• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 02 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ସାମ୍ବାଦିକଙ୍କୁ ଲୋକସେବା ଭବନ ମନା କାହିଁକି?

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଚତୁର୍ଥ ସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ପାତରଅନ୍ତର ଗଣତନ୍ତ୍ର ପ୍ରତି କେତେ ଶୁଭଙ୍କର ତାହା ଏବେ ବଡ଼ ପ୍ରଶ୍ନ। More
  • Chandan Shishu
  • 2 years ago

ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଏହି ଅବପାତ ଏବେ ଆନ୍ଧ୍ରର ବିଶାଖାପାଟଣାଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୯୬୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୨୦ କିଲୋମିଟର ଏବଂ ପାରାଦୀପଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୬୦ କିଲୋମିଟର ଦୂରରେ ରହିଛି। More
  • Chandan Shishu
  • 2 years ago

୭ ଦିନ ସାଙ୍ଗ ହୋଇ ରହିବେ ରହିବେ ତପସ୍ୱିନୀ-ସୁମିତ

୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି। ୭ ଦିନ ପରେ ପୁଣି କୋର୍ଟରେ ହେବ ମାମଲାର ଶୁଣାଣି ହେବ। More
  • Satyendu Shekher Mishra
  • 2 years ago

ଏତେ ସହଜରେ ବର୍ତ୍ତିପାରିବେନି ମନ୍ତ୍ରୀ ଦିବ୍ୟଶଙ୍କର, ଗୋଡ଼େ ଗୋଡ଼େ ଜଗିଛନ୍ତି ବିରୋଧୀ

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଳା ଗାମୁଛା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ବି ଗୃହ ଭିତରେ ପୋଷ୍ଟର ଓ ବ୍ୟାନର୍ ଦେଖାଇ ହୋହଲ୍ଲା କରିଥିଲେ । More
  • Satyendu Shekher Mishra
  • 2 years ago

ଚିଲିକା ବିଜେଡି ଦୁଇ ଫାଳ ! କିଏ କାଟିବ କାହାକୁ ?

ଚିଲିକାରେ ଏଥର ବିଜେଡି କର୍ମୀ କର୍ମୀ ଲଢେଇ । ଆଗରେ ରହିବେ ନେତା । ଯିଏ ଜିତିବ ସିଏ ଆଗକୁ ବଢିବ । ଆଉ ଯିଏ... More
  • Chandan Shishu
  • 2 years ago

ପକ୍କା ଘର ସୁରକ୍ଷିତ, କଚ୍ଚା ଘର ଲୋକ ହେବେ ସ୍ଥାନାନ୍ତରିତ: SRC

୬୦ ଓଡ୍ରାଫ୍, ୧୭ NDRF, ଅଗ୍ନିଶମର ୧୭୨ ଟିମ୍ ମୁତୟନ ହେବେ। ଆକଳନ ଅନୁସାରେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। More
  • Chandan Shishu
  • 2 years ago

ରାଜ୍ୟରେ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି ୪୬ ଲକ୍ଷ

ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More
  • Pallipuspa Samal
  • 2 years ago

ଘରେ ବନାନ୍ତୁ ଚଟପଟା ‘ନୁଡଲ୍ ବଲ୍ ସୁପି’

ଘରେ ଆପଣ ନୁଡଲ୍‌ର ବିଭିନ୍ନ ପ୍ରକାରର ରେସିପି ଖାଇଥିବେ । କିନ୍ତୁ ଆପଣ କେବେ 'ନୁଡଲ ବଲ୍ ସୁପି' ରେସିପି ଖାଇଛନ୍ତି କି ? ତାହେଲେ ଘରେ ବନାନ୍ତୁ ‘ନୁଡଲ୍ ବଲ୍ ସୁପି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । More
  • Satyendu Shekher Mishra
  • 2 years ago

ଏତେ ସହଜରେ ଲିଭିବନି ମମିତା ନିଆଁ ! DGPଙ୍କୁ ଭେଟିଲା କଂଗ୍ରେସ, BJP ଘେରିବ ବିଧାନସଭା

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି More
  • Otv Khabar Bureau
  • 2 years ago

ସର୍ବାଧିକ ୧୦୦ କିମି ବେଗରେ ବହିବ ପବନ : IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ସମ୍ଭାବ୍ୟ ବାତ୍ୟା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜରୁରୀ ସୂଚନା । ବାତ୍ୟା ପ୍ରଭିବରେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । More
  • Rajalaxmi Sahoo
  • 2 years ago

