• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 06 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 3 years ago

ବିଜୁଳି ନେଲା ଜୀବନ, କରେଣ୍ଟ ଲାଗିବାକୁ ଗୋଟିଏ ପରିବାରର ୩ ମୃତ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା More
  • Satyendu Shekher Mishra
  • 3 years ago

ତୈଳଦର ବୃଦ୍ଧି, ଧୀବରଙ୍କ ପରିବାର ମୁହଁରୁ ହସ ଛଡ଼ାଇ ନେଇଛି

ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି । More
  • Sarbeswar
  • 3 years ago

କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦ ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ ସହାୟତା...

କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି More
  • Satyendu Shekher Mishra
  • 3 years ago

ପୁଣି ବର୍ଷିବ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । More
  • Sarbeswar
  • 3 years ago

ସବୁ କ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ମିଳିବ ସମାନ ସୁବିଧା

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି More
  • Sarbeswar
  • 3 years ago

ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ । More
  • Satyendu Shekher Mishra
  • 3 years ago

କଟକରୁ ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗର । ୨୬୮ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଦରଘାବଜାର ପୋଲିସ । ଜେଲ ପଡ଼ିଆରେ ବ୍ରାଉନ ସୁଗର କାରବାର ଚାଲୁଥିବା ଖବର ପାଇ ଦରଘାବଜାର ପୋଲିସ ଚଢାଉ କରିଥିଲା । ବ୍ରାଉନସୁଗର ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୨୮ ହଜାର ଟଙ୍କା, ୪ଟି ଫୋନ୍, ଗୋଟିଏ ବାଇକ ଓ ସ୍କୁଟି ଜବତ ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ କଟକ କମିଶନରେଟ ପୋଲିସ ମୋଟ ୪ କେଜି ୬୪୬ ଗ୍ରାମ ବ୍ରାଉନ ସୁଗର ଜବତ କରିଥିବା ବେଳେ ୩୦ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ ।

  • Satyendu Shekher Mishra
  • 3 years ago

ବାଇକ୍ ଚୋରି କରିବାକୁ ଯାଇ ବନ୍ଧା ହେଲେ ଦୁଇ ଲୁଟେରା

ବାଇକ୍ ଚୋରି କରିବାକୁ ଯାଇ ବନ୍ଧା ହେଲେ ଦୁଇ ଲୁଟେରା । ଭୁବନେଶ୍ୱର କଟକ-ପୁରୀ ରାସ୍ତାରେ ଥିବା ଏକ ବ୍ୟାଙ୍କ ବାହାରେ ନକଲି ଚାବିରେ ଗାଡି ଚୋରି ଉଦ୍ୟମ କରୁଥିବା ଦୁଇ ଲୁଟେରାକୁ ସ୍ଥାନୀୟ ଲୋକମାନେ ଧରିଥିଲେ । ପରେ ସେମାନଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦେଇଥିଲେ । ଲକ୍ଷ୍ମୀସାଗର ପୋଲିସ ଥାନାକୁ ନେଇ ଦୁଇଜଣଙ୍କୁ ପଚରାଉଚରା କରିଛି । ଏକାଧିକ ଲୁଟ୍‌ରେ ଏମାନେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

  • Satyendu Shekher Mishra
  • 3 years ago

‘ପେଟ୍ରୋଲ ଦରକୁ ପଲିଟିକାଲ ଟୁଲ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି । More

  • Rajalaxmi Sahoo
  • 3 years ago

ଭୁବନେଶ୍ୱରରେ ବଢ଼ିଲା କରୋନା ସଂକ୍ରମଣ, ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି। More

  • Prangyan Parimita
  • 3 years ago

କଲରାପତରିଆ ବାଘ ଚମଡ଼ା ଜବତ

କଲରାପତରିଆ ବାଘ ଚମଡ଼ା ଜବତ । କନ୍ଧମାଳ ବାଲିଗୁଡାରୁ ଏକ କଲରାପତରିଆ ବାଘର ଚମଡ଼ା ଜବତ ହୋଇଛି । ବାଲିଗୁଡ଼ା ବନ୍ୟପ୍ରାଣୀ ବିଭାଗ ଏବଂ ଏସଟିଏଫର ଚଢାଉ କରି ଏହି ବାଘଛାଲ ଜବତ କରିଛି । ବାଲିଗୁଡ଼ାର ସିପ୍ତିଗୁଡ଼ାରେ ଚଢାଉ କରି ବାଘଛାଲ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଧରିଛି ଏସଟିଏଫ୍ । କେଉଁଠୁ ଆସିଲା ଏହି ବାଘଚମଡ଼ା ଏହାର ତଦନ୍ତ କରୁଛି ବନବିଭାଗ । ଗତ ବର୍ଷକ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏସଟିଏଫ ରେଡ୍ କରି ୧୬ଟି କଲରାପତରିଆ ବାଘଚମଡ଼ା ସହ ୯ଟି ହାତୀଦାନ୍ତ, ୪ ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି । ବିଭିନ୍ନ ମାମଲାରେ ୩୩ ଜଣଙ୍କୁ ଗିରଫ କରାଯାଇଛି ।

  • Prangyan Parimita
  • 3 years ago

କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର

କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୨୬୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଦରଘାବଜାର ପୋଲିସ । ଜେଲ ପଡ଼ିଆରେ ବ୍ରାଉନ ସୁଗାର କାରବାର ଚାଲୁଥିବା ଖବର ପାଇ ଦରଘାବଜାର ପୋଲିସ ଚଢାଉ କରିଥିଲା । ବ୍ରାଉନସୁଗାର ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୨୮ ହଜାର ଟଙ୍କା, ୪ଟି ଫୋନ୍, ଗୋଟିଏ ବାଇକ ଓ ସ୍କୁଟି ଜବତ ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ କଟକ କମିଶନରେଟ ପୋଲିସ ମୋଟ ୪ କେଜି ୬୪୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ୩୦ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି । କଟକ ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ ।

  • Rajalaxmi Sahoo
  • 3 years ago

ପାକିସ୍ତାନରୁ ଅପରେଟ୍‌ ହେଉଥିଲା ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ, ଏବେ ବି ଚାଲିଛି ରହସ୍ୟମୟୀଙ୍କ ଚାଟିଂ !

DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି। More

  • Prangyan Parimita
  • 3 years ago

କାହାର ବଢିଲା ଝିଅ, କାହା କୋଳରେ ଛୋଟ ଛୁଆ : ଉଚ୍ଛେଦ ପରେ କୁଆଡ଼େ ଯିବେ ବସ୍ତିବାସିନ୍ଦା?

ବ୍ରହ୍ମପୁର ମିଲିଟାରି ଲାଇନ୍ ନିକଟରେ ଥିବା ମୁକ୍ତେଶ୍ୱର ମନ୍ଦିର ପାଖ ବସ୍ତି ଉଚ୍ଛେଦ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନରଙ୍କ ନେତୃତ୍ୱରେ, ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଭଙ୍ଗାଯାଇଛି ଘର । ମାତ୍ର ୫ ଦିନ ତଳେ ନୋଟିସ୍ ଦେଇ ପ୍ରଶାସନ ଘର ଭାଙ୍ଗୁଥିବାରୁ ପ୍ରଥମେ ଥଇଥାନ କରି ପରେ ଭାଙ୍ଗିବାକୁ ନେହୁରା ହୋଇଥିଲେ ବସ୍ତି ବାସିନ୍ଦା । ହେଲେ ପ୍ରଶାସନ ନଶୁଣି ବୁଲଡୋଜର ଚଳାଇଥିଲା । More

  • Prangyan Parimita
  • 3 years ago

କଟକରୁ ଜବତ ହେଲା ୧୦ ପେଟି ପଚା ଅଣ୍ଡା  

ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି  ଜବତ ହୋଇଛି  । More

  • Rajalaxmi Sahoo
  • 3 years ago

ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା

ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା। ତାଙ୍କର କୋଭିଡ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। RTPCR ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଉଷଶି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଛନ୍ତି କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। More

  • Prangyan Parimita
  • 3 years ago

Daily Horoscope, 6 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ହେଉଛି ୨୦୨୧ ମସିହା ଅକ୍ଟୋବର ୬ ରିଖ ବୁଧବାର । କନ୍ୟା ୨୦ ଦିନ, ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ହସ୍ତା ନକ୍ଷତ୍ର । ଆଜିର ନିଷେଧ ଖାଦ୍ୟ: ଆମିଷ । ଆଜି ମହାଳୟା ଶ୍ରାଦ୍ଧ ଓ ନବରାତ୍ରୀ ପୂଜାରମ୍ଭ । More

  • Prangyan Parimita
  • 3 years ago

ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ

ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି । ବ୍ରାହ୍ମଣ ଭୋଜନ ସହ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରିଛି ବିଏମସି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି । More

  • Prangyan Parimita
  • 3 years ago

ଜଳେଶ୍ୱରରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : କାମ ନହୋଇ ଉଠାଯାଇଛି ପ୍ରାୟ ୩୫ ଲକ୍ଷ ଟଙ୍କା

ଗ୍ରାମାଞ୍ଚଳରେ ସରକାରୀ ଅର୍ଥ କେମିତି ଆତ୍ମସାତ୍ କରାଯାଉଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ସହ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ଆସିଛି । More

  • Prangyan Parimita
  • 3 years ago

ଆଜି ପବିତ୍ର ମହାଳୟା ଅମାବାସ୍ୟା : କୋଭିଡ୍ କଟକଣା ଯୋଗୁଁ ବାଇଶି ପାହାଚରେ ଶ୍ରାଦ୍ଧ ବନ୍ଦ

ତେବେ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତମାନେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି । More

  • Pramod Behera
  • 3 years ago

ଆର୍ଯ୍ୟନ କ୍ରୁଜ୍ ଡ୍ରଗ୍ସ ମାମଲାରେ ୨ ଓଡିଆ ଗିରଫ

ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍‌ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍‌ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି। More

  • Satyendu Shekher Mishra
  • 3 years ago

ଏଣିକି ପ୍ରିପେଡ୍‌ ଲାଇନ୍‌, ଆଗ ରିଚାର୍ଜ କଲେ ଘରେ ଜଳିବ ବଲ୍‌

ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । More

  • Satyendu Shekher Mishra
  • 3 years ago

ସକାଳୁ ସନ୍ଧ୍ୟା ଯାଏଁ ଅଭୟଙ୍କୁ ଜେରା କଲା ED

ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ED ନିକଟରେ ହାଜର ହେଲେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ । ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅଭୟକାନ୍ତ । More

  • Satyendu Shekher Mishra
  • 3 years ago

୩ ବର୍ଷରେ ୩୨ଜଣଙ୍କ ମୁଣ୍ଡ ନେଲାଣି କଟକ ମହାନଦୀ

ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା । More

  • Satyendu Shekher Mishra
  • 3 years ago

ପୁଣି ଜୀବନ ଜୀବିକାର ଲଢେଇ, BMC କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା

ପୁଣି ଜୀବନ ଜୀବିକାର ଲଢେଇ । ଗୋଟିଏ ପଟେ ଅନେକ ଦିନ ପରେ ପାର୍ବଣରେ ବେପାର ଆଶା, ଅନ୍ୟ ପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା । ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ । More