ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ଓଡ଼ିଶା ମାନସିକ ସଂଘ ପକ୍ଷରୁ ବିଶ୍ୱ ମାନସିକତା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶିଶୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶେଖର ଶେଷାଦ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ମାନସିକ ରୋଗ ଏବଂ କୋଭିଡ୍ ପେଣ୍ଡାମିକ୍ ସମୟରେ ରହୁଥିବା ଅପହଞ୍ଚ ଦୂରତାକୁ କିପରି କମ୍ କରାଯାଇପାରିବ ସେ ନେଇ ଚର୍ଚ୍ଚା ହୋଇଥିଲା। ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ସଚେତନତା ଓ ପ୍ରଚାର କରୁଥିବା ମିଡିଆର କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଥିଲା। ଏହା ସହ କିଛି ବିଶିଷ୍ଟ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଟିଭି ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ରଙ୍କ ସମେତ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକ ସମ୍ମାନିତ ହୋଇଛନ୍ତି।
ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି। More
ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର। More
କେବଳ ଓଡ଼ିଶା ନୁହେଁ, କୋଇଲା ଅଭାବ ସ୍ଥିତିକୁ ନେଇ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। More
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। More
ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି। More
ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି। More
ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଲତାଡ କରୁକରୁ ପୋଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗିର ଓ ସୋନପୁର ଜିଲ୍କାର ବିଭିନ୍ନ ଅଂଚଳରେ ଡିକି ଭାଙ୍ଗି ଲୁଟ କରିଥିବା ଲୁଟେରା ମାନେ ସ୍ୱୀକାର କରିଛନ୍ତି। More