‘ଓମିକ୍ରନ୍‌’ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। More
  • Rajalaxmi Sahoo
  • 2 years ago

୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ସିଲ୍‌ ହେଲା କଲେଜ ଓ ହଷ୍ଟେଲ୍‌

ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍‌କୁ ମଧ୍ୟ ସିଲ୍‌ କରାଯାଇଛି। More
  • Pallipuspa Samal
  • 2 years ago

୧୪୬ ଏକର ଜମିରେ ଲାଗିଥିବା ଗଂଜେଇ ଗଛ ନଷ୍ଟ କଲେ ପୋଲିସ ଓ ଅବକାରୀ ଟିମ୍

 କନ୍ଧମାଳର ଗୋଛାପଡ଼ା ଥାନା ଅଞ୍ଚଳରେ ୧୪୬ ଏକର ଜମିରେ ଲାଗିଥିବା ଗଂଜେଇ ଗଛ ନଷ୍ଟ କଲେ ପୋଲିସ ଓ ଅବକାରୀ ଟିମ୍ ।  ନଷ୍ଟ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧୪ କୋଟି ଟଙ୍କାରୁ ଅଧିକ ହେବ । ଗଂଜେଇ ଗଛ କାଟିବା ବେଳେ ରାଜସ୍ୱ ବିଭାଗ ଅଧିକାରୀ ଓ ଜଣେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ମାଓବାଦୀ PLGA ସପ୍ତାହ ପାଳନ କରୁଥିବାରୁ ଏହି ସମୟରେ ଗଂଜେଇ ଗଛ ନକାଟିବାକୁ ପୋଷ୍ଟର ମାରି ଧମକ ଦେଇଥିଲା ଲାଲ ବାହିନୀ । ନକ୍ସଲଙ୍କ ଧମକ ସତ୍ତ୍ୱେ ପୋଲିସ ଓ ଅବାକାରୀ ବିଭାଗ ଜଙ୍ଗଲ ଭିତରେ ଚାଷ ହୋଇଥିବା ଗଂଜେଇ ଗଛ ନଷ୍ଟ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।
 

  • Pallipuspa Samal
  • 2 years ago

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ

ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ।  କିଛି ଦିନ ପୂର୍ବରୁ ମାଓବାଦୀ ସଂଗଠନ ସିପିଆଇ ମାଓବାଦୀ ବାଶଧାରା ଘୁମୁସର ନାଗାବଳି ଡିଭିଜନ କମିଟି ପକ୍ଷରୁ କଲ୍ୟାଣସିଂହପୁର ପାର୍ସାଲିରେ ବ୍ୟାନର ପୋଷ୍ଟର ମାରିଥିଲେ । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଡିସେମ୍ବର ୨ ତାରିଖରୁ ୮ ଯାଏ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଥିଲେ ।  ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇଥିବାର ଆଶଙ୍କା ଥାଏ ।  ତେଣୁ ମାଓପ୍ରବଣ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ଚନ୍ଦ୍ରପୁର, ବ୍ରହ୍ମପୁର, କାଶୀପୁର, ଥୁଆମୂଳ ରାମପୁର, ଡଙ୍ଗାପଦର, ନାରାୟଣପାଟଣାକୁ ସରକାରୀ ବସ୍ ପୁରା ବନ୍ଦ ରହିଛି ।  ବିଭିନ୍ନ ସ୍ଥାନରେ ପୋଲିସ ଗାଡ଼ି ମଟର ଯାଞ୍ଚ କରିବା ସହିତ କମ୍ବିଂ କରୁଛି  ।

  • Rajalaxmi Sahoo
  • 2 years ago

ହତ୍ୟା ନା ଆତ୍ମହତ୍ୟା ? ଗଛରେ ଝୁଲୁଛି କନଷ୍ଟେବଲ୍‌ଙ୍କ ମୃତଦେହ

୧୭ ଦିନ ହେଲା ନିଖୋଜ ଥିବା ଜଣେ କନଷ୍ଟେବଲ୍‌ଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। More

  • Otv Khabar Bureau
  • 2 years ago

ଯନ୍ତ୍ରଣା ଦେଉଛି ବାଉଁଶ ପୋଲ

ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ । More

  • Otv Khabar Bureau
  • 2 years ago

ବାତ୍ୟା ନଆସୁଣୁ ପରିବା ବଜାରରେ ନିଆଁ: ୬୦ ତଳକୁ ପରିବା ନାହିଁ

ବାତ୍ୟା ନ ଆସୁଣୁ ବଢ଼ିଗଲାଣି ପନିପରିବା ଦର । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । More

