• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 30 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଥାନାରେ ଜବତ ବିସ୍ଫୋରକ ରଖିବା ନେଇ ଜାରି ହେଲା ଏସଓପି

ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପରେ ଚେତିଛନ୍ତି ରାଜ୍ୟ ସରକାର। ଜବତ ବିସ୍ଫୋରକ କେମିତି ରଖିବେ, ସେଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଅକ୍ଟୋବର ୫ ସୁଦ୍ଧା ସବୁ ଥାନାର ମାଲଖାନା ପରିଦର୍ଶନ କରିବାକୁ ଏସଡିପିଓ ବା ଡିଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଏସ୍ପିଙ୍କୁ କୁହାଯାଇଛି ଓ ସେ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି। More
  • Chandan Shishu
  • 3 years ago

୪ ଫୁଟର ମୂର୍ତ୍ତିରେ କେମିତି ଲାଗିବ ମାଆଙ୍କ ଆଭୂଷଣ?

କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା। More
  • Satyendu Shekher Mishra
  • 3 years ago

ଭିସୁଟ ଛାତ୍ରଙ୍କୁ ରାଗିଂ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପପକ୍ଷ

ବୁର୍ଲା ଭିସୁଟର ଜଣେ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ । ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଲେଖାଏଁ ଓ ଅନ୍ୟ ୧୦ ଛାତ୍ରଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି More
  • Chandan Shishu
  • 3 years ago

ମୋବାଇଲ ଗେମ୍ ପାଇଁ ଜୀବନ ହାରିଲେ ନବମ ଶ୍ରେଣୀର ଛାତ୍ର 

ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ। More
  • Satyendu Shekher Mishra
  • 3 years ago

ହକିରୁ ଅବସର ଘୋଷଣା ପରେ ବୀରେନ୍ଦ୍ର ଲାକ୍ରାଙ୍କ ପ୍ରତିକ୍ରିୟା

ହକିରୁ ଅବସର ଘୋଷଣା ପରେ ବୀରେନ୍ଦ୍ର ଲାକ୍ରାଙ୍କ ପ୍ରତିକ୍ରିୟା । ‘ଅଲିମ୍ପିକ୍ ପରେ ଅବସର ନେବାର ପୂର୍ବରୁ ଯୋଜନା ଥିଲା । ଗୋଲ୍ଡ ମେଡାଲ ଆଶା ଥିଲା, ପୂରଣ ନ ହେବାରୁ ଅବଶୋଷ ରହିଲା । ୨୦୦୭ରେ ରୂପିନ୍ଦର ଓ ମୁଁ କ୍ୟାରିୟର ଆରମ୍ଭ କରିଥିଲୁ । ସଂଯୋଗ ବଶତଃ ଏକାଠି ଅବସର ନେଇଛୁ । ଅଭିଜ୍ଞତାକୁ ଓଡ଼ିଶା ହକି ପାଇଁ କାମରେ ଲଗାଇବି ।

  • Satyendu Shekher Mishra
  • 3 years ago

ଓଡ଼ିଶାରେ ଧନୀ ଅଧିକରୁ ଅଧିକ ଧନୀ, ଗରିବ ସମ୍ପୂର୍ଣ୍ଣ ନିର୍ଧନ; ଜାଣନ୍ତୁ କେମିତି ?

ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି । More

  • Chandan Shishu
  • 3 years ago

ମାଟିରୁ ଆନ୍ଦନର ଝର କାଢିଲେ ବଣ୍ଡାଘାଟିର ହୀରା

ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ। More

  • Satyendu Shekher Mishra
  • 3 years ago

ସରିଲା ପିପିଲି ଭୋଟ, ୩ର ଜଣାପଡ଼ିବ କିଏ ଧରିବ ମଙ୍ଗ..

ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍‌ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି । More

  • Sarbeswar
  • 3 years ago

ହାତ ଛାଡି ଶଙ୍ଖ ଧରିପାରନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ

ହାତ ଛାଡ଼ି ଶଙ୍ଖ ଧରିବେ କି ପ୍ରଦୀପ ମାଝୀ । ବର୍ତ୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ, ବିଜେଡିରେ ସାମିଲ ହେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଛି । କୁହାଯାଉଛି, ସବୁ ଅଙ୍କ ଛିଣ୍ଡିଛି, କେବଳ ଶୁଭ ମୁହୂର୍ତ୍ତକୁ ଅପେକ୍ଷା । ଏହି ଚର୍ଚ୍ଚାର ସତ କଣ, ମିଛ କଣ, ଓଟିଭିର ଲୋକପ୍ରିୟ ଟକ୍ ସୋ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ । More

  • Chandan Shishu
  • 3 years ago

ଅରିନ୍ଦମ ଓ ସୀତାରାମଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଅରିନ୍ଦମ ତାଙ୍କର ନ୍ୟୁଜ ମାଧ୍ୟମରେ ସାଧାରଣ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିପାରିଥିଲେ। ସେହିପରି ସୀତରାମ ବିପର୍ଯ୍ୟୟ ସମୟରେ ଅନେକ ଲୋକଙ୍କୁ ପାଣିରୁ ଉଦ୍ଧାର କରି ବେଶ୍ ପରିଚିତ ଥିଲେ। ତେବେ ଅରିନ୍ଦମ ଓ ସୀତାରାମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି। More

  • Chandan Shishu
  • 3 years ago

ହକିରୁ ସନ୍ନ୍ୟାସ ନେଲେ ରୂପିନ୍ଦର

ଟୋକିଓ ଅଲିମ୍ପିକ୍ସରେ ଆମ ସମସ୍ତଙ୍କର ଯେଉଁ ସ୍ୱପ୍ନ ସାକାର ହୋଇଛି, ତାହା ସମସ୍ତଙ୍କ ମନରେ ଖୁସି ଦେଇଛି। ବିଶ୍ୱ ହକିରେ ଏତେ ପ୍ରତିଭାଶାଳୀ ହକି ଖେଳାଳିଙ୍କ ସହ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ମୁହୂର୍ତ୍ତ। ଆଉ ଏହି ସ୍ମରଣୀୟ ମୁହୂର୍ତ୍ତ ସହ ହକିକୁ ଅଲବିଦା କହୁଛି। More

  • Chandan Shishu
  • 3 years ago

ବଢିଲା ନାଇଟ୍‌ କର୍ଫ୍ୟୁ କଟକଣା: ରାତି ୮ଟାରୁ ଏକାଠି ହେବା ମନା !

କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ।  More

  • Sarbeswar
  • 3 years ago

କାଲି ଫଳକ ବଦଳାଇଥିଲା, ଆଜି ପଟ୍ଟା ଓ ଭତ୍ତା ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର

କୋଟିଆକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ପଡୋଶୀ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରି ବିବାଦ ଆଡକୁ ଟାଣିଲା ଭଳି କାର୍ଯ୍ୟ କରୁଛି। ଗତ କିଛିଦିନ ହେଲା ଆନ୍ଧ୍ର ତେଲଗୁ ଭାଷାରେ ଫଳକ ପୋତି ବିବାଦ ଆଡକୁ ଟାଣି ଆଣୁଛି ତ ଆଉ କେବେ କିଛି ଲୋକଙ୍କୁ ପଟ୍ଟା , ଭତ୍ତା ପାଇଁ ପ୍ରଲୋଭିତ କରୁଛି More

  • Satyendu Shekher Mishra
  • 3 years ago

ନିଆଁରେ ପୋଡ଼ି ହୋଇ ମାଆର ମତ୍ୟୁ ହୋଇଥିବା ବେଳେ ଦେଢ଼ ବର୍ଷର ପୁଅ ଗୁରୁତର

ନିଆଁରେ ପୋଡ଼ି ହୋଇ ମାଆର ମତ୍ୟୁ ହୋଇଥିବା ବେଳେ ଦେଢ଼ ବର୍ଷର ପୁଅ ଗୁରୁତର । ଜଗତସିଂହପୁର ନାଉଗାଁ ତେଣ୍ଟୋଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଶିଶୁଟିକୁ ପ୍ରଥମେ ଜଗତସିଂପୁର ମେଡିକାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ହେଉଛନ୍ତି ତେଣ୍ଟେଇ ଗ୍ରାମର ତପନ ସେଠୀଙ୍କ ପତ୍ନୀ ଲିପି ସେଠୀ । ନାଉଗାଁ ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡ଼ିନି । ତେବେ ପାରିବାରିକ ଝଗଡା କରଣରୁ ମହିଳା ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି ।

  • Satyendu Shekher Mishra
  • 3 years ago

ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା

ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ । More

  • Chandan Shishu
  • 3 years ago

ପ୍ରେମିକ ସାଜିଥିଲା ବଇରି: ହତ୍ୟା କରି ଜଙ୍ଗଲରେ ଲୁଚିଥିଲା !

ପ୍ରଥମେ କୋଲକାତା ଓ ପରେ ନୟାଗଡ଼ ଜଙ୍ଗଲରେ ଲୁଚିଥିଲା। ସେଠୁ କନ୍ଧମାଳ ଫେରାର ହେବା ବେଳେ କମିଶନରେଟ୍ ପୋଲିସ୍ ତାକୁ ଧରିଛି। ଫରିଦ୍ ଗତ ୨୦ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲା।  More

  • Rajalaxmi Sahoo
  • 3 years ago

ହରଚଣ୍ଡିଙ୍କ ପୀଠରେ ମଧ୍ୟରାତ୍ରରୁ ମାଆଙ୍କ ଷୋଡ଼ଶ ଉପଚାର ପୂଜା

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶକ୍ତିପୀଠ ବାଲି ହରଚଣ୍ଡିଙ୍କ ପୀଠରେ ମଧ୍ୟରାତ୍ରରୁ ମାଆଙ୍କ ଷୋଡ଼ଶ ଉପଚାର ପୂଜା ଚାଲିଛି। ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଏହି ପୂଜା ଚାଲିବ।  ମଧ୍ୟରାତ୍ରରେ ଜଳାଭିଶେକ ପରେ ମାଆଙ୍କର ବେଶ କରାଯାଇଥିଲା। ସେହିପରି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କ ପୀଠରେ ମଧ୍ୟ ଚାଲିଛି ଷୋଡ଼ଶ ଉପଚାର ପୂଜା। ରାତ୍ରକାଳୀନ ପଞ୍ଚମ କାର ଗୁପ୍ତ ପୂଜା ପରେ ପ୍ରଥମ ଦିନର ପୂଜା ସମାପ୍ତ ହୋଇଛି। ପ୍ରଥମ ଦିନର ୭ ଦିନ ଯାଏ ମାଆ ମନ୍ଦିରରେ ରହିବେ। ଅନ୍ତିମ ୭ ଦିନ ଯାଏ ୭ ଭଉଣୀଙ୍କ ସହ ୭ ବଖରା ଘରେ ରହିବା ପରମ୍ପରା ରହିଛି।  

  • Rajalaxmi Sahoo
  • 3 years ago

ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ। ଏହି ବିସ୍ଫୋରଣରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନ CRPFର 170 ବାଟାଲିୟନର ବୋଲି ଜଣାପଡ଼ିଛି। ସେମାନେ ହେଲେ ଶାନିଦୁଲ ଇସଲାମ ଏବଂ ବାଲକିଶାନ। ଚିନ୍ନା କୋଡେପାଲ ଗାଁ ନିକଟରେ ଏହି ଘଟଣା ଘଟିଛି। ଆହତ ଯବାନ ୨ ଜଣଙ୍କର ବିଜାପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି। 

  • Prangyan Parimita
  • 3 years ago

୧୩ ହଜାର ଚାନ୍ଦା ମାଗି ଦୁଇ ଗିରଫ

ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଗିରଫ। କଟକ କଲେଜ ଛକ ପୂଜା କମିଟି ର ଦୁଇ ଜଣ ଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ । କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀ ଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ । More

  • Rajalaxmi Sahoo
  • 3 years ago

ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ: DMET

ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏଣୁ ସଚେତନ ହେବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ସେ ଅନୁରୋଧ କରିଛନ୍ତି।  More

