ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ବା ଫିକିର ବରିଷ୍ଠ ଉପସଭାପତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକିର ୯୪ ତମ ବାର୍ଷିକ କନଭେନସନ୍ରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହା ଏହି କନଭେନସନକୁ ଉଦ୍ଘାଟନ କରିଥିଲେ । ଜଣେ ଜଣାଶୁଣ ବିଜିନେସ ଲିଡର ଭାବେ ପରିଚିତ ଶୁଭ୍ରକାନ୍ତ ପଣ୍ଡା ଫିକିର ଷ୍ଟିୟରିଂ କମିଟିର ସଦସ୍ୟଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଟୁଇଟ କରିଛନ୍ତି ଯେ, ଏଥିପାଇଁ ସେ ନିଜକୁ ସମ୍ମାନିତ ମନେ କରୁଛନ୍ତି । ଏହି ବାର୍ଷିକ କନଭେନସନରେ ସଞ୍ଜୀବ ମେହେଟାଙ୍କୁ ୨୦୨୧-୨୨ ବର୍ଷ ପାଇଁ FICCIର ନୂଆ ସଭାପତି ଭାବେ ଚୟନ କରାଯାଇଛି ।
‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’ More
ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୨ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ । More
ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତି ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା । More
ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି । More
ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ । More
ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ More
ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗସ୍ତକୁ ବିଜେପିର ବିରୋଧ । କଳାପତାକା ଦେଖାଇବାକୁ ଉଦ୍ୟମ କରିବା ବେଳେ ୪ ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସମସ୍ତଙ୍କୁ ଫିରିଙ୍ଗିଆ ଥାନାରେ ଅଟକ ରଖାଯାଇଛି । ଫିରିଙ୍ଗିଆରେ ଆୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାମର ସମୀକ୍ଷା କରିବା ପାଇଁ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବାକୁ ଯାଉଥିଲେ ପ୍ରତାପ ଜେନା । ମନ୍ତ୍ରୀ ସଭାରେ ଯୋଗ ଦେବା ପୂର୍ବରୁ କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋଲକ କହଁରଙ୍କ ସମେତ ୪ ଜଣ ବିଜେପି କର୍ମୀ କଳା ପତାକା ଦେଖାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।
ଗୋଟିଏ ପଟେ କୋର୍ଟରେ ଲୋକାର୍ପଣ ଉତ୍ସବ, ଅନ୍ୟପଟେ ବିରୋଧ । ଭଦ୍ରକ ଜିଲ୍ଲା ନ୍ୟାୟାଳୟର ନୂତନ ପରିସର ଉଦଘାଟନ ପରିପ୍ରେକ୍ଷୀରେ ଦେଖିବାକୁ ମିଳିଛି ଏଭଲି ଦୃଶ୍ୟ । ନଳାଙ୍ଗ ଠାରେ ଜିଲ୍ଲା ନ୍ୟାୟାଳୟର ନୂତନ ପରିସରକୁ ଉଦଘାଟନ କରାଯାଇଛି । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲୀଧର ଏହାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରି ଟାୟାର ଜାଳି ପ୍ରତିବାଦ କରିଛି ଓକିଲ ସଂଘ । କୋର୍ଟ ବିଲଡିଂ ର୍ନିମାଣ ଓ ସ୍ଥାନାନ୍ତରକୁ ବିରୋଧ କରି ଓକିଲ ସଙ୍ଘ ପକ୍ଷରୁ ନିମ୍ନ ଅଦାଲତ, ହାଇକୋର୍ଟ ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ବିଭିନ୍ନ ମାମଲା ଦାଖଲ କରାଯାଇଥିଲା । ଜାତୀୟ ରାଜପଥ ପାର୍ଶ୍ୱରେ କୋର୍ଟ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀନ ହାନି ଘଟିବାର ଆଶଙ୍କା ପ୍ରକାଶ ପାଇଛି । କୋର୍ଟ ପରିସରରେ ଓକିଲମାନଙ୍କ ନିମନ୍ତେ ସେଭଳି ସୁବିଧାର ବ୍ୟବସ୍ଥା ନାହିଁ । ଏହାର ପ୍ରତିବାଦରେ ଓକିଲମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ରାଜଧାନୀର ଖଣ୍ଡଗିରି ଥାନା ଅଧୀନରେ ସିରିଜ ଚୋରି । ଖଣ୍ଡଗିରି ଥାନା ଆଇଗଣିଆ ନିକଟସ୍ତ AIIMS ଯିବା ରାସ୍ତାରେ ୪ଟି ମେଡିସିନ ଷ୍ଟୋରର ସଟର ତାଡ଼ି ୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି କରିବା ପୂର୍ବରୁ ଦୁର୍ବୃତ୍ତ ଦୋକାନରେ ଲଗିଥିବା ସିସିଟିଭିକୁ ଅଚଳ କରିବା ସହ ତାର ହାର୍ଡ ଡିସ୍କ ନେଇଯାଇଛନ୍ତି । ଏନେଇ ଖବର ପାଇବା ପରେ ଖଣ୍ଡଗିରି ପୋଲିସ ସିସିଟିଭି ଫୁଟେଜ ନେଇ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି । ତେବେ କୌଣସି ଟେର ପାଇନି । ସପ୍ତାହେ ପୂର୍ବରୁ ଖଣ୍ଡଗିରି ଥାନା ଅଞ୍ଚଳର ଏକ ସୁନା ଦୋକାନରୁ ଏକ କୋଟି ଟଙ୍କାର ଅଳଙ୍କାର ଚୋରି ହୋଇଥିଲା ।
ଅଗ୍ନି-୧ ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ । ବାଲେଶ୍ୱର ଧାମରା ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୧ ପ୍ରାଇମ୍ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ଡିଆରଡିଓ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍ଣ୍ଣ ଏହି ମିସାଇଲ୍ ଭାରତୀୟ ସେନାର ଶକ୍ତିକୁ ବଢ଼ାଇବ । ଅଗ୍ନି-୧ର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ମଧ୍ୟରେ ରହିଛି । ହଜାରେ କିଲୋ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଥିବା ଅଗ୍ନି-୧ ପ୍ରାଇମ୍ର ଲକ୍ଷ୍ୟ ବେଶ ସଠିକ୍ । ଶତ୍ରୁ ପକ୍ଷକୁ ଧରାଶାୟୀ କରିବା ସହ ଟାର୍ଗେଟ ହାସଲ କରିବାରେ ବେଶ ସଫଳ ଅଗ୍ନି-୧ ପ୍ରାଇମ୍ । ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନକୁ ଭୁରୀ ଭୁରୀ ପ୍ରଶଂସା ମଧ୍ୟ କରାଯାଇଛି ।
ରାସ୍ତା ଉପରେ ଜଳିଗଲା ଟ୍ରକ୍ । ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ହଳଦୀ ପଦ ନିକଟରେ ରାସ୍ତା ଉପରେ ଏକ କୋଇଲା ବୋଝେଇ ଟ୍ରକ୍ ହୁତୁହୁତୁ ହୋଇ ଜଳିଯାଇଛି । ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ସହ ୪ କର୍ମଚାରୀ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ କାର୍ଯ୍ୟ ଜାରି ରଖିଛନ୍ତି ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାର ଗଣ୍ଡେରାସ ଜଂଗଲରେ ଏନକାଉଣ୍ଟର । ମାଓଶିବିର ଚାଲିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ପାଲଟା ଗୁଳିଚାଳନାରେ ୨ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୨ ମୃତକଙ୍କ ମଧ୍ୟରୁ ଜଣେ କ୍ୟାଡର ମାଓବାଦୀ ଥିଲା । ତାଙ୍କ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଘଟଣାସ୍ଥଳରୁ ୩ଟି ଅତ୍ୟାଧୁନିକ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ପ୍ରାୟ ଦୁଇ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା ।
କନ୍ଧମାଳ ଜିଲ୍ଲା ବାଡାସରୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁନଥିବା ପ୍ରତିବାଦରେ ଆଞ୍ଚଳିକ ମହିଳା ସଙ୍ଘ ଓ ଦୁର୍ନୀତି ନିବାରଣ କମିଟି ତରଫରୁ ବ୍ରାହ୍ମଣୀଗାଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବରେ ବ୍ରାହ୍ମଣୀଗାଁର ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବ୍ରାହ୍ମଣୀଗାଁରୁ ଦାରିଙ୍ଗବାଡ଼ି ଓ ମୋହନାକୁ ଗାଡି ଚଳାଚଳ ବନ୍ଦ ରହିଛି । କିରାମାହା ଛକରେ କାଠ ଓ ପଥର ରଖି ରାସ୍ତା ଅବରୋଧ କରିଛନ୍ତି । ଅଞ୍ଚଳବାସୀ ନଭେମ୍ବର ମାସର ୩ ତାରିଖରେ ବ୍ରାହ୍ମଣୀ ଗାଁ ଥାନା ଅଧିନ କ. ନୂଆଗାଁର ଅକ୍ଷୟ ପାତ୍ର ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ବାଡାସରୁ ଜଙ୍ଗଲରୁ ଉଦ୍ଧାର କରିଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କିନ୍ତୁ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ।
ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଦ୍ୟାଳୟର ୩ଜଣ ଶିକ୍ଷୟତ୍ରୀ ମ୍ୟାଟର୍ନିଟି ଲିଭ୍ରେ ଥିବାବେଳେ ଅନ୍ୟଜଣେ ଦକ୍ଷ ସହକାରୀ ଶିକ୍ଷକ ମିର ଆରିଫ ଅଲ୍ଲୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ବିଦ୍ୟାଳୟରେ ୮ଟି ଶ୍ରେଣୀଥିବା ବେଳେ ଶିକ୍ଷକ ଅଭାବରେ କିପରି ଶିକ୍ଷା ଦାନ ହେବ । ସେନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେବା ସହ ବଦଳି ବାତିଲ ହେଲେ ହିଁ ଧାରଣାରୁ ଉଠିବେ ବୋଲି କହିଛନ୍ତି ।
ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି। More
ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା । More
କବାବ୍ର ସ୍ୱାଦ ନିଆରା । ସାଧାରଣତଃ କବାବ୍ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ସେଥିପାଇଁ ଆଜିର ରାନ୍ଧଣାରେ ଆମେ ପ୍ରସ୍ତୁତ କରିବୁ ‘ମଟନ୍ ସିକ୍ କବାବ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ । More
ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି । More
ଆସୁଛି ପଂଚାୟତ ନିର୍ବାଚନ : ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା More
ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ? More
ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର More
ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି More
ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ More
ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । More
ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି। More
ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି । More
ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ। More
ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। More
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୮ ତାରିଖ, ଶନିବାର, ଧନୁ ୩ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ, ପୂର୍ଣ୍ଣିମା ତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ ରାଶି ମହିଳାଙ୍କ ଘାତଚନ୍ଦ୍ର । ଆଜିର ରାହୁକାଳ ଦିନ ୯ଟା ୧ରୁ ଦିନ ୧୦ଟା ୨୨ ମଧ୍ୟରେ। ଯୋଗିନୀ ପଶ୍ଚିମ ଦିଗରେ ଏବଂ ୭ଟା ୨୮ ପରେ ବାୟବ୍ୟ କୋଣରେ ରହିବେ । ଆଜି ମତ୍ସ୍ୟ ମାଂସ ଖାଇବା ମନା । More
କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି। More
୨୦୧୫ ବ୍ୟାଚ୍ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି। More
ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ। More
ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। More
କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି । More
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । More
ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ। More