟମ ଉଲଂଘନ ! ପ୍ରାର୍ଥନା ବନ୍ଦ କଲା ପୋଲିସ

କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ କୋଭିଡ୍ କଟକଣା ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ପ୍ରାର୍ଥନା ବନ୍ଦ କରାଯାଇଛି । More
  • Satyendu Shekher Mishra
  • 3 years ago

ଏଣିକି ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ବି କରିବେ ସତ୍ୟପାଠ ଦାଖଲ, ଭୁଲ୍ ଥିଲେ ଜେଲ୍‌ ଦଣ୍ଡ

ଭୁଲ୍ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ଜରିମାନା ସହ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଅଧ୍ୟାଦେଶ ଜରିଆରେ ଓଡ଼ିଶା ପଞ୍ଚାୟତିରାଜ ଆଇନରେ ସଂଶୋଧନ କରାଯାଇଛି । More
  • Satyendu Shekher Mishra
  • 3 years ago

ପୁଣି ଡାକୋଟା ଚର୍ଚ୍ଚାରେ ! ଓଡ଼ିଶା ଆସିବା ନେଇ ବାରମ୍ବାର ଆରମ୍ଭ ହେଉଛି ପ୍ରକ୍ରିୟା

ଡାକୋଟାକୁ ଭୁବନେଶ୍ୱର ଆଣିବା ପରେ ଏହାକୁ ସଂଗ୍ରାହଳୟରେ ସଂରକ୍ଷିତ କରି ରଖାଯିବାକୁ ଯୋଜନା ରଖାଯାଇଛି । ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଛି ଡାକୋଟା ।  More
  • Satyendu Shekher Mishra
  • 3 years ago

ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ । ଏଥିରେ ଓ୍ୱିଙ୍ଗ କମାଣ୍ଡର ହରସିତ୍ ସିହ୍ନା ପ୍ରାଣ ହରାଇଛନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୮ଟା ବେଳେ ରାଜସ୍ଥାନ ଜୟସେଲମେର୍ ନିକଟରେ ବିମାନ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ନେଇ ବାୟୁ ସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏସମ୍ପର୍କରେ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସେପଟେ ଦୁର୍ଘଟଣା ଘଟିଥିବା ଅଞ୍ଚଳ ଜୟସେଲମେରରେ ମରୁଭୂମି ଅଞ୍ଚଳ । ଘଟଣାସ୍ଥଳରେ ପୋଲିସ୍ ଓ ରେସ୍‌କ୍ୟଚ ଟିମ୍ ପହଞ୍ଚିଛି ।

  • Satyendu Shekher Mishra
  • 3 years ago

ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ କଟକର କର୍ମସିଆଲ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ କଟକର କର୍ମସିଆଲ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଆତ୍ମଜୀବନୀ ପ୍ରକାଶନ ପାଇଁ ନେଇଥିବା ବ୍ୟକ୍ତି ଆତ୍ମଜୀବନୀ ପ୍ରକାଶନ ନକରି ପାଣ୍ଡୁଲିପି ଓ ଡିଜିଟାଲ ଫର୍ମାଟ୍ ଫକୀରମୋହନଙ୍କ ଅଣନାତୁଣୀ ଡକ୍ଟର ମିନାକ୍ଷୀ ଦତ୍ତଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏକ ମାସ ମଧ୍ୟରେ ଡିଜିଟାଲ ଫର୍ମାଟ ଓ ଫକୀରମୋହନଙ୍କ ହାତ ଲେଖା ପାଣ୍ଡୁଲିପି ଫେରାଇବେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଅଗଷ୍ଟ ୧୮ରେ ଅନ୍ତରୀଣ ରହିତାଦେଶ ଜାରି ହୋଇଥିଲା । ଫକୀରମୋହନଙ୍କ ଆତ୍ମଜୀବନୀ ମୋ ଜିବନୀ ପ୍ରକାଶନକୁ ନେଇ ବିବାଦ ଉଠିଥିଲା । ଫକୀରମୋହନଙ୍କ ଅଣନାତୁଣୀ ଡକ୍ଟର ମିନାକ୍ଷୀ ଦତ୍ତ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମିନାକ୍ଷୀ ଦତ୍ତଙ୍କ ସହ ଏକ ଚୁକ୍ତିନାମା ମଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କିଏ ପ୍ରକାଶକ ସେ ସମ୍ପର୍କରେ ମିନାକ୍ଷୀ ଦତ୍ତଙ୍କୁ ଅବଗତ କରାଯାଇ ନ ଥିଲା । 

  • Satyendu Shekher Mishra
  • 3 years ago

ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗରେ କଂଗ୍ରେସର ପ୍ରତିବାଦ

ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗରେ କଂଗ୍ରେସର ପ୍ରତିବାଦ । ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା । ବିଶେଷ ଭାବେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, ବର୍ଦ୍ଧିତ ବିଦ୍ୟୁତ ଦର, ଜଗନ୍ନାଥ ଜମି ସମସ୍ୟା ପ୍ରଭୃତି ପ୍ରସଙ୍ଗ ନେଇ ଧାରଣା ଦେଇଥିଲା ଦଳ । ଏହି ପ୍ରତିବାଦ ସଭାରେ ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

  • Satyendu Shekher Mishra
  • 3 years ago

ମାଓ ବିରୋଧୀ ଅପରେସନ୍‌ରେ ନୂଆପଡା ପୋଲିସକୁ ସଫଳତା

ମାଓ ବିରୋଧୀ ଅପରେସନ୍‌ରେ ନୂଆପଡା ପୋଲିସକୁ ସଫଳତା । କମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ନୂଆପଡା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ଡିଭିଏଫ, ଏସଓଜି ଓ ସିଆରପିଏଫର ମିଳିତ କମ୍ବିଂବେଳେ କୋକଟି ଆମ ଗାଁ ପାଖରୁ ମାଓ କ୍ୟାଂପଠାବ କରାଯାଇଥିଲା । କ୍ୟାଂପରୁ ୧୦ କେଜି ଓଜନର ୨ଟି ଟିଫିନ ବମ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ସଂପୃକ୍ତ ଅଞ୍ଚଳରେ କମ୍ବିଂ ଜାରି ରହିଛି ।

  • Otv Khabar Bureau
  • 3 years ago

ଏସ୍‌ସିବି ମେଡିକାଲ୍‌ରେ BSKY ଯୋଜନା ବାଟବଣା !

କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବାସ୍ତବ ଚିତ୍ର କିଛି ଏମିତି ଲାଗୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବାଟବଣା । More

  • Satyendu Shekher Mishra
  • 3 years ago

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା ଆଉ ଥଣ୍ଡା । ଆଜି ବି ଶୀତ ଲହରି ରାଜ୍ୟରେ ଜାରି ରହିବ । ଥଣ୍ଡାର ପ୍ରକୋପ ବଢ଼ିବା ପରେ ଲୋକଙ୍କ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହୋଇଛି । ଦ୍ୱିପ୍ରହର ଯାଏଁ ସୂର୍ଯ୍ୟଦେବଙ୍କ ଦର୍ଶନ ମିଳୁନି । ସକାଳୁ ଘରୁ ବାହାରିବାକୁ ଲୋକେ ଦୁଇ ଥର ଭାବୁଛନ୍ତି । ସଂଧ୍ୟା ହେଲେ ସ୍ଥିତି ଅଧିକ ବିଗୁଡ଼ୁଛି ।

  • Satyendu Shekher Mishra
  • 3 years ago

ମାଆର ମୃତ୍ୟୁରେ ପୁଅକୁ ମୁଖାଗ୍ନି ଦେବାକୁ ମନା କଲେ ଗ୍ରାମବାସୀ

ପିଲା ଛୁଆ ନଥିବାରୁ ଭାଇର ପୁଅକୁ ପୁଅ ଭାବେ ଗ୍ରହଣ କରିଥିଲେ । ପାଠ ପଢାଇ ରୋଜଗାରକ୍ଷମ କରାଇଲେ । ହେଲେ ସେହି ପୁଅ ବିବାହ କରି ଆଉ ବାପା-ମାଆଙ୍କୁ ପଚାରିଲାନି । ଏବେ ମାଆଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେବାକୁ ଆସିଥିବା ପୁଅକୁ ସମ୍ପର୍କୀୟ ଓ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି । ପୁରୀ ଜିଲ୍ଲା କଣାସର ଅଂଜିରା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ବାପା-ମାଆଙ୍କୁ ଅସହାୟ ଅବସ୍ଥାରେ ଛାଡି ବଡ ଘର ତୋଳି ରହୁଥିବା ଅର୍ଜୁନଙ୍କୁ ମାଆଙ୍କ ଶେଷ ଦର୍ଶନ କରିବାକୁ ଦେଇନଥିଲେ ଗ୍ରାମବାସୀ । ମୁଖାଗ୍ନି ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଏହାକୁ ନେଇ ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଶେଷରେ ଗାଁ ଲୋକ ବୁଝାସୁଝା କରିବା ପରେ ମାଆଙ୍କୁ ମୁଖାଗ୍ନି ଦେବାକୁ ପୁଅ ଅର୍ଜୁନଙ୍କୁ ଅନୁମତି ମିଳିଥିଲା ।

  • Satyendu Shekher Mishra
  • 3 years ago

ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ-ତପସ୍ୱିନୀ ବିବାଦ ମାମଲା

ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ-ତପସ୍ୱିନୀ ବିବାଦ ମାମଲା । ଗ୍ରିଲ ଭାଙ୍ଗି ପଶିବା ମାମଲାରେ ସ୍ଥାନୀୟ ବୈଦନାଥପୁର ଥାନାକୁ ରିପୋର୍ଟ ତଲବ କରିଛି ମାନବାଧିକାର କମିଶନ୍ । ତପଦସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଆବେଦନକୁ ନେଇ ଏହି ରିପୋର୍ଟ ମଗା ଯାଇଛି । ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା ଯେପରି କ୍ଷୂର୍ଣ୍ଣ ନହେବ ସେ ଦିଗରେ ଧ୍ୟାନ ରଖିବାକୁ ଥାନାଧିକାରୀକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗ୍ରିଲ ଭାଙ୍ଗିବା ଘଟଣାରେ ଥାନାରେ ପ୍ରମୋଦ ଏତଲା ଦେଇଥିଲେ । ତେବେ ଏହି ଏତଲା ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି । ସେ ସମ୍ପର୍କରେ ବିସ୍ତୁତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦ ତାରିଖ ଦିନ ପ୍ରମୋଦ ସାହୁଙ୍କ ଘର ଗ୍ରିଲକୁ ଭାଙ୍ଗି ଧସେଇ ପଶିଥିଲେ ମହିଳା । ଏହାପରଠୁ ତପସ୍ୱିନୀ ଶ୍ୱଶୁର ଘରର ଗ୍ୟାରେଜ୍ ରୁମ୍‌ରେ ଧାରଣାରେ ବସିଛନ୍ତି ।

  • Satyendu Shekher Mishra
  • 3 years ago

ଲକ୍ଷାଧିକ ଟଙ୍କାର ଝୋଟ ପୋଡି ପାଉଁଶ

ଚାହୁଁ ଚାହୁଁ ଜଳିଗଲା ଝୋଟ ଗୋଦାମ । ଫଳରେ ଲକ୍ଷାଧିକ ଟଙ୍କାର ଝୋଟ ପୋଡି ପାଉଁଶ ହୋଇଯାଇଛି । କଟକ ମାହାଙ୍ଗା ବ୍ଲକ ଗୁଣୁପୁର ଗାଁରେ ଘଟିଛି ଏହି ଅଘଟଣ । ଝୋଟ ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଗତକାଲି ଗୋଦାମରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଏସମ୍ପର୍କରେ ଜଣାଇଥିଲେ । ଗୋଦାମରେ ବହୁ ପରିମାଣର ଝୋଟ ଥିବାରୁ ନିଆଁ ଦାଉରୁ ରକ୍ଷା କରିବାରେ ବେଶ ନାକେଦମ୍ ହେବାକୁ ପଡ଼ିଥିଲା । ଅଳ୍ପ କିଛି ସଂଖ୍ୟାରେ ଝୋଟକୁ ବାହାର କରିବାରେ ସକ୍ଷମ ହୋଇଥିଲେ ଲୋକେ । ତେବେ ବହୁ ପରିମାଣର ଝୋଟ ନଷ୍ଟ ହୋଇ ଯାଇଛି ।

  • Satyendu Shekher Mishra
  • 3 years ago

ଯେତେ କହିଲେ ବି ଫରକ ପଡ଼ୁନି ! CMC ନୋଟିସ୍‌କୁ ରେଭେନ୍ସାର ପରାବାଏ ନାହିଁ

ଅମାନିଆ ହେଲେ ରେଭେନ୍ସା ଛାତ୍ରଛାତ୍ରୀ । ମନା କରିବା ସତ୍ତ୍ୱେ କ୍ୟାମ୍ପସରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୋଭିଡ୍ ନିୟମର ଉଡାଇଛନ୍ତି ଧଜିଆ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାଚଗୀତ କରିଛନ୍ତି । କରୋନା ନିୟମକୁ ଫୁ’ କରି ପୁଣି ନାଚଗୀତରେ ମସ୍‌ଗୁଲ ହେଲେ ରେଭେନ୍‌ସିଆନ୍‌ । More

  • Satyendu Shekher Mishra
  • 3 years ago

ଭାରି କଷ୍ଟ ! କେହି ଶୁଣୁ ନାହାନ୍ତି ଦୁଃଖ, ଜାଡ଼ ଶୀତରେ ଜରି ପାଲ ତଳେ ମଣ୍ଡିରେ ଧାନ ଜଗି ବସିଛି ଚାଷୀ

୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । More

  • Satyendu Shekher Mishra
  • 3 years ago

ରେଗୁଲାର ହେବେ ଶିକ୍ଷା ସହାୟକ, ରାଜ୍ୟ କ୍ୟାବିନେଟର ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ । More

  • Satyendu Shekher Mishra
  • 3 years ago

୩୯୯ ଟଙ୍କା ପାଇଁ କଞ୍ଜୁମର କୋର୍ଟ ଦୌଡ଼ୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ! ମିଳିବ ତ ନ୍ୟାୟ ?

ନ୍ୟାୟ ପାଇବା ଲାଗି ଲୋକ ଦୌଡ଼ି ଆସୁଛନ୍ତି । କିନ୍ତୁ ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍‌ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି । More

  • Satyendu Shekher Mishra
  • 3 years ago

ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ, କାରଣ ସଂପର୍କରେ ଏମିତି କହିଲା କ୍ରାଇମବ୍ରାଞ୍ଚ

ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ । More

  • Satyendu Shekher Mishra
  • 3 years ago

ବଡ଼ଦିନ-ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ

ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି। ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। More