  • Rajalaxmi Sahoo
  • 3 years ago

ଦୁଇଟି ସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା: ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀଙ୍କ ସମେତ ୨ ବ୍ୟବସାୟୀ ମୃତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ର ଦରଖଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କ ମୃତ୍ୟୁ ଘଟିଛି। More

  • Prangyan Parimita
  • 3 years ago

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ : ବୁହା ହେଲାବେଳେ ଖଟିଆରେ ପ୍ରସବ କଲେ ମହିଳା

ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀଙ୍କୁ ୧୦ କିଲୋମିଟର ଭାରରେ ବୋହିଲେ ପରିବାର ଲୋକ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ହେଲା ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଖଜୁରୀଗୁଡା ଗାଁର ଗର୍ଭବତୀଙ୍କୁ ଓଡ଼ିଶାର ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା । More

  • Rajalaxmi Sahoo
  • 3 years ago

ମୁହଁ ଖୋଲିଲେନି ବିଦ୍ୟାଭାରତୀ, ହେଲେ ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ

ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ। More

  • Sarbeswar
  • 3 years ago

ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମିଳିଲା ମଞ୍ଜୁରୀ

ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଦୁଇ ଜଣ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ ବିଚାରପତି ଭାବେ ନିଯୁକ୍ତ ହେବେ । ସେହିଭଳି ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ବି ବିଚାରପତି ଭାବେ ପ୍ରମୋଟ୍ ହୋଇଛନ୍ତି। ଏହି ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମଂଜୁରୀ ମିଳିଛି। More

  • Pallipuspa Samal
  • 3 years ago

ବିନା ଓଭେନ୍‌ରେ ଘରେ ବନାନ୍ତୁ ‘ବିସ୍କୁଟ୍ କେକ୍’

ଆମେ ଅତି କମ୍ ଖର୍ଚ୍ଚରେ ଘରେ ଚକଲେଟ୍ ବିସ୍କୁଟରେ କେକ୍ ବନେଇ ପାରିବା । ଆଜି ଆମେ ଆପଣଙ୍କ ପାଇଁ ବିନା ଓଭେନ୍‌ରେ ବିସ୍କୁଟର ଏକ କେକ୍ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଘରେ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

  • Rajalaxmi Sahoo
  • 3 years ago

ପିପିଲି ବିଧାନସଭା ଉପନିର୍ବାଚନ: ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ ହୋଇଛି। ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି। More

  • Rajalaxmi Sahoo
  • 3 years ago

ଗତକାଲି ତୁଳନାରେ ଆଜି ପୁଣି ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦୨ ପଜିଟିଭ୍‌

ଗତକାଲି କରୋନା ସଂକ୍ରମଣ କମିଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି। More

  • Rajalaxmi Sahoo
  • 3 years ago

ପିପିଲି ନିର୍ବାଚନ ମଣ୍ଡଳୀର ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି

ପିପିଲି ନିର୍ବାଚନ ମଣ୍ଡଳୀର ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି; କୌଶଲ୍ୟାପୁରର ୧୫୪, ପୁବାର ୧୫୮,ଲକ୍ଷ୍ମୀନାରାୟଣପୁରର ୧୬୧,କୁଞ୍ଜରର ୧୬୭,ସିଉଳାର ୧୬୯, ବିନାୟକପୁରର ୧୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି।

  • Rajalaxmi Sahoo
  • 3 years ago

ଜୀବିକା ପାଇଁ ବାଜି ଲାଗୁଛି ଜୀବନ, ଜୀବନକୁ ପାଣି ଛଡାଇ ନଦୀ ପାର୍ ହେଉଛନ୍ତି ଲୋକେ

ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ।  ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହି ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।  More

  • Rajalaxmi Sahoo
  • 3 years ago

Daily Horoscope, 30 Sept 2021: ଜାଣନ୍ତୁ ଆଜିର ରାଶିଫଳ...