  • Otv Khabar Bureau
  • 2 years ago

ଦୁଇଟି ଲୋକ ହେଲେ କାହାଣୀ ଭିନ୍ନ ଭିନ୍ନ

ଗୋଟିଏ ପଟେ ନୟନଙ୍କ ନୟନାଶ୍ରୁକୁ ପୋଛିବାକୁ ସରକାର ଆଗଭର ନହେବାରୁ ଗାଁର ସିଦ୍ଧେଶ୍ୱର ସଶକ୍ତ ଯୁବ ବାହିନୀ ଆଗେଇ ଆସି ଉଦାହରଣ ସୃଷ୍ଟି କଲେ, ଆଉ ଅନ୍ୟପଟେ ସଂଗ୍ରାମଙ୍କ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିବାର ଉଦ୍ୟମ ଯୁବଗୋଷ୍ଠୀଙ୍କ ପାଇଁ ଅନ୍ୟତମ ପ୍ରେରଣାର ଉତ୍ସ ସାଜିଗଲା । ଯେବେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସକାରାତ୍ମକ, ସେବେ ସାହାଯ୍ୟ ଆପେ ଆପେ ଯେ ମିଳିଯାଏ, ଏହା ତାର ଅନ୍ୟତମ ଉଦାହରଣ । More

  • Rajalaxmi Sahoo
  • 2 years ago

୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ‘ଜୱାଦ୍‌’

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।  More

  • Otv Khabar Bureau
  • 2 years ago

Daily Horoscope, 02 Dec 2021: ଆସନ୍ତୁ ଜାଣିବା ଆଜିର ରାଶିଫଳ...

ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର। More

  • Rajalaxmi Sahoo
  • 2 years ago

ଓଡ଼ିଶାରେ ସରକାରୀ ହାଇସ୍କୁଲ୍‌ରେ ଖାଲି ପଡ଼ିଛି ୫ ହଜାରରୁ ଅଧିକ ଶିକ୍ଷକ ପଦବୀ

ଓଡ଼ିଶାରେ ୧ ହଜାର ୮୮୦ ସରକାରୀ ହାଇସ୍କୁଲ୍‌ରେ ୫ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ହଜାର ୭୫ ସଂଖ୍ୟକ ସ୍କୁଲ୍‌କୁ ରୂପାନ୍ତରଣ କରାଯାଇଛି।   More

  • Rajalaxmi Sahoo
  • 2 years ago

ଏକାଥରକେ ଗୋଟିଏ କଲେଜରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍‌ରୁ କିଛି ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। More

  • Rajalaxmi Sahoo
  • 2 years ago

ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍‌’ ! ଚିତ୍ର ସ୍ପଷ୍ଟ, ହେଲେ ଗତିପଥ ଅସ୍ପଷ୍ଟ...

ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍‌’ ! ଆଜି ଅବପାତରେ ପରିଣତ ହୋଇପାରେ ଲଘୁଚାପ କ୍ଷେତ୍ର। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। More

  • Chandan Shishu
  • 2 years ago

ବାତ୍ୟା ପାଇଁ ବାତିଲ ହେଲା ୯୫ ମେଲ୍, ଏକ୍ସପ୍ରେସ୍ ଟ୍ରେନ୍

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ଆକ୍ସନ ପଏଣ୍ଟ ଉପରେ ଫୋକସ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। More

  • Satyendu Shekher Mishra
  • 2 years ago

‘ସରକାରଙ୍କ ଜିଦ୍‌ ଭାଙ୍ଗିବ, ହେବାକୁ ଦେବୁନି କମ୍ପାନୀ’

ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି । More

  • Chandan Shishu
  • 2 years ago

ଜୁନିଅର ହକି ବିଶ୍ୱକପ୍ ସେମିରେ ଭାରତ

ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା More

  • Satyendu Shekher Mishra
  • 2 years ago

ତରଳୁଛି ଗ୍ଲାସିୟର, କ’ଣ ଏହାର ପ୍ରଭାବ ? ରିସର୍ଚ୍ଚ ପାଇଁ ଆଣ୍ଟାର୍କଟିକା ଯିବେ ଓଡ଼ିଆ ଝିଅ

ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାକୁ ଅନୁରୋଧ କରିଛନ୍ତି । More

  • Satyendu Shekher Mishra
  • 2 years ago

ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ହେବ ତଦନ୍ତ, ପୋଲିସ ମୁଣ୍ଡରେ ଝୁଲୁଛି ଖଣ୍ଡା

ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । More