• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ଚିନ୍ତାରେ ଚାଷୀ ! ବର୍ଷକର ପରିଶ୍ରମ ଆଖି ଆଗରେ ମାଟିରେ ମିଶିଯାଉଛି..

ଭଦ୍ରକରୁ-ନୀଳଗିରି, ବାଲେଶ୍ୱରରୁ-ସୋର, ସବୁଠି ଚାଷୀର ନିଦ ହଜାଇ ଦେଇଛନ୍ତି ମାରାତ୍ମକ ଚକଡ଼ା ପୋକ । ଏବର୍ଷ ପାଗ ଭଲ ଥିବାରୁ ଭଲ ଅମଳ ଆଶାରେ ଥିଲା ଚାଷୀ । ହେଲେ ଧାନ ପାଚିଲା ବେଳକୁ ହଠାତ୍ ଚକଡା ପୋକ ଲାଗିବା ଚାଷୀଙ୍କୁ ନିରାଶ କରିଛି ।  More
  • Satyendu Shekher Mishra
  • 3 years ago

‘କଷ୍ଟ କଲେ କୃଷ୍ଣ ମିଳେ’ ଏଣିକି ଆଉ ‘ବଣ ମଲି ବଣରେ ଝଡ଼ି ପଡ଼ିବନି’, ଏଥରର ପଦ୍ମ ପୁରସ୍କାରରୁ ଏହା ସ୍ପଷ୍ଟ..

ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ । More
  • Satyendu Shekher Mishra
  • 3 years ago

ରାଜ୍ୟରେ ଧଳା ଜହର କାରବାରରେ ଲାଗୁନି ବ୍ରେକ୍, ଏକାଥରେ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ରାଜ୍ୟରେ ଧଳା ଜହର କାରବାରରେ ଲାଗୁନି ବ୍ରେକ୍ । ଆଜି ପୁଣି ବାଲେଶ୍ୱର ସହରର ନୂଆବଜାର ଓ ରାଣୀପାଟଣା ପରିବା ମାର୍କେଟରୁ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ପ୍ରାୟ ୧ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଚଢାଉ କରି ବିପୁଳ ପରିମାଣର ବ୍ରାଉନ୍‌ସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୨ ଭାଇ ଅଶୋକ ଯାଦବ ଓ ସୂରଜ ଯାଦବ । ଏହି ଦୁଇଜଣ କିଛିବର୍ଷ ହେଲା ଏଠାରେ ରହି ବ୍ୟବସାୟ କରୁଥିଲେ । ଏନେଇ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ STF ଦୁଇ ଜଣଙ୍କ ଉପରେ ନଜର ରଖିଥିଲା । ଆଜି STF ଟିମ୍ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

  • Satyendu Shekher Mishra
  • 3 years ago

ନବୀନ-ଜଗନ ଭେଟ୍‌ଘାଟ୍‌, ଏକାଠି କାମ କରିବା ନେଇ ଦେଲେ ଜଏଣ୍ଟ ଷ୍ଟେଟ୍‌ମେଣ୍ଟ

ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ନେଇ ପଦକ୍ଷେପ ନେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି । More

  • Sarbeswar
  • 3 years ago

ସରକାରୀ ଚାକିରି କିନ୍ତୁ କୋଟି କୋଟି ଟଙ୍କାର ରଖିଛନ୍ତି ସମ୍ପତ୍ତି

ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି। More

  • Sarbeswar
  • 3 years ago

ଆଗପରି ନାହାନ୍ତି, ପୂରା ବଦଳି ଗଲେଣି ନବୀନ: ବିରୋଧୀ

ପୂର୍ବରୁ ମନ୍ତ୍ରୀ କିମ୍ବା ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ଆକ୍ସନ ନେଉଥିଲେ ନବୀନ, ହେଲେ ଏବେ କିନ୍ତୁ ଆକ୍ସନ ନେବା ବଦଳରେ ପୁରସ୍କାର ଦିଆଯାଉଥିବା ନେଇ ଆସୁଛି ଅଭିଯୋଗ More

  • Satyendu Shekher Mishra
  • 3 years ago

ଜୀବନରେ କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି ପଦ୍ମଶ୍ରୀ ତୁଳସୀ, ହେଲେ ମେଡିସିନାଲ ପ୍ଲାଣ୍ଟ ବିଷୟରେ ସବୁ ଜାଣନ୍ତି

ନିଜ ଜୀବନ କାଳରେ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ତୁଲସୀ । ଦୁଇ ବର୍ଷ ବୟସରୁ ପରିବେଶ, ପଶୁ, ଜଙ୍ଗଲ ସହ ଜଡ଼ିତ ତୁଲସୀ । More

  • Satyendu Shekher Mishra
  • 3 years ago

ପୁଣି ଆସିଲା କି ବାର୍ଡ ଫ୍ଲୁ ? ଖୋର୍ଦ୍ଧାରେ ଦେଖିବାକୁ ମିଳିଛି କାଉ ମଡ଼କ..

ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ । ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଛନ୍ତି । More

  • Satyendu Shekher Mishra
  • 3 years ago

‌DRDO ତଥ୍ୟ ଲିକ୍‌ ମାମଲାରେ NIA କିମ୍ବା CBI ତଦନ୍ତ ପାଇଁ ହୋଇକୋର୍ଟଙ୍କ ନିର୍ଦେଶ

ଗୁପ୍ତଚରୀ ଘଟଣାର ସିବିଆଇ କିମ୍ବା ଏନ୍ଆଇଏ ତଦନ୍ତ କରାଇବା ଲାଗି ଦାବି କରି ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି ।  More

  • Prangyan Parimita
  • 3 years ago

ସ୍ୱାବଲମ୍ବୀ ହେଲେ ମହିଳା : ପ୍ରାକୃତିକ ରଙ୍ଗ ଦେଇ ତିଆରି କରୁଛନ୍ତି ଭଳିକି ଭଳି ଶାଢ଼ୀ

ଘରେ ବସି ନରହି ରୋଜଗାର କରୁଛନ୍ତି ମହିଳା । ମୌନଧ୍ଵନି ଫାଉଣ୍ଡେସନ ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛି । More

  • Satyendu Shekher Mishra
  • 3 years ago

କମିଶନରେଟ୍ ପୋଲିସ ଟାର୍ଗେଟ୍‌ରେ KBN ଗ୍ରୁପ୍‌, ଆଜି ଭାଙ୍ଗିଲା ସଞ୍ଜୟ ଘର..

କେବିଏନ୍ ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ଘରେ ପଶି ଖାନ୍‌ତଲାସି କରୁଛି କମିଶନରେଟ୍ ପୋଲିସ । ଘର ଛାତ ଭାଙ୍ଗୁଛି, ଚଟାଣ ବି ତାଡ଼ୁଛି ପୋଲିସ । More

  • Satyendu Shekher Mishra
  • 3 years ago

ଏଥର ବି ନିରାଶ ବ୍ୟବସାୟୀ, ବଲିଯାତ୍ରା ଆୟୋଜନକୁ ନା..

ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି ପଇସା ପାଇବା ଆଶାରେ ଥିବା ଛୋଟ ବଡ଼ ବେପାରୀ ଏଥର ବି ନିରାଶ ହୋଇଛନ୍ତି । କାରଣ ମହାମାରୀ କରୋନା ଯୋଗୁଁ ଏଥର ବି ବାଲିଯାତ୍ରା ଆୟୋଜନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନା କରାଯାଇଛି । More

  • Sarbeswar
  • 3 years ago

ଏଇଠି ଚୋରା ଗାଡ଼ିକୁ କଟର୍‌ରେ କଟାଯାଉଛି, ଯଦି ଆପଣଙ୍କ ଗାଡ଼ି....

ସହର ମଧ୍ୟରେ ଚାଲିଥିଲା ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥିଲେ କବାଡ଼ିଆ, ପୋଲିସ ପାଖରେ ଖବର ନଥିଲା...ଏବେ ଜଣାପଡ଼ିବା ପରେ ରେଡ୍‌ ମାରିଲା ଟାଉନ୍‌ ପୋଲିସ୍‌ More

  • Prangyan Parimita
  • 3 years ago

ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ : ରାଜ୍ୟର ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା

ଓଡିଶା ଆସୁଥିବା ପର୍ଯ୍ୟଟକଙ୍କର ଗତ ୫ବର୍ଷର ରେକର୍ଡ଼ ଅନୁସାରେ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ । More

  • Chandan Shishu
  • 3 years ago

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୧ରେ ଛୁଇଁବ ଉପକୂଳ

ରାଜ୍ୟରେ ଧୀରେଧୀରେ ବଢ଼ିଲାଣି ଥଣ୍ଡା। ଗତ ୨୪ ଘଣ୍ଟା ଭିତରେ ୭ ସହରରେ ୧୫ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସହ ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ପାଲଟିଛି। More

  • Prangyan Parimita
  • 3 years ago

କଳାହାଣ୍ଡି ସଭାକୁ କୌରବ ସଭା ସହ ତୁଳନା ! ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟ୍ର, ଦିବ୍ୟଶଙ୍କରଙ୍କୁ ଦୁଃଶାସନ କହିଲେ ବିଜେପି ନେତା

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକଙ୍କ ବୟାନ ପରେ ପରେ କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା.. ଯାବତୀୟ ବିରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଏକାଠି ମଞ୍ଚରେ ବସିଲେ More

  • Chandan Shishu
  • 3 years ago

ତ୍ରାହି ତ୍ରାହି ଡ଼ାକିଲେଣି ଓଡିଶାବାସୀ, ଶଙ୍ଖାସୁରଙ୍କୁ ଜଗନ୍ନାଥ ବଧ କରିବେ: କଂଗ୍ରେସ

ଅପରାଧୀମାନେ ଶଙ୍ଖର ଖୋଳପା ଭିତରେ ଏଭଳି ପଶିଯାଉଛନ୍ତି, ତାଙ୍କର ଭୟରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ଆମ ସମସ୍ତଙ୍କ ଡାକ ଆରାଧ୍ୟା ଦେବତା ଜଗନ୍ନାଥ ଶୁଣିବେ। More

  • Prangyan Parimita
  • 3 years ago

ପୋକ ଲାଗି ନଷ୍ଟ ହେବାକୁ ବସିଲାଣି ପାଚିଲା ଧାନ : ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ

ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି More

  • Chandan Shishu
  • 3 years ago

କୁବେର ଅଧିକାରୀଙ୍କ ଆଖିଖୋସିଲା ଭଳି ସମ୍ପତ୍ତି ଠାବ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠା ଓ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି। More

  • Prangyan Parimita
  • 3 years ago

ଗ୍ରାହକ ଭଗବାନଙ୍କୁ ଧୋକା ‍! ବ୍ରେଡ ନାରେ ବିଷ ବିକୁଛନ୍ତି ଦୋକାନୀ ?

ବ୍ରେଡ୍ ନାରେ ବିଷ କିଣି, ଘରକୁ ନେଉ ନାହାନ୍ତି ତ । କିଣିବା ପୂର୍ବରୁ ଭଲରେ ଦେଖି ନିଅନ୍ତୁ । ନହେଲେ ଠକାମିରେ ପଡ଼ିବା ସହ ରୋଗରେ ମଧ୍ୟ ପଡ଼ି ପାରନ୍ତି । More

  • Prangyan Parimita
  • 3 years ago

ସ୍ନେହ, ପ୍ରେମ ସମ୍ପର୍କର ଅତୁଟ ଡୋର ! ସୁବଳଙ୍କ ବଂଶୀ ସ୍ୱରରେ ବିମୋହିତ ହୋଇ ପାଖକୁ ଦୌଡ଼ି ଆସନ୍ତି ଗାଈଗୋରୁ

ବଂଶୀ ସ୍ୱରରେ ବାନ୍ଧି ହେଉଛନ୍ତି ଗାଈ । ଗୋଠରେ ସାକ୍ଷାତ କୃଷ୍ଣଙ୍କ ପରି ବେଶ ହୋଇ ଗାଈ ଚରାଉଛନ୍ତି ସୁବଳ । More

  • Chandan Shishu
  • 3 years ago

ଦୁଇ ଭାଇଙ୍କ ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ

ଦୁଇ ଭାଇ ଖୁସିରେ ଜଣକ ସହିତ କଥା ହେଉଥିଲେ କିନ୍ତୁ ଜାଣିନଥିଲେ, ମୃତ୍ୟୁ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। More

  • Chandan Shishu
  • 3 years ago

'ସୀମା ବିବାଦ' ପ୍ରସଙ୍ଗ ଉଠାଇବା ପାଇଁ ନବୀନଙ୍କୁ ବଡ଼ ସୁଯୋଗ !

ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। More

  • Chandan Shishu
  • 3 years ago

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା

ସୁନ୍ଦରଗଡ଼ର କୋଇଡ଼ାରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି। ଘନ କୁହୁଡ଼ି ସାଙ୍ଗକୁ କୋଇଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବଣାଇରେ ମଧ୍ୟ ଘନ କୁହୁଡ଼ି ଦେଖାଦେଇଛି। ପାଖକୁ ପାଖ ଦେଖାଯାଉନି। More

  • Satyendu Shekher Mishra
  • 3 years ago

ଓଡ଼ିଶାର ଲୋକକଳା ରଣପା ନୃତ୍ୟ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ କୁନି ପୁଅ

ରଣପା ନୃତ୍ୟ ଓଡ଼ିଶାର ଏକ ପୁରାତନ ଲୋକକଳା । ଯାହା ଏବେ ବିଲୁପ୍ତ ପ୍ରାୟ । ଆଜି କାଲିର ଡିଜେ ଓ ଫ୍ୟୁଜନ୍‌ ମ୍ୟୁଜିକ୍‌ ଭିତରେ ରଣପା ହଜିଯାଇଥିବା ବେଳେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । More

  • Satyendu Shekher Mishra
  • 3 years ago

କେନ୍ଦ୍ରାପଡ଼ା ପଞ୍ଚାୟତ ନିର୍ବାଚନ ଦ୍ୱନ୍ଦ୍ୱ ଦୂର ହେଲା, ହାଇକୋର୍ଟ ଦେଲେ ଅନୁମତି

୨୦୧୬ ମସିହାରେ ସେତେବେଳର ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଉଚ୍ଚନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କେନ୍ଦ୍ରାପଡା ପୌର ନିର୍ବାଚନ ବିଳମ୍ବରେ ହେବା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । More

  • Satyendu Shekher Mishra
  • 3 years ago

କାର୍ତ୍ତିକ ମାସ; ପରିବା ଦର, ଯାହା କିଣିବ ୮୦ ଟଙ୍କା ଉପରେ !

ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ । More

  • Satyendu Shekher Mishra
  • 3 years ago

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା

୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍ । More

  • Chandan Shishu
  • 3 years ago

ନବୀନ-ଜଗନ ବୈଠକରେ ଉଠିବ କି ବିବାଦୀୟ କୋଟିଆ ପ୍ରସଙ୍ଗ ?

କାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ୍. ଜଗନ ମୋହନ ରେଡ୍ଡି ଓଡ଼ିଶା ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ବେଳେ ସୀମା ବିବାଦ, ବିଶେଷକରି କୋଟିଆ ପ୍ରସଙ୍ଗ ଉଠୁ ବୋଲି ଦାବି ଜୋର ଧରିଛି। More