୨୦୨୧ ମସିହା, ସେପ୍ଟେମ୍ବର ମାସ ୩୦ ତାରିଖ, ଗୁରୁବାର, କନ୍ୟା ୧୪ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ନବମୀତିଥି, ପୁନର୍ବସୁ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ... More

  • Rajalaxmi Sahoo
  • 3 years ago

ସ୍ମାର୍ଟ ସିଟିରେ ବାଟବଣା ସିଟି ବସ୍ ସେବା

ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ। More

  • Rajalaxmi Sahoo
  • 3 years ago

ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ମାଡ଼ ମାରିବା, ବହିଷ୍କୃତ ହେଲେ VSSUTର ୧୨ ଛାତ୍ର

ବୁର୍ଲା ଭିସୁଟ୍‌ରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। More

  • Prangyan Parimita
  • 3 years ago

ପିପିଲି ଉପନିର୍ବାଚନରେ ଭୋଟ୍ ଗ୍ରହଣ ଆରମ୍ଭ : ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ

ଆଜି ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ । ଦୁଇ ଥର ବାତିଲ୍ ହେବା ପରେ ଆଜି ଉପନିର୍ବାଚନ ହେବ । କୋଭିଡ୍ ଗାଇଡଲାଇନ୍ ଭିତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ଯାଏଁ ଚାଲିବ । ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥରେ ଧାଡ଼ିରେ ଛିଡ଼ା ହୋଇଛନ୍ତି । More

  • Satyendu Shekher Mishra
  • 3 years ago

ବହାରିଲା OJEE ରେଜଲ୍ଟ; MCAରେ ନିଶିକାନ୍ତ ପରିଡ଼ା, MBAରେ ଆଶୁତୋଷ ରଥ ଟପ୍ପର

ଓଜେଇଇ ବିଟେକ୍ ସ୍ପେସାଲରେ ପୀୟଷ ଚନ୍ଦୁକା ଟପ୍ପର ହୋଇଛନ୍ତି । ସେହିପରି MCA ରେ ଟପ୍ପର ହୋଇଛନ୍ତି ନିଶିକାନ୍ତ ପରିଡ଼ା । MBAରେ ଟପ୍ପର ହୋଇଛନ୍ତି ଆଶୁତୋଷ ରଥ । More

  • Satyendu Shekher Mishra
  • 3 years ago

କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? କିଏ ODRAFକୁ ଦେଇଥିଲା ଅନୁମତି ?

କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? ଘଟଣାର ୫ଦିନ ପରେ ବି ପ୍ରଶ୍ନ ଅସମାହିତ ଥିବାବେଳେ ଏଣେ ଭରା ମହାନଦୀରେ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍ ବୋଟ୍‌କୁ କିଏ ଦେଇଥିଲା ଅନୁମତି ? ସେ ନେଇ ମଧ୍ୟ ପିସିସିଏଫ୍‌ଠୁ ମିଳିଲାନି ସ୍ପଷ୍ଟ ଉତ୍ତର । More

  • Satyendu Shekher Mishra
  • 3 years ago

ଏବେ ବି ସକ୍ରିୟ ମାନବାଦ ସଂଗଠନ ! ଜେଲରୁ ଅପରେଟ୍‌ କରୁଛନ୍ତି ମାନସ ଦାସ..

ଜେଲରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜେଲରେ ଥାଇ ବି ସଂଗଠନ ଚଳାଉଛନ୍ତି ଏହି ତଥାତଥିତ ମାନବବାଦୀ । ଜାମିନରେ ଥିବା ପୁଅ ଜରିଆରେ ଲୋକଙ୍କୁ ଧମକ ଚମକ ଦେଇ ମାନସ ଦାସ ପୁଣି ସଂଗଠନ ବିସ୍ତାର କରୁଥିବା ଅଭିଯୋଗ ହୋଇଛି । More

  • Sarbeswar
  • 3 years ago

କାହାର ହେବ ପିପିଲି? କାଲି ଭୋଟ୍‌, ୩ରେ ଫଳ

ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ ଭିଭିପ୍ୟାଟର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି। More

  • Satyendu Shekher Mishra
  • 3 years ago

‘ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ’

ଭାରତର ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖିବା ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି । ହେଲେ ଝାଡ଼ଖଣ୍ଡ ଏହାର ବିପରୀତ ଦିଗରେ ଚାଲୁଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । More